Akshaya Dash

Action Inspirational Children

4  

Akshaya Dash

Action Inspirational Children

ପିତାଙ୍କ ତ୍ୟାଗ

ପିତାଙ୍କ ତ୍ୟାଗ

2 mins
8


ନରି ସାଧାରଣ କୃଷକ । ବିବାହ ବର୍ଷକ ପରେ ପୁତ୍ରସନ୍ତାନଜନ୍ମ। ପୁତ୍ର କ୍ରମେ ବାଳକ ହେଲା । ପାଠ ପଡେଇବା ପିତାର ଦାୟିତ୍ୱ । ବିଧ୍ୟାଲୟ ଗଲା । ପିତାମାତା କଂର ଅହେତୁକ ସ୍ନେହ ପାଇଲା । ପିଲାର ଆବଶ୍ୟକତା ପୁରଣ କରିବାକୁ ପିତା ମାତା ଯଥାସମ୍ଭବ ଚେଷ୍ଟାକଲା ।

ଦିନେ ଏକ ସମ୍ପର୍କୀୟ ବିଭାଘର କାଯ୍ୟକ୍ରମରେ ଯୋଗ ଦେବାପାଇଁ ତାର ପିତାକୁଁ ଅଡ଼ିବସି କହିଲା, ସୁନା ମୁଦି ଦେବାକୁ । କାରଣ ତାର ସାଙ୍ଗମାନେ ସୁନା ମୁଦି ପିନ୍ଧିଥିବା ଦେଖି ପିତାଙ୍କୁ ଜିଦି କଲା । ପିତା ପୁତ୍ରର ଏପରି ଜିଦି ଦେଖି ବାଧ୍ୟହୋଇ ନିଜ ଗାଁରେ ଥିବା ବଣିଆ ପାଖରୁ ଧାରସୂତ୍ରରେ ସୁନା ମୁଦିଟିଏ ଆଣି ଦେଲା । କିନ୍ତୁ ପୁଅ ସେମୁଦିକୁ ଦେଖି ପସନ୍ଦ ନକରି କହିଲା, ତୁମକୁ ସହରରୁ କିଣିଆଣିବାକୁ କହିଥିଲି । ତାର ପିତାକୁ ଗାଳି ବର୍ଷଣ କରି କ୍ରୋଧରେ ମୁଦି ଫିଙ୍ଗି ଦେଲା । ପିତା ନରି ପୁତ୍ରର ଏପରି ଆଚରଣ ଦେଖି ଗାଳି ଦେଲେ । ଘରୁବାହାରି ଯିବାକୁ କହିଲେ । ପୁତ୍ର ମଧ୍ୟ ରାଗରେ ଘରୁବାହାରି ପଳେଇଲା । ପୁତ୍ର ଘରୁ ପଳେଇ ଯିବା ଦେଖି ତାର ମାଆ ବାରଣ କଲେବି ପୁଅ ମାନିନଥିଲା । ଶେଷରେ ପିତା ମାତା ଦୁହେଁ ଦୁଃଖରେ କାନ୍ଦୁଥୁଲେ । ଜଣେ ଶିକ୍ଷକ ଯେକି ନରିକଂ ପୁତ୍ରକୁ ଶିକ୍ଷା ଦେଉଥିଲେ ସେ ପୁଅକୁ ବାଟରେ ଭେଟିଲେ। ସମସ୍ତ କଥାଶୁଣି ତାକୁ ନିଜ ଘରକୁ ନେଲେ । ନରି ଘରକୁ ଯାଇ ସମସ୍ତ କଥା ଜାଣିବା ପରେ ଫେରିଆସିଲେ । ନରିର ପୁଅକୁ ତାର ପିତାଙ୍କର ପାଖରୁ ଆଣିଥିବା କେତେଗୁଡିଏ ଚିଠା ଦେଖେଇଲେ । ଗୋଟିଏ ଚିଠାରେ ନରିପାଇଁ କିଣାହୋଇଥିବା ପୋଷାକର ଦାମ ବାବଦ ହଜାରେଟଙ୍କା ବାକିରେ କିଣି ଦୋକାନିକୁ ମାସକୁ ମାସ ଶହେ ଟଙ୍କାଲେଖାଏଁ ଦେବାକୁ ଲେଖା ଥିଲା । ଅନ୍ୟଏକ ଚିଠାରେ ପୁଅର ମୁଦି ତିନି ହଜାର ଟଙ୍କାରେ କିଣି ନରି ନିଜର ମୁଦି କୁ ଦୁଇ ହଜାର ଟଙ୍କାର ବିକି ବାକି ହଜାରେଟଙ୍କାକୁ ମାସକୁ ଶହେ ଟଙ୍କା ଦେବାକୁ ଲେଖାଥିଲା । ପୁଅ ସମସ୍ତ ପଢି ବୁଝିପାରିଲାଯେ ତାର ପିତା ତାପାଇଁ  କେତେ ତ୍ୟାଗକରୁଛନ୍ତି । ଶିକ୍ଷକ ମଧ୍ୟ ପୁଅର ଗୋଡ଼ରେ ପିନ୍ଧିଥିବା ଚପଲ ଦେଖିକହିଲେ ,ଏଇଟି ବୋଧେ ତୁମ ପିତାଙ୍କ ଚପଲ କାରଣ ତୁମେ କ୍ରୋଧରେ ତୁମ ପିତାଙ୍କ ଚପଲ ଭୂଲବସତ ପିନ୍ଧି ଆସିଛ । ଚପଲ ଟିକୁ ଦେଖେଇ ଶିକ୍ଷକ କହିଲେ ଦେଖ ତୁମପିତା ତୁମର ଆବଶ୍ୟକ ପୂରଣ କରିବାକୁ ଯାଇ ନିଜେ ଖାଲି ଗୋଡ଼ରେ ଚାଲିଛନ୍ତି।

ପିତାକଂ ଶ୍ରଦ୍ଧାର ନମୂନା ପାଇ ପୁତ୍ର ଅନୁତପ୍ତ ହେଲା । ନିଜ ଭୂଲ ପାଇଁ ପିତାଙ୍କୁ ଯାଇ କ୍ଷମା ମାଗିଲା । ଶିକ୍ଷକ କଂ ଏତାଦୃଶ କାର୍ଯ୍ୟ ପାଇଁ ନରି ପ୍ରଶଂସା କଲା ।


Rate this content
Log in

Similar oriya story from Action