STORYMIRROR

Sunanda Mohanty

Abstract Children Stories Thriller

3  

Sunanda Mohanty

Abstract Children Stories Thriller

ନୂଆବର୍ଷର ବନ୍ଧୁତା

ନୂଆବର୍ଷର ବନ୍ଧୁତା

2 mins
0


  ନୂଆବର୍ଷରେ ବାଘ ରାଜା ବଣରେ ମିଟିଙ୍ଗ ଡକାଇଲେ ଓ ପଚାରିଲେ ନୁଆବର୍ଷରେ କୋଉ ଗୁଣ ଶିଖିବା ସହିତ କୋଉ ଗୁଣ ଛାଡ଼ କରିବାକୁ କିଏ ସବୁ କଣ ସ୍ଥିର କରି କି କି ଶପଥ ନେଇଛ କୁହତ?ଝିଣ୍ଟିକା କହିଲା ମୁଁ ଆଉ ଅଳସୁଆ ହେବି ନାହିଁ. ବର୍ଷ ସାରା ଖାଦ୍ୟ ସଞ୍ଚୟ କରି ରଖିବି ଫଳରେ ଝଡି ବରଷା ଦିନରେ ଆଉ ଆକୁ ତାକୁ ନମାଗି ଆରାମରେ ଖାଇ ବଞ୍ଚିଯିବି. ହରିଣ କହିଲା ମୁଁ ମୋର ସବୁ ଜିନିଷ ପତ୍ର ସଜାଡି ଶୃଙ୍ଖଳିତ କରି ରଖିବି, ଯେମିତିକି ଯେତେବେଳେ ଯୋଉ ଜିନିଷ ଖୋଜିବି ସହଜରେ ପାଇଯିବି.ଏହିଭଳି ଭାବେ ନୂଆବର୍ଷରୁ କିଏ କୋଉ ଖରାପ ଗୁଣ ଛାଡିବ ଓ ଭଲ ଗୁଣ ଆହରଣ କରିବ କହୁଥିଲା ବେଳେ ସଭାପତି ବାଘ କାଉକୁ ତାର ବୁଦ୍ଧି ପାଇଁ ପୁରସ୍କୃତ କରିବା ସହ କାଇଁଚର ଧୀର ପାଣି ପଥର କାଟେ ନୀତି ପାଇଁ, ଗୁଣ୍ଡୁଚି ମୂଷାର ସେତୁବନ୍ଧ ବାନ୍ଧିବା ବେଳଠୁ ଆଜି ଯାଏଁ ଶକ୍ତି ସାମର୍ଥ୍ୟ ଅନୁଯାୟୀ ଅନ୍ୟକୁ କିଛି ସାହାଯ୍ୟ ସହଯୋଗ କରିବାକୁ କହିବା ସହ ତାକୁ ମଧ୍ୟ ପୁରସ୍କୃତ କରାଯାଇଥିଲା.

  ଏତିକି ବେଳେ ସଭାର ଶେଷ ମୁଣ୍ଡରେ ବସିଥିବା ମଣିଷଭାଇ ବିଲୁଆ କାନରେ କିଛି କହିଲେ ତ ବିଲୁଆ ଠିଆ ହୋଇ ମଣିଷ ଭାଇ ତାଙ୍କ ପାଖରେ ଥିବା ଚଷମାଟିକୁ ବାଘ ରାଜାଙ୍କୁ, ନୂଆବର୍ଷରେ ତାଙ୍କ ସୁସଂଗଠିତ ପରିଚାଳନା ପାଇଁ ଦେବାକୁ ମାନସ୍ଥ କରିଛନ୍ତି କହିବା ପରେ ବାଘ ରାଜା ରାଜି ହେଲେ ଓ ଚାଷମାର ବ୍ୟବହାର ଜଣାଇ ଦେବାପାଇଁ ଅନୁରୋଧ କଲେ. ମଣିଷ ଭାଇ ବାଘ ରାଜାଙ୍କ ଉପର ଖୁସି ହୋଇ ଚଷମା ଦେବା ସହ ତାର ପ୍ରୟୋଗ ମଧ୍ୟ ବୁଝେଇ ଦେଲେ. ଆଖିରେ ଚଷମା ପିନ୍ଧି ବାଘରାଜା ଦେଖିଲେ ଦୂର ଜିନିଷ ଖୁବ ନିକଟରେ ଦେଖାଯାଉଛି. ମଣିଷ ଭାଇଙ୍କୁ ଧନ୍ୟବାଦ ଦେଇ ଚଷମା ରଖି ମଣିଷ ଭାଇଙ୍କୁ ଜଙ୍ଗଲ ଜାତ ଦ୍ରବ୍ୟ ଯଥା ମହୁ, ଝୁଣା, ଲାଖ ଓ ରୁଦ୍ରାକ୍ଷ ଆଦି ଢେର ସାରା ଜିନିଷ ଉପହାର ଦେଇ ଛାଡିଲେ.

   ଫଳ କିନ୍ତୁ ଓଲଟା ହେଲା ବାଘରାଜା ଓ ସିଂହ ରାଜା ଦୁହେଁ ହାତ ମିଶାଇ ଚଷମା ପିନ୍ଧି ଅଧିକରୁ ଅଧିକ ଶୀକାର କରି ଚାଲିଲେ. ବାଘ ରାଜା ଚଷମା ପିନ୍ଧି ଶୀକାରକୁ ପାଖରୁ ଦେଖିବା ସହ ତାକୁ ସହଜରେ ଠାଵ କରି ମାରେ ଓ ସିଂହକୁ ତା ଭାଗ ପ୍ରଦାନ କରେ. ସେହିଭଳି ସିଂହ ଚଷମାଟିକୁ ପିନ୍ଧି ଅତି ସହଜରେ ଶୀକାର କରି ବାଘକୁ ତାର ପ୍ରାପ୍ୟ ଦିଏ ସତ ହେଲେ ଦେଖାଗଲା ଚଷମା ପାଇଁ ନିରୀହ ପଶୁ ପକ୍ଷୀ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଲା. ସବୁ ପଶୁପକ୍ଷୀ ଯାଇ ବିଲୁଆ ପାଖରେ ପହଞ୍ଚି ତାକୁ ଦୁଃଖ ଜଣେଇଲେ ଓ ବିଲୁଆ ତା ବୁଦ୍ଧି ବଳରେ କିଛି କରୁ ବୋଲି ତାକୁ ନେହୁରା ହେଲେ.

  ବିଲୁଆ ବଡ଼ ଚତୁର. ସେ ସବୁକଥା ମଣିଷ ଭାଇକୁ କହିବାରୁ ମଣିଷ ଭାଇ କହିଲା ତେବେ ଗୋଟିଏ କାମ କରିବା ମୁଁ ତୁମକୁ ଢେର ସାରା ଚଷମା ଆଣି ଦେବି ତୁମେ ସବୁ ପଶୁ ମାନଙ୍କ ଦଳପତିଙ୍କୁ ସେଥିରୁ ଗୋଟେ ଗୋଟେ ଦେବ. ସେମାନେ ଚଷମା ପିନ୍ଧି ଦୂରରୁ ବାଘ ସିଂହ ଶୀକାରକୁ ଆସୁଛନ୍ତି ଜାଣିପାରି ତା ଦଳର ସଭିଙ୍କୁ ସୁରକ୍ଷିତ ଓ ନିରାପଦ ସ୍ଥାନକୁ ପହଞ୍ଚାଇବାରେ ସାହାଯ୍ୟ କରିବ. ସେୟା ହେଲା ସତ ହେଲେ ବିଲୁଆ ବୁଦ୍ଧି ବଳରେ ଜାଣିପାରିଲା ମଣିଷ ଭାଇ ଭାରି ଗରୀବ. ତେଣୁ ଏତେ ପଇସା ସେ କେଉଁଠୁ ପାଇବ. ମଣିଷ କହିଲା ଜଙ୍ଗଲ ଜାତ ଦ୍ରବ୍ୟ ସବୁ ନେଇ ବିକ୍ରୀ କରି ସେ ଚଷମା କିଣିପାରିବ.

   ଏଣିକି ପଶୁ ମାନେ ନିରାପଦ ସ୍ଥାନକୁ ପଳେଇ ଯାଇ ଆତ୍ମଗୋପନ ସହ ଆତ୍ମାରକ୍ଷା କରିପାରିଲେ କିନ୍ତୁ ବାଘ ଓ ସିଂହ ଏସବୁ କଥା ଜାଣିପାରି ମଣିଷକୁ କେମିତି ମାରିବେ ବିଚାର କଲେ ହେଲେ ବିଲୁଆ ହୁକେ ହୋ କହି ମଣିଷକୁ ବାଘ ସିଂହଙ୍କ ଉପସ୍ଥିତି କହିଦିଏ. ଫଳରେ ତା ଜୀବନ ରକ୍ଷା ହୁଏ. ଜଙ୍ଗଲର ସବୁ ପଶୁ ପକ୍ଷୀ ଏଣିକି ମଣିଷର ବନ୍ଧୁ ହୋଇଯାଇ ସୁଖରେ ରହିଲେ.


Rate this content
Log in

Similar oriya story from Abstract