STORYMIRROR

shibaram dalai

Thriller Others

3  

shibaram dalai

Thriller Others

ପାଳଭୂତ

ପାଳଭୂତ

2 mins
405




ପ୍ରତିବର୍ଷ ପରି ଏ ବର୍ଷ ବି ଗାଁ ରେ ବଡ଼ ଯାତ୍ରା । ସମସ୍ତଙ୍କ ଘରେ ବନ୍ଧୁବାନ୍ଧବରେ ଭରା ।ଗାଁ ମୁଣ୍ଡ ଶିବ ମନ୍ଦିର କଡ ନଦୀ ପଠାରେ ପୁଷ୍ ପୁନେଇଁ ଯାତ୍ରା ।ଆଗକୁ ଆଗକୁ ମାଡ଼ି ଯାଇଛି ଚାଷ ଜମି ।କାହିଁ କେଉଁ କାଳୁ ଏ ଯାତ୍ରା ଚାଲି ଆସୁଛି । ଯାତ୍ରା ଦୁଇ ତିନି ଦିନ ଲାଗି ରହେ । ନଦୀ ପଠା ଲୋକାରଣ୍ୟରେ ପରିପୂର୍ଣ୍ଣ ହେଇଯାଏ । 

   କବିନାନୀ ଆସିଛି ବାପ ଘରକୁ ପୁଷ୍ ପୁନେଇଁ ଯାତ୍ରା ଦେଖିବାକୁ ।ସାଥିରେ ତାର ଗୋଟିଏ ବର୍ଷ ର ଗୁଳୁଗୁଳିଆ ପୁଅ ।ଗାଁ ପିଲା ଙ୍କୁ ଗୋଟି ଗୋଟି କରି ନାନା ରଙ୍ଗ ବେରଙ୍ଗରେ ରଙ୍ଗେଇ ମୁହଁରେ ମୁଖା ପିନ୍ଧେଇ ସଜେଇ ଦଉଛି ସେ। କିଏ ହାତୀ ମୁଖା ପିନ୍ଧିଛି ତ କିଏ ବାଘ ମୁଖା, କିଏ ଭାଲୁ ମୁଖା ତ ଆଉ କିଏ ହରିଣ ମୁଖା ।ବାଃ ବହୁତ ମନୋରମ ଏ ଯାତ୍ରା ।ଛୋଟ ଛୋଟ ପିଲା ମାନଙ୍କ ରାଧାକୃଷ୍ଣ ବେଶ ସାଙ୍ଗକୁ ନାନା ରଙ୍ଗର ପୋଷାକ ପତ୍ର ଆଧୁନିକ ବତୀ(ଲାଇଟ)ରେ ଝଟକୁଥାଏ ଏହି ଯାତ୍ରା ।

     

   ଏବେ ଟୁକୁନା ପୁଅ କପିଳାର ପାଳି । କବିନାନୀ ଆ ଏଠାକୁ ମୁଁ ତୋତେ ପାଳଭୂତ ବନେଇ ଦେବି ।ପାଳଭୂତ ନାଁ ଶୁଣି ହଠାତ ଚମକି ପଡିଲା କପିଳା ।ପାଳଭୂତ ହେଇ ନାଚିବାକୁ ସେ ରୋକଠୋକ ମନା କରିଦେଲା ।କବିନାନୀ ତାକୁ ବାଧ୍ୟ କରିବାରୁ ସେ କବିନାନୀ ର ହାତ ଧରି ଗୋଟେ ଜନଗହଳି ଶୂନ୍ୟ ସ୍ଥାନକୁ ନେଇଗଲା ।ଯେଉଁଠି ଥିଲେ ସେମାନେ କେବଳ ଦୁଇ ଜଣ ।କପିଳା କାନକୁ ଧରି ଆଣ୍ଠେଇ ପଡ଼ିଲା କବିନାନୀ ଆଗରେ । ଭୟର ଶିହରଣ ଖେଳିଗଲା ତା ଦେହରେ ।ଶୀତ ଦିନରେ ବି ଝାଳ ବୋହି ଚାଲିଥାଏ ତା ତାଳୁରୁ ତଳିପା ଯାଏ । ସେ କହିବାକୁ ଲାଗିଲା ମୁଁ ଦୁଇ ବର୍ଷ ତଳୁ ପାଳଭୂତ ସାଜି ଭୁଲ କରିଛି ନାନୀ ।ସେଦିନ ବି ଥିଲା ପୁଷ୍ ପୁନେଇଁ ଯାତ୍ରା ।ରାତି ପ୍ରାୟ ୧୨ଟା ପାଖାପାଖି ମୋତେ ପରିସ୍ରା ଲାଗିବାରୁ ମୁଁ ଚାଲିଆସିଥିଲି ଫସଲ ବିଲ କଡ଼କୁ ।ମୁଁ ପରିଶ୍ରା କରୁଥାଏ ,କିଛି ଦୂରରୁ ଦୁଇ ଜଣଙ୍କ ପାଟିର ଶବ୍ଦ ଶୁଣି ଡରିଗଲି।

   ଏତେ ରାତିରେ ଚାଷ ଜମିରେ କିଏ ? ମନେ ହେଉଥିଲା ଯାଇ ଯାତ୍ରାର କିଛି ଲୋକଙ୍କୁ ଡ଼ାକି ଆସିବି,ପୁଣି ମନରେ ସାହସ ବାନ୍ଧି ସେ ବିଲରେ ଥିବା ପାଳଭୂତ ମୁଖା ନିଜ ମୁଣ୍ଡରେ ମୁଣ୍ଡେଇ ପାଳଭୂତ ପରି ଠିଆ ହୋଇ ରହିଲି ପ୍ରକୃତ ରହସ୍ୟ ଜାଣିବା ପାଇଁ ।


    କିଛି ସମୟ ପରେ ଦୂରରୁ ଭାସି ଆସିଲା ଗୋଟେ ଝିଅର କଣ୍ଠ ସ୍ୱର। ସେ କଇଁ କଇଁ ହୋଇ କହୁଥିଲା "ରାଧୁଆ ଭାଇ ମୁଁ ମୋ ଜୀବନ ର ଅମୁଲ୍ୟ ସମ୍ପଦଟିକୁ ତୁମକୁ ଦେଇଦେଲି, ହେଲେ ମୋତେ ଠକି ଦେବନି ତ ? ନଚେତ ମୋ ଜୀବନ ହାରିଦେବି ।" ସେ ଆଉକିଛି କହିବା ଆଗରୁ ରାଧୁଆ ଭାଇ କହିଥିଲା ମୋତେ ବିଶ୍ୱାସ କର "ମୁଁ ଏହି ପାଳଭୂତକୁ ସାଖି ରଖି କହୁଛି ତୁମକୁ କେବେ ଠକି ଦେବିନାହିଁ କି ମୋ ଠାରୁ ଦୂରେଇ ଦେବି ନାହିଁ ।ଆଉ ଏ ପାଳଭୂତର ରାଣ ଖାଇ କହୁଛି କିଛି ଦିନ ପରେ ମୁଁ ଗୋଟେ ଚାକିରି ପାଇଗଲେ ତୁମକୁ ମୋ ଘରର ଘରଣୀ କରିବି । ଦୁଇ ବର୍ଷ ବିତିଗଲାଣି ,ରାଧୁଆ ଭାଇ ଚାକିରୀ ବି କଲା, କିନ୍ତୁ ଏଯାଏ ତାର ବିବାହ ହେଇନାହିଁ " ? ହେଲେ ଏ କଣ…! କବିନାନୀ ଶୀତ ଦିନରେ ବି ଝାଳରେ ସୁରୁପୁଟୁ ହେଇସାରିଥିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Thriller