STORYMIRROR

Manju Rath

Others

4  

Manju Rath

Others

ଥିଲା ଏକ ଅତୀତ

ଥିଲା ଏକ ଅତୀତ

1 min
442

ଅଭୂଲା ସ୍ମୃତି ର ଏକ ଝଙ୍କାଳିଆ ଗଛ ପାଖରେ ନଇଁ

ଅମାନିଆ ମନ ନେଇ ଧାଉଁଥିଲା ଦ୍ରୃତ ଗତିରେ ଆଉ ଏକ

ମିଶିଥିଲା ସର୍ପିଳ ରାସ୍ତା ଯେଉଁଆଡେ ଚାହଁ ପ୍ରକୃତି ର

ଅପୂର୍ବ ସୁନ୍ଦରତା ସତେ ଯେପରି ବିଧାତା ଆଙ୍କିଥିଲା ସ୍ୱ ହସ୍ତ ରେ

ଅତୀତ ରେ ପୁଲ ଫଳ ପୁଷ୍ପ ପାହଡ ଝରଣା ନଦୀ ନେଇ ତୁମ ବର୍ଣନା ର ଉପହାର ପିନ୍ଧାଇବାକୁ ଲାଗିଲି ଭାବିଲି ମୋ ଅତୀତ 

ମନମୁଗ୍ଧକର ଉପହାର ହୋଇରହିବ 

ଦିନେ ହଠାତ୍ ଖାଲ ଢିପ ଥିବା ମାଟି ରେ ମୋ ଗୋଡ ଖସିଗଲା

ମୋ ପାଦ ଖାଲ ରେ ହିଁ ରହିଯାଇଥିଲା ଯେବେ ଯାଣିଲି ସେ ଏକ

ଅଜଣା ରୋଗ ରେ ପିଡିତ ଅଳ୍ପ ଆୟୁଷ ନେଇ ମୋ ଜୀବନ କୁ 

କିଛି କ୍ଷଣ ଖୁସି ଦେଇ ମୋତେ ଛାଡି ଯାଇଥିଲେ ଆରପାରିକୁ

ଥିଲା ଏକ ଅତୀତ  

ବୈଧବ୍ୟ ଯନ୍ତ୍ରଣା କଲବଲ ଦେଉଥିଲା ହେଲେ ସେ ଅତୀତ ର

ପ୍ରେମ କୁ ସାଇତି ରଖିଥିଲି ମୋ ହୃଦୟ ରେ 

ପ୍ରତି ମୁହୁର୍ତ ରେ ସେ ମୋ ପାଖରେ ଥିଲେ ଭୂଲ୍ କଣ ଠିକ୍ କଣ ଜଣାଇବା ପାଇଁମୋର ପଥପ୍ରଦର୍ଶକ ହୋଇ ଅମାନିଆ ଲୁହ କୁ ପୋଛୁଥିଲେ

ଲାଗୁଥିଲା ସେ ମୃତ ନୁହନ୍ତି ମୋ ସାଥେ ସାଥେ ମୁଁ 

ଦେଇଥିବା ପ୍ରକୃତି ର ଉପହାରକୁ ହୃଦୟଙ୍ଗମ କରୁଥିଲେ

ଥିଲା ଏକ ଅତୀତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍