STORYMIRROR

Manju Rath

Others

4  

Manju Rath

Others

ଅକୁହା ବେଦନା

ଅକୁହା ବେଦନା

1 min
27

କହିପାରେନା ରମା ତା ହୃଦୟ ରେ 
ଥିବା କୋହ କୁ  କାହାକୁ ବା କହିବ 
କିଏ ବା ଶୁଣିବ ଖୋଲା ଆକାଶ ତଳେ ଠିଆ ହୋଇ ବେଳେ ବେଳେ ଚିତ୍କାର କରି ବେଦନା କୁ ପ୍ରକାଶ କରେ  ହେଲେ ଜୀବନ ର କଷଟି ପଥର ରେ ପିଟି ହୋଇ ନୀରବିଯାଏ 

ମନ ର ବେଦନା ମନ ରେ ରଖି 
ଦୁନିଆ କୁ ଜଣାଏ କେତେ ଖୁସି ରେ ସେ ଅଛି ମିଛ ହସ ର ପ୍ରତାରଣା ରେ 
ତା ଆଖି ରେ ଲୁହ ର ସ୍ଥାନ ନାହିଁ 

ରମା ଜଣାଏ ଜୀବନ ନୁହେଁ 
ଗୋଲାପ ର ସଜ୍ୟା କଣ୍ଟକିତ 
କଣ୍ଟା ମଧ୍ୟ ଯୋଡି ହୋଇ ରହିଥାଏ 
କେତେବଡ କଳଙ୍କ ତା ମଥା ରେ 
ଯେବେ ସଜାଇ ଦିଆଯାଏ 
କିଛି ବି କହିପାରେନା 
ଅବଳା ନାରୀ ଚରିତ୍ର ର 
ରୂପ ରେଖା ଦୁର୍ବଳ ନାରୀ ରେ 
ପରିଚିତ କରୁଥାଏ 

ଦୋଷ ନ ଥାଇ ମଧ୍ୟ ରମା 
ଦୋଷୀ ହୁଏ ଯେବେ 
ଜମିଦାର ର ଡାହାଣି ଆଖିରେ 
ତା ଚରିତ୍ର ଖିନ୍ ଭିନ୍ 
ହୋଉଥାଏ 

ରମା  ମୁହଁ ଲୁଚାଇ 
ବେଦନା ର ବିକଳ ମନ କୁ 
ହୃଦୟ ରେ ଚାପି ରଖି 
ଆଜୀବନ କଳଙ୍କିନୀ ସାଜି 
ସମାଜ ରୁ ବାସନ୍ଦ ହୋଇ 
ଏକାକୀ ରହିବାକୁ ବେଦନା 
କୁ ସାଥୀ କରି ନେଇଥିଲା 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍