STORYMIRROR

Sunanda Mohanty

Abstract Inspirational Thriller

3  

Sunanda Mohanty

Abstract Inspirational Thriller

ପାଠୋଇ ଝିଅ

ପାଠୋଇ ଝିଅ

1 min
132

ହୃଦୟର କୌଣସି ନା କୌଣସି ସ୍ଥାନରେ ଟିକେ ଖାଲି ଥିଲା ନିଶ୍ଚୟ ଅରବିନ୍ଦର , ନଚେତ୍ ସୁଶୀଳା, ସୁନ୍ଦର, ଗୁଣବତୀ, ରୂପବତୀ, ସ୍ତ୍ରୀ କୃଷ୍ଣା ଥାଉ ଥାଉ ଅଫିସରେ ନୂଆ ଜଏନ କରିଥିବା କାନ୍ତା ତାକୁ ଏତେ ଭଲ ଲାଗିବାର କାରଣ କଣ ନିଜେ ବୁଝିପାରୁଥିଲା ଅରବିନ୍ଦ। ମନ ଓ ହୃଦୟରେ କାନ୍ତା ପାଇଁ ଆବେଗ ରୁ ଅନୁରାଗ, ସ୍ନେହ ରୁ ପ୍ରେମ ଓ ଭଲପାଇବାରୁ ରୀତିମତ ପ୍ରେମ ପ୍ରଣୟ ସୃଷ୍ଟି ହେବାକୁ ଲାଗିଲା ତ ଅରବିନ୍ଦ ଦିନେ ସୁଯୋଗ ଦେଖି ସବୁକଥା କାନ୍ତା ନିକଟରେ ଖୋଲି କହିଦେଲା , ଆଉ କାନ୍ତା ମଧ୍ୟ ବିନା ପ୍ରତିବାଦରେ ହସିଦେଲା।

ଘରେ ସ୍ତ୍ରୀ କୁ ମଧ୍ୟ ସବୁକଥା ନିର୍ଦ୍ୱନ୍ଦରେ ଜଣାଇ ସାରି କ୍ଳାନ୍ତ ଅରବିନ୍ଦ ଶାନ୍ତିରେ ଶୋଇପଡ଼ିଲା, କାରଣ କୃଷ୍ଣା ପଦେବି ଅଭିମାନ ନକରି, ହସିଦେଇ ଥିଲା ଅଳ୍ପ, ତ ଅରବିନ୍ଦର ଦୁଶ୍ଚିନ୍ତା ଭାବନା ସବୁ କତିଯାଇଥିଲା। ସକାଳୁ କିନ୍ତୁ ଘରେ ଅରବିନ୍ଦ ସ୍ତ୍ରୀ କୃଷ୍ଣା ପରିବର୍ତ୍ତେ ଚିଠିଟିଏ ଦେଖି ଆଶ୍ଚର୍ଯ୍ୟ ହେଲା। ସେ ଜାଣିଥିଲା କୃଷ୍ଣା ଲେଖିପଢ଼ି ଜାଣେନା ହେଲେ କୃଷ୍ଣା ଲେଖିଥିବା ଇଂରାଜୀ ଭାଷାର ଚିଠି ତାକୁ ଚମତ୍କୃତ୍ କଲା ସିନା ସେ କିଛି ବୁଝିବା ପୂର୍ବର କାନ୍ତା ସହ କୃଷ୍ଣା ଘରେ ପ୍ରବେଶ କରିବାର ଦେଖି ଆହୁରି ଆଶ୍ଚର୍ଯ୍ୟ ହୋଇପଡ଼ିଲା ଅରବିନ୍ଦ,କାନ୍ତା ହାତରେ ଥିବା ତା ବାହାଘର ନିମନ୍ତ୍ରଣ ପତ୍ର ସହିତ କୃଷ୍ଣା ହାତରେ ଥିଲା ତା ନିଜ ଅଫିସରେ ଖାଲି ପଡ଼ିଥିବା ଏକ ପୋଷ୍ଟରେ ଆପଏଣ୍ଟମେଣ୍ଟ ଲେଟର। ଅରବିନ୍ଦକୁ ବୁଝିବାରେ କିଛି ବାକି ନଥିଲା,କାନ୍ତା କିନ୍ତୁ ନୀରବତା ଭାଙ୍ଗି ଭାଇ, ଭାଉଜଙ୍କୁ ନେଇ ମୋ ବାହାଘରକୁ ନିଶ୍ଚୟ ଆସିବେ କହି ଫେରିପଡୁଥିଲା ବେଳେ କୃଷ୍ଣା ରସିକତା କରି , ହୃଦୟର ଖାଲି ସ୍ଥାନରେ ମୁଁ ହିଁ ଥିଲି, ଅଛି ଥିବି କହି ହସୁଥିଲେ ଆମାୟିକ ହସ, ଅରବିନ୍ଦ ପ୍ରକୃସ୍ଥିତ ହୋଇ କହିଥିଲେ ଏକଦମ ସତ କହିଛ କୃଷ୍ଣା, ଯାହା ଶୂନ୍ୟ ସ୍ଥାନ ଥିଲା ତାହା ତୁମେ ପୁରଣ କରିଦେଉଛ। କୃଷ୍ଣା ଲାଜେଇ ଯାଇ କହିଥିଲେ ପାଠୋଇ ଝିଅ ସମସ୍ତଙ୍କର ପସନ୍ଦ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract