କେରଳର କରାଳ ଗତି
କେରଳର କରାଳ ଗତି
କେରଳ ରାଜ୍ୟର ପ୍ରସିଦ୍ଧ ଜିଲ୍ଲା ୱାଇନାଡ଼। ନିଜର ହୃଦୟ ସ୍ପର୍ଶି ପ୍ରାକୃତିକ ସୌଦାର୍ଯ୍ୟ, ସାଂସ୍କୃତିକ କାରୁକାର୍ଯ୍ୟ ପାଇଁ ପ୍ରସିଦ୍ଧ । କେରଳ ଭାଷାରେ ୱାଇନାଡ଼ର ପ୍ରକୃତ ଅର୍ଥ “ଧାନର କ୍ଷେତ ଭୂମି ”। ସୌନ୍ଦର୍ଯ୍ୟର ବେଳାଭୂମି ପଶ୍ଚିମ ଘାଟ ଅନେକ ଜୀବଜନ୍ତୁ ଓ ବିଭିନ୍ନ ପ୍ରକାର ବୃକ୍ଷ ଲତାରେ ପରିପୂର୍ଣ୍ଣ । ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ହେଲା ଏ ଅଞ୍ଚଳର ବ୍ୟଞ୍ଜନ । ଯେଉଁ ଖାଦ୍ୟ ଦ୍ୱାରା ଏହି ଅଞ୍ଚଳର ଇତିହାସ, ଭୌଗଳିକ ଏପରି କି ଏହି ଅଞ୍ଚଳର ଲୋକମାନଙ୍କର ହୃଦୟର କାହାଣୀକୁ ପ୍ରତିଫଳନ କରିଥାଏ ।
ୱାଇନାଡ଼ ଏପରି ଏକ ଅଞ୍ଚଳ ଯାହାର ମଳୟ ମସଲାର ସୁଗନ୍ଧରେ ପରିପୂର୍ଣ୍ଣ। ଉତ୍ତରରେ ଅବସ୍ଥିତ ପାହାଡ଼ ପର୍ବତ ସତେ ରାଜ୍ୟ ପାଇଁ ଏକ ରତ୍ନ । ସେ କେରଳ ରାଜ୍ୟ ପାଇଁ ଏକ ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ । ଯାହାର ସୌନ୍ଦର୍ଯ୍ୟ ପ୍ରତିଦିନ ହଜାର ହଜାର ଦର୍ଶକମାନଙ୍କୁ ଦେଶ ବିଦେଶରୁ ଆକୃଷ୍ଟ କରିଥାଏ । ଯାହାଦ୍ୱାରା ରାଜ୍ୟର ଆର୍ଥିକ ପରିସ୍ଥିରେ ଅନେକ ସୁଧାର ଆଣି ଥାଏ ।
ନିଜର ନବ ବୈବାହିକ ଜୀବନକୁ ଖୁସିରେ କଟାଇବାକୁ ପଞ୍ଜାବ ରାଜ୍ୟରୁ ବୁଲି ଆସିଥାନ୍ତି ସୋନୁ ମନୁ । ସୋନୁ ଅର୍ଥାତ୍ ଡାକ୍ତର ସୋନାଲି ସିଂ, ମନୁ ଅର୍ଥାତ୍ ଡାକ୍ତର ମନୋଜ ସିଂ । ଦୁଇ ଯୁବ ଡାକ୍ତର ବିବାହର ପନ୍ଦର ଦିନ ପରେ ଆତ୍ମୀୟ ସ୍ୱଜନଙ୍କ ଠାରୁ ହସ ଖୁସିରେ ବିଦାୟ ନେଇ ନିଜ ବୈବାହିକ ଜୀବନର ପ୍ରଥମ ସୋପାନରେ ଖୁସି ଭରିବା ପାଇଁ ବୁଲି ଆସିଥାନ୍ତି ୱାଇନାଡ଼। ୱାଏନାଡ଼ରେ ଏକ ରିସର୍ଟରେ ଥିବା ସମୟରେ ରାତିରେ ଭୂସ୍ଖଳନ ହୋଇଥିଲା। ଚୁରାଲମାଲା ଓ ମୁଣ୍ଡାକାଇମର ଆଖ ପାଖ ଗାଁ ଗଣ୍ଡା ଓ ଅନେକ ରିସର୍ଟ ମାଟି ଅତଡ଼ାରେ ଭାସି ଗଲା । ସୋନୁ ମନୁଙ୍କ ରିସର୍ଟ ସେଥିରୁ ବାଦ ଯାଇ ନ ଥିଲା। ପାହାଡ଼ ଅତଡ଼ା ଖସିଲା ଭିତରେ ଦୁହେଁ ଦୁହିଁଙ୍କୁ ଭିଡି ଧରିଲେ। କିନ୍ତୁ ପ୍ରକୃତିର ତାଣ୍ଡବ ଏତେ ପ୍ରଚଣ୍ଡ ଥିଲା କ୍ଷଣକ ମଧ୍ୟରେ ସବୁ ଛାର ଖାର । ଏକ ଚିତ୍କାରର ରୂପ ନେଇ ଦୁହେଁ ଦୁହିଁଙ୍କ ଠାରୁ ବିଚ୍ଛେଦ ହୋଇ ଗଲେ । କେରଳର ୱାୟନାଡରେ ପ୍ରକୃତିର କୋପ। କେଇ ମିନିଟ୍ରେ ମାଟିରେ ମିଶିଗଲା ସବୁକିଛି। ଛାର୍ଖାର୍ ହୋଇଗଲା ସ୍ୱପ୍ନ, ବାସହରା ହୋଇଗଲେ ଲୋକେ। ମାଟି ତଳେ ପୋତି ହୋଇଗଲେ ଅନେକ। ପଥର ତଳୁ ଜୀବନ ସାଉଁଟା ଚାଲିଲା । ନିଜର ପ୍ରିୟଜନକୁ ହରାଇ ଦୁଃଖରେ ମ୍ରିୟମାଣ ସମସ୍ତେ ହୋଇଗଲେ । ଯେଉଁଠି ଘର ଥିଲା ଆଜି ସେଠି ବିରାଟକାୟ ପଥର ଖଣ୍ଡ ବିରାଜମାନ । ଆକୃଷ୍ଟିତ ଚା ବଗିଚା ଆଜି ପଥର ବଗିଚା । ସୌନ୍ଦର୍ଯ୍ୟ ଭରା ପ୍ରକୃତି ଆଉ କଥା କହୁନାହିଁ କେବେ ଫେରିବ ନାହିଁ । ଯେଉଁଠି ଥିଲା ରାତି ପାହିଲେ କୋଳାହଳ ଆଜ
ି ସେଠି ମରୁଭୂମି । ମାଟିତଳେ ଜୀବନ ସମାଧି ନେଇଛି ସତ ଚେଷ୍ଟାରେ ବି ଆଉ ସେ ବାହାରିବ ନାହିଁ । ତତ ସହିତ ଏହାରି ତଳେ ଦବିଯାଇଛି ସବୁକିଛି। ଯାହାକୁ ଦାବି କରିବା ପାଇଁ କେହି ନାହାଁନ୍ତି । ଏପଟେ ବିଭିନ୍ନ ହସ୍ପିଟାଲରେ ଲାଗିଲା ଭିଡ଼। ସ୍ଥାନୀୟ ହସ୍ପିଟାଲରେ ପାଦ ପକାଇବାକୁ ଜାଗାଟିଏ ନାହିଁ। ଏହି ଭିଡ଼ ଭିତରୁ ସାମନାକୁ ଆସିଛି ହୃଦୟ ବିଦାରକ ଦୃଶ୍ୟ। ଡହଳବିକଳ ହୋଇ ନିଜ ପ୍ରିୟ ପରିଜନଙ୍କୁ ଖୋଜୁଛନ୍ତି ତାଙ୍କର ସମ୍ପର୍କୀୟ। କିଛି ଲୋକ ସେମାନଙ୍କ ପ୍ରିୟ ପରିଜନଙ୍କ ଗୁରୁତର ଅବସ୍ଥାକୁ ଦେଖି କିଏ କାନ୍ଦି ପକାଉଛି ତ ଆଉ କିଏ ମୃତଦେହକୁ ଦେଖି ଭୁଇଁରେ ଲୋଟି ପଡୁଛି। ଆଖି ଆଗରେ ପଡ଼ିଛି ନିରୀହ ନିଷ୍କପଟ ପିଲାଙ୍କ ମୃତଦେହ। ଏସବୁ ଦେଖି କିଏ ବା ସହିବ। ପଞ୍ଜାବ ରାଜ୍ୟରୁ ସୋନୁ ମନୁଙ୍କୁ ଖୋଜିବା ପାଇଁ ଛୁଟି ଆସିଲେ ଆତ୍ମୀୟ ସ୍ୱଜନ ।ସୋନାଲିକୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ବସ୍ଥା ବହୁତ ଗମ୍ଭୀର । ଡାକ୍ତର ମନୋଜ ସିଂ ଉଦ୍ଧାର ପାଇଁ ଖୋଜା ଚାଲିଲା । କିନ୍ତୁ ବିଧିର ବିଧାନ ନିୟତିର ବିଡମ୍ବନା ଅତି ଜଟିଳ ଥିଲା । ମନୁଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଗଲା । ସୋନୁର ଚେତା ଫେରିବା ପରେ ନିସ୍ତବ୍ଦ ହୋଇଯାଇ ଥିଲା । ମନୁ ମୃତ ଶରୀର ଉପରେ ସୋନୁ ଚେତା ଶୂନ୍ୟ ହୋଇ ପଡି ରହିଲା । ସତରେ ତାର ଚେତା ଆଉ ଫେରିଲା ନାହିଁ । ଗୁରୁଦ୍ୱାରରେ ସେମାନଙ୍କ ପାଇଁ ପ୍ରାର୍ଥନା ଆତ୍ମାର ସଦଗତି ପାଇଁ ଆତ୍ମୀୟ ସ୍ୱଜନ ରୁଣ୍ଡ ହୋଇଗଲେ । ଦୁଇ ପ୍ରେମୀ ଯୁଗଳଙ୍କ ପ୍ରେମ କାହାଣୀ ଅଧୁରା ହୋଇଗଲା । ହଜି ଗଲା ସେମାନଙ୍କ ସୁନେଲୀ ସ୍ବପ୍ନ । ଖାଲି ସୋନୁ ମନୁ ନୁହେଁ ଆଜି କେତେ ସୋନୁ ମନୁଙ୍କ କାହାଣୀ ୱାଇନାଡ଼ରେ ହଜିଗଲା ତାର ହିସାବ ନାହିଁ ।
ମୌସୁମୀର ପ୍ରକୃତ ରୂପ ଆଜି ହଜି ଯାଇଛି କେବଳ ଆମରି ପାଇଁ । ଆମ ପାଇଁ ଆମେ ହିଁ ଗାତ ଖୋଲୁଛେ । ଖାଲି ମୁଁ କହୁନାହିଁ । ଜଳବାୟୁ ପରିବର୍ତ୍ତନ, ଦୁର୍ବଳ ଅଞ୍ଚଳ ଓ ବନାଞ୍ଚଳ ହ୍ରାସ ଭଳି କାରଣ ହିଁ ୱାୟନାଡ ଓ ଅନ୍ୟ ଜିଲ୍ଲାରେ ବିନାଶକାରୀ ଭୂସ୍ଖଳନର କାରଣ ବୋଲି ପରିବେଶବିତ କହନ୍ତି । କେରଳର ପଶ୍ଚିମଘାଟ ଘନ ଜଙ୍ଗଲରେ ଭରପୂର ଥିଲା । ଜଙ୍ଗଲ ସଫା କରି ବ୍ୟାପକ ପରିମାଣରେ ରବର ଚାଷ କରାଯାଉଛି । ରବର ଗଛର ମୃତ୍ତିକା ସଂରକ୍ଷଣ ଶକ୍ତି କମ୍ ବୋଲି ପରିବେଶବିତମାନେ କହିଛନ୍ତି । ବନାଞ୍ଚଳ ହ୍ରାସ ପାଇବା ସହ ଭୂସ୍ଖଳନ ବୃଦ୍ଧି ପାଇଛି । ବେଳ ଥାଉଁ ଥାଉଁ ସଜାଗ ହେଲେ ସବୁ ରହିବ ନଚେତ ସଂସାର ଜଳମୟ ହୋଇ ମୌସୁମୀ ଜଳ ତାଣ୍ଡବ କରିବ । ପ୍ରକୃତି ସହିତ ମାନବ ସମାଜ ଲୋପ ପାଇଯିବ ଏହା ନିଃସନ୍ଦେହ। ଏହା ଥିଲା “କେରଳର କରାଳ ଗତି " ଯାହା ଆମ ପାଇଁ ଏକ ବଡ଼ ଉଦାହରଣ ମାତ୍ର ।