STORYMIRROR

shibaram dalai

Abstract Tragedy

4  

shibaram dalai

Abstract Tragedy

ଅତିଥି

ଅତିଥି

2 mins
17


   ପଦନ ବୁଢ଼ା ମରିଯିବାର ଦିନ କେଇଟା ହେଇଛି କି ନାହିଁ ତିନି ଭାଇ ଭିତରେ ଜମି ସବୁର ଭାଗ ବାଣ୍ଟ ପାଇଁ ନିଇତି ଝଗଡ଼ା ।ପଦନ ବୁଢ଼ା ଜୀବନ କାଳ ଭିତରେ କେତେ ଅନ୍ୟକୁ ସାହାଯ୍ୟ ନ କରିଛି ।କେତେ କାହାର ଝଗଡା ଫଇସଲା ନକରିଛି, ହେଲେ ତା ଘରେ ଆଜି ରାମାୟଣ ।ଶହେ ଓଲା ଙ୍କୁ ବୁଝେଇ ହେବ ସତ କିନ୍ତୁ ଏ ତିନି ଭାଇଙ୍କୁ ନା ବାବା ନା ।

   

    କିନ୍ତୁ କମଳା ବୁଢ଼ୀ କହୁଥିଲା କର୍ମ ନେଇ ଫଳ ଲୋ ମାଆ ,କର୍ମ ନେଇ ଫଳ ।ପଦନ ର ଅମିନ ଚାକିରୀ ଭିତରେ କେତେ ଭାଇକୁ ସେ ଅଲଗା କରିଛି ତାହାର ହିସାବ ନାହିଁ ।ଦର୍ପଣ ପଛପଟେ ଲାଞ୍ଚ ନେଇ ଯେମିତି ଅନ୍ୟ ମାନଙ୍କୁ କରିଥିଲା ,ତା ପୁଅମାନେ ସେମିତି ଭୋଗୁଛନ୍ତି ।ତାହାର ସେଇ ସାହାଯ୍ୟ କେବଳ ଲୋକ ଦେଖାଣିଆ ।ଆଉ ଫଇସଲା କଥା କହନା ।ଏପଟେ ଡାହାଣୀ ହେଇ ଲାଗେ ସେପଟେ ଗୁଣିଆ ହେଇ ଝାଡେ ।


   ସରପଞ୍ଚ ,ଗାଁର ମାନ୍ୟଗଣ୍ୟ ବ୍ୟକ୍ତି ବସିଛନ୍ତି ପଦନ ଘରେ ।ତିନି ଭାଇ ଭିତରେ ସବୁ ସ୍ଥାବର ଅସ୍ତାବର ସମ୍ପତ୍ତି ଭାଗବାଣ୍ଟ ହେବ ।କିଛି କ୍ଷଣ ଭିତରେ ଘର ବାଡ଼ି ଧନସମ୍ପତି ସବୁ ତିନି ଭାଗରେ ବିଭକ୍ତ ହେଲା ।ପଦନ ରହୁଥିବା ଘର କେବଳ ରହିଲା ଅତିଥି(ବନ୍ଧୁ)ମାନଙ୍କ ପାଇଁ ।


 ବଡ଼ପୁଅ କହିଲା ଏବେ ବି ଗୋଟେ ଅଗାଧ ସମ୍ପତ୍ତି ବାପାଙ୍କ ଘରେ ଠୁଳ ଅଛି ।ବଡ଼ ପୁଅ ହିସାବରେ ସେ ଧନ ସବୁ ମୋର ।ମଝିଆଁ ପୁଅ କହିଲା ନା ସେ ସମ୍ପତ୍ତି ରେ ବି ମୋର ଅଧିକାର ଅଛି ।ସାନ ପୁଅ କହିଲା ସେ ଟ୍ରଙ୍କ ରେ ଯାହା ସବୁ ଅଛି ସେ ସବୁର ଅଧିକାରୀ ମୁଁ ।କାହିଁକି ନା ବାପାଙ୍କ ଶେଷ ସମୟରେ ସେ ମୋ ପାଖରେ ଥିଲେ ।


  ସରପଞ୍ଚ ସିଧାସଳଖ ଶୁଣେଇ ଦେଲେ ସେଥିରେ ଯାହା ବି ଅଛି ସେ ସବୁ ଘର ବାଡ଼ି ,ଧନ ସମ୍ପତ୍ତି ଭଳି ତିନି ଭାଗ ହେବ ।ଶେଷରେ ସେଇଆ ହେଲା ସମସ୍ତଙ୍କ ସମ୍ମୁଖରେ ଟ୍ରଙ୍କ ର ତାଲା ଭଙ୍ଗା ଗଲା ।


   କେହି କେହି କହୁଥିଲେ ବୁଢ଼ା ତା ଜୀବନ କାଳ ଭିତରେ ଯେତେ କଳାଧନ ଅର୍ଜିଛି ,ତାକୁ ନିଚିତ ସେହି ଟ୍ରଙ୍କ ଭିତରେ ରଖିଛି ।


    ଏ କଣ ଟ୍ରଙ୍କ ଭଙ୍ଗା ଯିବା ପରେ ସବୁ ଆବାକ ।ତିନି ପୁଅ ନିଜ ନିଜ ମୁହଁକୁ ଚାଂହୁଥଲେ ।ଧନ ସମ୍ପତ୍ତି ଆଶା ଯେମିତି ମଉଳି ସାରିଥିଲା । ଟ୍ରଙ୍କ ରେ ଥିଲା ଖଣ୍ଡେ ଚିଠି ସହ ପଦନ ଏବଂ ତାଙ୍କ ପତ୍ନୀ ଙ୍କ ଗୋଟେ କଳାଧଳା କାଚ ବନ୍ଧା ଫୋଟୋ । 


   ନିଜ ନିଜ ଘର କାନ୍ଥରେ ବାପା ବୋଉ ଫୋଟୋ ଟାଙ୍ଗିବାକୁ ତିନି ପୁଅ ମନା କଲେ ।ହେଲେ ଚିଠିରେ ନିଶ୍ଚୟ କିଛି ଗୁପ୍ତଧନ ବିଷୟରେ ଲେଖାଥିବ ଭାବି ପଢିବାକୁ କହିଲେ ।


  ସରପଞ୍ଚ ଚିଠି ଖୋଲି ପଢିବାକୁ ଲାଗିଲେ ।ଚିଠିରେ ଲେଖାଥଲା :-

     ମୁଁ ଜାଣିଛି ମୁଁ ମଲାପରେ ମୋର ଧନ ସମ୍ପତ୍ତି ତିନି ଭାଗ ହେଇ ଯିବ । ନିଜ ଘରର ଜାଗା ଖରାପ ହେଇଯିବା ଉଦେଶ୍ୟ ରେ କେହି ପୁଅ ଏହି ଫୋଟୋ କୁ ନେବେ ନାହିଁ ।କିନ୍ତୁ ଗୁପ୍ତଧନ ଉଦେଶ୍ୟ ରେ ଚିଠିଟିକୁ ନିଶ୍ଚିତ ପଢିବେ ।ଆଶା କରୁଛି ଫୋଟୋ ଟିକୁ ତିନିଭାଗ ନକରି ନିଶ୍ଚିତ କୌଣସି ଏକ ଉଚିତ ସ୍ଥାନରେ ଜାଗା ଦେବ ।ପ୍ରକୃତରେ ତୁମ୍ଭମାନଙ୍କୁ ଜୀବନ ର ଅମୂଲ୍ୟ ସମ୍ପତ୍ତି ଭାବି ମୋର ପ୍ରତ୍ୟେକ ଟି ମୂଲ୍ୟବାନ ସମୟ ତୁମ ଭବିଷ୍ୟତ ଚିନ୍ତାରେ ଲଗେଇଲି । କିନ୍ତୁ ପ୍ରକୃତ ସତ କଥା ହେଲା ତୁମ୍ଭମାନଙ୍କୁ ବଡ କଲି ସତ ହେଲେ ଭଲ ମଣିଷ କରିପାରିଲି ନାହିଁ ।


    ସରପଞ୍ଚ ବାବୁ ସମସ୍ତ ଙ୍କ ସାମ୍ନାରେ କହିଲେ ଫୋଟୋ ଟିକୁ ଉତ୍ତମ ଜାଗା ଅତିଥି ଗୃହରେ ଲଗାଯାଉ । କାହିଁକି ନା ଆମେ ସମସ୍ତେ ଦୁଇ ଦିନର ଅତିଥି ।


      


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

More oriya story from shibaram dalai

Similar oriya story from Abstract