Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ନାତିର ଜନ୍ମଦିନ

ନାତିର ଜନ୍ମଦିନ

3 mins
5



ସମୟ ଗଡି ଚାଲିବା ସହିତ ମଧୁବାବୁ ଅବସର ନେଇସାରିଥିଲେ. ଗୋଟିଏ ଫେଣ୍ଡ୍ସ କ୍ଲବ ଖୋଲିଥିଲେ ଓ ସମସ୍ତ ପଡୋଶୀ, ସହକର୍ମୀ ଓ ବନ୍ଧୁଙ୍କ ସହିତ ଆଳାପ ଆଲୋଚନା କରି ଶାନ୍ତି ପାଉଥିଲେ. ପଡୋଶୀ ସୀତାକାନ୍ତବାବୁଙ୍କ ପୁଅ ଆମେରିକାରେ ରହିବା ପରେ ସେଠାରେ ବିବାହ କରିବା ବେଳେ ପିତା ମାତାଙ୍କ ଅନୁମତି ନେବା ଦୂରେ ଥାଉ ପିତା ମାତା ବହୁତ କଷ୍ଟ କରି ନାତିର ଜନ୍ମଦିନରେ ସେଠାରେ ପହଁଚିଲା ପରେ ବୋହୁର ବ୍ୟବହାର ତଥା ନିଜ ପୁଅର ଉଦାସୀନତା ଦେଖି ଫେରିଆସିବା ପରେ ପୁଅ ବୋହୁ ଜମିବାଡି ବିକ୍ରୀ କରିବାକୁ ଜିଦ ଧରିଥିଲେ ତ ଶୀତାକାନ୍ତ ବାବୁ ଓ ତାଙ୍କ ସ୍ତ୍ରୀ ଜମିବାଡି ବିକ୍ରୀ କରି ସମସ୍ତ ଟଙ୍କା ପୁଅ ପାଖକୁ ପଠେଇ ସାରି ଦୁହେଁ ବୃଦ୍ଧାଶ୍ରମ ବାହାରିଥିଲେ ତ ମଧୁବାବୁ ଓ ତାଙ୍କ ପୁଅ ବୁଲୁ ସେମାନଙ୍କୁ ନିଜ ଘରେ ଆଶ୍ରୟ ଦେବା ସହ ଠେକୁଆ ପଲ୍ହଙ୍କ ଯତ୍ନ ନେବାରେ ସେମାନେ ସାହାଯ୍ୟ କରୁଥିଲେ. ପ୍ରାୟେ ବ୍ୟକ୍ତି ବିଶେଷ ଜୀବନର ସମସ୍ତ ସ୍ଥାଵର ଅସ୍ଥାଵର ସମ୍ପତ୍ତି ସହ ନିଜ ରୋଜଗାରର ଅରଜିତ ଓ ସଞ୍ଚିତ ଅର୍ଥ ପୁଅମାନଙ୍କ ପିଛା ଖର୍ଚ୍ଚ କରି ପୁଅକୁ ନିଜ ଚାହିଁବା ମୁତାବକ ମଣିଷ ପରି ମଣିଷ କରିପାରିଥିଲେ ମଧ୍ୟ ସୁଖ କି ଶାନ୍ତି ନଥିଲା ଜୀବନରେ. ପ୍ରାୟେ ବୁଢା ବୁଢ଼ୀ ବାର୍ଦ୍ଧକ୍ୟ ଅବସ୍ଥାରେ ଜରାଶ୍ରମରେ ରହି ଅତୀତର ସ୍ମୃତି ରୋମନ୍ଥନ କରୁଥିଲେ.ତାଙ୍କ ଭିତରୁ କେତେକ ଯଦିଓ ପୁଅ ପାଖରେ ରହିଥିଲେ ତେବେ ଝୁରୁଥିଲେ ନିଜ ଗାଁ ଓ ଗାଁର ପରିବେଶ ସହିତ ଅତୀତକୁ.

   ଠିକ ସେହି ସମୟରେ ମଧୁବାବୁ ଉଠୁ ଉଠୁ ପୁଅ ବୋହୁଙ୍କର ପ୍ରଣାମୀ ପାଉଥିଲେ. ଉପଯୁକ୍ତ ସେଵା ଓ ଭକ୍ତି ସହିତ ଆନ୍ତରିକତା ପୂର୍ଣ୍ଣ ବ୍ୟବହାର ପାଇ ପୁରୁଣା ସ୍ମୃତି ମନେପକାଉଥିଲେ. ପୁଅକୁ ଅନ୍ୟ ପାଞ୍ଚଜଣଙ୍କ ପରି ମଣିଷ ପରି ମଣିଷ ହେବାକୁ ହେଲେ ହଷ୍ଟେଲ ରଖି ବିଦେଶରେ ଚାକିରୀ କରାଇଥିଲେ ପ୍ରକୃତରେ ପୁଅ ତାଙ୍କର ମଣିଷରୁ ଅମଣିଷ ନହୋଇଥାଆନ୍ତା କିଏ କହିବ? ବିଦେଶରେ ରହୁଥିବା ପୁଅ ମାନଙ୍କ ଗୁଣ କୀର୍ତ୍ତନ କରିବାକୁ ଯାଇ ଉପରକୁ ଯୋଉ ପିତା ମାତା ଆମ ପୁଅ ଫରେନରେ ଅଛି କହି ଗର୍ବ କରନ୍ତି ଭିତରେ ଭିତରେ ସେମାନେ କେତେ ସନ୍ତୁଳିତ ହୁଅନ୍ତି ସେସବୁର ଉଦାହାରଣ ଅତି ପାଖରୁ ଅନୁଭବ କରି ଚିନ୍ତା ପ୍ରକଟ କରନ୍ତି ମଧୁବାବୁ ତ ପୁଅ ବୁଲୁ ପରାମର୍ଶ ଦିଏ ଜାଣିଥିବା ବୃଦ୍ଧ ବୃଦ୍ଧାଙ୍କୁ ଆମ ଘରେ ରଖିନେବା ବାପା. ବିସ୍ଫୋରିତ ନେତ୍ର ମେଲି ଚାହାଁନ୍ତି ମଧୁବାବୁ ପୁଅକୁ. ଗାଁ ସ୍କୁଲରେ ଶିକ୍ଷକ ହୋଇ ପାଞ୍ଚ ପଚିଶ ଛାତ୍ର ଛାତ୍ରୀଙ୍କୁ ମଣିଷ ପରି ମଣିଷ ଅର୍ଥାତ ନିଜ ମାତୃଭୂମି ଓ ମାତୃଭାଷା ତଥା ପିତା ମାତା ଓ ପରିବାରକୁ ଭଲପାଇବା ଶିକ୍ଷା ଦେବାକୁ ଅବିରତ ସଂଗ୍ରାମ ଚଳେଇଥିବା ପୁଅକୁ ଚାହିଁ କୁତାର୍ଥ ମଣନ୍ତି ମଧୁବାବୁ ।

   ମଣିଷର ଗର୍ବ ଓ ଅହଂକାର ପରିଣତି ନକହିଲେ ମଧ୍ୟ ବୁଝିହୁଏ କିନ୍ତୁ ଚୋର ମାଆ ଯେବେ କାନ୍ଦେ ଦୁଆର କିଳି କାନ୍ଦିଲା ପରି ଏବେ କାନ୍ଦୁଥିଲେ ଅନେକ ବାପା ମାଆଙ୍କ ସହ ତାଙ୍କ ବିଦେଶ ଫେରନ୍ତା ପୁଅ ଓ ତାର ପରିବାର.ଯେତେବେଳେ ବିଦେଶରେ ଯୁଦ୍ଧ, କରୋନା, ସଂକ୍ରମଣ ଭଳି ସୁନାମୀ, ମହାମାରୀ କରାଳଗ୍ରାସୀ ବାତ୍ୟା, ବନ୍ୟା ଓ ଭୂମିକମ୍ପ ଅର୍ଥାତ ପ୍ରାକୃତିକ ଦୈବୀ ଦୁର୍ବିପାକ ଯୋଗୁଁ ଆର୍ଥିକ ଅଭିବୃଦ୍ଧି ଦୂରେ ଥାଉ ବଞ୍ଚିବା କାଠିକର ପାଠ ହୋଇଥିଲା ତ ସବୁ ବିଦେଶୀ ହାକିମ ପୁଅ ଚାକିରୀ ହରେଇ ଘରମୁହାଁ ହୋଇଥିଲେ. କାହାର କାହାର ଗାଁ ଘର ଥିଲା ତ ସେମାନେ କୁକୁଡ଼ା,ବତକ, ମାଛ, ଠେକୁଆ ପାଳନ କରି, କେହି କେହି ଛତୁ ଚାଷ କରି, କେହି କେହି ପନିପରିବା, ଧାନ, ମୁଗ, ବିରି, ମାଣ୍ଡିଆ, ଯଅ ସହ ଅଳସୀ ଓ କପା ତଥା ସୋରିଷ ଚାଷ କରି ଚଳିଗଲା ବେଳେ ଯୋଉମାନେ ଗାଁର ସାତାପୁରୁଷି ଘର ବିକ୍ରୀ କରି ପିତା ମାତାଙ୍କୁ ବୃଦ୍ଧାଶ୍ରମ ଛାଡିଥିଲେ ତାଙ୍କୁ ଉଚିତ ଶିକ୍ଷା ମିଳିସାରିଥିଲା ସତ ହେଲେ କିଛି ସେହିପରି ଚିହ୍ନା ପରିଚୟ ସାଙ୍ଗମାନଙ୍କୁ ଘରେ ଆଶ୍ରୟ ଦେବାକୁ ପୁଅ ବୁଲୁ ନେହୁରା ହେଉଥିଲା ପିତା ମଧୁବାବୁଙ୍କ ପାଖରେ ତ ମଧୁବାବୁ ରାଜି ହୋଇଥିଲେ ଗୋଟିଏ ସର୍ତ୍ତରେ ଯେ ତାଙ୍କ ଘରେ ଥିବା ଠେକୁଆମାନଙ୍କ ଉପରେ କେହି ଆଖି ପକେଇବେନାହିଁ ଯେମିତି. ତାର କାରଣ ଠେକୁଆ ପଲ୍ହଙ୍କ ପାରିବାରିକ ସହଯୋଗ ଯଥା ଅଦିନ ଓ ଦୁର୍ଦ୍ଦିନ ସମୟରେ ଅଳ୍ପ ଦୁବ ଘାସ ବା ପରିବା ପତ୍ରକୁ କିପରି ପରସ୍ପର ମଧ୍ୟରେ ବାଣ୍ଟି କୁଣ୍ଟି ଖାଇବା ଓ ରହିବାକୁ ହୁଏ ତାଙ୍କରି ପ୍ରେରଣାରୁ ତ ମଧୁବାବୁ ଓ ତାଙ୍କ ପୁଅ ବୁଲୁ ଆଜି ବୁଝି ସାରିଛନ୍ତି ଅଢେଇ ଦିନର ମଣିଷ ଜୀବନରେ ରାଗ, ରୋଷ, ବାଦ, ବିବାଦ, ଇର୍ଷା, ଦ୍ୱେଷ, ଅହଂକାର ବଦଳରେ, ଭାଇଚାରା ସହିତ ଶାନ୍ତି, ପ୍ରୀତି, ମୈତ୍ରୀ, ସ୍ନେହ, ପ୍ରେମ, ଶ୍ରଦ୍ଧା, ଭକ୍ତି ତଥା ସହମତିର ନିଶ୍ଚିନ୍ତ ଆବଶ୍ୟକତା ରହିଛି.ସେଦିନ ଠେକୁଆ ପଲ୍ହଙ୍କୁ ସବୁଦିନ ପରି ଗଣତି କରିବାକୁ ଯାଇ ମଧୁବାବୁ ଦେଖିଲେ ଗାନ୍ଧିଜୀଙ୍କ ତିନି ମାଙ୍କଡ଼ଙ୍କ ପରି ଗୋଟେ ଆଖି ବୁଝିଛି, ଗୋଟେ କାନ ଓ ଆଉ ଗୋଟେ ପାଟି ମୁଜି ବସିଛି. ସେମାନେ ତ ସେହି ଗାନ୍ଧିଙ୍କ ଆଦର୍ଶରେ ଖରାପ କଥା କହିବି ନାହିଁ, ଖରାପ କଥା ଶୁଣିବି ନାହିଁ ଓ ଖରାପ କଥା ଦେଖିବି ନାହିଁ ବାର୍ତ୍ତା ପ୍ରଚାର କରୁଥିଲେ ଯେମିତି କିନ୍ତୁ ଆଉ କେତୋଟି ଠେକୁଆ ନାକ ବନ୍ଦ କରିବା ଓ ଦେହ ଘୋଡେଇ ହାତ ଦୁଇଟିକୁ ଦେହରେ ଛନ୍ଦି ରଖିବା କି ବାର୍ତ୍ତା ଦେଉଛନ୍ତି ପିତା ମଧୁବାବୁ ବୁଝି ପାରୁନଥିଲା ବେଳେ ପୁଅ ବୁଲୁ ପଛରେ ଥାଇ କହୁଥିଲା ସେମାନେ ସମନ୍ୱୟର ସ୍ୱର ସହିତ ପଞ୍ଚଇନ୍ଦ୍ରିୟର ଲାଳସା ବା କାମନା ପ୍ରତିହତ କରିବାକୁ ବାର୍ତ୍ତା ଦେଉଛନ୍ତି. ସେ ଦୃଶ୍ୟରେ ସେଦିନ ବିଭୋର ମଧୁବାବୁ ନାତି ଯାହାକୁ ସେ ମଣିଷବାଘ ଡାକୁଥିଲେ ତାର ପ୍ରଥମ ଜନ୍ମବାର୍ଷିକୀରେ ସମସ୍ତ ଅନ୍ତେବାସୀଙ୍କୁ ସ୍ୱାଦିଷ୍ଟ ଅନ୍ନ ବ୍ୟଞ୍ଜନ ଭୋଜି ପରଷି ଦେଇଥିଲେ ।



Rate this content
Log in

Similar oriya story from Action