ନିଶ୍ଚିନ୍ତ ମୃତ୍ୟୁର ଶେଷ ଠିକଣା
ନିଶ୍ଚିନ୍ତ ମୃତ୍ୟୁର ଶେଷ ଠିକଣା
ଚୀନ ପରିବ୍ରାଜକ ହୁଏନ୍ସା ଯେବେ ଭାରତ ଭ୍ରମଣରେ ଆସିଥିଲେ ଭାରତର ମହାନ ଐତିହ୍ୟ ସନ୍ଦର୍ଶନ କରି ମୁଗ୍ଧ ଓ ଚକିତ ହେବା ସହ ତିନିଗୋଟି ଉଲ୍ହେଖନୀୟ ମନ୍ତବ୍ୟ ଦେଇଥିଲେ ଯାହା ଯୁଗାନ୍ତକାରୀ.l ସେ କହିଥିଲେ ଭାରତ ଏକ ପୁଣ୍ୟ ଗୌରବ ଗରିମା ବହନ କରୁଥିବା ଆର୍ଯ୍ୟ ଭୂଖଣ୍ଡ, ଯୋଉଠି ଅନେକ ବିସ୍ମୟ ସହିତ ପୁରୀ ବଡମନ୍ଦିର କାହାଣୀ, ଗଙ୍ଗା ମାତାଙ୍କ ପାଣି ଓ ଗୀତାର ବାଣୀ ଅତୁଳନୀୟ.l ମହାନ ଦେଶ ଭାରତକୁ ଆସି ନିଜକୁ ଧନ୍ୟ ମନେକରି ହୁଏନ୍ସା ସିନା ଫେରିଗଲେ କିନ୍ତୁ ତାଙ୍କ ଦ୍ୱାରା ପ୍ରଦତ୍ତ ତିନିଗୋଟି ବିସ୍ମୟ ଭିତରୁ ପୁରୀ ବଡ଼ ମନ୍ଦିରର କାହାଣୀ କଥାଟି ମୁଗ୍ଧାଙ୍କୁ ଅତୀବ ମୁଗ୍ଧ କରେ.l ସତରେ ଓଡ଼ିଆର ଆରାଧ୍ୟ୍ୟ ଠାକୁର ଜଗନ୍ନାଥଙ୍କ ଭଳି ଦିଅଁ କୋଉଠି ଅଛନ୍ତି! ମୁଗ୍ଧାଙ୍କର ପିଲାଦିନର ଅଭ୍ୟାସ.l ସବୁଦିନ ମନ୍ଦିର ଯାଇ ପ୍ରଭୁଙ୍କୁ ଦର୍ଶନ କରନ୍ତି. ଆଈ ମାଆଙ୍କ ଠାରୁ ଅନେକ ଗପ ଶୁଣନ୍ତି ଜଗନ୍ନାଥଙ୍କ ବିଷୟରେ.l ତା ମଧ୍ୟରୁ କାଞ୍ଚି ଅଭିଯାନ, ରଥ ଯାତ୍ରା ବେଳେ ଦାସିଆ ବାଉରୀ ହାତରୁ କିପରି ନଡ଼ିଆ ନେଇଥିଲେ, ସାଲବେଗଙ୍କ ପାଇଁ ରଥ କିପରି ପଥରେ ଅଟକିଯାଇଥିଲା, ବନ୍ଧୁମହାନ୍ତିଙ୍କୁ କିପରି ଅନ୍ନାଥାଳି ଟେକି ଦେଇଥିଲେ, ଗୁଣ୍ଡିଚାରାଣୀଙ୍କ ଭକ୍ତି ଯୋଗୁଁ କିପରି ଅଧାଗଢ଼ା ରୂପ ପାଇଥିଲେ, ବିଶ୍ୱାବସୁ ଶବରଙ୍କ ଭକ୍ତି,ବିଦ୍ୟାପତିଙ୍କ ନୀଳମାଧବଙ୍କୁ ଠାଵ କରିବା ଉକ୍ତି, ଲଳିତାଙ୍କ ସହମତି ଇତ୍ୟାଦି ଅନେକ ଭକ୍ତି ଓ ଭାବପୂର୍ଣ୍ଣ କାହାଣୀ ଆଈଙ୍କ ଠାରୁ ଶୁଣି ଶୁଣି ମୁଗ୍ଧା ମଧ୍ୟ ଭାବ ଓ ଭକ୍ତିରେ ଉବୁଟୁବୁ ହୁଅନ୍ତି ଜଗନ୍ନାଥଙ୍କ ପ୍ରତି.l
ଆଈ ସବୁବେଳେ ଠାକୁର ପୂଜା କରନ୍ତି. ମନ୍ଦିର ଯାଆନ୍ତି, ଅବଢ଼ା ଆଣନ୍ତି.l ଖୁଦୁରୁକୁଣୀରେ ମୁଗ୍ଧାଙ୍କ ପାଇଁ ଅବଢ଼ା ଆଣିଦେଇଥାନ୍ତି.l ଆଈ ସବୁବେଳେ କୁହନ୍ତି ଯିଏ ଜଗନ୍ନାଥଙ୍କର ଭକ୍ତ ତାକୁ ଜମଦଣ୍ଡ ଲାଗେନାହିଁ.l ଦିବସରେ ତାଙ୍କର ମୃତ୍ୟୁ ହେଉଥିବାରୁ ବାସି ମଡ଼ା ହୁଅନ୍ତି ନାହିଁ କି ଏମର୍ଜେନ୍ସି ୱାର୍ଡରେ ପଡି ନିଜେ ଛଟପଟ ହେବା ସହ ପୁଅ ଝିଅ, ବନ୍ଧୁବାନ୍ଧବ, ଜ୍ଞାତିକୁଟୁମ୍ବଙ୍କୁ ହନ୍ତସନ୍ତ କରନ୍ତି ନାହିଁ.l ଆଈଙ୍କ ସେକଥାର ଗୁରୁତ୍ୱ ସେତେବେଳେ ମୁଗ୍ଧା ବୁଝିନଥିଲେ.l
ଏବେ ପରିପକ୍ଵତା ଓ ଅଭିଜ୍ଞତା ବଳରେ ବୁଝୁଛନ୍ତି ଅନେକ ଓ ଡାକୁଛନ୍ତି ଠାକୁରଙ୍କୁ, ପ୍ରଭୁହେ,ଆଈଙ୍କୁ ଯେମିତି ଭଲରେ ଭଲରେ ଉଚିତ ସମୟରେ ବିନା କଷ୍ଟରେ ନେଇଛ ଜଗନ୍ନାଥ ମତେ ମଧ୍ୟ ସେମିତି ନିଅ ଠାକୁରେ.l ମୁଗ୍ଧା ଦୁନିଆଁଦାରୀ ଅତି ନିକଟରୁ ଦେଖି ଶିଖି ବୁଝିଛନ୍ତି, ମୃତ୍ୟୁ ଆବଶ୍ୟାମ୍ଭାବୀ.l ସେ ଯେବେ ଦୁଆରେ ଡାକିବ, ତାକୁ ମନା କରିବା ସାଧ୍ୟ୍ୟ କାହାର ନାହିଁ କିନ୍ତୁ ପ୍ରଣାଳୀ ବା ଡାକିବା ପଦ୍ଧତି ଭିର୍ନ୍ନ ଭିର୍ନ୍ନ.l କିଏ ବସିଥାଉ ଥାଉ ପ୍ରାଣ ଚାଲିଯାଉଛି ବୃଦ୍ଧ ବୃଦ୍ଧା ଅବସ୍ଥାରେ ତ କିଏ ଛଟପଟ ହୋଇ ଘୃଣାର ଶୀକାର ହେଉଛି.l କେମିତି ଚାଲିଯାଆନ୍ତା କି କହି ନିଜ ଅନ୍ତ ଫାଡି ଜନ୍ମ କରି ବଢ଼େଇ କୁଢେଇ ଥିବା ପୁଅ ଝିଅଙ୍କୁ ମଧ୍ୟ ନାକ ଟେକୁଥିବାର ଅନୁଭୂତି ମୁଗ୍ଧାଙ୍କୁ ବିଚଳିତ କରେ.l ଅକାଳ ମୃତ୍ୟୁ ଯେତିକି କଷ୍ଟ ଵୃଦ୍ଧାବସ୍ଥାର ଜରା ଓ ମୃତ୍ୟୁ ମଧ୍ୟ୍ୟ ତାଠୁ ବଳି ଭୟବହ.l ଆଈଙ୍କ କଥା ମନେପଡେ.l ମେଡିକାଲ ଏମର୍ଜେନ୍ସିରେ ପଡ଼ିଥିବା ବେଳେ ନିଜ ବୋଉର କଷ୍ଟ ଯନ୍ତ୍ରଣା ମନେ ପଡେ.l ମୁଗ୍ଧା ବିଚଳିତ ହୁଅନ୍ତି.l ସ୍ୱାମୀ ସୁହାଗିନୀ ହୋଇ, ହାତଗୋଡ଼ ଚଳୁଥିବା ପର୍ଯ୍ୟନ୍ତ ସମସ୍ତେ ନିଜର.l ସ୍ୱାର୍ଥ ସରିଗଲେ ସମସ୍ତେ ପର. କେଜାଣି ତାଙ୍କୁ କୋଉ ମେଡିକାଲ ଏମର୍ଜେନ୍ସି ହାତ ଠାରି ଡାକୁଛି!
ସ୍ୱାମୀଙ୍କ ସହ କିଛି ଆଲୋଚନା କରିବା ପରେ ମୁଗ୍ଧା ଘର ଛାଡ଼ି ଜାରାଶ୍ରମକୁ ଯିବାକୁ ପ୍ରସ୍ତୁତ.l ସ୍ବାମୀ ମଧ୍ୟ୍ୟ ରାଜି.l ଅନେକ କରିଥିବା ସବୁକୁ ପଛରେ ପକାଇ ଏକାନ୍ତ ଜରାବାସ ହିଁ ଉପଯୁକ୍ତ ଏମରଜେନ୍ସି ବୋଲି ପ୍ରତ୍ୟୟ ହୋଇଥିଲା ଦୁହିଁଙ୍କୁ.l ସେଠାରେ, ଜଗନ୍ନାଥଙ୍କ ଭଜନ କୀର୍ତ୍ତନ, ଗୀତା ବାଣୀ ଶ୍ରବଣ ଓ ଗଙ୍ଗାମାତା ଦର୍ଶନ ଓ ଭ୍ରମଣ ଅତୀବ ଆନନ୍ଦଦାୟକ ଥିଲା.l ମୃତ୍ୟୁ ପୂର୍ବ ଓ ପର ଭିତରେ ସାମ୍ୟ ଓ ମୈତ୍ରୀ ନିଶ୍ଚୟ ଏମର୍ଜେନ୍ସି ୱାର୍ଡ ଠାରୁ ଆନନ୍ଦମୟ ଥିଲା.l ମୁଗ୍ଧା ମୁଗ୍ଧ ଥିଲେ ଉପଯୁକ୍ତ ଠିକଣା ଖୋଜି ପାଇଯାଇ.l ପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ହାତଯୋଡ଼ି ପ୍ରଣାମ କରୁଥିଲେ ଓ ଧନ୍ୟବାଦ ଦେଉଥିଲେ ଜଗନ୍ନାଥଙ୍କୁ ଅନ୍ତରର ନିବୃତ୍ତ କୋଣରୁ, ସ୍ବାମୀଙ୍କ ସହ ମୁଗ୍ଧା.।