ଡାର୍କ ସିକ୍ରେଟ
ଡାର୍କ ସିକ୍ରେଟ
ଅନ୍ଧାର ଖାଲି ଅନ୍ଧାର ସେ ପୁରୁଣିଆ କାଳ ଘର ଅଳେନ୍ଧୁ ଭର୍ତି ସେ ଘରେ ରହିଥାଏ କଳା ବାଦଲର ଲୁଚିଥିବା ଗୋଟିଏ ରହସ୍ଯ । ମହେଶବାବୁ (ଛଦ୍ମ ନାମ)ତାଙ୍କ ଛଡା ଏହି ଲୁଚିଥିବା କାହାଣୀକୁ କେହି ଜାଣିନଥାନ୍ତି ।
ବେଳେ ବେଳେ ଭାବିଥାନ୍ତି ସମସ୍ତଙ୍କ ସମ୍ମୁଖରେ କହିଦେବେ ବୋଲି ପଶ୍ଚାତାପ ଅଗ୍ନୀରେ ଜଳି ନିଜର କୁକର୍ମର କଳାବାଦଲ ଆଲୋକ ଟିକିଏ ପାଇ ଅନ୍ଧାରକୁ ଦୁରେଇ ଦେବ କିନ୍ତୁ ସେ ସାହସ ନ ଥିଲା । ମହେଶବାବୁଙ୍କର ଭୟମିଶ୍ରିତ ଝାଳୁଆ ମୁହ ନେଇ ସେହି ପୁରୁଣା କାଳିଆ ଘରେ ପ୍ରବେଶ କଲେ ଏବଂ ସେହି ଅତୀତରେ ଘଟିଯାଇଥିବା କଳା ଅନ୍ଧାରକୁ ମନେ ପକାଇବାରେ ଲାଗିଲେ ଏବଂ ସେହି ଘରେଥିବା ସ୍ତ୍ରୀର ଫୋଟ ଟିକୁ ଧରି
ବହୁତ କାନ୍ଦିଲେ ।
ମହେଶ ବାବୁ ଜଣେ ବହୁତ ବଦ୍ ରାଗୀ ବ୍ୟକ୍ତି ଥିଲେ ।ଟିକିଏ ଟିକିଏ କଥାରେ ରାଗିଯାଉଥିଲେ
ଘର ସଂସାର କରିଥିଲେ ସିନା କୌଣସି ସାଂସାରିକ କାର୍ଯ୍ଯରେ ମୁଣ୍ଡ ଖେଳାଉ ନ ଥିଲେ ।
ହଠାତ ଦିନେ ସ୍ତୀଙ୍କର କଟୁକଥା ସହି ନ ପାରି
ସ୍ତୀଙ୍କୁ ହତ୍ୟା କରିବାକୁ ପଛାଇ ନ ଥିଲେ ।
କିଛି ସମୟ ପରେ ରାଗ ଶାନ୍ତ ହେବାରୁ ସବୁ
ସରିଯାଇଥିଲା ।
ସାହି ପଡିଶା ଜାଣିଲେ ଯେ ମହେଶବାବୁଙ୍କ ସ୍ତୀ
ଆତ୍ମହତ୍ୟା କରିଛି ବୋଲି ।
ସେ ଚିନ୍ତା କଲେ ଯେ ନାହିଁ ଏହି ଡାର୍କ ସିକ୍ରେଟ
ମୋ ସହିତ ହି ସୀମିତ ରହିବ ମୋ ଛଡା ଆଇ
କିଏ ଜାଣିବେ ନାହି ।
ଏତିକି ମନ ଭିତରେ ସେହି ଭୂଲ୍ଟିକୁ ହୃଦୟରେ
ଲୁଚାଇ ରଖି କବାଟର ତାଲା ଦେଉଥିଲେ ।