STORYMIRROR

shibaram dalai

Abstract

4  

shibaram dalai

Abstract

ରୁମ ନମ୍ବର ୬୭୬

ରୁମ ନମ୍ବର ୬୭୬

4 mins
5


  ରାତି ପ୍ରାୟ ଦଶଟା ପଇଁଚାଲିସି ,ସାଲେପୁର ପୋଲିସଷ୍ଟେସନ ର ଫୋନ ଗର୍ଜି ଉଠିଲା ।କନେଷ୍ଟବଳ ଧାରୁଆ ଫୋନ ରିସିବ କଲା ।ସେପଟୁ ଶୁଭିଲା କବାଟସାର (inspector) ଙ୍କୁ ଟିକିଏ ଫୋନ ଦିଅନ୍ତୁ।ତାଙ୍କୁ ମୋର କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବାର ଅଛି ।ହେଲେ ତୁମେ କିଏ କହୁଛ ପଚାରିଲା ଧାରୁଆ।ମୁଁ କିଏ କହୁଛି ସେକଥା ପରେ, ପ୍ରଥମେ କବାଟ ସାର ଙ୍କୁ ଫୋନ ଦିଅନ୍ତୁ । ସେ ଏବେ ବାହାରକୁ ଯାଇଛନ୍ତି କହି ଫୋନ କାଟିଦେଲା ଧାରୁଆ ।

   

    ଭିତରୁ ଥାଇ ଡାକ ଛାଡ଼ିଲେ କବାଟ ସାର । ଧାରୁଆ କିଏ ଫୋନ କରିଥିଲା କିରେ ? କେହି ଜଣେ ଆପଣଙ୍କୁ ଖୋଜୁଥିଲା ସାର ,କହୁଥିଲା କଣ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବାର ଅଛି ।ଆଉ ମୁଁ ଭାବିଲି ଆପଣ ବିଶ୍ରାମ କରୁଛନ୍ତି ତେଣୁ ଫୋନ କାଟିଦେ.

ଚୋପ ପୋଲିସ ସର୍ବଦା ଜନ ସେବାରେ , କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନ ହେଇଥିଲେ ସେ କାହିଁକି ପୋଲିସ ଷ୍ଟେସନ ଫୋନ କରିଥାନ୍ତା ।ଏତିକି ବେଳେ ଫୋନ ପୁଣି ଗର୍ଜି ଉଠିଲା।ଏଥର କବାଟ ସାର ଫୋନ ରିସିଭ କଲେ ।hello କହିବା କ୍ଷଣି ସେପଟୁ ଶୁଭିଲା କବାଟ ସାର ଆପଣ ଶୀଘ୍ର ପ୍ରଜାପତି ହୋଟେଲ ର ରୁମ ନମ୍ବର ୬୭୬ କୁ ଆସନ୍ତୁ ।ସେଠି ଅନୈତିକ କାର୍ଯ୍ୟ ଚାଲିଛି ।


ହେଲେ ତୁମେ କିଏ ?


ସେତେବେଳକୁ ଫୋନ କଟି ସାରିଥିଲା ।


  କାଳ ବିଳମ୍ବ ନକରି ଲୋକଟିର ବିଚଳିତ ତଥା ଗୁପ୍ତ ତଥ୍ୟ କୁ ଆଧାର କରି କବାଟ ସାର ଓ ତାଙ୍କ ସାଥୀ ମାନେ ପ୍ରଜାପତି ହୋଟେଲ ର ରୁମ ନମ୍ବର ୬୭୬ ଉପରେ ଚଢ଼ାଉ କଲେ ।ରୁମ ଖୋଲିବା ମାତ୍ରେ ଗୋଟେ ବେଡ଼ ଉପରେ ଅସଂଯତ ଅବସ୍ଥାରେ ଥିଲେ ତିନିଜଣ ପୁରୁଷ ସହ ଜଣେ ମହିଳା ।ତିନିଜଣ ପୁରୁଷ ଖସି ଯିବାକୁ ଚେଷ୍ଟା କରୁଥିବା ସମୟରେ କାବାଟ ସାର ଙ୍କ ସାଥିମାନେ ସେମାନଙ୍କୁ କାବୁକଲେ ।କିନ୍ତୁ କବାଟ ସାର ସେହି ମହିଳା ଜଣକ ମୁହଁକୁ ଚାହିଁ କିଛି ସମୟ ହାତବକ ହେଇଗଲେ ।ସେମାନଙ୍କୁ ପୋଲିସ ଷ୍ଟେସନ ନିଆଗଲା ଏବଂ ପ୍ରଜାପତି ହୋଟେଲ କୁ ସବୁଦିନ ପାଇଁ ଲକ କରିଦେଲେ । 


   ସେଲ ଭିତରେ ସେମାନଙ୍କୁ ଭର୍ତ୍ତି କରି କବାଟ ସାର ଠପ କିନା ନିଜ ଚୌକି ଉପରେ ବସିପଡିଲେ ।ଥଣ୍ଡା ପାଣି ଗ୍ଲାସଟେ ଏକା ନିଶ୍ୱାସ ରେ ପିଇ ପକାଇଲେ । ନିଜ ଆଖିରେ ସେହି ମହିଳା କୁ ଦେଖି ନିଜକୁ ବିଶ୍ୱାସ କରି ପାରୁନଥିଲେ ।


    ମନେ ପକାଉଥଲେ ସାତ ବର୍ଷ ତଳେ ସାଲେପୁର କଲେଜ ର ସେହି ୨ ମେଧାବୀ ଛାତ୍ରୀ ଅନନ୍ୟା କଥା । ସେଦିନ ଅନନ୍ୟା ର ପୁରୁଷ ଓ ନାରୀ ଭିତରେ ତଫାତ ର ବକ୍ତୃତା କବାଟ ସାର ଙ୍କ ମନକୁ ବେଶ ବିମୋହିତ କରିଥିଲା ।କିନ୍ତୁ ଆଜି ହୋଟେଲରେ ଅନନ୍ୟା କୁ ଏପରି ଅବସ୍ଥାରେ ଦେଖି ନିଜ ମନକୁ ପ୍ରଶ୍ନ କରୁଛନ୍ତି ,ଏ କଣ ସେହି ଅନନ୍ୟା ? ନା ୟାର ପଛରେ କିଛି ବୁଡ଼ ରହସ୍ୟ ରହିଛି ।


   ପରଦିନ ନିରୋଳା ରେ ଅନନ୍ୟା କୁ ଜେରା କଲେ ଇନ୍ସପେକ୍ଟର କବାଟ ସାର ।ପ୍ରାୟ ୧୦ ରୁ୨୦ ମିନିଟ ଜେରା ପରେ ସତ ଆପେ ଆପେ ସମ୍ନା କୁ ଆସିଲା ।ଆଉ କହି ପକାଇଲା ତା ଜୀବନରେ ଘଟି ଯାଇଥିବା କରୁଣ କାହାଣୀ ।


 ମୁଁ ଯୁକ୍ତ ତିନି ୨ୟ ବର୍ଷ ପଢୁଥାଏ ମୋର ସାଥେ ତାଳଦେଇ ମୋର ସିନିୟର ପବିତ୍ର ନନ୍ଦ ଫାଇନାଲ ଇଅର ରେ ପଢୁଥାଏ ।କଲେଜ ସାରା ପଢ଼ା ପାଇଁ ଆମ ଦୁହିଁଙ୍କ ନାଁ ଚର୍ଚ୍ଚାରେ ଥିଲା ।ଏକଦା ଆମ କଲେଜ ଉତ୍ସବ ସମୟରେ (function)ଆମେ ଦୁହେଁ ପରସ୍ପରକୁ ଜାଣିଲୁ । ପରେ କଥା ର ଆଦାନ ପ୍ରଦାନ ଭିତରେ ସମ୍ପର୍କ ଟା କେତେବେଳେ ପ୍ରେମ ସମ୍ପର୍କ ରେ ପରିଣତ ହେଇଗଲା ମୋତେ ଜଣା ନାହିଁ ।କଥାଟା ସେହି ଠାରେ ସୀମିତ ରହିଲା ନାହିଁ । କଥାଟା ହାଟରୁ ଯାଇ ବାଟରେ ଗଡ଼ିଲା ।ତା ପରେ କଥା ଗଡି ଗଡି ଉଭୟଙ୍କ ଘରେ ପହଂଚିଗଲା ।ଉଭୟଙ୍କ ପରିବାର ଆମ ଭବିଷ୍ୟତ କୁ ନେଇ ଦୃଢ଼ ବିରୋଧ କଲେ ।ପବିତ୍ର ର ବାପା କିନ୍ତୁ ଆମେ ଗରିବ ହେତୁ ଆମ ଘର ସହ ସମ୍ପର୍କ ଯୋଡିବାକୁ ସମ୍ପୂର୍ଣ୍ଣ ମନା କଲେ ।


   ଆମ ଦୁହିଁଙ୍କ ବୟସ ଥିଲା ବଢ଼ିଲା ନଇ ର ସ୍ରୋତ , ଯେମିତି ନଦୀ ପାଣି ସମୁଦ୍ର ରେ ମିଶିବା ପାଇଁ ତତ୍ପର ସେମିତି ଆମେ ଦୁହେଁ ପରସ୍ପରକୁ ପାଇବା ପାଇଁ ବ୍ୟାକୁଳ ଥିଲୁ ।ଶେଷରେ ଘର ଛାଡ଼ି ଦୂର ଏକ ଜାଗାକୁ ଚାଲିଯିବା ପାଇଁ ମନସ୍ଥ କଲୁ ।


  ସେଦିନ ବାପା ମାଆ ଙ୍କ ସ୍ନେହ, ପ୍ରେମ ଓ ପବିତ୍ର ସମ୍ପର୍କ କୁ ପାଦରେ ଠେଲି ଦେଇ ମୁଁ ପବିତ୍ର ସହ ଏକ ପବିତ୍ର ସମ୍ପର୍କ ଗଢିବାକୁ ଓଡିଶା ଛାଡି ସୁରଟ ଚାଲିଗଲି ।ସେଠାରେ ପବିତ୍ର ର ସାଙ୍ଗ ପ୍ରତାପ ଓ ଅନ୍ୟ ଦୁଇ ସାଙ୍ଗ ସୂତା ମିଲ ରେ କାମ କରନ୍ତି ।ସେମାନେ ଆମ ପାଇଁ ପୂର୍ବରୁ ଭଡା ଘର ଠିକ କରି ସାରିଥିଲେ।ଦୁଇ ମାସ ଆମ ଭିତରେ ମଧୁର ସମ୍ପର୍କ ଚାଲିଲା ।ତା ପରେ ପବିତ୍ର ସହ ବିତି ଚାଲିଲା ଏମିତି ।


 ମାନେ ? ? ?


  ଆସ୍ତେ ଆସ୍ତେ ସେ ସାଙ୍ଗ ମାନଙ୍କ ସହ ସୁରାପାନ କଲେ ।ବିଳମ୍ବିତ ରାତିରେ ସେ ସମସ୍ତେ ବସାକୁ ଫେରିଲେ ।


  ତୁମେ ପ୍ରତିବାଦ କଲନାହିଁ ? ?


 କରିଛି ଆଜ୍ଞା , ହେଲେ ଫଳ ଶୂନ୍ୟ..........

ତା ପରେ ମୋ ଉପରେ ମାଡ଼ପିଟ ଆରମ୍ଭ ।


  ଦିନକର କଥା ମୁଁ ରୁମରେ ଥାଏ ।ସେଦିନ ସୂତା କମ୍ପାନୀ ବନ୍ଦ ଥାଏ ।ଦିନରେ ସବୁ ସାଙ୍ଗ ପିଇ କରି ଫେରିଲେ ।ରାତିକୁ ଚାରି ସାଙ୍ଗ ପୁଣି ପିଇଲେ । ପବିତ୍ର ମୋ ସହ ଶାରୀରିକ ସମ୍ପର୍କ କଲେ ଏବଂ ତାଙ୍କ ସାଙ୍ଗ ମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କଲେ, ମୁଁ ବିରୋଧ କରିବା ରୁ ବହୁତ ପିଟିଲେ ।ଶେଷରେ ଜୋର ଜବରଦସ୍ତ ସେମାନେ ମୋ ସହ କୁସମ୍ପର୍କ ସ୍ଥାପନ କଲେ ।ମୁଁ ପୋଲିସ ଆଗରେ ସବୁ କହିଦେବି କହିବାରୁ ସେମାନେ ମୋତେ ଜୀବନରୁ ମାରିଦେବୁ ଧମକ ଦେବା ସହ ପବିତ୍ର କୁ ଟଙ୍କା ଦେଇ ମୁଁହ ବନ୍ଦ କରିଦେଲେ ।ଏ ଖେଳ ନୀତି ଦିନିଆ ରେ ପରିଣତ ହେଇଗଲା । ଟଙ୍କା ଲୋଭରେ ପବିତ୍ର ତାଙ୍କ କମ୍ପାନୀ କର୍ମଚାରୀ ଙ୍କୁ ବି ଘରକୁ ଡାକିଲେ ।ସେମାନେ ମୋର ଅଶ୍ରିଳ ଭିଡିଓ କଲେ ।ଏପଟେ ବାପା ବୋଉ ଠୁ ସବୁ ସମ୍ପର୍କ କାଟିଦେଇଥିଲି ।ସେପଟେ ମୋର ଏପରି ଦୟନୀୟ ଅବସ୍ଥା ଆପଣା ସୁନା ତ ଭେଣ୍ଡି ।କହିବି କାହାକୁ ଯିବି କୁଆଡେ । ମୃତ୍ୟୁ କୁ କାହାର ବା ଭୟ ନାହିଁ ।ତେଣୁ ନଦୀରେ ଘର କରି କୁମ୍ଭୀର ସହ ଶତ୍ରୁତା ବା କାହିଁକି କରିବି ।ତେଣୁ ଗୋଟେ ବୁଦ୍ଧି ପାଂଚି କମ୍ପାନୀ କର୍ମଚାରୀ ସହ ଲୁଚି ଓଡିଶା ଚାଲିଆସିଲି ।


  ନିଜେ ତ ଫେରିବାର ବାଟ ବନ୍ଦ କରିଛି ,ଫେରିବି ବା କୁଆଡେ ?ସବୁ ଲୁହ ତ ଗଡି ଏଇ ଓଠ ପିଇ ସାରିଛି ତେବେ ଆଉ ଲୁହ ପିଇବା ରେ ଅସୁବିଧା କୋଉଠି ?ସବୁ ଦୁଃଖ କୁ ତ ଆପଣାର କରିସାରିଛି ତେବେ ଆଉ କିଛି ଦୁଃଖ କୁ ଆପଣେଇବାରେ ଅନିଚ୍ଛା ବା କାହିଁ କରିବି ?ନିଜ ଇଚ୍ଛା ରେ ତ ନିଜକୁ ଜାଳି ସାରିଛି ,ତେବେ ଆଉ କିଛି ଦିନ ଯାଏ ଜଳିବିନି କାହିଁକି ଭାବି ଏହି ଠାରେ ଭଡ଼ା ଘର ନେଲି ।


 ସାର , ଏ କଳା ମୁଣ୍ଡିଆ କୁ ବିଶ୍ୱାସ ନାହିଁ ।


  ମନ୍ଦିର ର ସନ୍ଧ୍ୟା ଘଣ୍ଟ ବାଜି ପହଡ଼ ପଡିଗଲେ ସବୁ ଧୋବ ଧାବଳିଆ ଭକ୍ତ ମାନେ ଏ ମନ୍ଦିର କୁ ପ୍ରସାଦ ପାଇବାକୁ ଧାଇଁ ଆସନ୍ତି ।ପେଟ ଭରି କେଇ ମୁହୂର୍ତ୍ତ ପ୍ରସାଦ ସେବନ କରିଥାନ୍ତି ।ଭୋକ ମେଣ୍ଟିଗଲେ ନିଜ ଭଦ୍ର ଟୋପି ପିନ୍ଧି ସମାଜ ର ଗହଳି ଭିତରେ ଲୁଚି ଯାଆନ୍ତି ।ହଁ ଗଲା ବେଳେ କିଛି ଟଙ୍କା ମୋ ଉପରକୁ ଫୋପାଡ଼ି ଦିଅନ୍ତି ।ସେହି ଟଙ୍କାରେ ମୋ ପେଟ କୁ ମୁଠାଏ ଦାନା ସହ ସଜ ହେଇ ଅପେକ୍ଷା କରେ ଆଉ ଗୋଟେ ଅନ୍ଧାରକୁ । କାହିଁକି ନା ଅନ୍ଧାର ରେ ମୋ ପେଟ ଚାଖଣ୍ଡକ ଭରିଯିବାର ରାସ୍ତା ଥାଏ ।


     


Rate this content
Log in

Similar oriya story from Abstract