STORYMIRROR

Manju Rath

Others

3  

Manju Rath

Others

ଅପରାଜିତା

ଅପରାଜିତା

1 min
32

ଜୟ ର ଦ୍ୱାର ଦେଶ ରେ ଆଜି ଛିଡା ହୋଇ ରହିଛି ମନସ୍ୱିନୀ 

ବହୁତ ଦିନ ର ଇଛାଶକ୍ତିରେ ଶେଷ ରେ ମୋହର ଲାଗିଛି 

ଗଗନ ର ଉଡନ୍ତା ପକ୍ଷୀ ପରି ଋଡୁଛି ସେ ଆକାଶ ରେ 

ଆନନ୍ଦ ର ଗୋଟିଏ ଗୋଟିଏ ମୁହୂର୍ତ୍ତ କୁ ଉପଭୋଗ କରୁଛି 

କଣପାଇଁ ଆଜି ସେ ଏତେ ଖୁସି ଅତୀତ ର ଝରକା ଖୋଲିଛି 

କେଉଁଠି ବି ତା ଅସ୍ତିତ୍ବ ର ମୁଁ ଶବ୍ଦ ଟି ପାଉ ନ ଥିଲା 

ଯେହେତୁ ସେ ନାରୀ ଥିଲା ସ୍ୱାମୀ ଙ୍କ ଆଖିରେ

ଭଲ ପାଇବା ବଦଳେ ଘୃଣା ର ଭାବ ଦେଖୁଥିଲା  

ମନସ୍ୱନୀ ର ଆଗକୁ ବଢିବା ସେ ସହ୍ଯ କରୁପାରୁନଥିଲେ 

ତାଙ୍କର ଅହଂଭାବ କୁ ସବୁବେଳେ ମନସ୍ବିନୀ ର ପଣତକାନୀ ରେ

ଲୁହ ପୋଛିବା ଅଭ୍ୟାସ ହୋଇଥିଲା 

 ହେଲେ ସେ ନାରୀ ଥିଲା ସମସ୍ତ ପରିସ୍ଥିତି ସହିତ 

ନିଜକୁ ସଜାଡି ନେଉଥିଲା ହସ ର ଗୋଲାପ ଫୁଲ 

ଦେବାପାଇଁ କଣ୍ଟା ଫୋଡି ହେବାର ରକ୍ତାକ୍ତ ଶରୀର କୁ 

ମଧ୍ଯ ସହୁଥିଲା କିନ୍ତୁ ତା ଜୀବନରେ ଏମିତି ଝଡଟିଏ ଆସିଲା 

ଘରୁ ବାହାରିବାକୁ ବାଧ୍ଯ ହୋଇଥିଲା ଯେତେବେଳ ତା 

ସ୍ୱାମୀ ଅନ୍ୟ ଏକ ସ୍ତ୍ରୀ ଘର କୁ ଆଣିଥିଲା 

 ମନସ୍ୱନୀ ତା ଅସ୍ତିତ୍ବ ର ପ୍ତତିଭା ନେଇ ସୁର୍ଯାଲୋକ 

ର ସକାଳ କୁ ନିମନ୍ତ୍ରଣ କରି ବିଶ୍ୱର ଏକ ସୁପରିଚିତ ବ୍ୟକ୍ତିତ୍ବ 

ର ଅଧିକାରିଣୀ ହୋଇ ପାରିଥିଲା 

ଅପରାଜିତା ର ଜୟ ଜୟ କାର ରେ ଧ୍ୱନୀ ସହ 

ନିଜକୁ ଗର୍ବିତ ମନେ କରୁଥିଲା ମୁଁ ନାରୀ ହୋଇ କିଛି 

ଭୁଲ୍ କରିନାହି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍