ଛାଡପତ୍ର
ଛାଡପତ୍ର
ବହୁତ ଦିନ ପରେ ରାଧିକା ନିଜ ସ୍ୱାମୀ ଙ୍କୁ ଛାଡପତ୍ର ଦେବାର ଶୁଣାଣି ହେବ ।ଉଭୟ ପରିବାର court ରେ ଉପସ୍ଥିତ ।ରାଧିକା ର ସ୍ୱାମୀ ରାଜମୋହନ ଗୋଟେ ସାଧାରଣ ଡାକବାଲା ।ହେଲେ ବି ଜଣେ ସୁନ୍ଦର ହୃଦୟ ର ମଣିଷ ।ହେଲେ ରୂପସି ରାଧିକା ନିଜର ରୁପକୁ ନେଇ କାହିଁ ଉପରେ ।ଅନିଚ୍ଛା ପ୍ରକାଶ କରେ ନିଜ ସ୍ୱାମୀ କୁ ନିଜ ସାଙ୍ଗ ମାନଙ୍କ ସହ ପରିଚିତ କରାଇବାକୁ ।ରାଧିକା ର ବାପା ନିଜ ଝିଅ ପାଇଁ ଖୋଜି ଖୋଜି ନିଜ ଭଳି ସୁନ୍ଦର ହୃଦୟର ମଣିଷ ଟିଏ ବାଛିଥିଲେ ।ଉଭୟଙ୍କ ପରିବାର ଏ ବିବାହରେ ବହୁତ ଖୁସି ଥିଲେ।ରାଧିକା ର ବାପା ଏବେ ପ୍ରାପ୍ତ ବୟସ ରେ ।
ଦାମ୍ପତ୍ୟ ଜୀବନରେ ପ୍ରଥମେ ପ୍ରଥମେ ଉଭୟେ ଖୁସି ଥିଲେ ।ଏବେ ସେମାନଙ୍କ ପୁଅ ବଡ଼ ହେବାରେ ଲାଗିଛି ।ରାଜମୋହନ ପୁଅର ଜୀବନୀ ଗଢିତୋଳିବାରେ ବ୍ୟତିବ୍ୟସ୍ତ ।ପୁଣି ନିଜର ସ୍ୱଳ୍ପ ଦରମା ରୁ ବଳିପିଡ଼ିଲେ ତ ସେ କଣ ଚିନ୍ତା କରିବ ।
ସେପଟେ ରାଧିକା ନିଜ ସାଙ୍ଗ ମାନଙ୍କ ଚଳଣି ଓ ଜୀବନ ଜିଇବା ର ଶୈଳୀ କୁ ଅନୁସରଣ କରେ । ନିଜ ସ୍ବାମୀଙ୍କ ଗେଟଫ, ଘର,ଗାଡିକୁ ଦେଖି ନିଜକୁ କୁଛିତ ମନେ କରେ ।ତେଣୁ ଉଭୟ ରାଧିକା ଓ ରାଜମୋହନ ଙ୍କ ଭିତରେ କନ୍ଦଳ ।ଏହି ଛୋଟ କନ୍ଦଳ ଟି ବଢ଼ି ବଢ଼ି ଆଜି ଛାଡପତ୍ର ର ରୂପ ନେଇଛି ।
କୋର୍ଟ ରାୟ ଦେଲା ଉଭୟ ପତି ପତ୍ନୀ ଗୋଟିଏ ଦିନ କିଛି ମୁହୂର୍ତ୍ତ ସାଥୀ ହେଇ କାଟିବାକୁ ।ସେହି କିଛି ମୁହୂର୍ତ୍ତ ର ବାଖ୍ୟା କୋର୍ଟ ରେ ଉପସ୍ଥାପନ ପରେ ଯାଇ ଛାଡପତ୍ର ର ଶୁଣାଣି ହେବ ।ତା ପରେ ଉଭୟ ମୁକ୍ତ ବିହଙ୍ଗ ପରି ସଂସାର ପଞ୍ଜୁରୀରୁ ମୁକ୍ତ ହେବ ।ଆଉ ଯଦି ଜଣେ କେହି କୋର୍ଟ ର ନିର୍ଦ୍ଦେଶ କୁ ଅବମାନନା କରେ ତେବେ କୋର୍ଟ ତା ଉପରେ ଦୃଢ ନିଷ୍ପତ୍ତି ନେବ ।
ରାଧିକା ର ଅନିଚ୍ଛା ସତ୍ତ୍ବେ ତଥା କୋର୍ଟ ର ନିଷ୍ପତ୍ତି କୁ ଆଖି ଆଗରେ ରଖି ଉଭୟ ବାହାରି ପଡିଲେ ଓଡ଼ିଆ ମାନଙ୍କ ବିନ୍ଦୁ ବିନ୍ଦୁ ଝାଳର ପ୍ରତିପାଦନରେ ଗଢ଼ା ସେହି ସୂର୍ଯ୍ୟ ମନ୍ଦିର କୋଣାର୍କ ଦେଖିବା ପାଇଁ । ଏମିତି ବୁଲି ବୁଲି ଦୁହେଁ ଦେଖି ଚାଲିଥିଲେ ନିଆଣ ମୁନରେ ଖୋଦିତ ପୁରୁଣା ମୂର୍ତ୍ତି , ସୁନ୍ଦର କାରୁକାର୍ଯ୍ୟ ସବୁକୁ ।ଏମିତି ବୁଲାବୁଲି କରୁ କରୁ ପାଦ ଦୁଇଟି ର ଥକାମି ମେଣ୍ଟେଇବାକୁ ଦୁହେଁ ବସିପଡ଼ିଲୁ ।କୋଣାର୍କ ର ସୁପ୍ତ ସେହି ବାଲୁକା ରାଶି ଉପରେ ।ତଥାପି ଆମେ ଦୁଇ ଅଜଣା ମଣିଷ ପରି ନିରବ ଥିଲୁ ।
ଆମ ଦୁହିଁଙ୍କ ଠାରୁ ଅନତି ଦୂରରେ ବସିଥିଲେ ଦୁଇ ପ୍ରେମୀ ଯୁଗଳ ।ସେମାନଙ୍କ ଭିତରେ ଥିଲା ନିବିଡ ପ୍ରେମ ।ଉଭୟ ଡେଣା ବାଡେଇ ଉଡି ବୁଲୁଥିଲେ ପ୍ରେମ ଆକାଶରୁ ଚୁନା ଚୁନା ତାରା ଫୁଲ ତୋଳିବାକୁ ।ଦୁହେଁ ମଜା ନେଉଥିଲେ ବିଧାତା ଗଢ଼ା ଏ ସୁନ୍ଦର ଦୁନିଆଁ ର ନିଖୁଣ କାରୁକାର୍ଯ୍ୟ ସବୁକୁ ।
ଆମେ ଦୁହେଁ ଆମ ସମ୍ମୁଖରେ ଥିବା ସମୁଦ୍ର ର ପ୍ରେମ କୁ ଚାହିଁ ଦେଖୁଥିଲୁ । ସମୁଦ୍ର କେମିତି ଧାଇଁ ଆସୁଥିଲା କୂଳ ଚୁମ୍ବନ କରିବାକୁ ।ସମୁଦ୍ର ହୃଦୟ କେଡେ ଗଭୀର ହେଲେ ବି ସେହି କୂଳ କୁ ଛୁଇଁ ଦେଇ ଫେରି ଯିବାରେ କେଡେ ଆନନ୍ଦ ତାର ।ଆମ ଆଖି ଏ ସବୁ ଦେଖୁଥିଲା ସିନା ହେଲେ କାନ ସବୁ ସେହି ପ୍ରେମୀ ଯୁଗଳ ର କଥା ଶୁଣି ମନର କାନଭାସ ରେ ଚିତ୍ରିତ କରୁଥିଲା ।
ପ୍ରେମିକ :- ପ୍ରିଏ ଏ ଜୀବନକୁ ଉପଭୋଗ କରିବାର ସମୟ ଆହୁରି ଲମ୍ବି ଯାଆନ୍ତା କି ଆମେ ଆହୁରି ଜୀବନକୁ ନୂଆ ରଙ୍ଗରେ ରଙ୍ଗେଇ ପାରନ୍ତେ ।
ପ୍ରେମୀ :- ହଁ ସତକଥା ,ସମୁଦ୍ର ଚିରଦିନ କୂଳକୁ ପ୍ରେମ କଲା ଭଳି ଆମେ ପ୍ରେମ କରନ୍ତେ ।
ପ୍ରେମିକ :- ପକ୍ଷୀ ମାନଙ୍କ ପରି ଆମର ଦୁଇଟି ଲେଖା ଡେଣା ଥାଆନ୍ତା କି ଆମେ ଦୂର ଆକାଶର ଚୁନା ଚୁନା ତାରା ଫୁଲ କୁ ସବୁ ତୋଳି ପାରନ୍ତେ ।
ପ୍ରେମୀ :- ତୁମେ ଠିକ କହୁଛ ।ହେଲେ ଏ ସମୟ ଟା ବଡ଼ ବିଚିତ୍ର । ଦେଖ ଖୁବ ଶୀଘ୍ର କେମିତି ରାତ୍ରିର ଅନ୍ଧକାର ଟାକୁ ଆମ ଆଡ଼କୁ ନେଇ ଆସୁଛି ।
ପ୍ରେମିକ :- ଦେଖ ସେହି କେଉଟ ପୁଅକୁ, ଏତେ ଜୋର ପବନରେ ବି ମୁହଁରେ ମଧୁର ଗୀତ ଗାଇ ନିଜର ନୌକା କୁ ପବନ ମୁହଁରୁ ସନ୍ତୁଳିତ କରୁଛି ।
ପ୍ରେମୀ:- ନୌକା ଶରୀର ହେଲେ ,କେଉଟ ତାର ଜୀବନ ।ନୌକା ତାହାର ପ୍ରେମ ତଥା ଜୀବନ ।ଜୀବନ ବିନା କିଏ କଣ ବଞ୍ଚିଛି ।
ପ୍ରେମିକ :- ଚାଲ ଏବେ ଫେରିବା ର ସମୟ ନଚେତ ଏ କାଳ ଅନ୍ଧାର ଭିତରେ ଆମେ ଉଚିତ ରାସ୍ତା ପାଇବା ନାହିଁ ।
ପ୍ରେମୀ:- ଅନ୍ଧାର ଟା ଫେରିଗଲେ ନୂଆ ସକାଳ ଆଉ ଆମ ଦୁହିଁଙ୍କ ଭେଟ। ପୁଣି ଏମିତି ଗପରେ ଆଗକୁ ବଢ଼ିବା ଜୀବନକୁ ନୂଆ କରି ତୋଳିବା ଯାଏ ।
ଚାଲ ଆମେ "ଆମ ଜୀବନର ନୂଆ ସକାଳ ଆସିବା ଯାଏ ଅପେକ୍ଷା କରିବା "।
ଏବେ ସେମାନଙ୍କ କଥା ଶୁଣି ଆମେ ଦୁହେଁ ଉପରକୁ ଚାହିଁଲୁ ।ଆକାଶରେ ସନ୍ଧ୍ୟା ତାରା ହସିବା ଆରମ୍ଭ କରି ଦେଇଥାଏ ।କୋର୍ଟ ର ନିର୍ଦ୍ଦେଶ ଅନୁସାରେ ହୋଟେଲ ର ସେହି ନିବୁଜ ଚାରି କାନ୍ଥ ଭିତରେ ରାତିର କେଇଘଣ୍ଟା କାଟିଦେବାକୁ ଦୁହେଁ ବାହାରିଲୁ ।
ବେଳାଭୂମି ରୁ ହୋଟେଲ ରୁମ ଯିବା ରାସ୍ତାକୁ ଚାଲୁ ଚାଲୁ ଅଜାଣତରେ କେତେବେଳେ ରାଧିକା ର ହାତ ମୋ ହାତରେ ଛନ୍ଦି ହୋଇ ସାରିଥିଲା ।
