Manju Rath

Children

4  

Manju Rath

Children

ବିଦ୍ୟାଳୟ ଜୀବନ

ବିଦ୍ୟାଳୟ ଜୀବନ

1 min
263


ଜୀବନ ଟି ବିଦ୍ୟା ବିନା ନିରର୍ଥକ । ଛୋଟ ବେଳେ ବିଦ୍ୟାଳୟ ଯିବା ଏକ ସୁନ୍ଦର ଅନୁଭୂତିର ସୁମଧୁର ଘଟଣା ଟିଏ ମୁଁ ଲେଖିବାକୁ ଚାହୁଁଛି ।  ମୁଁ ଛୋଟ ବେଳେ ବହୁତ ଜିନିଷ ଜାଣୁ ନ ଥିଲି ତଥାପି ହାର୍ ମାନୁ ନ ଥିଲି । ପାଠ ମୋ ମୁଣ୍ଡ ରେ ପଶୁ ନ ଥିଲା କିନ୍ତୁ ମୋର ଭଲ ଅଭ୍ୟାସଟିଏ ଥିଲା ମୁଁ ପ୍ରତିଦିନ ବିଦ୍ୟାଳୟକୁ ଯିବା ବନ୍ଦ କରୁନଥିଲି । ସବୁ ବିଷୟଗୁଡ଼ିକ ରେ ଟିକିଏ ଅଧେ ଜାଣୁଥିଲେ ମଧ୍ଯ ମୋର  ଗଣିତ ମୋଟେ ହେଉ ନ ଥିଲା । ଗଣିତ ବିଷୟରେ ଏତେ ଦୁର୍ବଳ ଥିଲି ଯେ ମୋତେ ଗଣିତର ନାମ ଧରିଲେ ଭୟଭୀତ ହୋଇ ପଡୁଥିଲି । କେବେ ଜାଣିବାକୁ ମଧ୍ଯ ଚେଷ୍ଟିତ ହେଉ ନ ଥିଲି । ଦିନେ ଗଣିତ ଶିକ୍ଷୟତ୍ରୀ ପାଞ୍ଚଟି ଗଣିତ ଘରୁ କରି ଆଣିବା ପାଇଁ

କହିଥିଲେ । ମୋତେ ତ ଆସୁ ନ ଥିଲା ତଥାପି ନ ଡରି ବିଦ୍ୟାଳୟକୁ ଗଲି ମାଡକୁ ମଧ୍ଯ ଭୟ ଥିଲା । କଣ କରିବି କିଛି ବୁଦ୍ଧି ବାଟ ଦିଶୁ ନ ଥିଲା ? ମନେ ମନେ ଭଗବାନଙ୍କ ନାମ ସ୍ମରଣ କରୁଥିଲି କେମିତି ହେଲେ ବେତ ମାଡ ଖିଆରୁ ବଞ୍ଚି ଯିବି । ମୋ ଭଳିଆ କେତେଜଣ ସହପାଠିନୀ ମଧ୍ଯ କରି କି ଆସି ନ ଥିଲେ ଯେତେବେଳେ ପଞ୍ଚମ ପିରିୟଡ୍ ପାଖେଇ ଆସିଲା । ମୁଁ ଭଗବାନଙ୍କୁ ଡାକିଲି ହଁ ଭଗବାନ ମୋ ଡାକ ଶୁଣିଲେ । ମୋ ପାଖ କୁ ସେ ବେତ ମାଡ ଆସିବା ପୂର୍ବ ରୁ ବେତଟି ଭାଙ୍ଗିଯାଇଥିଲା ଓ ମୁଁ ରକ୍ଷା ପାଇ ଯାଇଥିଲି । ମୁଁ ଭଗବାନଙ୍କୁ ମନେ ପକାଇ କାନ୍ଦି ପକାଇଥିଲି ।


Rate this content
Log in

Similar oriya story from Children