shibaram dalai

Tragedy

4  

shibaram dalai

Tragedy

ଜୀବିକା ଓ ଜୀଵନ

ଜୀବିକା ଓ ଜୀଵନ

5 mins
342



  ମ୍ୟାଡ଼ାମ ମ୍ୟାଡାମ ଏଇ ନିଅନ୍ତୁ ଆପଣଙ୍କ ବ୍ୟାଗ ଗାଡି ପାଖରେ ପଡିଥିଲା ।ଓହୋ ଏ ବ୍ୟାଗ ପାଇଁ ମୁଁ ଆଜି କିଛି କାମ କରିପାରିଲି ନାହିଁ ।ଏ ବ୍ୟାଗ ଭିତରେ ଅନେକ ଦରକାରୀ କାଗଜପତ୍ର ଥିଲା ଯାହାକୁ ପାଇବା ବହୁ କଷ୍ଟକର ।ସେ ଯାହା ହେଉ କାମଟା ସିନା ଆଜି ଚାଲିଗଲା ହେଲେ କାଲି ତ ହେଇଯିବ ।କିନ୍ତୁ ଏ ବ୍ୟାଗ ଚାଲିଯାଇଥିଲେ ମୋ ଜୀବନଟା ରାସ୍ତା ଶୂନ୍ୟ ହେଇପଡ଼ିଥାନ୍ତା ।ଯାହା ହେଉ ତୁମ ପରି ଲୋକ ଏ ସମାଜରେ ଅଛନ୍ତି ବୋଲି ଆଜି ଏ ସମାଜ ଉଜ୍ଜୀବିତ ଅଛି ।


  ଆରେ ଏ ବ୍ୟାଗ ଭିତରେ ସବୁ କାଗଜପତ୍ର ଅଛି ହେଲେ କ୍ରେଡିଟ କାର୍ଡ ଡିପୋଜିଟ ପାଇଁ ରଖିଥିବା ଆଠ ହଜାର ଟଙ୍କା ତ ନାହିଁ ।


 ଏ ଶୁଣ ଏଠାକୁ ଆସ !

  

ଆଜ୍ଞା ମ୍ୟାଡାମ କୁହନ୍ତୁ


କେବେଠୁ ଏ କାମ କଲୁଣି ?


     ମ୍ୟାଡାମ ମୁଁ ଏଠି ସାତ ଆଠ ବର୍ଷ ହେବ ଏହି କାମ କରୁଛି ।


   ମୁଁ ସେ କଥା କହୁନି ।


  ଆଉ କୋଉ କଥା ମ୍ୟାଡାମ ?


 ମୁଁ ଚୋରି କରିବା କଥା କହୁଛି ।


  ଚୋରି ମାନେ......?


  ଟିକିଏ ଆଗରୁ ତ ଭଦ୍ରଲୋକ ଦେଖେଇ ହଉଥିଲୁ ।ଏ ବ୍ୟାଗରେ ଆଠ ହଜାର ଟଙ୍କା ଥିଲା କୁଆଡେ ଗଲା ? ଭଲରେ ଦେବୁ ନାଁ ତୋ ମାଲିକକୁ ଡାକିବି ?


   ନାହିଁ ମ୍ୟାଡାମ ମୁଁ ତ ଏପର୍ଯ୍ୟନ୍ତ ଆପଣଙ୍କ ବ୍ୟାଗ ଖୋଲି ନାହିଁ । ସେଥିରେ କଣ ଥିଲା କଣ ନାହିଁ ଜାଣି ନାହିଁ ,ଆପଣଙ୍କ ଟଙ୍କା ନେବି କେମିତି ?

   

   ତୁମେ ଛୋଟଲୋକ ଗରିବ ମାନେ ହିଁ କିଛି ଟଙ୍କା ପାଇଁ ଏମିତି ନାଟକ କର ।ଭଲରେ ମୋ ଟଙ୍କା ଦେବୁ ନା ମାଲିକକୁ ଡାକିବି ? ଆଉ ତୋ ମାଲିକ ଯଦି ନ ଶୁଣେ ତେବେ ପୋଲିସ ଡ଼ାକି ତୋ ଠୁ ଆଦାୟ କରିବି ।


   ମ୍ୟାଡାମ ମୁଁ ଗରିବ ହେଇପାରେ କିନ୍ତୁ ଚୋର ନୁହେଁ !ଆଜିକାଲି କାହାର ଉପକାର କରିବା କଣ ଭୁଲ ? ଭଗବାନ ବି ସତରେ ଏ ଯୁଗରେ ପଥର ପାଲଟି ଯାଇଛନ୍ତି ।


    ଏ ଆଡୁସାଡୁ ଗପି ମୋ ସମୟ ବରବଦ କରନି ,ମୋ ଟଙ୍କା ଦେ ନଚେତ..........


    ମ୍ୟାଡାମ ସତ କହୁଛି ମୋ ପାଖରେ ଆପଣଙ୍କ ଟଙ୍କା ନାହିଁ ।କାହିଁକି ଏ ଗରିବ ଉପରେ ମିଛ ଦୋଷାରୋପ କରୁଛନ୍ତି । ଏଇ ପେଟ ଚାଖଣ୍ଡକ ପାଇଁ ମୁଁ ଏ ଖରାତରାରେ ଗେଟ ସମ୍ମୁଖରେ ପଡି ରହୁଛି , ମୁଁ ବା କାହିଁ ଚୋରି କରିବି ।


    ତାହେଲେ ତୁ ଭଲରେ ମୋ ଟଙ୍କା ଦେବୁ ନାହିଁ ! "ଏବେ ତୋ ମାଲିକକୁ ଡାକୁଛି " .


  ମ୍ୟାଡାମ ଆପଣଙ୍କୁ ହାତ ଯୋଡୁଛି ,ମାଲିକକୁ ଡାକି ମୋ ଜୀବିକା ମାରନ୍ତୁ ନାହିଁ ।ସତ କହୁଛି ମୁଁ ଆପଣଙ୍କ ଟଙ୍କା ନେଇନାହିଁ ।


  ହେଲୋ ......ପ୍ରଧାନ ବାବୁ ,ଟିକିଏ ଆପଣଙ୍କ ଗେଟ ପାଖକୁ ଆସିବେ ।

   

  (କିଛି ସମୟ ପରେ)

  

   କଣ ହେଇଛି ସରିତା ମ୍ୟାଡାମ ...କଣ ହେଇଛି ? ପ୍ରଧାନ ବାବୁ ଯଥାଶୀଘ୍ର ଏ ଦରୱାନକୁ ବାହାର କର ! ଏପରି ଲୋକ ରଖିଲେ ତୁମ କମ୍ପାନୀ ଅତିଶୀଘ୍ର ଡୁଵିଯିବ ।


  ସରିତା ମ୍ୟାଡାମ ଘଟଣା କଣ ଘଟିଛି କହିଲେ ସିନା ମୁଁ ଜାଣିବି ? 


   ଆଜି ତରତରରେ ଗାଡ଼ି ପାର୍କିଂଗ କରି ଆପଣଙ୍କ ଅଫିସ ଗଲାବେଳେ ମୋ ବ୍ୟାଗ ଏଇଠି ଗଳିପଡିଥିଲା ।ଆପଣ ତ ଜାଣନ୍ତି ସେଥିରେ ମୋର ସବୁ କାଗଜପତ୍ର ଥିବାରୁ ମୁଁ ଆପଣଙ୍କ କମ୍ପାନୀ ସହିତ କିଛି ଡିଲିଙ୍ଗ କରିପାରିଲି ନାହିଁ ।ଫେରିଲା ବେଳେ ସେ ମୋ ବ୍ୟାଗ ତ ଫେରେଇଲା ହେଲେ ବ୍ୟାଗରେ ଥିବା ଆଠ ହଜାର ଟଙ୍କା ନାହିଁ । ପଚାରିବାରୁ ସେ ମୋ ସହ ଖରାପ ବ୍ୟବହାର କରୁଛି ।

   ଆରେ ମ୍ୟାଡାମ ସେ ମୋର କର୍ତ୍ତବ୍ୟନିଷ୍ଟ ଦରୱାନ ଭାବେ କମ୍ପାନୀ ଆରମ୍ଭରୁ ଅଛି ।ସେ ଏପରି କାମ କରିଥିବ ମୋର କାହିଁ ବିଶ୍ୱାସ ହେଉନି ।


 ତା ମାନେ ମୁଁ କଣ ମିଛ କହୁଛି ?

ସେ କଥା ମୁଁ କଣ କହିଲିଣି ? କାଳେ ଆପଣ ଭୁଲରେ କେଉଁଠି ଦେଇଥିବେ ଟିକିଏ ମନେ ପକାନ୍ତୁ ।


    ନା ନା ମୋର ଏପରି ଭୁଲ ହେବନି ପ୍ରଧାନ ବାବୁ ।ମୋର ଭଲଭାବେ ମନେ ଅଛି ମୁଁ ସବୁକିଛି ଏହି ବ୍ୟାଗରେ ରଖିଥିଲି ।


   ଆରେ ଏ......ଶୁଣ , ମ୍ୟାଡାମ ଯାହା କହୁଛନ୍ତି କଣ ସତ ? ତୁ ତାଙ୍କ ବ୍ୟାଗ ପାଇଥିଲୁ ?

  

   ହଁ ବାବୁ ମୁଁ ପାଇଥିଲି ।


   ତେବେ ତା ଭିତରୁ ଟଙ୍କା କୁଆଡେ ଗଲା ?


 ମୁଁ ଜାଣିନି ବାବୁ, ସେ ବ୍ୟାଗରେ କଣ ଥିଲା କଣ ନାହିଁ ଦେଖନି ବାବୁ ।

  

   ତା ହେଲେ ମୁଁ କଣ ମିଛ କହୁଛି !  ସାଧାରଣ ଆଠ ହଜାର ଟଙ୍କା ପାଇଁ ମିଛ କହିବି ।ଦେଖ ଚୋରି କରିଛି ପୁଣି ମାଲିକ ଆଗରେ ଠୁଳେ ମାନୁନି ।ସତ କହୁଛି ପ୍ରଧାନ ବାବୁ ଏ ଚୋରକୁ ବାହାର ନ କରିବା ଯାଏ ତୁମ କମ୍ପାନୀ ଆମ କମ୍ପାନୀର ସମ୍ପର୍କ ବନ୍ଦ । 


  ଆବେ ହେ ....., ସତ ମାନି ମ୍ୟାଡାମଙ୍କ ଟଙ୍କା ଫେରେଇ ଦେଇ ଭୁଲ ମାଗିନେ ।ନଚେତ ତୋ ଚାକିରୀ ଛାଡିବାକୁ ପଡିବ ।ଆଉ ତୋ ପାଇଁ କଣ ମୁଁ ମୋ କମ୍ପାନୀର ଏତେ କ୍ଷତି ଘଟେଇବି ।ଯାହା ଏବେଠୁ ତୋତେ ଛୁଟି ଦେଲି ।


  ବାବୁ ,ମୋ କଥା ଟିକିଏ ଶୁଣନ୍ତୁ ବାବୁ ।ମୁଁ ଚୋର ନୁହେଁ ।ସତ କହୁଛି ମୁଁ ଚୋର ନୁହେଁ ।ମ୍ୟାଡାମ ମ୍ୟାଡାମ ମୋ କଥା ଟିକେ ଶୁଣନ୍ତୁ ।ସତରେ ମୁଁ ଆପଣଙ୍କ ଟଙ୍କା ଚୋରେଇନି ।ମୋ ଜୀବିକା ମାରନ୍ତୁ ନାହିଁ ।ଯାହା ହେଇଛି ମୋର ଭୁଲ ହେଇଛି ।

    

     ଶୁଣ ...ଯେତେ ସଫେଇ ଦେଲେ କିଛି ହେବନି ,ଯା ଏବେଠୁ ମୋ କମ୍ପାନୀ ସାମ୍ନାରୁ ପଳା । ହଁ ଆହୁରି ଶୁଣ ତୋର ଏ ମାସର ଦରମା ଆଉ ଗତ ବର୍ଷର ବୋନସ ମିଶେଇ ମୁଁ ସରିତା ମ୍ୟାଡାମଙ୍କୁ ପେମେଣ୍ଟ କରିଦେବି ।


   ସେଦିନ ରାତ୍ରି ଭୋଜନ ସମୟରେ ସରିତା ମ୍ୟାଡାମ ନିଜ ସ୍ୱାମୀ ଆଗରେ ସବୁ ଘଟଣା କହିଲା । ତା ସ୍ବାମୀ ହଠାତ କହିବାକୁ ଲାଗିଲେ ସରିତା ତୁମେ ଭୁଲ କଲ । ସତରେ ସେ ନୀରିହ ଦରୱାନର କିଛି ଦୋଷ ନାହିଁ। ମୁଁ ହିଁ ପ୍ରକୃତ ଦୋଷୀ ।


   ମାନେ, ତୁମେ କଣ କହିବାକୁ ଚାହୁଁଛ ।ସକାଳେ ATM ରୁ ଟଙ୍କା ନ ଉଠିବାରୁ ମୁଁ ତୁମ ବ୍ୟାଗରୁ ଟଙ୍କା ନେଇ ଅତି ଦରକାରୀ କାମରେ ବାହାରି ଗଲି ଯେ କହିବାକୁ ଭୁଲିଗଲି ।


   ହେ ଭଗବାନ, ମୋ ଦ୍ୱାରା କେତେ ବଡ଼ ଭୁଲ ହେଇଗଲା ।ମୁଁ ଏବେ ପ୍ରଧାନବାବୁଙ୍କୁ ଫୋନ କରୁଛି ।

 

 ହେଲୋ ..... ପ୍ରଧାନବାବୁ ।

  

  ହଁ ମ୍ୟାଡାମ, ଆପଣ ଚିନ୍ତା କରନ୍ତୁ ନାହିଁ "ସେ ଅଭଦ୍ରକୁ ସେହି ସମୟରୁ ବିତାଡିତ କରିସାରିଛି "।ଆପଣଙ୍କ ଟଙ୍କା ପାଇଁ ମୁଁ ତା ଦରମା ଏବଂ ବୋନସ ରଖି ଦେଇଛି ।


  ନାହିଁ ଯେ ପ୍ରକୃତ ଭୁଲଟା ମୋର ।ସେ ନିର୍ଦୋଷ । ମୋ ସ୍ୱାମୀ ବ୍ୟାଗରୁ ମୋତେ ନ କହି ସବୁତକ ଟଙ୍କା ନେଇଥିଲେ ।ଏବେ କହିବାରୁ ମୁଁ ଆପଣଙ୍କ ପାଖକୁ ଫୋନ କଲି ।


    ଆପଣ ସେ ପିଲାକୁ ପୁଣି କାମରେ ରଖି ଦିଅନ୍ତୁ ନଚେତ ଭଗବାନ ମୋତେ କ୍ଷମା କରିବେ ନାହିଁ ।ଯଦି ସେ ପିଲାର ଠିକଣା କି ଫୋନ ନମ୍ବର ଦିଅନ୍ତେ ମୁଁ ହୁଏତ ତା ଠୁ ଭୁଲ ମାଗି ନିଅନ୍ତି ।


  ହଉ ମୁଁ ଦେଖୁଛି ।

  

 ତାହାର ତ ଫୋନ ନମ୍ବର ନାହିଁ ,କିନ୍ତୁ ଠିକଣା ନିଶ୍ଚୟ ଅଛି । କାଲି ଯାଇ ତାକୁ ନେଇ ଆସିବି ।ତାହେଲେ ଠିକ ଅଛି କାଲି ମୁଁ ବି ଆପଣଙ୍କ ସାଥିରେ ଯିବି ।


  ପରଦିନ ଦୁହେଁ ସେହି ପିଲା ଘରକୁ ଗଲେ । ଦେଖିଲେ ଅନେକ ଲୋକ ତା ଘର ଆଗରେ ରୁଣ୍ଡ ହେଇଥିଲେ । ସେ ପିଲାକୁ ଡାକିଲେ ।ସେ ଆସି ଲମ୍ବା ହେଇ ଗୋଡ଼ ତଳେ ପଡ଼ି କହିବାକୁ ଲାଗିଲା ମୁଁ ନିର୍ଦ୍ଦୋଷ ବାବୁ ।ମୁଁ ଚୋରି କରିନି ବାବୁ ।


 ଆରେ ପ୍ରକୃତ ଘଟଣା କଣ ମୁଁ ବୁଝି ସାରିଛି , ତୋର କିଛି ଦୋଷ ନାହିଁ । ତେଣୁ ତୋତେ ତୁମ ଚାକିରୀରେ ଯୋଗ ଦେବା ପାଇଁ ଆମେ ଫେରାଇ ନେବାକୁ ଆସିଛୁ । 


   ଆଉ ଲାଭ କଣ ବାବୁ ।ଦରମା ଆଠ ଦିନ ବିଳମ୍ବ ସହିତ ମୋ ମାଆର ମେଡ଼ିସିନ ସରିଗଲା ।ଯାହା ପାଇଁ ଚାକିରୀ କରୁଥିଲି ସେ ତ ଟିକିଏ ଆଗରୁ ମୋତେ ଛାଡି ଚାଲିଗଲା ।ଆଉ ଚାକିରୀ କରିବି କାହା ପାଇଁ ?ଆପଣ ଫେରି ଯାଆନ୍ତୁ ବାବୁ ।

  

    ମୋତେ କ୍ଷମା କର ବାବୁ, ସବୁ ମୋହରି ପାଇଁ ଘଟିଗଲା ।


  ମ୍ୟାଡାମ ଆପଣଙ୍କୁ କ୍ଷମା କଲେ କଣ ମୋ ମାଆ ଜୀବନ ଫେରି ଆସିବ । ଆଉ ଗୋଟିଏ କଥା କହି ରଖୁଛି ମ୍ୟାଡାମ ସବୁ ଗରିବ ମାନେ ଚୋର ନୁହଁନ୍ତି 


  ଶେଷରେ ମୋର ଗୋଟାଏ ଅନୁରୋଧ ରଖିବେ ମ୍ୟାଡାମ ଭବିଷ୍ୟତରେ ମୋ ପରି ଆଉ କାହାକୁ ମାଆ ଛେଉଣ୍ଡ କରିବେ ନାହିଁ କି କାହାର ଜୀବିକା ମାରିବେ ନାହିଁ ।ମାଆ ଚାଲିଗଲେ ନା ଭାରି କଷ୍ଟ ହୁଏ ।


       


Rate this content
Log in

Similar oriya story from Tragedy