STORYMIRROR

Akshayakumar Dash

Action Inspirational Others

3  

Akshayakumar Dash

Action Inspirational Others

ପେଶା

ପେଶା

2 mins
145


ରେବତୀଙ୍କ ଆଖି ପଡ଼ିଗଲା ପେଷା ଉପରେ। ଏହି ଘରକୁ ଯେଉଦିନ ବୋହୂ ହୋଇ ଆସିଥିଲେ, ସେଇ ଦିନରୁ ଏହି ପେଷା ହଳକ ରୋଷେଇ ଘର କାନ୍ଥକୁ ଲାଗି ଥୁଆହୋଇଛି। ଆକୁ ତାଂକ ମା କିଣିଦେଇଥିଲେ। ଆଉ ସେଇ ପେଷା ବାପ ଘରୁ ଶାଶୂ ଘରକୁ ଆସିଥିଲା। ଆଜକୁ ତିରିଶି ବର୍ଷ ତଳର କଥା। ଏହିଘରେ ବୋହୂ ହେଲେ। ସେତେବେଳେ ଏହିପେଶାରେ ବିରି ପେଶି ବଢ଼ି ପକାଉଥିଲେ। କେତେବେଳେ କେମିତି ଗହମ, କୋଳଥ, ମୁଗ, ଆଦି ପେଶନ୍ତି। ସେତେବେଳେ ଯାହା କାମ କଲେବି ଥକି ଯାଉଁନ ଥିଲେ। ଘର ଖରକା, ରୋଷେଇ, ଲୁଗା କାଚିବା ସହିତ ଲୁଗା ପଟା ଚୁଞ୍ଚିରେ ସିଲେଇ କରିବାକୁ ପଡୁଥିଲା। ତାସହିତ ଦୁଇଟା ଛୁଆଙ୍କର ସବୁଯତ୍ନ ନେବାକୁ ପଡ଼େ। ଛୁଆ ଆଜି ବଡ଼ ହେଲେ। ସ୍କୁଲ କଲେଜ ପଢି, ଝିଅ ବିବାହ କଲାଣି। ପୁଅ ବି ଚାକିରୀ କଲାଣି। ସଂସାର ଜଞ୍ଜ। ଳ ଭିତରେ ପେଶାପରି ପେଶି ହୋଇଯାଉଛନ୍ତି ସେବତୀ। ଚୁଟି ପାଚିଗଲାଣି, ଆଖିକୁ ଆଗପାରି ଦିଶୁନାହିଁ। ଭୂଲିଯିବା, କାମ କରିବାକୁ ଆଉ ଦେହ ଚଲୁନି। ନିଆଁ ଲଗା ଆଣ୍ଠୁ ଗଣ୍ଠି ଧରୁଛି। ରାତିକୁ ତେଲ ମାଲିସ କରି ବାକୁ ପଡୁଛି। ପିଲା ମାନେ ଘରକୁ ଆସିଲେ ପଡ଼ି ଉଠି କରିବାକୁ ତ ପଡ଼ିବ।

ପେଶା ଆଉ ଦରକାର ପଡୁନି। ଗ୍ରାଇଣ୍ଡର, ୱାସିଂ ମେସିନ, ଆଦି ଆଧୁନିକ ସରଞ୍ଜାମରେ କାମ ଚାଲିଛି। ସ୍ଵାମୀଙ୍କ କମ୍ ଦରମା, ଶିକ୍ଷକ ଚାକିରୀ। ମାପି ଚୁପି ଚଳିବାକୁ ପଡ଼େ। ଝିଅ ବଡ଼, ଚାକିରୀ କରି ୱାଶିଂ ମେସିନ, ଗ୍ରାଉଣ୍ଡର କିଣି ଆଣିଲେ। ମା ର କଷ୍ଟ ଝିଅ ବୁଝେ। ଘରେ ବହୁଦିନ ହେବ କୋଣାର୍କ ଟିଭି ଥିଲା, ଝିଅ ଫ୍ଲାଟ୍ ଟିଭି କିଣିଆଣିଲା। ଆସ୍ତେ ଆସ୍ତେ ସବୁ ସରଞ୍ଜାମରେ ଘର୍ ପୁରିଗଲା। ଝିଅ ବିଭାଘରେ ହେଲା, ଆଗରୁ ରହିଆସୁଥିବା ଭଡ଼ା ଘର ବଦଳରେ ଜାଗା କିଣି କୋଠା ଘର ହେଲା। ସବୁ ଆର୍ଥିକ କଷ୍ଟ ସହି ଦେବତାଙ୍କ ଆର୍ଶୀବାଦରୁ ସୁଧାରି ଗଲା। ପୁଅ ଚାକିରୀ ପାଇଲା। କଷ୍ଟ ଯାଙ୍କ ଚାଲିଗଲା ବୋଲି ଯାଣ।

ସ୍ବାମୀ ଚାକିରୀରୁ ଅବସର ନେଲେ। ପୁଅ ଉପରେ ଭରସା ରଖି ଚଳିବାକୁ ହେବ।

ସୁଖ ପରେ ଦୁଃଖ ଦୁନିଆଁର ଗତି। ପୁଅ ଆର୍ଥିକ ସମ୍ବଳ ବଢେଇ ବାକୁ ଯାଇ ବହୁ ଅର୍ଥ ଲଟେରୀ ଲଗାଇ ସେଥିରୁ ବହୁ କ୍ଷତିରେ ପଡ଼ିଲା। ଏହି ଅର୍ଥ ଭରଣ କରିବାକୁ ବିଭିନ୍ନ ପବ୍ଲିକ ସେକ୍ଟର ବ୍ୟାଙ୍କ୍ରୁ ଲୋନ୍ କରିଥିଲା। ତାହାକୁ ସୁଝି ନପାରି ମାନସିକ ଭାର ସାମ୍ୟ ହରେଇ ବସିଲା। ଫଳରେ ପିତାଙ୍କ ଉପରେ ୠଣ ସୁଝିବାର ଭାର ପଡ଼ିଲା। ନଚେତ୍ ଜୀବନ ପ୍ରତି ପୁଅର ବିପଦ।

ପୁଅର ୠଣ ସୁଝିଦେବାରୁ ପାରିବାର ଆଗେଇ ପଡ଼ିଲେ। ରେବତୀ ନିଜକୁ ପେଶା ସହିତ୍ ତୁଳନା କରିବାକୁ ଯାଇଛନ୍ତି।

ଆଜି ନିଜେ ପେଶି ହୋଇ ପଡିଛନ୍ତି। ସମୟ ଚକ୍ରରେ ଅକାମୀ ପେଶାଟି ପରି ଆଉଜି ପଡିଛନ୍ତି। ଭାଗ୍ୟ ଚକ୍ର ମଣିଷକୁ ଭିକାରୀ କରିବାକୁ ପଛାଏ ନାହିଁ।


Rate this content
Log in

Similar oriya story from Action