ପିଲାଏ
ପିଲାଏ
କୁନି କୁନି ପିଲାମାନେ ତ ସଜ ପ୍ରସ୍ଫୁଟିତ କଳିକା
ସେମାନେ ଘୃଣା କଣ ଜାଣନ୍ତି ନାହିଁ ।ଆମ ସାଇ ପଡିଶା ରେ କେତେକ ପିଲାମାନଙ୍କ ଗହଣରେ
ରହିବାକୁ ମୁଁ ଭାରିଭଲପାଏ ।ସେମାନଙ୍କ ଦୁଷ୍ଟାମୀ ଦେଖି ମୁଁ ମୋ ପିଲାଦିନର ଦୁଷ୍ଟାମୀକୁ ମନେ ପକାଏ । ସେମାନଙ୍କ ହସରେ ମୋ ଭୂଲି ଯାଇଥିବା ହସକୁ ମନେ ପକାଏ । ପିଲାମାନଙ୍କ ନୂଆ ନୂଆ ଚାଟଶାଳୀ ଯିବାକୁ ଅମଙ୍ଗ ହେଉଥିବା ମୁଁ ମୋ ପିଲାଦିନର ଚାଟଶାଳୀକୁ ମନେ ପକାଏ ।
ସେହି କୁନି କୁନି ପିଲାମାନଙ୍କ କଥା ଶୁଣିଲେ ମନ
ଯେ କୁଣ୍ଢେମୋଟ ହୋଇ ଗେଲ କରିବାକୁ ଇଛା ହୁଏ ।ଧୂଳି ସର ସର ଜାମା ପିନ୍ଧି ଯେବେ ମାଙ୍କ ପାଖକୁ ଚାଲିଆସନ୍ତି ମାର ଡରରେ ମାର ପଣତକାନୀରେ ମୁହଁ ଲୁଚାନ୍ତି ସେତେବେଳେ ମାର ହାସ୍ୟ ମୁଖ ବହୁତ ସୁନ୍ଦର ଦିଶେ ।
ପିଲାଏ ପାଠ ପଢ ମଣିଷ ହୁଅ କିନ୍ତୁ କୌଣସି ଚାପର ବଶବର୍ତ୍ତୀ ନ ହୋଇ ।
ମୁଁ ଆଜି ପିଲାମାନଙ୍କ ଗହଣରେ ବସିଥିଲି
ସେଥିପାଇଁ ସେମାନଙ୍କ ବିଷୟରେ କିଛି ଲେଖିବି
ବୋଲି ଭାବିଲି ।