ମିଲି ର ବାହାଘର
ମିଲି ର ବାହାଘର
ମିଲି କୁ ତିରିଶ ଟପିଲାଣି ତା ମା ବାପା ର ବଡ ଚିନ୍ତା ରାତି ରେ ଆଖି କୁ ନିଦ ନାହି ଆକାଶ କୁ ଚାହିଁ ଚାହିଁ ରାତି ପାଇଯାଉଛି
ସେହି ଗୋଟିଏ ଚିନ୍ତା
ମିଲି ବାପା ମା ର ଗୋଟିଏ ବୋଲି ଝିଅ ବରପାତ୍ର ଆସିବା ଟା ଆସୁଛି ହେଲେ ମନଲାଖି
ବରପାତ୍ର ଟିଏ ଜୁଟୁନାହିଁ
କାରଣ ମିଲି ରଙ୍ଗ ରେ
ସାବନିଆ ହେଲେ ଗଢଣ ଟି
ବହୁତ ସୁନ୍ଦର ଦେଖିବାକୁ
ଓଡିଆ ଚଳଚିତ୍ର ର ନାୟିକା ପରି
କିନ୍ତୁ ମିଲି ଜମା ବ୍ୟସ୍ତ ହୁଏନି
ଦିନେ ନା ଦିନେ ତା ପାଇଁ ଭଲ ପ୍ରସ୍ତାବ ଆସିବ ଏହା ଭାବି ତା ବାପା ମା କୁ ଭରସା ଦେଉଥାଏ
ସମାଜ କିନ୍ତୁ ମିଲି ର ବାହାଘର କୁ ନେଇ ତା ବାପା ମା ର
ଦାୟିତ୍ୱବୋଧ କୁ ଟିପ୍ଣୀ ଦେବାରେ ପଛଉନଥାଏ
ମିଲି କୁ ଦେଖି ଦେଖି ଚା ଜଳଖିଆ ଖାଇ ପ୍ରସ୍ତାବ ଗୁଡିକ
ଫେରିଯାଉଥିଲେ
ମିଲି ର ବାପା ମା ଦିନକୁ ଦିନ
ହତାଶ ହୋଇପଡୁଥିଲେ
କେତେ ଯେ ପୁଜା ପାଠ କରି
ମିଲି ର ଜାତକ ଦେଖଊଥିଲେ
ତା ବାପା ମା ଏହିପରି ସବୁଦିନ
ମିଲି ର ବାହାଘର ପାଇଁ ଚେଷ୍ଟା
ଜାରି ରଖୁଥିଲେ
ଶେଷ ରେ ଭଗବାନ ଡାକ ଶୁଣିଲେ
ମିଲି ର ବାହାଘର ଠିକ୍ ହେଲା
ତା ସହପାଠୀ ସହ
ମିଲି ର ଆନନ୍ଦ କହିଲେ ନ ସରେ ବନ୍ଧୁତ୍ୱ ରୁ ଜୀବନସାଥୀ
ପାଇବାପାଇଁ କେତେ ଯେ
ମିଲି ର ପଥ ଦୁର୍ଗମ ଥିଲା
ତା ବାପା ମା ବନ୍ଧୁ ବାନ୍ଧବଙ୍କ
ଆଶ୍ରୀବାଦ ରେ ମିଲି ର ବାହାଘର ସମ୍ପନ୍ନ ହେଲା
