STORYMIRROR

Akshayakumar Dash

Classics Inspirational

2  

Akshayakumar Dash

Classics Inspirational

ଓଡ଼ିଆ ଭାଷାର ବିକାଶ

ଓଡ଼ିଆ ଭାଷାର ବିକାଶ

2 mins
175

ଦୁଇଜଣ ସାଙ୍ଗ ବସି ସାହିତ୍ୟ ଚର୍ଚ୍ଚା କରୁଥିଲେ। ଜଣେ ସାହିତ୍ୟିକ ଓ ଆଉଜନେ ଅଧ୍ୟାପକ।ଅଧ୍ୟାପକ ମହୋଦୟ ଓଡ଼ିଆ ଭାଷାର। ସାହିତ୍ୟିକ ବନ୍ଧୁଜଣଙ୍କ ପଚାରିଲେ ଭାଇ ଓଡିଆଭାଷା ର ଉଦ୍ଭବ ଓ ବିକାଶ ବିଷୟରେ ମତେ କିଛି କହିପାରିବ? ଟିକିଏ ଛେପ ଢ଼ୋକି କହିଲେ , ସେସବୁତ ଭୁଲିଗଲିଣି, ପାଠ ପଢିଲା ବେଳର କଥା । ସାହିତ୍ୟିକ ବନ୍ଧୁଜଣଙ୍କ କହିଲେ , ହେଲେ ଜଣେ ଓଡ଼ିଆ ଭାଷାର ଅଧ୍ୟାପକ ହିସାବରେ ମାନେରଖିବା ନିହାତି ଆବଶ୍ୟକ ଏବେଅଧ୍ୟାପକ କହିଲେ, ହଁଯେ, ଏବେ ପିଲାଙ୍କର ସିଲବସ ଯାହା ଅଛି ତାକୁ ଦେଖିବାକୁ ପଡୁଛି। ତେବେ ଯାହା ମନେଅଛି ଶୁଣ ।ଆମ ଭାଷା ଓଡ଼ିଆ ଅଡେଇହଜାର ବର୍ଷ ତଳର ଅଟେ।ସେତେବେଳେ ଲିଖିତ ରୂପ ବା ଲିପି ନଥିଲା। କେବଳ କଥିତ ଭାଷା ଥିଲା ।ସାହିତ୍ୟିକ ପ୍ରଶ୍ନ କଲେ ତେବେ ଭାଷାର ଜଣକ କିଏ?ଅକ୍ଷମତା ପ୍ରକାଶ କଲେ ଅଧ୍ୟାପକ ବନ୍ଧୁ। ସାହିତ୍ୟିକ କହିଲେ ମୋର ଜିଜ୍ଞାସା ଅଛି ହେଲେ ବୋଧେ ଆମ ଓଡ଼ିଶାର ସିଦ୍ଧ ୮୪ସାଧକ ଓଡ଼ିଆ ଭାଷାର ଉତ୍ପତି ର କର୍ଣ୍ଣଧାର। ଅଧ୍ୟାପକ କହିଲେ ହଁ ହରପ୍ପା ଆଦି। ସାହିତ୍ୟିକ କହିଲେ ଏହି ହରପ୍ପା ଗୋଷ୍ଟି ର ବ୍ୟକ୍ତି ମାନେ ସିଦ୍ଧ ସାଧକ ଥିଲେ। ତୁମେ ଜାଣିବ ଆମ ଧର୍ମଶାଳା ନିକଟ ବର୍ତୀ ତରାପୁର ନାମରେ ଗ୍ରାମ ଟିଏ ଅଛି। ସେଇଠି ମା ତାରା ଙ୍କ ମନ୍ଦିର ସେଇ ମା ତାର। ଙ୍କ ପାଖରେ ସେମାନେ ସାଧନା ର ସିଦ୍ଧି ଲାଭ କରି ଓଡ଼ିଆ ଭାଷାର ଅୟମ ଆରମ୍ଭ କଲେ। ସେମାନଙ୍କ ଝଡା ଫୁଙ୍କା କରି ଅସାଧ୍ୟ ରୋଗ ଆରୋଗ୍ୟ କରୁଥିଲେ। ସେଯେଉଁ ଅସ୍ପଷ୍ଟ ସବ୍ଧ ପ୍ରୟୋଗ କରୁଥିଲେ ତାହା ଓଡ଼ିଆ ଭାଷାର ଆଦି ଭାଷା ହେଲେ ଏହାର ଲିଖିତ ରୂପ ନଥିବାରୁ ଭାଷାର ମାନ୍ୟତା ପାଇନଥିଲା ।


ବୁଦ୍ଧ ଦେବଙ୍କ ସମୟର କଥା। ପରେ ପରେ ଏକ ଲିପି ଓଡ଼ିଆ ଭାଷାର ଆରମ୍ଭ।ଶିଳାଲେଖାରୁ ଜଣାଯାଏ ଲିପିର କ୍ରମ ବିକାଶ ହୋଇ ବର୍ତମାନ ମାର୍ଜିତ ରୂପ । ତୁମେ ଜାଣିଥିବା ଓଡ଼ିଶାର ଆଦି ସାହିତ୍ୟ କହିଲେ ନାଥ ସାହିତ୍ୟ। କେନ୍ଦରା ବଜେଇ ନାଥ ବା ଯୋଗୀ ମାନେ ଗୀତଗାଇ ଶୁଣାଉଥିଲେ। ଏହି ନାଥ ମାନଙ୍କ ଗୁରୁ ଗୋରଖ ନାଥ ଥିଲେ। ଗୋରଖ ନାଥ ଙ୍କ ସମାଧି ମନ୍ଦିର ଯାଜପୁର ଜିଲ୍ଲାର କୁନ୍ଦଳ ଠାରେ ଅଛି। କୁନ୍ଦଳ କେନ୍ଦ୍ରାପଡା ସୀମାରେ ଅଛି। କୁନ୍ଦଳ ଗୋରଖ ନାଥ ଙ୍କ ସମାଧି ମନ୍ଦିର ଯାହା ଯୋଗୀ ମାନଙ୍କ ନିବାସ ସ୍ଥଳ କେନ୍ଦ୍ରାପଡା ଅଟେ।କେନ୍ଦରା ଏକ ବାଦ୍ୟଯନ୍ତ୍ର ଯାହାକୁ ଯୋଗୀ ମାନେ ଧରି ଗୀତ ଗାଇ ଗାଇ ଯାଆନ୍ତି। ଗୋରଖ ନାଥ ଜଣେ ତନ୍ତ୍ର ଗୁରୁ ଓ ସାଧକ ଥିଲେ ।ସେ ଶିଶୁ ବେଦ ଲେଖିଥିଲେ। ଭାରତର ବହୁ ସ୍ଥାନରେ ତାଙ୍କର ମନ୍ଦିର ଅଛି। ତାଙ୍କର ଜଣେ ପ୍ରମୁଖ ଶିଶ୍ୟ ମଛେନ୍ଦ୍ର ନାଥ ଯାହାଙ୍କ ଘର ଭଦ୍ରକ ଜିଲ୍ଲାରେ ସେ କେଉଁଝର ରେ ଆଶ୍ରମ କରି ଶିକ୍ଷା ଦେଉଥିଲେ ।ପରେ ପରେ ପଞ୍ଚ ସଖା ଓ ସାରଳା ଦାସ ଓଡ଼ିଆ ଭାଷା ସାହିତ୍ୟକୁ ସଂବୃଦ୍ଧି କଲେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics