STORYMIRROR

Sunanda Mohanty

Abstract Drama Inspirational

3  

Sunanda Mohanty

Abstract Drama Inspirational

ଓଠ ତଳ ହସ

ଓଠ ତଳ ହସ

2 mins
185

   ଆଜି ମୋ ବାପାଙ୍କର ଷଷ୍ଠ ଶ୍ରାଦ୍ଧବାର୍ଷିକୀ. ମତେ ଛାଡି ସମସ୍ତେ ଏକାଠି ହୋଇଥାନ୍ତି, ଘରେ, ମୋର ମୋ ସ୍ବାମୀଙ୍କ ଉପରେ ଖୁବ ରାଗ ଯେ ମତେ ନେଇକି କାହିଁକି ଗଲେନି, ସବୁ ଭାଇଭଉଣୀଙ୍କୁ ଦେଖିଥାନ୍ତି, କଥା ବାର୍ତ୍ତା, ଦୁଃଖ ସୁଖ ହୋଇ ବୋଉକୁ ଟିକେ ଦେଖି ଆସିଥାନ୍ତି, ହେଲେ ସ୍ୱାମୀଙ୍କର ଜରୁରୀ କାମ ତ ଯାଇହେଲାନି, ଲୁହ ଦୁଇଧାର ଗଡି ଆସୁଥାଏ ବାପାଙ୍କ କଥା ମନେପଡି, କେତେ କେତେ ସ୍ମୃତି ସବୁ ହୃଦୟ ଦ୍ୱାର ଖୋଲି ବାହାରି ଆସି କଲବଲ କରୁଥିଲା ବେଳେ ସବୁ ଭଉଣୀମାନଙ୍କର ଫୋନ ଆଉ ସ୍ମୃତି ଚାରଣ କରୁ କରୁ ମନକୁ ହାଲକା କରିପାରୁନଥିବା ବେଳେ, ବାପାଙ୍କ ଫୋଟୋ ଟି ଭାଇ ଛାଡିଥିଲା, କି ସୁନ୍ଦର, ଜ୍ଞାନୀ, ଗୁଣି, ମର୍ଯ୍ୟାଦାବନ୍ତ, ସୁପୁରୁଷ ଥିଲେ ବାପା, ଆଉ ଫୋଟଟିରେ, ତାଙ୍କ ସୁନ୍ଦର ମୁଁହରେ ଓଠ ତଳ ହସ ଧାରକ ଖୁବ ସୁନ୍ଦର ମାନୁଥିଲା ତାଙ୍କୁ, କିନ୍ତୁ ମତେ କାନ୍ଦ ମାଡୁଥିଲା l

   ଖଇ ପିଇ, ଦ୍ବିପହରେ ବସିଛି, ଡାକବାଲା ପାର୍ଶଲ ଟିଏ ଦେଇଗଲା, ମୋ ନାମରେ, ଆଶର୍ଯ୍ୟ, ଆଜିଯାଏଁ ପାର୍ଶଲ ଯାହା ସବୁ ଆସେ ପୁଅ ଝିଅଙ୍କ ନାମରେ, କିଏ କଣ ସବୁ ମଗେଇଥାନ୍ତି, ଅନଲାଇନ ସପିଙ୍ଗ ହିସାବରେ ଆଉ ସ୍ୱାମୀଙ୍କ ନାମ ଠିକଣା ରେ, ହେଲେ ଏଇଟା ପ୍ରଥମ ଆଉ କେବଳ ମୋ ନାମରେ ତ ରଖିନେଲା ପରେ, ଭାବିଲି ପାର୍ଶଲ ବୋମା ନୁହେଁ ତ?, ପାଖରେ ନଥିଲେ କେହି, ସ୍ୱାମୀ ମଧ୍ୟ ନଥିଲେ, ଏଣେ ଫୋନରେ ଘନ ଘନ ଟୁଙ୍ଗ ଟାଂଗ, ପାର୍ଶଲ ନଖୋଲି, ଫୋନ ଉଠାଇ ମେସେଜ ବକ୍ସ କୁ ଯାଇ ଦେଖେତ ଷ୍ଟୋରୀ ମିରରରରୁ ନିମନ୍ତ୍ରଣ, କବିତାବିଭାଗରେ କୃତିତ୍ୱ ହାସଲ କରି ଆସନ୍ତା ଜାନୁଆରୀ ନ ତାରିଖ ରେ କଟକର ଶ୍ରୀରାମଚନ୍ଦ୍ର ମଣ୍ଡପରେ ସମ୍ବର୍ଦ୍ଧିତ ହେବାର ଖବର ରେ ଓଠ ତଳେ ଚମତ୍କାର ହସଟିଏ ଖେଳିଗଲା. 

   ଏଥର ସାହସ କରି ଆସିଥିବା ପାର୍ଶଲ ପ୍ୟାକେଟ ଟି ଖୋଲେ ତ, ଷ୍ଟୋରୀ ମିରର ରୁ ଆସିଥିଲା ଉପହାର, ମୋ ନିଜ ନାମ ଲେଖା ଥାଇ ଘଣ୍ଟା, ପାଣିବୋତଲ, ପେନ ଓ ସମ୍ବର୍ଦ୍ଧନା ଫଳକ, ଖୁସିରେ ଦୌଡ଼ିଗଲି ଫୋନ ଆଣି ବାପାଙ୍କ ଫୋଟୋ ଦେଖିବାକୁ, ମୁଣ୍ଡିଆ ମାରି ଦେଖୁଥିଲି ତାଙ୍କ ଓଠ ତଳ ହସ କୁ, ଆଉ କେତେବେଳେ ସ୍ୱାମୀ ଆସି ପଛରେ ଥାଇ ହସୁଥିଲେ ସୁଠାମ ଠାଣିରେ, ଆଉ କହୁଥିଲେ, ଷ୍ଟୋରୀ ମିରର ଗୋଟେ ବିଶ୍ୱସ୍ତରୀୟ ମର୍ଯ୍ୟାଦାବନ୍ତ, ସାହିତ୍ୟିକ ପ୍ଲାଟଫର୍ମ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract