STORYMIRROR

Sunanda Mohanty

Abstract Tragedy Thriller

4  

Sunanda Mohanty

Abstract Tragedy Thriller

ଓଏସିସ

ଓଏସିସ

5 mins
9

ଜୀଵନ କାହା ପାଇଁ କଣ ଥିଲାବେଳେ ରୁନୁ ପାଇଁ ଜୀଵନ ଥିଲା ମରୁ ମରୀଚିକାପୂର୍ଣ୍ଣ.ପିଲାଦିନୁ ବାପା ମାଆ ସ୍ନେହ କଣ ଜାଣିନଥିଲା ସେ. ସାବତମାଆ କୋଳରେ ତା ସାନଭାଇ ଗେଲ ହେଉଥିଲା ବେଳେ ସେ ମାଆର ପାଦ ଘସୁଥାଏ. ଘର ସାରାର ବାସିପାଇଟିଠୁ ଆରମ୍ଭ କରି ରୋଷେଇ ବାସ ତଥା ସାନ ଭାଇର ସବୁ କାମ କରୁ କରୁ ତା ଛୋଟ ଛୋଟ ହାତ ଦିଟା ଥକି ଯାଇଥିଲା ବେଳେ ସେ ଭାବେ ସବୁର ପ୍ରତିଦାନରେ ମାଆ ଟିକେ ତାକୁ ସ୍ନେହ ବୋଳା କଥା ଦିପଦ କୁହନ୍ତାନି!ତାର ସବୁ ଅଭିମାନ ଅବଶୋଷ ଭାଙ୍ଗି ଯାଇ ଶ୍ରଦ୍ଧା ଗଛରେ ସମ୍ମାନ ଫୁଲ ଫଳ ଢାଳି ହୋଇପଡନ୍ତା. ତାକୁ ସେତକ କାହିଁକି ମିଳେନି ସେ ଜାଣେନା. ସାବତମାଆ ପେଟରୁ ସେ ଜନ୍ମ ହୋଇନି ବୋଲି ନା ସାବତମାଆ ଆସିବା ପରେ ପରେ ତା ବାପା ଚାଲିଗଲା ବୋଲି!ଯାହା ହେଉ ତା ଛୋଟ ଛୋଟ ହାତ ପାପୁଲି ଦୁଇଟା ବଡ଼ ହେଉ ନହେଉଣୁ ମାଆ ତାକୁ ପଦନା ରିକ୍ସାବାଲା ସଙ୍ଗେ ହାତକୁ ହାତ ଛନ୍ଦି ଦେଲାବେଳେ ତାର ଦୁଇଟି ପୁଅ ଝିଅଙ୍କ ଓଠରେ ମାଆ ଡାକ ତା ଜୀବନର ମରୁ ମରୀଚିକାକୁ ସମାପ୍ତ କରିଦେଲା ବୋଲି ଭାବିଥିବା ରୁନୁ କିନ୍ତୁ ଅପବାଦର ଶୀକାରରେ ସନ୍ତୁଳିତ ହେଉଥିଲା ଯେ ସେ ସାବତ ମାଆ. ହୁଏତ ତା ନିଜ କୋଳକୁ ତା ଅନ୍ତଫାଡି ଜନ୍ମକଲା ଛୁଆ ଆସିଲେ ସେ ପ୍ରତାରିତ କରିବ ଝିଅ ପୁଅଙ୍କୁ. ସେଇଥିପାଇଁ ତ ଆଶା ଦିଦିକୁ କହି ସେ ମାଆ ହେବା ଥଳି ଓଭାରି କି କଣ ସେଇଟାକୁ ପିଙ୍ଗି ଫୋପାଡି ଦେଇଥିଲା ପେଟ ଭିତରୁ. ଝିଅକୁ ଓ ପୁଅକୁ ପାଠ ପଢ଼ାଉଥିଲା ଅଙ୍ଗନବାଡିରେ. ଦୁନିଆଁ ତଥାପି ତାକୁ ସାବତମାଆ କହି ଘୃଣା କରୁଥିଲା କାହିଁକି ସେ ବୁଝି ପାରୁନଥିଲା ହେଲେ ତା ପୁଅ ଝିଅ ଅନ୍ତତଃ ବୁଝନ୍ତୁ ବୋଲି ଭାବିଥବା ରୁନୁ କିନ୍ତୁ ଆଘାତ ପାଇଥିଲା ଝିଅ ବିଦା ବେଳେ ଯେବେ ନାଲି ପାଟ ପିନ୍ଧିବାକୁ ମନ କରି ପିନ୍ଧି ପାରିନଥିଲା ଝିଅ. ପୁଅ ନିଜ ପସନ୍ଦର ଝିଅ ବାହାହୋଇ ଘରୁ ବାହାରିଯିବା ବେଳେ ଯେବେ ବାପାଙ୍କୁ ସଫା ସଫା ଶୁଣେଇ ଦେଇଥିଲା ସାବତ ଶାଶୁ ପାଖେ ମୋ ସ୍ତ୍ରୀ କେତେ ସୁରକ୍ଷିତ ସେ ଭରସା ମୋର ତୁମେ ଦେଇପାରିବ? ପଦନା କିନ୍ତୁ ସେଦିନ ରୁନୁ ଆଖିର ଲୁହ ଦୁଇବୁନ୍ଦାକୁ ନିଜ ଥରଥର ଦୁଇ ହାତ ପାପୁଲିରେ ଧରି ରଖି କହୁଥିଲା କି ପାପ କରିଥିଲୁ ଲୋ ରୁନୁ, ଟିକେ ସୁଖ ଦେବାକୁ ତତେ ମୁଁ ସମର୍ଥ ହୋଇପାରିଲିନି. ଭୋ ଭୋ କରି ରୁନୁ ସେଦିନ ଯୋଉ କାନ୍ଦିଥିଲା ତାହା ଦୁଃଖର କି ସୁଖର ବୋଲି ଜାଣି ହେଉନଥିଲେ ବି ରୁନୁ ଜୀବନର ମରୁ ମରୀଚିକାରେ ଟୋପେ ଜଳବିନ୍ଦୁ ସନ୍ଧାନ ପାଇ ସେ ବିଭୋର ହୋଇଯାଇଥିଲା.।

   ସେହିଦିନ ସନ୍ଧ୍ୟାରେ କେହି ଜଣେ ଆସି ଖବର ଦେଲା ପଦନା ରିକ୍ସାବାଲା ଟ୍ରକ ଦେହରେ ବାଡେଇ ହୋଇ ଘୋଷାଡି ହୋଇଯାଇଛି. ଦୌଡୁଥିଲା ରୁନୁ ବାୟାଣୀ ପରି. ରିକ୍ସା ସୁରକ୍ଷିତ ଥିଲା କିନ୍ତୁ ପଦନା ଦେହର ଅଂଶ ବିଶେଷ ସବୁ ରାସ୍ତା ସାରା ପେଷି ହୋଇଯାଇଥିଲା. ରିକ୍ସାରୁ କିନ୍ତୁ ନାଲି ଶାଢ଼ୀ ଖଣ୍ଡେ ଉପହାସ କରୁଥିଲା ରୁନୁକୁ.ଠିକ ସେତିକି ବେଳେ କେନ୍ଦୁପତ୍ର, କଦଳୀପାତ୍ର, ଶାଳ ପତ୍ର(ସର୍ଗି ବା କେତେକାଞ୍ଚଳରେ କହୁଥିବା ରେଙ୍ଗାଲ ),ପଳାଶ, ଶିଆଳୀ, ପିପ୍ପଳ, ପଣସ, କରଞ୍ଜ ଓ କୁରେଇ ଫୁଲର ଠୋଲା ବିକ୍ରିକାରି ସଞ୍ଚିତ ପଇସାରେ ସ୍ୱାମୀ ପଦନାର ଶୁଦ୍ଧି ଘର ତଥା କ୍ରିୟା କର୍ମ କଲାବେଳେ ପୁଅ ଝିଅ ସାଥ ଦେଇନଥିଲେ କିନ୍ତୁ ବଳିଥିବା ପଇସା ମିଶେଇ ଠିକ ପଦନାର ପ୍ରଥମ ଓ ଶେଷ ସ୍ମୃତି ନାଲି ଶାଢ଼ୀ ପରି ଆଉଗୋଟିଏ ନାଲି ଶାଢ଼ୀ କିଣି ଝିଅ ବୋହୁଙ୍କ ପାଇଁ ନେଇ ଯାଇଥିଲା ରୁନୁ ଯେ ଅପମାନିତ ହୋଇ ଫେରିଥିଲା. ଆମେ ଘରେ ଥିଲା ଯାଏଁ ଆମ ବାପା ଠିକ ଠାକ ଥିଲେ ଆମେ ଘରୁ ଗୋଡ଼ କାଢୁ କାଢୁ କୋଉ ଡାଆଣୀର ନଜର ଲାଗିଲା କେଜାଣି କହି ଅପମାନିତ ହୋଇ ଫେରିବା ପରେ ନିଜକୁ ଦୃଢ଼ କଲା ରୁନୁ. ସ୍ୱାମୀର ରିକ୍ସାକୁ ସଜାଡି ପତ୍ର ଠୋଲା ଓ ପତ୍ର ତିଆରି ଥାଳି ସବୁକୁ ରିକ୍ସାରେ ଲଦି ରିକ୍ସା ଗଡୁଥିଲା ପୁଣି ସହରର ହୋଟେଲ ଓ ଢ଼ାବା ମାନଙ୍କୁ. ଏଣିକି ପତ୍ରରେ ରୋଗ ପ୍ରତିଷେଧକ ଶକ୍ତି ଅଛି ବୋଲି ବୁଝିବା ସହ ପଳାଶ ପତ୍ର ରକ୍ତ ସଫରଖେ ଓ ରକ୍ତସ୍ରାବ ବନ୍ଦ କରାଏ ପିପ୍ପଳ ଖଲିରେ ଭୋଜନ ଆରାମ ଓ ତୃପ୍ତିକର, କରଞ୍ଜ ପତ୍ର ଆଣ୍ଠୁ ଗଣ୍ଠି ରୋଗ ଉପଶମ କରିଥାଏ. କୁରେଇ ପତ୍ରର ଦନାରେ ପଶ୍ଚିମ ଓଡିଶାର ନୂଆଖାଇ ପର୍ବ ଦାନା ଖୁବ ସୁସ୍ୱାଦୁ ଥିଲା ବେଳେ ସେହି ସବୁ ଗଛ ଲଗାଇ ଗଛର ପତ୍ରରେ ଠୋଲା, ଦନା, ଥାଳି ସବୁ ରିକ୍ସାରେ ବୋହି ନେଇ ରୁନୁ ଜୀଵନ ମରୁଦ୍ୟାନରେ ବୈପ୍ଲବିକ ପରିବର୍ତ୍ତନ ଆସିଥିଲା ଯେମିତି.ଦୁଃଖର ମରୁ ମରୀଚିକାରେ ସୁଖର ଆଲୋକ ଜଳୁଥିଲା ବେଳେ ରୁନୁ ଶ୍ରୀ ଜଗନ୍ନାଥଙ୍କୁ ହାତଯୋଡ଼ି ଭାବୁଥିଲା ପଦନା ବଞ୍ଚିଥାଆନ୍ତା କି.।

    ରିକ୍ସା ଟାଣୁଥିଲେ ବି ରୁନୁ ମନରେ ଦୁଃଖ ନଥିଲା.ତା ସ୍ୱାମୀର ଏଇ ଶେଷ ସନ୍ତକ ରିକ୍ସାଟିକୁ ସେ ଖୁବ ଯତ୍ନରେ ବ୍ୟବହାର କରୁଥିଲା. ମଣିଷ ବଦଳରେ କେବଳ ପତ୍ର ବୋହି ନେଉଥିଲା ରିକ୍ସାରେ ତାହାର. ଗଛ ଓ ଗଛର ପତ୍ର ମଣିଷ ଜୀବନରେ ଏକାନ୍ତ ଜରୁରୀ ବୋଲି ଆଜିର ମଣିଷ ବୁଝିସାରିଥିଲା ବୋଲି ପ୍ରାକ ଐତିହାସିକ ଯୁଗ ଭଳି ତେଲ ମସଲା ଗୋଳେଇ ଖାଦ୍ୟକୁ ପତ୍ରରେ ବାନ୍ଧି ପତ୍ରପୋଡା କରି ଖାଇବାର ଆଗ୍ରହ ପୁଣି ସୃଷ୍ଟି ହୋଇଛି ମଣିଷର ନୂଆ ଢଙ୍ଗରେ ନୂଆ ରୂପରେ ତ ରୁନୁ ଲଗେଇଚାଲିଥିଲା ପଣସ, ପଳାଶ, ଶିଆଳୀ, ଶାଳ, ପିପ୍ପଳ, କରଞ୍ଜ, ବଟ , କୁରେଇ, ଲିମ୍ବ, ଓସ୍ତ ଗଛ ସବୁକୁ.ଖାଲି ନିଜ ବଗିଚାରେ ନୁହେଁ ବରଂ ବାଟେ ଘାଟେ ଓ ଖୋଲା ସ୍ଥାନରେ,କାରଣ ସେ ବୁଝି ସାରିଥିଲା ଏହି ଗଛସବୁ ଲଗାଇବାର ଉପକାରିତା ସହ ପରିବେଶକୁ ସୁରକ୍ଷିତ ରଖିବାର ସାହାରା ହିଁ ବୃକ୍ଷ. ତା ଛଡା ତା ହାତ ପ୍ରସ୍ତୁତ ଏହି ଗଛ ସବୁର ପତ୍ରରେ ପ୍ରସ୍ତୁତ ଠୋଲା, ଦନା, ଥାଳିରେ ଦାନା ଖାଇବାର ଆଗ୍ରହ ଯୋଗୁଁ ତ ତାର ଭଲ ବେଉସା ଚାଲିଛି ଏଯାବତ. ସେଇଥିରୁ ସଞ୍ଚୟ କରି ସେ ପୁଅ ଝିଅଙ୍କ ସହିତ ନାତି ନାତୁଣୀଙ୍କ ଆବଶ୍ୟକତା ପୁରଣ କରିଛି ଯଥାସାଧ୍ୟ୍ୟ ଓ ପାରୁପର୍ଯ୍ୟନ୍ତ. ତାକୁ କେହି ମାଆ ବୋଲି ଭାବୁ ଅବା ନଭାବୁ ହେଲେ ସାବତମାଆର ନାମରେ କଳଙ୍କ ଛାଡେଇବାକୁ ସେ ଯଥା ସମ୍ଭବ ଚେଷ୍ଟା କରିଚାଲିଛି.।

      ରବିବାର ଦିନଟା ରୁନୁ ଗଛ ପତ୍ରର ଯତ୍ନ ନେଲାବେଳେ ସେଦିନ ଝଙ୍କାଳିଆ ବରଗଛ ଛାଇରେ ଘଡିଏ ବସିଯାଇ ରୁନୁ ଜାତି ଜାତି ପକ୍ଷୀଙ୍କ ପରିବାର ଓ ମାଙ୍କଡ଼ ଦଳଙ୍କୁ ନିରୀକ୍ଷଣ କରି କେତେ କଣ ଭାବୁଥାଏ.ସତରେ ଏଇ ଗଛ ସବୁ ନଥିଲେ ଏତେ ଏତେ ପକ୍ଷୀ ଓ ଗୁଣ୍ଡୁଚି ମୂଷା, ଜନ୍ଦା ପିମ୍ପୁଡି, ମାଙ୍କଡ଼, ଓଧ ଓ ସରୀସୃପ ଜାତୀୟ କୀଟ ପତଙ୍ଗ ଇତ୍ୟାଦି ପଶୁ ପକ୍ଷୀ କୋଉଠି ରହନ୍ତେ?କେହି କେହି ଗଛକୁ ସେମାନଙ୍କର ଘର କହୁଥିଲା ବେଳେ ରୁନୁ ମନରେ ଭାବାନ୍ତର. ପକ୍ଷୀ ପଶୁ ପ୍ରତ୍ୟେକଙ୍କର ମାଆ ବାପା ଥିଲାବେଳେ ଏ ଗଛସବୁ ସେମାନଙ୍କ ଦ୍ୱିତୀୟ ମାଆ ବା ସାବତ ମାଆ ଠିକ ଯଶୋଦାଙ୍କ ଭଳି, ଠିକ କୈକେଇଙ୍କ ଭଳି କାହିଁକି ନୁହେଁ!ଯଶୋଦା ସାବତ ମାଆ ହୋଇ ବିଶ୍ଵରୂପ ଦେଖିଲେ ଆଉ କୈକେଇ ସମୁଦାୟ ନିନ୍ଦା ଅପବାଦ ଓ ବୈଧବ୍ୟ ମୁଣ୍ଡେଇ ରାମଙ୍କୁ ଚଉଦ ବର୍ଷ ବନବାସ ପଠେଇବାକୁ ପୁତ୍ର ରାମଙ୍କୁ କଥା ଦେଇଥିଲେ.ଏକଥା ଖୁବ ଅଳ୍ପ ଲୋକ ଜାଣନ୍ତି ସତ କିନ୍ତୁ ରାମଙ୍କ ଅବତରି ରୂପକୁ ନୁହେଁ ବରଂ ଅବତାରୀ ଲକ୍ଷକୁ ପୁରଣ କରିବାରେ କେବଳ କୈକେଇଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ. ଶବରୀର ଭକ୍ତି, ଅହଲ୍ୟା ଉଦ୍ଧାର ଇତ୍ୟାଦି ଅନେକ କାରକର କାରଣ ହେବାପାଇଁ ବହୁ ଆଗରୁ ରାମ ମାଗିନେଇଥିଲେ ମାଆ କୈକେଇଙ୍କ ଠାରୁ ପ୍ରତିଶ୍ରୁତି ରକ୍ଷା କରିବାର ଅଭୟ ବାଣୀ. ଉପରକୁ ସାବତ ମାଆ ମନ୍ଥରା କଥାରେ କୈକେଇ ରାମଙ୍କୁ ବନବାସ କରିବାକୁ ପଠାଇଥିବା କଥାଟାର ଗୁଢ ରହସ୍ୟ କିନ୍ତୁ ରାମ ଜାଣିଥିଲେ ସତ୍ୟ କୋଉଠି! କୈକେଇ ସବୁଠୁ ଭଲ ପାଆନ୍ତପୁତ୍ର ରାମଙ୍କୁ ବୋଲି ରାମ ମାତା କୈକେଇଙ୍କୁ ସମୟ ଆସିଲେ ଏପରି କରିବାକୁ ରାଜି କରେଇ ନେଇଥିଲେ,ଯେମିତି ପକ୍ଷୀ ଛୁଆ ବା କୌଣସି ପଶୁ ଶାବକମାନଙ୍କର ବନ୍ୟା ବାତ୍ୟା ଆଦି ବିପଦ ବେଳେ ନିଜ ମାଆ ବାପାଙ୍କ ପଳାୟନ ପରେ ସାହାରା ହୋଇଥାଏ ଏଇ ଗଛ. ଏମିତି ସବୁ ଭାବୁ ଭାବୁ ଏକ ଅଭାବନୀୟ କଥା ରୁନୁଙ୍କ ଦୃଷ୍ଟିଗୋଚର ହେଲା. ସେ ଯଦିଓ ଶୁଣିଥିଲେ ମାଙ୍କଡ଼ ଦଳର ଦଳପତି ବୁଢାମାଙ୍କଡ଼ ସବୁ ପୁତ୍ର ବା ଅଣ୍ଡିରା ମାଙ୍କଡ଼କୁ ମାରିଦେଇଥାଏ କିନ୍ତୁ ନିବଳୁଆ, ଅପାରଗ ସନ୍ତାନ ମାଙ୍କଡ଼କୁ ନିଜେ ମାଆ ମାରିଦେଇଥାଏ ବୋଲି ଜାଣିନଥିଲେ. ମାଙ୍କଡ଼ ମାଆ ନିବଳୁଆ ତଥା ନିପାରିଲା ଓ ଅକର୍ମା ପିଲାଟିକୁ ସେଦିନ ଗଛତଳକୁ ଫିଙ୍ଗି ଦେଲା ପୂର୍ବରୁ ଆହତ ହେବା ପୂର୍ବରୁ ଧରି ନେଇଥିଲେ ରୁନୁ. ମାଙ୍କଡ଼ଟି ମଧ୍ୟ କିଛି ପ୍ରତିବାଦ କରିନଥିଲା. କ୍ଷୀର, ଫଳମୂଳ ଖାଇ ଅଚିରେ ଠିକ ହୋଇଯାଇନଥିଲା ଏବଂ ସୁସ୍ଥ ସବଳ ହୋଇଯାଇଥିଲା. ଘରସାରା ନିର୍ଦୋନ୍ଦରେ ବୁଲାଚଲା କରିବା ସହ ଛୋଟ ମୋଟ କାମରେ ମାଆ ରୁନୁଙ୍କୁ ସାହାଯ୍ୟ କରୁଥିଲା. ସେତିକିବେଳେ ରୁନୁଙ୍କ ପୁଅର ବେଉସା ବୁଡିଯିବା ପୂର୍ବରୁ ସେ ଘରକୁ ମାଆ ପାଖକୁ ଫେରିଆସିଥିଲା. ଝିଅର ମଧ୍ୟ ତିନି ତିନୋଟି ଝିଅ ହେବାରୁ ସେ ମନଦୁଃଖ କରୁଥିଲା ତ ତିନି ନାତୁଣୀଙ୍କୁ ନିଜ ପାଖରେ ରଖି ରୁନୁ ସେମାନଙ୍କର ପାଠ ଶାଠ ପ୍ରତି ଦୃଷ୍ଟି ଦେବା ସହ ସେମାନଙ୍କୁ ଯୋଗ, ପ୍ରାଣାୟାମ ଓ ସଂଗୀତରେ ବେଶ ଆଖିଦୃଶିଆ କରାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାରେ ଘର ପୁରିଲା ପୁରିଲା ଲାଗୁଥିଲା. ମାଙ୍କଡ଼ ମଧ୍ୟ ମନ ଖୁସିରେ ଚଲାବୁଲା କରିବା ସହ ବେଶ ଆନନ୍ଦରେ ଥିଲା ବେଳେ ଅଦୂର ବରଗଛରେ ଏକାକୀ ହନୁମାଙ୍କଡ଼ଟିଏ ଚାହିଁରହୁଥିଲା ତାକୁ. ରୁନୁଙ୍କ ପୁଅ ଝିଅ ଓ ନାତିନାତୁଣୀ କହୁଥିଲେ ସେ ନିଶ୍ଚୟ ତା ମାଆ ହୋଇଥିବ. ମାଙ୍କଡ଼କୁ ଛାଡିଦେଲା ପରେ ସତକୁ ସତ ସେ ତା ମାଆକୁ ପାଇ କୁଆଡେ ଯେ ଚାଲିଗଲା ରୁନୁ ଦୀର୍ଘନିଶ୍ୱାସ ପକାଇ ତାକୁ ଖୋଜୁଥିଲେ ଏ ଗଛରୁ ସେ ଗଛକୁ ଅନେଇ କେବଳ.।



Rate this content
Log in

Similar oriya story from Abstract