ନୂଆବର୍ଷର ଅନୁଭୂତି
ନୂଆବର୍ଷର ଅନୁଭୂତି
ଜାତକ ଦେଖା ସରିଥିଲା, କେହି କେହି କହୁଥିଲେ," ନାହାକ ପଣ୍ତିତ କହନ୍ତି ମିଛ, ଦ୍ୱାରେ ଦ୍ୱାରେ ମାଗି ବୁଲନ୍ତି ଭିକ", କିନ୍ତୁ ମୋର ଏକା ଜିଦ୍ ଥିଲା ନୂଆବର୍ଷରେ ହିଁ ଜାତକ ଅନୁଯାୟୀ ସମୁଦ୍ରରେ ନାଗ ଦେବତାଙ୍କ ପ୍ରତୀକ ପିତ୍ତଳ ନାଗାମୂର୍ତ୍ତି ବିସର୍ଜ୍ଜନ ନିହାତି ହୋଇଯିବା ଦରକାର. ସେଥି ନିମିତ୍ତ ସବୁ ଯୋଗାଡ଼ ଯନ୍ତ୍ର ଆୟୋଜନ ଵି ହୋଇଗଲା l
ସବୁଠୁ ବଡ଼କଥା ଥିଲା ଯାହା ପାଇଁ ଏ ଯାଚଜ୍ଞା, ସେହି ଟିକି ନାତୁଣୀଟି ଆସିଥିଲା ଝିଅ ଜୋଇଁଙ୍କ ସହ, ତ କଥାଟାକୁ ଆଉ କେହି ଟାଳି ପାରିନଥିଲେ, ଗାଡି ଗଡୁଥିଲା ଆଗକୁ ଆଗକୁ, ସମୁଦ୍ର କୂଳକୁ, ଲହଡି ଓ ଗହଳିରେ ସମୁଦ୍ରକୂଳ ଅତୀବ ମନୋରମ ଥିଲା ନୂଆବର୍ଷ ପାଇଁ ତ ଟିକେ ଫାଙ୍କା ଜାଗା ଦେଖି ଆମେ ଟିକି ଝିଅ ହାତରେ ସେହି ପିତ୍ତଳ ନାଗମୂର୍ତ୍ତି ବିସର୍ଜ୍ଜନ ଉଦେଶ୍ୟରେ ଟିକେ ଦୁରକୁ ଚାଲିଲୁ ମାତ୍ର ଦେଢ଼ ବର୍ଷର ନାତୁଣୀଟିର ଦେହରେ ଲାଗୁନି ସବୁବେଳେ ରୋଗ, ଥଣ୍ଡା ଜର ଝାଡା ଇତ୍ୟାଦି ଲାଗି ରହୁଛି ତ ନାଗାମୂର୍ତ୍ତି ବିସର୍ଜ୍ଜନ ପରେ ନିଶ୍ଚୟ ପିଲାର ଦେହ ସହ ଝିଅ ଜୋଇଁ ଖୁସିରେ ରହିବେର ଭାବନାକୁ କାର୍ଯ୍ୟକାରୀ କରିବାର ଯୋଜନା ଯେତେଶୀଘ୍ର ହେବ ମୋ ମନ ଆଶ୍ୱସ୍ତ ହେବ l
ଆଗେଇ ଚାଲିଲୁ ଆମେ, ଟିକି ନାତୁଣୀ ହାତରେ ନାଗମୂର୍ତ୍ତି, ଯେତେଥର ତା ହାତକୁ ଟେକି ଫିଙ୍ଗିବାକୁ ଚେଷ୍ଟା କରାଯାଉଥିଲା । ସେ ମୁଠାରୁ ଜମା ଵି ଛାଡୁ ନଥିଲା ବରଂ ଛଡ଼େଇଲେ କାନ୍ଦୁଥିଲା । ଭୁଲେଇବାକୁ ଯେତେ ଵି ଚେଷ୍ଟା କରାଯାଉଥିଲା ସମ୍ଭବ ନଥିଲା ବରଂ ଥରକୁ ଥର ମୂର୍ତ୍ତିଟିକୁ ପାଟିରେ ପୁରେଇ ଅଇଁଠା କରୁଥିଲା ତ ତାକୁ ଭୁଲେଇ ମୂର୍ତ୍ତି ଧୁଆପୋଛା କରି ମାଆ ବାପା ସମୁଦ୍ରକୁ ନିକ୍ଷେପ କଲେ ମୁଣ୍ଡରେ ଛୁଆଁଇ ମୂର୍ତ୍ତିଟିକୁ । ଆଉ ତା ପରେ ଲହଡି ଭାଙ୍ଗି ଅନ୍ୟାନ୍ୟ ଆନନ୍ଦ ନେଉ ନେଉ ମୁଁ ଦେଖିଲି ଟିକି ନାତୁଣୀ ଢେଉ ଫେରିଯିବା ପରେ ଯାହା ଗୋଟେଇ ନେଲା ତାହା ସେହି ପିତ୍ତଳ ମୂର୍ତ୍ତିଟି ହିଁ ଥିଲା । ଥରେ ନୁହେଁ ତିନି ତିନି ଥର ତାକୁ ଭୁଲାଇ ବାପା ମାଆ ସମୁଦ୍ର ଦେବତାଙ୍କ ଗଭୀରତମ ପ୍ରଦେଶକୁ ନାଗାମୁର୍ତ୍ତି ଫିଙ୍ଗୁଥାନ୍ତି ଆଉ ପ୍ରତିଥର ଢେଉ ଆଣି ଧରାଉଥାଏ ନାତୁଣୀ ହାତରେ । ସମୁଦ୍ର ଦେବତା ତଥା ନାମଦେବତାଙ୍କ ଟିକି ନାତୁଣୀ ସହ ଏମିତି ଖେଳ କୌତୁକରେ ବିଭୋର ହୋଇ ନାତୁଣୀକୁ ଯେବେ ମୁଁ ନିଜେ ବୁଝେଇ ତାରି ହାତରେ ସମୁଦ୍ର ଦେବତାଙ୍କୁ ତଥା ନାଗଦେବତାଙ୍କୁ ପ୍ରଣାମ କରି ଦୁରକୁ ମୂର୍ତ୍ତି ନିକ୍ଷେପ କରିପାରିଲି ନାତୁଣୀ ହାତରେ ତ ସେ ଦୁଇ ହାତ ଯୋଡି ତାଳି ମାରୁଥିଲା ଖୁସିରେ ପୁଣି ମୁଣ୍ଡିଆ ବାଲୁକା ଶେଜରେ, ତା ପରେ ଆମେ ଫେରିଥିଲୁ ଖୁସିରେ, କାରଣ ତା ପରେ ଅନେକ ଲହଡି ବେଳା ଛୁଇଁ ଥିଲେ ବି ଫେରି ଆସିନଥିଲେ ନାଗାମୂର୍ତ୍ତି, ଗ୍ରହଣ କରି ସାରିଥିଲେ ତାଙ୍କୁ ସମୁଦ୍ର ଦେବତା ଭାବି ଖୁସିରେ ଫେରିଲୁ ଘରକୁ l
