STORYMIRROR

Gobinda Chandra Sethi

Abstract Romance Inspirational

4.5  

Gobinda Chandra Sethi

Abstract Romance Inspirational

ଷ୍ଟେପନିର (Stepney) ପ୍ରେମ💞 କାହାଣୀ

ଷ୍ଟେପନିର (Stepney) ପ୍ରେମ💞 କାହାଣୀ

5 mins
231


"ଷ୍ଟେପନି"ର କାହାଣୀ ଅତି ରୋମାଞ୍ଚ । ଏହା ହେଉଛି ମଟର ଗାଡିର ଏକ ଅତିରିକ୍ତ ଟାୟାର । ଆମ ପାଇଁ ସୁଖ ଦୁଃଖର ସାଥୀ । ଦିନେ ଇଂଲଣ୍ଡର ଡେଭିସ୍ ଭାଇମାନଙ୍କ ଦ୍ୱାରା ଏହା ଉଦ୍ଭାବିତ ହୋଇଥିଲା ଏବଂ ୱେଲ୍ସର ଲାନେଲିର ଷ୍ଟେପନି ଷ୍ଟ୍ରିଟରେ ଥିବା ସେମାନଙ୍କ କର୍ମଶାଳା ଅନୁସାରେ ନାମିତ ହୋଇଥିବା ସ୍ପେୟାର ହ୍ୱିଲ୍। ଆମ ଜୀବନ ଯାତ୍ରାରେ ମଟର ଗାଡିର ଯେ କୌଣସି ହ୍ୱିଲ୍ ଖରାପ ହେଲେ ସଙ୍ଗେ ସଙ୍ଗେ ତାକୁ ସ୍ଥାନତାରିତ କରି ତାକୁ ଲଗାଯାଏ। ଅର୍ଥାତ ଗାଡିଟି ତା ଗନ୍ତବ୍ୟ ପଥରେ ବାଧାବିଘ୍ନକୁ ଅତିକ୍ରାନ୍ତ କରି ତାର ଲକ୍ଷ୍ୟ ସ୍ଥଳରେ ପହଞ୍ଚିଯାଏ ।
     "ଷ୍ଟେପନି" ପରି ସତରେ ଆଜି ଆମ ଜୀବନର ଗତି । ଆଜି ଷ୍ଟେପନି ନ ଥିଲେ ମଟର ଗାଡି ପରି ଜୀବନର ଗତି ମଧ୍ୟ ଅଧ ବାଟରେ ଠପ୍ ହୋଇଯିବ । ଯେପରି ଛୁଆ ପିଲାଙ୍କ "ଷ୍ଟେପନି" ହେଉଛନ୍ତି ବାପା ମା । ବାର୍ଦ୍ଧକ୍ୟରେ ଓ ବୁଢାବୁଢ଼ୀ ହୋଇଗଲେ ପିଲାମାନେ ଆମ ପାଇଁ ଷ୍ଟେପନି ସଦୃଶ କାମ କରନ୍ତି। ଆଉ ଯେତେବେଳେ ଛୁଆ ପିଲାମାନେ ଆମକୁ ଛାଡ଼ି ଦେଶ ବିଦେଶରେ ରୁହନ୍ତି । ସେତେବେଳେ ଆମେ ବୁଢ଼ା ବୁଢ଼ୀ ପରସ୍ପର ପାଇଁ ଅନୁପୂରକ। କହିବାର ଅର୍ଥ ବୁଢ଼ା ଦେହ ଖରାପ ହେଲେ ବୁଢ଼ୀ ତା ପାଇଁ ଷ୍ଟେପନି ଓ ବୁଢ଼ୀ ଦେହ ଖରାପ ହେଲେ ବୁଢ଼ା ତା ପାଇଁ । ଆଉ ଯେତେବେଳେ ବୁଢ଼ା ବୁଢ଼ୀ ମଧ୍ୟରୁ କେହି ଜଣେ ଛାଡି ଆର ପାରିକୁ ଚାଲିଯାଏ ତାଙ୍କ ପାଇଁ ଭଗବାନ ନିଜେ ହିଁ ଷ୍ଟେପନି ହୋଇଯାନ୍ତି । ତାମାନେ ନୁହେଁ ଯେ ଭଗବନ ନିଜେ ଆସି ତାର ସେବା କରନ୍ତି । ସବୁ ନିଜ କର୍ମ ଉପରେ ନିର୍ଭର କରି ଥାଏ । ପିଲାମାନଙ୍କୁ ଭଲ ସଂସ୍କାର ମିଳିଥିଲେ ସେମାନେ ଆସି ନେଇଯାନ୍ତି ଓ ପାଖରେ ରଖନ୍ତି । ନୋହିଲେ ତାଙ୍କ ପାଇଁ ଵୃଦ୍ଧାଶ୍ରମ ଅଛି ଯେଉଁଠାରେ ଭଗବାନ ରୂପୀ କରୁଣାବାନ ଲୋକମାନେ ତାଙ୍କର ଯତ୍ନ ନେଇଥାନ୍ତି। ସେମାନେ ନୋହିଲେ ମିଳିବ ନର୍କ ଯନ୍ତ୍ରଣା । ସ୍ୱର୍ଗ ଓ ନର୍କ ସବୁ ଏହି ମର୍ତ୍ତ୍ୟରେ । ଦେବଓ ଦାନବ ସବୁ ଏହି ଆମ ହୃଦୟରେ ବାସ କରେ । କେତେବେଳେ କେଉଁ ରୂପରେ କିଏ ତାଙ୍କ ଦୂତ ପରି କାମ କରିବ ତାହା ହିଁ ଭଗବାନଙ୍କ ଉପରେ ନିର୍ଭର କରେ। ଆଜିର ଏ ଜୀବନ ମଟର ଗାଡିର ଷ୍ଟେପନି ସହିତ କିପରି ତାର ସାମଞ୍ଜସ୍ୟ ରହିଛି ସତରେ ତାହା ବହୁତ ବିଚିତ୍ର ଲାଗେ ।
  ତ୍ରେତୟା ଯୁଗରେ ଭଗବାନ ଶ୍ରୀରାମ ପିତୃସତ୍ୟ ପାଳନ କରିବା ପାଇଁ ଯେତେବେଳେ ୧୪ବର୍ଷ ବନବାସ ବାହାରିଲେ ସେତେବେଳେ ମାତା ସୀତା ଓ ଅନୁଜ ଲକ୍ଷ୍ମଣ ତାଙ୍କର ଷ୍ଟେପନି ହୋଇ ତାଙ୍କ ପଛରେ ଧାଇଁଥିଲେ । ପ୍ରଭୁ ଶ୍ରୀରାମଙ୍କ ଶତ ବାରଣ କରିଥିଲେ ସୁଦ୍ଧା ସେମାନେ ତାଙ୍କୁ ବିନମ୍ର ନିବେଦନ କରି ତାଙ୍କ ହୃଦୟ କିଣି ନେଇଥିଲେ। ତାପରେ ପ୍ରଭୁ ଶ୍ରୀରାମଙ୍କ ଅନୁମତି ପାଇ ତିନିଜଣ ଏକାଠି ହୋଇ ବନବାସ ଯାଇଥିଲେ। ଏହି ଚଉଦ ବର୍ଷ ବନବାସ ମଧ୍ୟରେ ଭଗବାନ ଶ୍ରୀରାମଙ୍କୁ ଅନେକ ଘାତ ପ୍ରତିଘାତ ସହିବାକୁ ପଡିଥିଲା । ଅନୁଜ ଲକ୍ଷ୍ମଣ ବିନା ନିଦ୍ରା ଓ ଆହାରରେ ଭାଇ ଭାଉଜଙ୍କ ସେବା ଆଜି ହିଁ ମାନବ ଜାତି ପାଇଁ ଏକ ସନ୍ଦେଶ । ପରିସ୍ଥିତିର ବଶବର୍ତ୍ତୀ ହୋଇ ଦିନେ ମାୟାବୀ ରାବଣ ମାତା ସୀତାଙ୍କୁ ହରଣ କରି ନେଇଥିଲା । ପ୍ରଭୁ ଶ୍ରୀରାମ ଓ ଅନୁଜ ଲକ୍ଷ୍ମଣ ତାଙ୍କ ଷ୍ଟେପନି ମାତା ସୀତାଙ୍କୁ ଉଦ୍ଧାର କରିବାକୁ ବାନର ସେନା ଧରି ଲଙ୍କାରେ ପ୍ରବେଶ କଲେ । ବହୁ କଷ୍ଟରେ ଲଙ୍କାପତି ରାବଣକୁ ବଧ କରି ଲଙ୍କାପୁରରୁ ମାତା ସୀତାଙ୍କୁ ଉଦ୍ଧାର କରି ପ୍ରଭୁ ଅଯୋଧ୍ୟା ଫେରିଲେ । ଅଯୋଧ୍ୟାର ପ୍ରଜା ଘରେ ଘରେ ଉଜ୍ବଳ ଆଲୋକର ଦୀପଶିଖାରେ ସେମାନଙ୍କୁ ସ୍ୱାଗତ କରିଥିଲେ। ସେତିକିରେ ମାତା ସୀତାଙ୍କ ଦୁଃଖ ଯାଇ ନ ଥିଲା ଶେଷରେ ପ୍ରଜାଙ୍କୁ ସନ୍ତୁଷ୍ଟ କରିବା ପାଇଁ ମାତା ସୀତାଙ୍କୁ ସତୀତ୍ଵର ପରୀକ୍ଷା ଦେବାକୁ ପଡିଥିଲା ।
      ବର୍ତ୍ତମାନ ଏ କଳିଯୁଗରେ ଷ୍ଟେପନିଙ୍କ କାର୍ଯ୍ୟ କଳାପ ମୁଣ୍ଡ ବ୍ୟଥାର କାରଣ । ଆଜି ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ଷ୍ଟେପନି ପରି ନାମକୁ ମାତ୍ର । ଏମାନେ ମଟର ଗାଡିର ଷ୍ଟେପନି ନୁହଁନ୍ତି ଯେ ତାଙ୍କୁ କେହି ଚୋରୀ କରିନେବ କି ଭୁଲେଇ ଦେବ । ଆଜିର ସ୍ତ୍ରୀ ଓ ପୁରୁଷ ଷ୍ଟେପନି ଭୂମିକାରେ ଏକ ପ୍ରହେଳିକା । ଏ ବିବାହ ବନ୍ଧନ ନାମକୁ ମାତ୍ର । ପରକୀୟା ପ୍ରୀତିରେ କିଏ କେତେବେଳେ କାହାକୁ ଛାଡିକି ଯାଉଛି ତାର ଠିକଣା ନାହିଁ। ସ୍ତ୍ରୀ ମରୁ କି ସ୍ୱାମୀ କ୍ଷଣିକ ସୁଖରେ ଯିଏ ଯାହା ବାଟରେ ଛୁ ମନ୍ତର । ଛୁଆପିଲା ଓ ସ୍ୱାମୀକୁ ଛାଡି ସ୍ତ୍ରୀ କେତେବେଳେ ଅନ୍ୟ କାହାର ଷ୍ଟେପନି ହୋଇ ଯାଉଛି ଆଉ କେବେ ଘରକୁ ଫେରୁନି । ଯେବେ କେବେ ଫେରି ଆସୁଛି ତାକୁ ଆଉ ଅଗ୍ନିରେ ସତୀତ୍ଵ ପରୀକ୍ଷା ଦେବାକୁ ପଡୁନି। ଏଥିପାଇଁ ଆମ କୋର୍ଟ କଚେରୀରେ ତାର ସତୀତ୍ଵ ପରୀକ୍ଷା ଦେବାକୁ ପଡୁଛି। ସେ ତା ସ୍ୱାମୀ ସମ୍ପତ୍ତିକୁ ଛିନ୍ନ କରି ଅଲଗା ହୋଇ ଯାଉଛି । ବାସ୍ତବରେ ଷ୍ଟେପନି ଆଜି ସ୍ୱାଧୀନ ସେ ସ୍ତ୍ରୀ ହେଉ କି ପୁରୁଷ । ଆଜି ସ୍ତ୍ରୀ ଷ୍ଟେପନି ପୁରା ସ୍ୱାଧୀନ ସେ ଯୁଆଡେ ଗଲେ କି କେଉଁଠି ରହିଲେ ତା ସ୍ୱାମୀ ପାଟି ଖୋଲି ପାରିବ ନାହିଁ । ନିଜକୁ ସେମାନେ କାକ ପରି ଅତି ଚାଲାଖ ଭାବନ୍ତି ଶେଷରେ ମଳ ଖାଇ ସର୍ବଶାନ୍ତ ହୋଇ ଯାଆନ୍ତି । ଶେଷରେ ଏତେ ତଳକୁ ଖସି ଯାଆନ୍ତି ଯେ ନେଡି ଗୁଡ଼ କହୁଣିକୁ ଚାଲିଯାଏ। ଏକୂଳର ହୁଏ ନା ସେ କୂଳର କାହାରି ହୁଏନି ତିନି ପାଞ୍ଜିରୁ ଯାଏ । ଆଉ ପୁରୁଷର ଆଜି ମାନବିକତା ହଜି ଯାଇଛି । ଯାହାକୁ ଗୃହର କର୍ତ୍ତା କୁହାଯାଏ ଆଜି ସେ କେତେବେଳେ ଏ ଘର ମାଉସୀ ତ ସେ ଘରର ପିଉସୀ । କେବେ ବେଳେ କାହାକୁ କହୁଛି ଘରବାଲୀ ତ ଆଉ କାହାକୁ କରିଛି ବାହାରବାଲୀ କରି । ଆଜି ଏ ସମାଜରେ ସ୍ତ୍ରୀ ଆଉ ପୁରୁଷ ଉଭୟ ସଂଯତ ହେବା ଦରକାର । ଆମ ସମାଜ ଲକ୍ଷେ ସମାଜରେ ମଉଡମଣୀ। ଆମ ହିନ୍ଦୁ ସନାତନ ଧର୍ମ ପୃଥିବୀରେ ବିରଳ । ସ୍ତ୍ରୀ ତା ପୁରୁଷ ପାଇଁ ଘର ଓ ବାହାର ଦୁଇଟି କ୍ଷେତ୍ରର ଷ୍ଟେପନି। ଖାଲି ଭଲ ଗୃହିଣୀ ହେଲେ ହେବନି । କଥାରେ ଅଛି ନାରୀ ଚରିତ୍ର କେ ପାରେ ବଖାଣି ନିଜ ଚରିତ୍ରେ ସେ ରଚେ କାହାଣୀ । ଅର୍ଥାତ୍ ନାରୀ ରୂପୀ ଷ୍ଟେପନିର ବାଟ ଅନେକ । ନିଜ ଜୀବନକୁ ସେ କିପରି ଆଗେଇ ନେଇ କି କାହାଣୀ ରଚି ପାରିବ ସେ ସିନ୍ଦୁକର ଚାବି କାଠି ତାଙ୍କ ହାତରେ । ସେ ପୁରୁଷ ଷ୍ଟେପନିଙ୍କୁ କେମିତି ସୁପଥରେ ନେବେ ଜୀବନର ଘର ସଂସାର ଚାବିକାଠି ସେମାନଙ୍କ ହାତରେ ।ଅନେକ ପୁରୁଷ ନିଜେ ସଂଯତ ହେବା ସହ ପତ୍ନୀମାନଙ୍କୁ ଉତ୍ତମ ଶିକ୍ଷାର ଭଲ ବୁଝାମଣାରେ ସଂସାରକୁ ସତ୍ୟ ପଥରେ ଯେବେ ନେଇ ଯାଇଥାନ୍ତି । ତେଣୁ ସେମାନଙ୍କ ସମ୍ପର୍କ ଓ ପରିବାର ଏକ ସୁବର୍ଣ୍ଣ ଡୋରୀରେ ବାନ୍ଧି ହୋଇ ବର୍ତ୍ତମାନ ଓ ଭବିଷ୍ୟ ପାଇଁ ଷ୍ଟେପନି ହୋଇ ରହିଥାଏ । ବାସ୍ତବରେ ଆଜି ଗାଡିର ଷ୍ଟେପନି ଆଜି ମାନବ ଜାତି ପାଇଁ କେତେ ସୁନ୍ଦର କିଭଳି ନୀତି ଶିକ୍ଷା ଦେଉଛି ଆମ ଜୀବନ ଯାତ୍ରା ପାଇଁ ଏକ ବଡ ଉଦାହରଣ । ଜୀବନର ଆବୁଡ଼ା ଖାବୁଡ଼ା ଗତି ପଥକୁ କିଭଳି ସରସ ସୁନ୍ଦର କରି ଅତିକ୍ରମ କରିବାକୁ ହେବ ଥରେ ହୃଦୟଙ୍ଗମ କରି ଦେଖ। ଆଜି ସମସ୍ତେ ମନେ ରଖିବା ଉଚିତ ଆଜି ଏ ଜୀବନ ଗତି ଷ୍ଟେପନି ବିନା ଅଧୁରା । ସେ ପତି ପତ୍ନୀ ହେଉ କି ପିତାମାତା ପାଇଁ ସନ୍ତାନ ହୁଅନ୍ତୁ । ଜୀବନର ଗତିପଥ ସଫଳ ପଥରେ ଆଗେଇ ନେବା ପାଇଁ କେଉଁ ଷ୍ଟେପନି ପ୍ରେମ ଅଧ ବାଟରେ ଅଟକି ନ ଯାଉ । ଅର୍ଥାତ ଯାହାର ଷ୍ଟେପନି ଯେତେ ସୁନ୍ଦର ଓ ମଜଭୁତ ତା ଭବିଷ୍ୟତ ଓ ପରିବାର ସେତେ ସରସ ସୁନ୍ଦର । ଅଯଥା ଜୀବନ ସମସ୍ୟା ବହୁଳ ଷ୍ଟେପନି ବାଦ ବିବାଦରେ ଅଧୋପତନ ନ ହେଉ । ଆଜି ମୋ ଅନୁଚିନ୍ତା ଓ ଅନୁଭୂତି ମନ ଗଢ଼ା ଷ୍ଟେପନି କାହାଣୀର ପରିକଳ୍ପନା ଜୀବନ ସହ ସାମଞ୍ଜସ୍ୟକୁ ନେଇ ରଚନା ନିଶ୍ଚୟ ଆମ ପାଇଁ ଏକ ହୃଦୟସ୍ପର୍ଶୀ କାହାଣୀ । ମୋ ଷ୍ଟେପନି କାହାଣୀ ଜୀବନ ପଥରେ କେତେ ସରସ ସୁନ୍ଦର ଆପଣମାନେ ହିଁ କହିବେ।


Rate this content
Log in

Similar oriya story from Abstract