Manju Rath

Others

3.4  

Manju Rath

Others

ନୂତନ ଆରମ୍ଭ

ନୂତନ ଆରମ୍ଭ

1 min
176


ନୁଆ ନୁଆ ଲେଖା ଆରମ୍ଭ କରୁଥିଲେ ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ମହାପାତ୍ର । ଲେଖିବା ପୁର୍ବ ରୁ ବହୁତ ସମୟ ଧରି କାଗଜ କଲମ କୁ ଭଲ ଭାବ ରେ ନିରୀକ୍ଷଣ କରୁଥିଲେ 

ଚାହାପରେ ଲେଖିବା ଆରମ୍ଭ କରୁଥିଲେ ।ସେ ଲେଖିବା ସମୟ ରେ ଚା ଆଉ ସିଗାରେଟ ର ଅଭ୍ୟସ୍ତ ଥିଲେ ଯେତେ ଚେଷ୍ଟାକଲେ ମଧ୍ଯ ଏହି ଅଭ୍ୟାସ କୁ ବଦଳାଇ 

ପାରୁ ନ ଥିଲେ ବେଳେ ବେଳେ ତାଙ୍କ ଧର୍ମପତ୍ନୀଙ୍କ ବିରକ୍ତ ଭାବ ର ମୁଖ କୁ ଦେଖି ହସି ଦେଉଥିଲେ ।କେତେ ଯେ କବିତା କେତେ ଯେ ଗଳ୍ପ ଉପନ୍ୟାସ ଲେଖୁଥିଲେ 

ନିଜର ସମୟ ଅତିବାହିତ କରିବା ପାଇ ନିଜର ଲେଖା କୁ

ସାଥୀ କରିନେଇଥିଲେ ।ସେ ଭାରି ଭଲ ପାଉଥିଲେ ପଶୁପକ୍ଷୀଙ୍କୁ ରାସ୍ତାର ବୁଲା କୁକୁରଙ୍କ ମେଳି ଦେଖି ସେମାନଙ୍କୁ ଖାଇବାକୁ ଦେବାପାଇ ଭୂଲୁ ନ ଥିଲେ କିଛିକ୍ଷଣ ପାଇ ମମତାର ବନ୍ଧନ ରେ ବାନ୍ଧି ହୋଇ ରହି ଯାଉଥିଲେ ।

ସେ ଜଣେ ଅମାୟିକ ବ୍ୟକ୍ତି ଥିଲେ ତାଙ୍କ ସରଳ ବ୍ଯବହାର 

ରେ ସମସ୍ତେ ଖୁସି ହୋଇ ପଣ୍ଡିତେ ବୋଲି ସମ୍ବୋଧନ 

କରୁଥିଲେ। ଏବଂ ସମ୍ମାନ ଦେଇ ଗାଁର ଲୋକ 

କଥା ହେଉଥିଲେ ସେ ଯେମିତି ସରଳ ଥିଲେ ତାଙ୍କ ଲେଖା ଗୁଡିକ ମଧ୍ଯ ପାଠକ ପାଠିକା ଙ୍କୁ ମନ୍ତ୍ର ମୁଗ୍ଧ କରୁଥିଲା 

ତାଙ୍କ ଲେଖା ଗୁଡିକୁ ପଢିବା ପାଇଁ ସମସ୍ତେ ଅପେକ୍ଷା କରୁଥିଲେ ସେ ନୁତନ ଆରମ୍ଭ କରିଥିବା କବିତାଟିଏ ଯେବେ 

ବହି ରେ ପ୍ରକାଶିତ ହେଲା ଆନନ୍ଦ ରେ ପାଦ ତଳେ 

ଲାଗି ନ ଥିଲା ନୂତନ ଆରମ୍ଭ ଲକ୍ଷ୍ମୀକାନ୍ତ ମହାପାତ୍ର ଙ୍କ କାବ୍ୟଗୁଛ ର ପ୍ରଚ୍ଛଦପଟ ର ଶୀର୍ଷକ ହୋଇ ରହିଲା। 



Rate this content
Log in