ପିଙ୍କୁର ଫୋନ୍
ପିଙ୍କୁର ଫୋନ୍
ପିଙ୍କୁକୁ ତିନି ବର୍ଷ ।ତା ପାଇଁ ଫୋନଟିଏ ଜରୁରୀ ।ମା ତାର କର୍ମଜୀବୀ। ସକାଳ ସାତ ଟାରୁ ପ୍ରସ୍ତୁତ ହୋଇ ଆଠ ଟାରୁ ଅଫିସ ବାହାରେ। ଅଫିସରୁ ଘରକୁ ଫେରୁଫେରୁ ରାତି ଆଠଟା। କମ୍ପାନୀରେ ଚାକିରୀ କରିବା ମାନେ ଦଶ ବାରଘଣ୍ଟା କାମ କରିବାକୁ ପଡେ। ତେଣୁ ଘରେ ନିଜ ଛୁଆ ପିଲାଙ୍କ ସାଥିରେ ରହିବାକୁ ସମୟ ନଥାଏ । ରାତିରେ ଘରକୁ ଆସି ଦିନତମାନର ପରିଶ୍ରମପାଇଁ କ୍ଲାନ୍ତ ଲାଗେ ।ବାଧ୍ୟହୋଇ ଘରେ କାମବାଲୀ ଜଣକୁ ରଖିବାକୁ ପଡେ। ପିଙ୍କୁ ଟିକେ ବୁଝିଗଲାଣି। ଅଳ୍ପ ଅଳ୍ପ କଥା କହି ଶିଖିଲାଣି। ପିଙ୍କୁ ଶିଶୁ ମାନଙ୍କ ସ୍କୁଲ ରେ ନାମଲେଖାଇ ପଢିବାକୁ ଯାଏ। ପଢିବା ନାମକୁ ମାତ୍ର। ପ୍ରକୃତରେ କହିବାକୁ ଗଲେ ସମୟ କଟେଇବା କଥା। ସକାଳ ୯ଟାରୁ ଦିନ ଗୋଟାଏ ପଯ୍ୟନ୍ତ ସ୍କୁଲ ରେ ରହେ। ସ୍କୁଲରୁ ଫେରି ଖାଇଦେଇ ମୋବାଇଲ ଧରିବସେ। ମୋବାଇଲରୁ କାଟୁନ ଦେଖେତ କେତେବେଳେ ରାଇମ ଶୁଣେ ଓ ଗେମ୍ ଖେଳେ।ଦେଖୁଦେଖୁ ସୋଇପଡ଼େ। ଦିନ ପାଞ୍ଚଟାରୁ ଉଠିକରି କାମବାଲୀ ସହିତ ଖେଳିବାକୁ ଯାଏ ।ଦୁଇ ତିନି ଘଣ୍ଟା ଶିଶୁ ଉଧ୍ୟାନରେ ଖେଳେ । ମା ତାର ଆସିଗଲେ ସାଙ୍ଗ ହୋଇ ଘରକୁ ଆସନ୍ତି । ପୁଣି ସେଇ ମୋବାଇଲ ଧରି ପିିଙ୍କୁ ବସିିିଯାଏ । ମୋବାାଇଲ ଧରିଲେ ଭୋକ ଶୋକ ଭୁଲିଯାଏ। ଇଏତ ଛୁଆଟା ର କାମ। ତାର ମା ମଧ୍ୟ ମୋବାଇଲ ରେ ଅଧା କାମ ଉଠାଏ । ତାର ମା ଗାଡି ବୁକ କରିବା ପନିପରିବା ଘର ସଉଦା ସାଙ୍ଗ ସାଥି ବଂଧୁ ବାନ୍ଧବ ନିଜ ବାପା ଓ ମାଙ୍କ ସହିତ କଥା ହେବା ଆଦି କରେ ।ଦରକାର ପଡ଼ିଲେ ଅଫିସ କାର୍ଯ୍ୟ ମଧ୍ୟ ମୋବାଇଲରେ ପ୍ରସ୍ତୁତ କରେ।ପିଙ୍କୁର ପାପାର ମଧ୍ୟ ମୋବାଇଲ ଦୁଇଟା। ଗୋଟିଏ ଅଫିସର କାମରେ ଲାଗେ ଅନ୍ୟଟି ବ୍ୟକ୍ତିଗତ। ଏହାଛଡା ଲାଣ୍ଡ ଫୋନ ଅଛି । ସେଇଟା ଏକରକମ ପିଙ୍କୁର। ତାର ମା ଅଫିସରୁ ଫୋନ କରେ ଲାଣ୍ଡ ଫୋନ୍ର ରେ। ପିଙ୍କୁ ସ୍କୁଲରୁ ଫେରିଥାଏ। ତାର ମା ଫୋନକଲେ ଲାଣ୍ଡ ଫୋନ ଉଠାଇ ଥାଏ । ମାପୁଅ କଥାବାର୍ତା ହୁଅନ୍ତି। ମାଆ ଫୋନରେ ପଚାରେ କଣ ଖାଇଲୁ ? ପିଙ୍କୁ କୁହେ ଭାତ ଡାଲି ତରକାରୀ ଇତ୍ୟାଦି । ଏହି ଦୁଇଟା ବେଳେ ମନେ ପଡ଼ିଲେ, ସୁଦୂର ଓଡିଶାକୁ ଲାଣ୍ଡ ଫୋନରେ କଲ କରେ। ଆଇ ସହିତ ଗପେ। ଆଇ ବେଳେ ବେଳେ ପିଙ୍କୁ ପାଖୁ ଫୋନ୍ କରେ।ମମି ର ଫୋନ ଭାବି ଦୌଡିଆସି ଉଠାଇ ଧରେ । କହେ ହଲୋ ,ଆଇ କୁହେ ମୁଁ ଆଇ କହୁଛି।ପିଙ୍କୁ କହେ ହଁ। ଆଇ ବୋଲ। ରୁମର ତବୀୟତ ଠିକ ଅଛି। ଅଜା ଅଜା କେଉଁଠି? ଆଇପଚାରେ, କଣ ଖାଇଲୁ। ପିଙ୍କୁ କହେ ଡାଳ ଭାତ ଅଣ୍ଡା । ମମି ଅଫିସ ପାପା ଅଫିସ ବାବା କେ ସାତ ମେ । ତୁମ କବ ଆଏଗୀ ହା ମେ ମମି କେ ସାତ ଓଡିଶା ଜାଏଂଗାଁ ।କେଇପଦ କଥା ଏକାବେଳେ କହିଦେଇ ଶେଷରେ ଆଛା ମେ ବାଦ ମେ କରୁଙ୍ଗା,ବାଏ କହି ରଖିଦିଏ। ତାର ମା ଆସିଲେ ସବୁକଥା ମନେପକାଇ ଆଈ ଫୋନ କିୟା ବୋଲି କୁହେ ।ତାର ମା ପଚାରେ ଆଇ କ୍ୟା ବୋଲା ବାଦମେ କରୁଙ୍ଗା ଆଈ କୋ ବୋଲା ମମି ଅଫିସ ପାପା ଅଫିସ । ଔର କ୍ୟା, ଆଇ ବୋଲୀ ଓଡିଶା ଆଓ , ମେ ବୋଲା ମାମା କେ ସାତ କଲ ଯଉଁଗଁ। । ଜୟେଙ୍ଗା ନା?
