STORYMIRROR

Gobinda Chandra Sethi

Abstract Inspirational Thriller

4.7  

Gobinda Chandra Sethi

Abstract Inspirational Thriller

ପଦ୍ମା

ପଦ୍ମା

5 mins
24

ଅଳିଆ ଗଦାରେ ପଦ୍ମ । ଭାବିଲା ବେଳକୁ ଆଶ୍ଚର୍ଯ୍ୟ ଲାଗେ। ବାସ୍ତବରେ ଏହା ସତ୍ୟ । ଛୁଆଟି କେଉଁ ପଶୁ ପକ୍ଷୀର ଆହାର ହୋଇଥାନ୍ତା ଜଣାନାହିଁ । ତା ପୂର୍ବରୁ ଘିନୁଆ ଘେନି ଆସିଥିଲା ସଦ୍ୟଜାତ ମାନବ ରୂପୀ ଶିଶୁ କନ୍ୟା ଏକ ଅଳିଆ ଗଦା ଭିତରୁ । ସବୁଦିନ ପରି ଘିନୁଆ ନିଜର ଠେଲା ଧରି ପରିବା ବିକ୍ରି କରିବାକୁ ଯାଏ । ବିକ୍ରି ସରିବା ପରେ ନିଜ ଘରକୁ ଫେରେ । ଦିନେ ତା ଜୀବନର ଚଲା ପଥରେ ଏପରି ହେବ ସିଏ ବିଶ୍ୱାସ କରୁ ନ ଥିଲା । ସେ ଦିନ ଘିନୁଆ ପରିବା ବିକ୍ରି କରି ଘରକୁ ଫେରୁଥାଏ ଶୂନ ସାନ ଜାଗା ମଶାଣି ପାର କରି ଆସିବାକୁ ପଡିବ । ମଶାଣି ପାଖରେ ଏକ କଅଁଳ ଶିଶୁର କାନ୍ଦ ଶବ୍ଦ ଶୁଣି ସେ ଡରି ଯାଇଥିଲା । ଭୁତ ପ୍ରେତ ଭାଵି ଆଗକୁ ବଢୁ ଥିଲା ସତେ ଯେପରି ତା ଠେଲାକୁ କିଏ ଟାଣି ଧରିଲା । ମନକୁ ଧମ୍ଭ କରି ଠେଲା ରଖିଲା ପଛକୁ ଲକ୍ଷ୍ୟ କଲା ବେଳକୁ ଅଳିଆ ଗଦାରେ କଣ ଗୋଟିଏ ହଲୁଛି ଓ କାହାର କାନ୍ଦ ଶବ୍ଦ ଆସୁଛି। ପାଖକୁ ଯାଇ ଭଲକରି ଲକ୍ଷ୍ୟ କଲା ଏକ ଶିଶୁ କନ୍ୟା । ଏପଟେ ସେପଟେ ଦେଖିଲେ ହେଲେ କେହି ନଜର ଆସିଲେ ନାହିଁ। ଯେବେ କେହି ଦେଖା ନ ଦେଲେ ତ ସେ ତାକୁ ନିଜ କୋଳରେ ଉଠେଇ ନେଲେ । ନିଜ ଠେଲାର ଅଖା ଉପରେ ଶୁଆଇ ଦେଇ ନିଜ ଠେକାରେ ବାନ୍ଧିଥିବା ଗାମୁଛା ତାକୁ ଘୋଡେଇଦେଲା। ତାପରେ ଛୁଆଟି ଶାନ୍ତ ହୋଇଗଲା । ଠେଲାକୁ ଧରି ଆଗକୁ ବଢ଼ିଲା ଘିନୁଆ। ଘରେ ପହଞ୍ଚିଲା ବେଳକୁ ବୁଢୀମା ପୁଅର ଫେରିବା ବାଟକୁ ଚାହିଁ ବସିଥାଏ । ମାଆର ପ୍ରଶ୍ନ ଥିଲା ଘିନୁ ଆଜି ଫେରିବାକୁ ତୋର ଏତେ ଡେରି କାହିଁ ହେଲା। ଚାଲ ମାଆ ଭିତକୁ ସବୁ କଥା କହିବି। ଏତିକି କହି ଅଖା ଭିତରୁ ଛୁଆଟା କାଢ଼ି ମାଆ ହାତରେ ଧରାଇ ଦେଲା। ତାର ମାଆ ଚମକି ପଡ଼ି କହିଲା ଆରେ ଏ କଣ କାହାର ଛୁଆ ଚୋରୀ କରି ଆଣିଛୁ ପୋଲିସ ଵାଲା ତୋତେ ବାନ୍ଧି ନେଇଯିବ। ଯାଆ ଏହାକୁ ଗୁହାରୀ କରି ଥାନାରେ ଥାନା ବାବୁଙ୍କୁ ଫେରାଇ ଦେଏ। କାହାକୁ ଫେରାଇବି ମା ଏ ଛୁଆଟା ମଶାଣିରେ ପଡ଼ି କାନ୍ଦୁଥିଲା । ମୁଁ ନେଇ ଆସିଛି, କଣ ଭୁଲ କରିଛି । ଭଗବାନ କହିଲେ ଏ ଛୁଆ ଘିନୁଆର, ଏ ଛୁଆକୁ ବିଲୁଆ କୁକୁର ଖାଇ ଦେଇଥାନ୍ତେ। ସବୁ କଥା କହିଲା ପରେ ମାଆ ମନ ବୁଝିଗଲା ସେ ତାକୁ ଚିନି ପାଣି ଦେଇ ଶୁଆଇ ଦେଲା ।ସେହି ସମୟରେ ଘିନୁଆର ବୟସ ୩୦ ବର୍ଷ ଥିଲା । ଆଉ ତାଙ୍କ ବାହାଘର ବି ହୋଇନଥିଲା । ସେ ସେହି ଝିଅଟିକୁ ପାଇ ବହୁତ୍ ଖୁସି ଥିଲେ। ସେ ତାକୁ ପାଳିବା ଆଉ ନିଜେ କେବେ ବିବାହ ନ କରିବା ପାଇଁ ନିର୍ଣ୍ଣୟ ନେଲେ ।ଘିନୁଆର ମାଆ ଝିଅଟିକୁ ନିଜ ନାତୁଣୀ ପରି ପାଳିବାକୁ ଲାଗିଲା। ୬୦ବର୍ଷର ବୁଢ଼ୀ ପିଲାଟିକୁ କିପରି ପାଳିବ । ତଥାପି ତା ମନରେ ପାଳିବାର ଶ୍ରଦ୍ଧା କମ ନ ଥିଲା । ଘିନୁଆର ମାଆ ଘିନୁଆକୁ ବିବାହ କରିବାକୁ କନିଆଁ ଖୋଜିଲା, କିନ୍ତୁ ଘିନୁଆ ବିବାହ କରିବାକୁ ମନା କଲା। କାଳେ ବିଭା ହୋଇ ନିଜ ଛୁଆ ପିଲା ହେଲେ ତା ପଦ୍ମା ପ୍ରତି ସ୍ନେହ ଶ୍ରଦ୍ଧା କମିଯିବ। ଝିଅକୁ ପାଇ ଘିନୁଆ ବାଡ଼ୁଅ ରହିଗଲା। ଝିଅର ମାଆ ବାପ ସାଜି ଝିଅଟିକୁ ପାଳିବାକୁ ଲାଗିଲା । ଦିନେ ଘିନୁଆ ମୁଣ୍ଡରେ ଚଡକ ପଡିଲା ଯାହା ଭରସାରେ ଛୁଆଟିକୁ ଛାଡ଼ି ଯାଉଥିଲା ସେ ଆଉ ରହିଲା ନାହିଁ। ମାଆ ତାର ଆର ପାରିକୁ ଚାଲିଗଲା । ସେତେବେଳକୁ ପଦ୍ମାର ବୟସ ଚାରି ବର୍ଷ । ଘିନୁଆ ବିଚରା କରିବ କଣ କିଛି ଜାଣି ପାରିଲା। କିଛି ଦିନ ପଦ୍ମାକୁ ଠେଲା ଉପରେ ବସାଇ ପରିବା ସହିତ ହାଟକୁ ଯାଏ । ସଞ୍ଜ ହେଲେ ବାପ ଝିଅ ଘରକୁ ଫେରନ୍ତି । ଝିଅକୁ ମଣିଷ କରିବା ପାଇଁ ଘିନୁଆ ମୁଣ୍ଡରେ ବୁଦ୍ଧି ପଶିଲା। ତେଣୁ ତାକୁ ଆଶ୍ରମ ସ୍କୁଲରେ ରଖି ପଢାଇବାକୁ ସ୍ଥିର କଲା ।
       ପିଲାଟି ଯେତେବେଳେ ପାଞ୍ଚ ବର୍ଷ ହେଲା ତାକୁ ପାଠ ପଢ଼ାଇବା ପାଇଁ ଘିନୁଆ ଏକ ଆଶ୍ରମ ସ୍କୁଲରେ ନାମ ଲେଖାଇଦେଲା । ସେ ଦିନ ଛୁଆଟିକୁ ଆଶ୍ରମରେ ଛାଡିଲା ପରେ ଘିନୁଆ ବହୁତ କାନ୍ଦି ଥିଲା। ତା ସ୍ନେହ ମମତାରେ ଏପରି ବାନ୍ଧି ହୋଇଥିଲା, ପଦ୍ମାର ବାବା ଡାକ ପଛରୁ ତାକୁ ପାଗଳ କରି ଦେଇଥିଲା। ସେ ଧାଇଁଯାଇ ପଦ୍ମାକୁ କୁଣ୍ଢାଇ ଭୋ ଭୋ ହୋଇ କାନ୍ଦି ଥିଲା। ଘିନୁଆ କଠିନ ପରିଶ୍ରମ କରି ଝିଅଟିକୁ ନିଜ ଝିଅ ଭଳି ପାଳିଲେ ଆଉ ଝିଅଟିର ନାମ ରଖିଥିଲେ ପଦ୍ମା କାରଣ ପଙ୍କର ଅଳିଆ ଗଦାରୁ ସେ ଥିଲା ତାର ଲକ୍ଷ୍ମୀ। ତାକୁ କେବେ ବି କିଛି ଜିନିଷର ଅଭାବ ପରିଲକ୍ଷିତ ହେବାକୁ ଦେଇନଥିଲେ । ପ୍ରାୟ ସପ୍ତାହରେ ଥରେ ଘିନୁଆ ଝିଅକୁ ଦେଖିବାକୁ ଯାଏ। ଦିନେ ପଦ୍ମା ଘିନୁଆକୁ କହିଲା ବାବା ସମସ୍ତଙ୍କ ମାଆ ବାବା ଆସୁଛନ୍ତି । ମୋ ମାଆ କାହିଁ ବାବା, ଝିଅର ମନ ବୁଝୁବା ପାଇଁ ସେ କହିଲା ତୋ ଜେଜୀ ମାଆ ମରିବା ଆଗରୁ ତୋ ମାଆ ଭଗବାନ ପାଖକୁ ଚାଲି ଯାଇଛି। ଆଉ ଫେରିବ ନାହିଁ ମୁଁ ଏବେ ତୋର ସବୁ କିଛି କହି ଝିଅକୁ ଟିକେ ଗେଲ କରି କଥା ଭୁଲେଇ ଦେଇ ତା ହାତରେ ଏକ ଚକୋଲେଟ ଧରାଇ ଦେଲା। ଝିଅଟି ସବୁ ଭୁଲିଯାଇ ତା ବାବାକୁ ହାତ ହଲାଇ ଆଶ୍ରମ ହଷ୍ଟେଲ ଭିତରକୁ ଚାଲିଗଲା ।
    ଆଶ୍ରମ ସ୍କୁଲର ଶିକ୍ଷକମାନେ ପଦ୍ମାର ପ୍ରବଳ ଧୀଶକ୍ତି ଓ ପାଠ ପଢ଼ାରେ ଉତ୍ସାହ ଦେଖି ଆଶ୍ଚର୍ଯ୍ୟ ହେଉଥିଲେ। ସମସ୍ତେ କୁହନ୍ତି ଏ ଝିଅ ଦିନେ ନା ଦିନେ ଭଲ ମଣିଷ ହେବ । ସତକୁ ସତ ହାଇସ୍କୁଲ ପରୀକ୍ଷାରେ ନିଜ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ସମସ୍ତଙ୍କ ନଜରକୁ ଆସିଥିଲା । ତାପରେ ପଦ୍ମା ସରକାରୀ ଓ ବେସରକାରୀ ସହାୟତାରେ କମ୍ପୁଟର ସାଇସ୍ସରେ ସ୍ନାତକ କରି ପ୍ରଥମ ଶ୍ରେଣୀରେ ପାଶ କରିଥିଲା । ଆଜି ପଦ୍ମା ରାଜ୍ୟର ଲୋକସେବା ଆୟୋଗରୁ ପିସିଏସ୍ ର ପରୀକ୍ଷାରେ ସଫଳ ହେଲେ ଓ ଏହାପରେ ତାଙ୍କୁ ଆୟକର ସହାୟକ ପଦରେ ପୋଷ୍ଟିଙ୍ଗ୍ ଦିଆଗଲା । ତାପରେ ଘିନୁଆର ଖୁସି କହିଲେ ନ ସରେ । ନିଜ ଝିଅକୁ ଦେଖି ଲୁହରେ ଭିଜି ଗଲେ ଘିନୁଆ କାରଣ ତାଙ୍କର ସେହି ଝିଅ ତାଙ୍କ ସ୍ୱପ୍ନ ପୂରଣ କରି ଦେଇଥିଲା ଯାହାକୁ ସେ ଅଳିଆ ଗଦରୁ ଉଠାଇ ଆଣିଥିଲା। ପଦ୍ମା ନିଜ ବାପାଙ୍କ ସହ ରହୁଛନ୍ତି, ଆଜି ଘିନୁଆ କୁହନ୍ତି ମୁଁ ଅଳିଆ ଗଦାରୁ ଝିଅ ନୁହଁ ହୀରା ଉଠେଇଥିଲି ଯେ ଆଜି ମୋ ପଙ୍କ ଗାଡିର ପଦ୍ମ ଫୁଲରୂପୀ ପଦ୍ମା ସେ ମୋର ଏହି ବୃଦ୍ଧାବସ୍ଥାରେ ସାହାରା ହୋଇଛି । 
    ପଦ୍ମା ତାଙ୍କ ବାପାଙ୍କ ସବୁ ଇଛା ପୂରଣ କରନ୍ତି । ଆଜି ଘିନୁଆ ନିଜକୁ ଧନ୍ୟ ମନେ କରୁଛି । ଯେବେ ବିବାହ ପ୍ରସ୍ଥାବ ଆସିଲେ ବିବାହ କରିବାକୁ ନାରାଜ । ସବୁବେଳେ କହେ ମୋ ବାପା ମୋ ପାଇଁ ପିତା ଓ ଜନନୀ । ପିତାମାତାରେ ସ୍ୱାଦ ମୁଁ କେବଳ ମୋ ବାପାଙ୍କ ଠାରୁ ପାଇଛି । ମୁଁ ଯଦି ଶାଶୁ ଘରକୁ ଚାଲିଯିବି ମୋତେ ଜୀବ ଦାନ କରିଥିବା ମୋ ଦେବତାକୁ ହରାଇ ବସିବି । ମୋତେ ପାଇ ମୋ ବାପା ତାଙ୍କର ବୈବାହିକ ଜୀବନ ବିଷୟରେ ଚିନ୍ତା କରି ନ ଥିଲେ । କାରଣ ଯେତେବେଳେ ମୁଁ ମୋ ବାପାଙ୍କୁ କହିଲି ମୋ ମାଆ କାହିଁ ବାପା ସେତେବେଳେ ଭୋ ଭୋ ହୋଇ ସବୁ ସତ କଥା କହିଥିଲେ। ସେତେବେଳେ ମୋ ନିଜକୁ ବିଶ୍ୱାସ କରି ନଥିଲି। ଆଜି ମୁଁ ମୋ ପରି ପରିତକ୍ତା ଶିଶୁମାନଙ୍କୁ ରକ୍ଷା କରିବାକୁ ମୁଁ ଶପଥ ନେଇଛି ।
      ଆଜି ମୋ ବାପାଙ୍କ ନାମକୁ ସ୍ମାରକୀ କରି ଆମ ରାଜ୍ୟରେ “ଘିନୁଆ ଅନାଥାଶ୍ରମ” ଓ ”ଘିନୁଆ ଵୃଦ୍ଧାଶ୍ରମ” ଖୋଲିଛି । ସରକାରୀ ବେସରକାରୀ ସାହାଯ୍ୟ ସହାନୁଭୂତି ମିଳିଛୁ। ଅନେକ ଅନାଥ ଛୁଆମାନଙ୍କର ମାଆ ହୋଇଛି। ତାର ମମତା ମୋତେ ପାଗଳ କରିଛି । ତତ୍ ସହିତ ମୋ ଵୃଦ୍ଧାଶ୍ରମରେ ସମସ୍ତଙ୍କ ଅଲିଅଳି କନ୍ୟା ପଦ୍ମା ଡାକରେ ଯେଉଁ ସ୍ବର୍ଗୀୟ ଆନନ୍ଦ ମୋ ଜୀବନକୁ ଆଜି ସାକାର କରିଛି।
ମୋ ବାପାଙ୍କ ଶ୍ରାଦ୍ଧ ବାର୍ଷିକର ମହାସମ୍ମିଳନୀ ମୋ ପାଇଁ ଏକ ବଡ଼ ଉତ୍ସବ। ଅନେକ ସମାଜସେଵୀ, ନେତା,ଅଭିନେତାଙ୍କର ଯୋଗଦାନ ଓ ସହଯୋଗ ଆଜି ଏ ଅଞ୍ଚଳକୁ ସରସ ସୁନ୍ଦର କରିଛି ତା ପରିକଳ୍ପନାରୁ ବାହାରେ କହିଲେ ଚଳେ। ମୋ ବାପାଙ୍କ ନାମରେ ଏ ସଂସ୍ଥା ଯୁଗ ଯୁଗ ଧରି ଯଶୋଗାଥା ହୋଇ ରହୁ ମୁଁ ଈଶ୍ୱରଙ୍କୁ ସଞ୍ଜ ସକାଳେ ଗୁହାରୀ କରୁଛି।
କ୍ରମଶଃ....







Rate this content
Log in

Similar oriya story from Abstract