Sasmita Mohapatra

Tragedy

3  

Sasmita Mohapatra

Tragedy

ଅସୁରକ୍ଷିତ ପରୀ

ଅସୁରକ୍ଷିତ ପରୀ

4 mins
223


ସେଦିନ ସରକାରୀ ଡାକ୍ତରଖାନାରେ ଜନ୍ମ ନେଲା, ଝିଅଟିଏ । ଗୋରା ତକତକ ସୁନ୍ଦର, ଡ଼ଉଲ ଡାଉଲ ଚେହେରା, ଗୋଲ ଗୋଲ ଆଖି, ମୁଣ୍ଡରେ ପୁଳାଏ କାଳି ମିଚିମିଚି ଚୁଟି । ଜୁଳୁ ଜୁଳୁ ହୋଇ ଚାହୁଁଥାଏ । ହେଲେ ଜିତୁବାବୁଙ୍କ ମନଦୁଃଖ । ଘରକୁ ଗଲେ ମା'ଙ୍କୁ କ'ଣ କହିବେ । ଜିଦ୍ ଧରି ମାଆ ତିନୋଟି ଝିଅ ପରେ, କେତେ ଉପାସ, ଦାନ ଧର୍ମ, ପୂଜା ଗୁଣି, ଗାରେଡି କରିଛି, ନିଶ୍ଚିତ ଥିଲା ଏ ଥରକେ ପୁଅ ଘରର ଉତ୍ତରାଧିକାରୀ ଆସିବ । ଜ୍ୟୋତିଷ ଗଣନା କରି କହିଥିଲେ ପୁଅ ଆସିବ । ଉତ୍ତରାୟଣୀଙ୍କ ପାଖେ ବୋଦା ବଳି, ମଙ୍ଗଳାଙ୍କୁ କଳାଶାଢୀ, ତାରେଣୀଙ୍କୁ ଶହେ ଆଠ ନଡିଆ । ଆଉ ସତ୍ୟପୀରଙ୍କୁ ଷୋଳ ପୂଜା, ମାଆ ତା ହିସାବ ଖାତାରେ ଲେଖି ଫାଳେ ରଖିଛି । ତ୍ରିନାଥ ମେଳା, ବୁଧେଇ ଓଷା ଆରମ୍ଭ କରି ଦେଇଛି । ସେତିକି ନୁହେଁ ବୋହୂ କବିତାକୁ ମଧ୍ୟ ସୋମବାର ଶିବଙ୍କ, ମଙ୍ଗଳବାର ହନୁମାନଙ୍କ, ଗୁରୁବାର ଲକ୍ଷ୍ମୀଙ୍କ ଅନେକ ଉପାସ କରାଇଛି । କବିତାକୁ ସାନ୍ତ୍ୱନା ଦେଇ କଷ୍ଟେମଷ୍ଟେ ଗୋଟିଏ ବର୍ଷ ଏ ସବୁ ପୂଜା କରିବାକୁ କହିଛି । ନିଶ୍ଚୟ ଠାକୁର ତୋ କୋଳରେ ଚନ୍ଦ୍ରମା ପରି ପୁଅଟିଏ ଦେବେ କହିଛି । 


ମାଆ "କବିତା"କୁ କହନ୍ତି ଆଲୋ... ଏହି ଝିଅମାନେ କଣ ମୋ ବଂଶ ବଢାଇବେ ?ପୁଅ ନଥିଲେ ସେ କି ଘର । ଆମକୁ ପାଣି ଟୋପେ ମରିଗଲା ପରେ କିଏସେ ଦେବ ।  


ଡାକ୍ତରଖାନାରେ ଖଟିଆ ଉପରେ ପଡି ପଡି ଭାବୁଥାଏ କବିତା ଶାଶୁଙ୍କର କେତେ ଲୋଭ । ମରିଗଲା ପରେ ବି କେଉଁଠି ଆରମରେ ଖାଇ ପିଇ ରହିବି ଚିନ୍ତା । ଆଉ ମୋ ଜୀବନ ପଛେ କଷ୍ଟରେ କଟୁ । ପୁଅଟି ଆଶାରେ ଚାରୋଟି ଝିଅ ଜନ୍ମ ହେଲାଣି । ଯଦି ଆଜି ଝିଅଟିଏ ହୋଇଛି ଜାଣିବେ ତାହେଲେ ମୋ ଥଳକୂଳ ରଖିବେନି । ଏହା ଭାବି ଗୋଟାପଣେ ଝାଳରେ ଗାଧେଇ ପଡୁଥିଲା କବିତା । କିନ୍ତୁ ବାରମ୍ବାର ଆଖିଟି ସେହି ଜୁଳୁଜୁଳୁ ଚାହୁଁଥିବା ଝିଅ ପାଖକୁ ଚାଲିଗଲେ ସବୁ ଭାବନା, ପ୍ରସବ କଷ୍ଟ ଉଭେଇ ଯାଏ । 


ଝିଅ ଚାରୋଟି ବୋଲି ଏତେ ସୁନ୍ଦର ନିଖୁଣ ଝିଅଟିକୁ କିପରି ଆଡେଇ ଦେବ । କୁହନ୍ତି ଘୋଡାଚଢା ବାପା ନୁହେଁ ବଂର ଶାଗକାଟି ମାଆଟିଏ ଥାଉ । ସ୍ୱାମୀ ଜିତୁ ବାହାରେ ଖଣ୍ଡେ ଦୂରରେ ଠିଆ ହୋଇଛନ୍ତି । ଜାଣେନା ତାଙ୍କ ମନରେ କଣ ଚାଲିଛି । ବଡଝିଅ ଜନ୍ମବେଳକୁ ଯେଉଁ ଖୁସି ଆଜି ତାହାର ଗୋଟିଏ ଭାଗ ବି ନାହିଁ । ପାଟି ଅଠା ଅଠା ହୋଇ ଯାଉଥିଲା କବିତାର । ଜିତୁବାବୁଙ୍କ ନିରବତା କେଉଁ ତୋଫାନ ଆଣିବ ଭୟରେ ଥରି ଉଠିଥିଲା ସେ । ଆଉ ଟିକେ କୋଳକୁ ଆଉଜେଇ ନେଲା ଝିଅକୁ । ସମ୍ବୋଧନଶୀଳ ହାତଟି କହୁଥିଲା ତୁ ବ୍ୟସ୍ତ ହୁଅନା ମୁଁ ଅଛି । ଦଶମାସ କଷ୍ଟ ସହି ବହୁ ଠାକୁରଙ୍କୁ ଡାକି ତୁ ଜନ୍ମ ହୋଇଛୁ, ତତେ ଛାଡି ପାରିବିନି । 


ଜିତୁ ବାବୁ ନର୍ସ ସଙ୍ଗେ ଆସି ପାଖରେ ଠିଆ ହେଲେ । କବିତା ନିରବ ହୋଇ କେବଳ ଚାହିଁ ରହିଥାଏ । ଟପଟପ୍ ଆଖିରୁ ଲୁହ ଗଡି ଯାଉଥାଏ । ଏ ଲୁହ ଝିଅଟିଏ ହେଲା ବୋଲି ନୁହେଁ ବଂର ଝିଅଟିକୁ ସେ ସ୍ନେହ ଆଦର ମିଳିବ କି ନାହିଁ । କିଛି ସମୟ ଠିଆ ହୋଇ ଚୁପଚାପ ପୁଣି ପକେଟରୁ ରୁମାଲ କାଢି ମୁହଁ ପୋଛି ଚାଲିଗଲେ । 


 ସେହିଠି ଖଟିଆ ପାଖରେ କବିତା ଝିଅମାନଙ୍କ କଥା ଭାବୁଥାଏ । କ'ଣ ଖାଉଥିବେ । ଭାଇଟିଏ ଆସିବାକୁ ଚାହିଁଥିବେ । ରାକ୍ଷୀ ବାନ୍ଧିବେ ବୋଲି ବହୁତ ଆଶାଥିଲା । 


ବହୁତ ସମୟ ପରେ ଜିତୁ ବାବୁ ଫେରିଲେ । କିଛି କହିବା ପୂର୍ବରୁ କବିତା କହିଲା ଘରେ ଜଣାଇଲଣି ।  

.....ନା

......ପୁଣି ତ ଯେତେବେଳେ ଜଣାଇବା । ଏବେ କାହିଁ ନୁହେଁ କହିଲା କଵିତା । 

ନା..ନା, ଜମା ଜଣାଇବା ନାହିଁ । ଜିତୁବାବୁ ଲୁହ ଛଳଛଳ ଆଖିରେ କହୁଥିଲେ । 

...କବିତା ପ୍ରଶ୍ନ ବାଚକ ଆଖିରେ ପଚାରିଲା ତା ..ମାନେ

ତା ମାନେ ମୁଁ ନର୍ସ ସଙ୍ଗେ କଥା ହେଉଥିଲି । ସେ ଭଦ୍ର ଦମ୍ପତ୍ତିଙ୍କୁ ଜାଣେ ଯିଏ ବିବାହର ସାତବର୍ଷ ପରେ ବି ଛୁଆଟିଏ ଚାହିଁ ଚାହିଁ । ନ ହେବାରୁ ଏବେ ପୋଷ୍ୟ ସନ୍ତାନଟିଏ ଚାହୁଁଛନ୍ତି । ଘରଦ୍ୱାର, ପଇସାପତ୍ର ଚାକର ବାକର । ଗାଡି କେଉଁଥିରେ ଅଭାବ ନାହିଁ । ହେଲ ଅଭାବ ପିଲାଟିର । ଆମେ ଚାରୋଟି ଛୁଆକୁ ଯେଉଁ ସୁଖସୁବିଧା ଦେଇ ପାରିବାନି ସେଠାରେ ସେ ରାଜକନ୍ୟା ପରି ରହିବ । ତୁମର କିଛି ଅସୁବିଧା ନାହିଁ । ଏହି ସହରର । ଯେତେବେଳେ ଇଚ୍ଛା ଯାଇ ଦେଖି କରି ଆସିବ ।  । ଘରେ ମୃତ ଝିଅଟିଏ ବୋଲି କହିଦେଲେ "ମା" ଆଉ ଏତେ କଥାର ଗଭୀର ଭିତରକୁ ପଶି ପାରିବନି । ନଚେତ୍ ସେ ଘରେ ତୁମେ ମାଆ ଛୁଆ କେହି ଶାନ୍ତିରେ ରହି ପାରିବନି । ଭେଁ କରି କାନ୍ଦିଉଠିଲା କବିତା । ବହୁ କଷ୍ଟରେ ଲୁହକୁ ଚାପିବାକୁ ଚେଷ୍ଟା ଖରୁଥାଏ । ଲୋକମାନଙ୍କ ଉପସ୍ଥିତି ତାକୁ ଅସହ୍ୟ ବୋଧ ଲାଗୁଥିଲା । 


ଦେଖ ମୁଁ ମଧ୍ୟ ବାପା । ଆମ ଘରେ ବଢିବ ନଚେତ୍ ତାଙ୍କ ଘରେ । ମୁଁ କଣ ସାତସମୁଦ୍ର, ତେର ନଈ ଡିଆଁଇ ଛାଡି ଦେଉଛି ? ଇଚ୍ଛା ହେଲେ ସବୁଦିନ ଦେଖି ପାରୁଥିବା । ତୂମେ କଣ ଚାହଁନି ତୁମ ଝିଅ ଭବିଷ୍ୟତ ସୁରକ୍ଷିତ ରହୁ ଉଜ୍ଜ୍ୱଳ ରହୁ । ବହୁ ଅଶାନ୍ତି ଘଣ୍ଟା ଘଣ୍ଟା ଲଢେ଼ଇ ଯୁକ୍ତିତର୍କ ପରେ ରାଜି ହେଲା କବିତା । ଦୁଇ ଦିନର ଛୁଆଟିକୁ ଅନ୍ୟ ମାଆ ହାତରେ ଟେକୁ ଟେକୁ ଅନୁଭବ କରୁଥିଲା ତା ଶରୀରରୁ ମାଂସଗୁଡିକ କିଏ କାଟି ନେଉଛି । ଧିକାରୁ ଥିଲା ନିଜ ମାତୃତ୍ୱକୁ । ବିଳପିତ ମନ ନେଇ ଫେରରିଥିଲା ବସାକୁ ଯେଉଁଠି ଅନ୍ୟ ଶାବକଗୁଡିକ ମାଆ ରାସ୍ତାକୁ ଚାହିଁ ବସିଥିଲେ । କିଛି କହିଲା ଆଗରୁ ଫୋନରେ ଜିତୁବାବୁ ସବୁ ଜଣାଇ ଦେଇଥିଲେ । ଶାଶୁଙ୍କ ଆଶ୍ୱାସନା ଶବ୍ଦ ତା ପାଇଁ ଢେର୍ ଥିଲା କିନ୍ତୁ ନିଜକୁ ଦୋଷୀ ବୋଲି ଭାବୁଥିଲା । 


 ଏମିତି ଅନେକ ବର୍ଷ ବିତିଗଲେ ବି ଝିଅକୁ ଦେଖିବାର ଇଚ୍ଛାକୁ ମନରେ ମାରିଦିଏ କବିତା । କାରଣ ଝିଅ ପାଇଁ କାଳେ ମନ ବିଳାପ କରିବ । ସେଦିନ କିନ୍ତୁ ମନ ଆଉ ହୃଦୟ କଥା ମାନି ନଥିଲା । ଝିଅଟିକୁ ଦେଖିବାର ପ୍ରବଳ ଉତ୍ସାହ ତାକୁ ସ୍କୁଲ ଦ୍ୱାର ପର୍ଯ୍ୟନ୍ତ ଟାଣି ନେଈଥିଲା । ତା ପୂର୍ବରୁ ଜତୁବାବୁ କବିତାକୁ ଝିଅର ଅନେକ ଫୋଟୋ ଦେଖାଇଛନ୍ତି ତେଣୁ ଝିଅକୁ ଚିହ୍ନି ପାରିବାରେ ଅସୁବିଧା ହେଲାନି କୁନି ଝିଅଟି, ଡଉଲ ଡାଉଲ ସୁନ୍ଦର ଚେହେରା ଅପରୂପା ସୁନ୍ଦରୀ । ସ୍କୁଲର ବ୍ୟାଗ୍ ସାଥିରେ ଅନ୍ୟ ହାତରେ ଛୋଟିଆ ପୁଅଟିକୁ ଧରି ଆଗକୁ ସ୍କୁଲଗେଟ୍ ଆଡକୁ ଅଗ୍ରସର ହେଉଛି । ଗେଟ୍ କିପର୍ ଠାରୁ ବୁଝିଲା ସେ ତା'ର ସାନଭାଇ । ହେଲେ ଏ ଝିଅଟିକୁ ସେମାନେ ଡାକ୍ତରଖାନାରୁ ଆଣିଥିଲେ । ପରେ ସେମାନଙ୍କ ପୁଅଟିଏ ହେବାରୁ ଏ ଝିଅଟି ବହୁ କଷ୍ଟରେ ଅଛି । ଆପଣ ତ ଜାଣିଥିବେ ସାବତ ମାଆ କ'ଣ କରେ । ମୋର ମଧ୍ୟ ଏ ଝିଅଟି ପ୍ରତି ଅନେକ ଦୟା । ସେହିଠି ମୁଣ୍ଡ ଭିତରର ଦହି ଚହଲି ଯାଇଥିଲା କବିତାର । ଆରାମ ଜୀବନ ଦେବ ବୋଲି ଝିଅଟିକୁ ଯେଉଁ ଅସୁରକ୍ଷିତ ଜୀବନ ଦେଇଛି ସେଥିପାଇଁ ନିଜକୁ କ୍ଷମା କରୁ ନଥିଲା କବିତା । ବଡଲୋକର ଆଭିଜାତ୍ୟର ରାଜରାଣୀ ଆଶାରେ ଟେକି ଦେଇଥିବା ଝିଅ ପାଇଁ ଆଜି ସେ ନିଜକୁ ପାପୀ ବୋଲି ଭାବୁଥିଲା । ମୋ କୁଡିଆ ଘରେ ଶାଗ ପଖାଳ ଖାଇ ପରୀ ହୋଇ ଥାନ୍ତା ପଛେ ସେ ମୋ ଆଖି ଆଗରେ ତ ଥାଆନ୍ତା । ସ୍କୁଲରୁ ଚାଲି ଚାଲି ଘରକୁ ଫେରୁଥିଲା ଆଉ ଲାଗୁଥିଲା ଏ ଦୁନିଆ ତାକୁ ପରିହାସ କରୁଛି । । 



Rate this content
Log in

Similar oriya story from Tragedy