STORYMIRROR

Sunanda Mohanty

Abstract Action Thriller

3  

Sunanda Mohanty

Abstract Action Thriller

ପିଲାଦିନ

ପିଲାଦିନ

2 mins
162

ସମୟ ବଡ଼ ବଳବାନ ବୋଲି ସଭିଏଁ ଜାଣନ୍ତି, ହେଲେ ସମୟଟା କେମିତି ବିତିଗଲା କୋଉ ବାଟେ ଭାବିପାରୁନଥିିଲେ ସୁରେଶ ବାବୁ। ଏଇ କାଲି ପରି ଲାଗୁଛି ତାଙ୍କ ପିଲାଦିନ ଓ ବସ୍ତାନିର ଯୁଗ। ବସ୍ତାନି ଭିତରେ ଖଡ଼ି ସିଲଟ ବହି ଖାତା ସାଙ୍ଗକୁ ମେଞ୍ଚାଏ ଚକଲେଟ ଜରି ଆଉ ଚିତ୍ର ବିଚିତ୍ର ରଫଖାତା। ସେହି ରଫଖାତାରେ ଚିତ୍ର ଆଙ୍କୁ ଆଙ୍କୁ କିଏ ଜୀବନରେ କେତେ ଯେ ଶିଳ୍ପୀ କାରିଗର ବନି ଯାଇନାହାନ୍ତି ତାର ହିସାବ ନାହିଁ, ପୁଣି ସେହି ରଫ ଖାତାରେ ଗୀତ କବିତା ଲେଖୁ ଲେଖୁ ପ୍ରେମ ହୋଇଯାଏ କାହାର କାହାର ତ ଆଉ କିଏ ପାଲଟି ଯାଏ କବି, ଲେଖକ, ସାହିତ୍ୟିକ, ଆଉ ଅନେକ ସାଙ୍ଗ ରଫ୍ ଖାତାରୁ କାଗଜ ଚିରି ଡଙ୍ଗା କରି ବର୍ଷା ପାଣିର ଚକଡା଼ ଚକଡା଼ ଚୁଆ ବା ଓଳିତଳେ ଭସାଉ ଭସାଉ ଜୀବନର ନାଆ ବାହି ଚାଲୁଥାନ୍ତି ନିଜେ ଜାଣିପାରନ୍ତି ନାହିଁ।

କିନ୍ତୁ ବସ୍ତାନିରେ ପାଣି ବୋତଲ, ଛତା କେବେ ନଥାଏ ଏମିତିକି ସ୍କୁଲରେ ମଧ୍ୟାହ୍ନ ଭୋଜନ ନଥିଲେ ବି ଟିଫିନ ବକ୍ସ ନଥାଏ ବସ୍ତାନିରେ। ଏବେ ସେସବୁ ସମୟ କଥା ଭାବିଲେ ସୁରେଶ ବାବୁ ଭୂଗୋଳ ବିଜ୍ଞାନ ତଥା ଇତିହାସ ଆଡ଼କୁ ଦୃଷ୍ଟି ପହଁରେଇ ଆଣନ୍ତି, ନପାଇ ନାତିର ବହିପତ୍ର ଖୋଜି ସେ ଖୋଜୁଥିବା ବିଷବସ୍ତୁକୁ ନପାଇ ଝୁରି ହୁଅନ୍ତି ଅତୀତ। ସେମିତି ତାଙ୍କ ବେଳର ରଫଖାତା ଖଣ୍ଡେ ଧରି ଚପଲ ଘୋଷାରି କଲେଜ ଯିବା ସମୟ ମଧ୍ୟ ଅପସରି ଯାଇଛି। ବୋଉ କାନିରୁ ଦଶ କି କୋଡ଼ିଏ ପଇସା ସ୍କୁଲ ଜୀବନରେ ଯେତିକି ବଡ ଟଙ୍କାଏ ଦୁଇଟଙ୍କା ବା ଅତି ବେଶୀରେ ପାଞ୍ଚଟଙ୍କା ବହୁତ ବଡ ଥିଲା ହେଲେ ଆଜି ସେ କଥା ଭାବିଲେ ଆଶ୍ଚର୍ଯ୍ୟ ଲାଗେ ତ ସ୍ତ୍ରୀ ଅନୁପମା କୁହନ୍ତି, ସେତେବେଳେ ଚାଉଳ କିଲୋ ବା ଦରଦାମ ଅନୁଯାୟୀ ପଇସା ବା ଟଙ୍କାର ମୂଲ୍ୟ ସେହିଭଳି ଥିଲା ଆଉ ଏବେ ସେ ସମୟ ଚାଲିଗଲା କହିଲେ କେମିତି ହେବ ଏବେ ଦରଦାମ ହିସାବରେ ପଇସା ଓ ଟଙ୍କାର ମୂଲ୍ୟ କମିବା ତ ସ୍ଵାଭାବିକ। ସ୍ଵାମୀ ସୁରେଶବାବୁ କୁହନ୍ତି ହଁ ସତକଥା ଯୋଉ ଯୁଗରେ "ବାର୍ଟର ସିଷ୍ଟମ୍", ଅର୍ଥାତ ଜିନିଷ ବଦଳରେ ଜିନିଷ କିଣାବିକା ଥିଲା ସେମାନେ ବଞ୍ଚିଥିଲେ କେମିତି ଆମ ସମୟ ବିତିଗଲା ଭାବି କେତେ ବ୍ୟସ୍ତ ହୋଇ ନିଜ ପରିଶ୍ରମ ବଳରେ ଉପାର୍ଜନ କଥା ମନେପକାଇ କେତେ ସନ୍ତୁଳିତ ହୁଅନ୍ତେ ସତରେ।

ସୁରେଶ ବାବୁଙ୍କ ବିଡ଼ିବିଡି ନଶୁଣି ସ୍ତ୍ରୀ କହିଥିଲେ ହଉ ହଉ ବେଳ ହେଲାଣି ନାତିକୁ ନେଇ ସ୍କୁଲରେ ଛାଡ଼ିଆସ। ସ୍କୁଟି ଷ୍ଟାର୍ଟ କରୁ କରୁ ବୋହୁ ଦଉଡ଼ି ଆସି ନାତିର ଟିଫିନ ଓ ପାଣିବୋତଲ ଭୂଲିଯାଇଛି କହି, ଦେଇଯାଉଥିଲା। ହଁ ହଁ କହି ସେସବୁ ରଖିନେଇ ମୋ ସ୍କୁଲରେ ପହଞ୍ଚିଲା ବେଳକୁ ତଥାପି ହାତରେ ସମୟ ଥିଲା ତ ସୁରେଶ ବାବୁ ନାତିକୁ ପଚାରିଲେ ଆଇସକ୍ରିମ ଖାଇବୁ? ନା ନା, ଇନଫେକସନ ହେବ କହି ସେ ବାଏ ବାଏ କହି ଆଗେଇଯାଉଥିଲା ଚକଚକିଆ ସ୍କୁଲକୁ ତାର, ଆଉ ସୁରେଶ ବାବୁ ମନଭରି ଆଇସକ୍ରିମ ଖାଇ ଚାହୁଁଥିଲେ ଏପଟ ସେପଟକୁ, ନା ତାଙ୍କୁ କେହି ଦେଖୁନି ତ ଆଉଗୋଟିଏ ଆଇସକ୍ରିମ ମଗେଇ ପିଲାଦିନ ମନେପକାଉଥିଲେ , ଆଉ ତା ସହ ବଦଳି ଯାଇଥିବା ସମୟର ସେହି ଅଭୁଲା ରଫଖାତା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract