Gangotri Priyadarshini

Abstract Classics Inspirational

4  

Gangotri Priyadarshini

Abstract Classics Inspirational

ଫେରି ପାଆନ୍ତି କି ମୋ ପିଲାଦିନ

ଫେରି ପାଆନ୍ତି କି ମୋ ପିଲାଦିନ

4 mins
358



ପିଲାଦିନ କଥା ମନେ ପଡିଗଲେ କାହିଁକି କେମିତି ମୁଁ ବିଚଳିତ ହେଇଯାଏ । ସେଇ ପୁରୁଣା ସ୍ମୃତି ସବୁ କୁ ବାର ବାର ବଞ୍ଚିବାକୁ ଇଚ୍ଛା ହୁଏ । ଶତ ଚେଷ୍ଟା କଲେ ବି ସେ ସମୟ ସବୁ ଫେରିବା ଅସମ୍ଭବ ।

ସତରେ କେତେ ଆବିଳତା ଥିଲା ସେ ସବୁ ସମ୍ପର୍କରେ । ଗାଆଁ ଟା ସାରା ଲୋକ ପିଲା ମାନଙ୍କୁ ନିଜର ପିଲା ଭାବି ସ୍ନେହ ଢାଳୁ ଥିଲେ , ଆକଟ ବି କରୁଥିଲେ । ଦାଦା ବଡବାପା ,ଭାଇ ଦେଇ ,ଖୁଡି ବଡ଼ବୋଉ ,ଜେଜେ ମାଆ ,ଗାଆଁ ଟା ସାରା ଏଇ ସମ୍ପର୍କ । ଅମୁକ ଦାଦା , ସମୁକ ଖୁଡି । ମାତ୍ର ସହର ପରିବେଶ ସମ୍ପୂର୍ଣ୍ଣ ନିଆରା ।

ପଡ଼ିଶା ଘରେ ବାହାଘର ହେଉ , କି ଛୁଆ ହେଉ ,କି କେହି ମରିଗଲେ ବି କେହି ଟେର ପାଉ ନାହାଁନ୍ତି । ଅାତ୍ମୀୟତା ତ ଦୂର କଥା । ଆମ ଗାଆଁ ସ୍କୁଲରେ ସାହିତ୍ୟ ଶିକ୍ଷକ ଥିବା କିଶୋରୀ ଅଜା ସ୍କୁଲରେ ସାର୍ ,ଗାଆଁ ରେ ଅଜା । ପିଲାମାନେ ସବୁବେଳେ ତାଙ୍କ ଚାରି ପଟେ ସବୁବେଳେ ଗୋଡାଉ ଥାଆନ୍ତି ।

ସେ ମାଛ ନଖାଇ ବି ବଳକା ସମୟରେ ବନିଶୀ ରେ ମାଛ ଧରି ପିଲା ମାନଙ୍କ ଭିତରେ ବାଣ୍ଟି ଦିଅନ୍ତି । କେତେ ଭଲ ଭଲ କାହାଣୀ ,ସତ୍ୟ ଘଟଣା ,ପୌରାଣିକ ବିଷୟ ବସ୍ତୁ ଆଧାରିତ ଅନେକ କଥା ଶୁଣାନ୍ତି ।ପିଲା ତ ପିଲା ବଡ଼ ଲୋକ ମାନେ ବି ତାଙ୍କ ଗପ କୁହା ମୁହଁ କୁ ଘଣ୍ଟା ଘଣ୍ଟା ଧରି ଚାହିଁ ବସି ରୁହନ୍ତି ।କେବେ ବି ତାଙ୍କ ମୁଖ ମଣ୍ଡଳ ର ଭାବ ଭଙ୍ଗୀ ରୁ ଅଜା ବିରକ୍ତ ହେଲେଣି ବୋଲି ପ୍ରତୀତ ହୁଏ ନାହିଁ ।

ତାଙ୍କର ଗୋଟେ କାହାଣୀ ର ଚରିତ୍ର ଦ୍ବୟ ମୋତେ ବହୁତ ପ୍ରଭାବିତ କରିଥିଲା । ସମ୍ରାଟ ଆକବର ଆଉ ତାଙ୍କର ବିଦୁଷ ମନ୍ତ୍ରୀ ,ସର୍ବ ଗୁଣ ନୈପୁଣ୍ୟ ରେ ଭରପୁର ବିରବଲ ।

ଅପୂର୍ବ ବନ୍ଧୁତ୍ୱ ର ନିଦର୍ଶନ , ଜ୍ଞାନ ଚାର୍ତୁଯ୍ୟ ରେ ଅଗାଧ ପାଣ୍ଡିତ୍ୟ ହାସଲ କରିଥିବା ବିରବଲ୍ । ଅନେକ ଘଟଣା ଚକ୍ରରେ ତିକ୍ଷଣ୍ ବୁଦ୍ଧିମତ୍ତା ର ପରିଚୟ ପ୍ରଦାନ କରିଛନ୍ତି।

ଏମିତି ଗୋଟେ ଭଲ କାହାଣୀ ଯାହା ଅଜାଙ୍କ ଠାରୁ ବହୁତ ଥର ମୁଁ ଅନୁରୋଧ କରି ଶୁଣିଛି ଆଉ ପ୍ରଭାବିତ ହୋଇଛି ,ତାହା ହେଲା ::::: ଏକଦା ଶୀତ ଦିନ ରେ ସମ୍ରାଟ ଆକବର ଏବଂ ବୀରବଲ କୌଣସି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ପାଇଁ ରାଜ୍ୟ ଭିତର କୁ ଯାଇ ଥାଆନ୍ତି ।ସମ୍ରାଟ କହିଲେ " କାଲି ପାଣି ଏତେ ଥଣ୍ଡା ଥିଲା ଯେ , ମୋ ହାତ ସେ ପାଣିରେ ପୁରା ବରଫ ପାଲଟି ଯାଇଥିଲା ।


ଏହା କହି ସେ ବିରବଲଙ୍କୁ କହିଲେ ରାଜ୍ୟରେ ଘୋଷଣା କରା ଯାଉ ଯେ,ଯଦି କେହି ବ୍ୟକ୍ତି ଗୋଟେ ରାତି ନଦୀ ର ଥଣ୍ଡା ପାଣି ଭିତରେ ପୁରା ରାତି ଠିଆ ହୋଇ ରୁହେ , ସେହି ବ୍ୟକ୍ତି ଏକ ଶତ ସ୍ଵର୍ଣ୍ଣ ମୁଦ୍ରା ପାଇବା ପାଇଁ ହକଦାର ହେବେ ,

ଏହି ଖବର ଶୁଣି ରାଜ୍ୟର ମାତ୍ର ଜଣେ ଚାଷୀ ଯିଏ କି ବହୁତ ଦରିଦ୍ର ସାରା ରାତି ନଦୀ ଜଳରେ ବହୁତ କଷ୍ଟରେ ଠିଆ ହୋଇ ରହିଲେ ,ସକାଳ ହେଲା ରୁ ରାଜ ଦରବାର ଯାଇ ନିଜର ପ୍ରାପ୍ୟ ସ୍ଵର୍ଣ୍ଣ ମୁଦ୍ରା ଯାଚନା କଲେ । ରାଜା ନିଜେ ଉପସ୍ଥିତ ରହି ସେହି ଦରିଦ୍ର ଚାଷୀ କୁ ପଚାରିଲେ ଏହି ହାଡ଼ ଭଙ୍ଗା ଶୀତ ରାତିରେ ତୁମେ କେଉଁ ଶକ୍ତି ବଳରେ , ଏତେ ଥଣ୍ଡା ପାଣିରେ ଠିଆ ହୋଇ ରହିଲ ,ଗରିବ ଚାଷୀ ନିଜ ଉତ୍ତର ରଖିବାକୁ ଯାଇ କହିଲା , ହଜୁର ଆପଣଙ୍କୁ ରାଜ ଉଆସ ଛାତ ଉପରେ ଜଳୁଥିବା ଦୀପ କୁ ଦେଖି ମୁଁ ସାହସ ବାନ୍ଧି ଏପରି କରି ପାରିଲି । ଏହା ଶୁଣିବା କ୍ଷଣି ରାଜା ଉତ୍ୟକ୍ତ ହୋଇ କହିଲେ ତୁମକୁ ଦୀପ ଆଲୋକ ର ଉଷ୍ମତା ସାହାଯ୍ୟ କରିଲା ଯେବେ ତୁମେ ପୁରସ୍କାର ପାଇବା ପାଇଁ ଅଯୋଗ୍ୟ , ଯାଅ ବାହାରି ଯା ଏଠୁ ।

ବିଚାର ଲୋକର ଏତେ ସାହସ କୁଆଡୁ ଆସିବ ଯେ ସେ ରାଜାଙ୍କୁ ପ୍ରତି ଉତ୍ତର ଦେବ । ଚାଷୀ ଜଣଙ୍କ ବୀରବଲ୍ ଙ୍କ ନିକଟକୁ ଆସି ସବୁ କଥା ଦୁଃଖରେ ପ୍ରକାଶ କଲାରୁ , ବିରବଲ୍ ତାଙ୍କୁ ସାହାଯ୍ୟ କରିବାକୁ ସମ୍ମତି ପ୍ରଦାନ କଲେ ।

ତହିଁ ଆର ଦିନ,କୌଣସି କାମ ପାଇଁ ଦରବାରୀ ହାତରେ ରାଜା ବୀର୍ବଲ ଙ୍କୁ ରାଜ ଉଆସ କୁ ଡକାଇ ପଠାଇଲେ ,ମାତ୍ର ବୀରବଲ

ସଫା ସଫା ମନା କରି କହିଲେ ,ଯେପର୍ଯ୍ୟନ୍ତ ମାେ ଖିଚିଡି ରନ୍ଧା ନ ସରିଛି ,ମୁଁ ଆସି ପାରିବି ନାହିଁ ।

ଦରବାରୀ ର ଖବର ଅନୁସାରେ ,ସମ୍ରାଟ କହିଲେ କି ଖିଚିଡି ହେଉଛି ଯେ ସେ ଏଠାକୁ ଆସିବାକୁ ମନା କରିଦେଲେ । ରାଜା କୌତୁହଳ ବଶତଃ ପାତ୍ର ମନ୍ତ୍ରୀ ନେଇ ବୀରବଲ ଙ୍କ ଘରକୁ ଗଲେ ।ସେଠି ଦେଖିଲେ ଯେ ସେ, ଗୋଟେ ବାଉଁଶ କୁ ବହୁତ ଉପରେ ରଖି ତା ମଝିରେ ଗୋଟେ ଠେକି ଝୁଲେଇ , ଭୂମିରେ ନିଆଁ ଜାଳି ଖିଚିଡି

ରାନ୍ଧୁ ଛନ୍ତି । ରାଜା ଏହା ଦେଖି ବିସ୍ମୟ ପ୍ରକାଶ କରି କହିଲେ ,ଇଏ କି ରୋଷେଇ ଆହା କଣ କେବେ ସମ୍ଭବ ।ଏତେ ଉପରକୁ ନା ନିଆଁ ପହଞ୍ଚିଁବ ନା ରନ୍ଧା ହେବ ।

ବୀରବଲ କହିଲେ ଆଜ୍ଞା ଯଦି ଉଆସର ଦୀପ ଆଲୋକରେ ଗରିବ ଚାଷୀ କୁ ଉଷ୍ମତା ମିଳିଲା ,ଏହି ପ୍ରଚଣ୍ଡ ଶୀତ ରାତିରେ ନଦୀରେ ଠିଆ ହେବା ପାଇଁ ,ତାହେଲେ ଏଥିତ ଦୂରତା ବି କମ୍ ,ଆଉ ଅଗ୍ନି ବି ପାଖରେ ତାହେଲେ ଖିଚଡ଼ି ପ୍ରସ୍ତୁତ ହେଇ ପାରିବନି କାହିଁକି ???

ରାଜା ତାଙ୍କ ଭୁଲ୍ ତତକ୍ଷଣାତ୍ ବୁଝି ପାରିଲେ ,ଏବଂ ତାଙ୍କର ଆଉ ବୁଝିବା ବାକି ରହିଲା ନାହିଁ ଯେ ବୀର୍ବଲ୍ ରାଜାଙ୍କୁ ସତ୍ୟ ସହ ପରିଚିତ କରିବା ପାଇଁ ଏହି ଉପାୟ ଆପଣେଇ ଅଛନ୍ତି ।

ଆକବର ତୁରନ୍ତ ସେ ଚାଷୀ କୁ ଡକାଇ ପୁରସ୍କାର ରାଶି ଦେବ ସହ ତାର ସବୁ ଅସୁବିଧା ମଧ୍ୟ ଦୂର କଲେ । 

ବୀରବଲ ଆକବର ଙ୍କୁ ଉଚିତ୍ ଅନୁଚିତ୍ ର ମାର୍ଗ ନିର୍ଦ୍ଧାରଣ କରିବା ପାଇଁ ଏହି ପରି ବହୁତ୍ କାହାଣୀ ର ଉଦାହରଣ ରଖି ଯାଇଛନ୍ତି ।

ଯାହା କାଳ କାଳ ଧରି ଜନ ମାନସ କୁ ପ୍ରେରଣା ଯୋଗାଇବ । 

ଗୁରୁଜନ ମାନଙ୍କର ବହୁତ କଥା ସବୁ ଆମପାଇଁ ସିକ୍ଷପ୍ରଦ ହୋଇଥାଏ ,ଯାହା ଆମେ ଆମ ବାକି ଜୀବନରେ ଭଲ କର୍ମ ମାନ କରିବା ପାଇଁ ପ୍ରେରିତ କରେ ।



Rate this content
Log in

Similar oriya story from Abstract