Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ହୃଦୟବାନ

ହୃଦୟବାନ

4 mins
7


ଆଜିକାଲି ବାହାରେ ଯେମିତି ରଙ୍ଗର ବର୍ଷା ଭିତରେ ଅର୍ଥାତ ହାର୍ଟ ମଧ୍ୟ ବେଳେ ବେଳେ ରଙ୍ଗୀନ ହୁଏ ଯେବେ ନିଜର କିଛି ଭଲ ବନ୍ଧୁ ଥାଆନ୍ତି. ମୁନା, ଟୁନା, ପୁପା ଆଜି କାମ ପାଇଛନ୍ତି ବାବା ଜନ୍ମଦିନରେ ସେମାନେ କିଛି କରିବେ. ଆଣ୍ଟି କହିଛନ୍ତି ସବୁ ହାର୍ଟ ପରି ବେଲୁନ ଗୁଡିକୁ ତାଙ୍କୁ ଫୁଙ୍କିବାକୁ ପଡିବ. ମଜ୍ଜା ଆସିଗଲା ସେ ତିନିଜଣଙ୍କୁ. ଭଳି ଭଳି ରଙ୍ଗର ହାର୍ଟ ବେଲୁନକୁ ପୁସ ମେସିନରେ ଭରି କରି ଯେତେ ପମ୍ପ ଦେଲେ ମଧ୍ୟ ବେଲୁନୁ ଫୁଲୁ ନଥିଲା ତ ମୁନା ମନ ଦୁଃଖ ହୋଇଗଲା. କିନ୍ତୁ ଟୁନା ଓ ପୁପାଙ୍କ ସହଯୋଗରେ ପ୍ରଥମେ କଳା ବେଲୁନଟା ଫୁଲି ଉଠିଲା ତ ବାବାର କି କାନ୍ଦ. ବେଲୁନ ଦେଖି ଖୁସି ହେବା ପରିବର୍ତ୍ତେ ଛୋଟ ବାବା କାନ୍ଦୁଥିଲା ତ ମୁନା, ଟୁନା ଓ ପୁପା ଯେତେ ଚେଷ୍ଟା କଲେ ମଧ୍ୟ ବାବାକୁ ତୁନି କରିପାରୁନଥିଲେ. ଆଣ୍ଟି ବୁଝିଗଲେ. ବାବାର କଳା ରଙ୍ଗ ପସନ୍ଦ ନୁହେଁ ତେଣୁ ସେ ସେହି କଲୋନୀର ମୁନା, ଟୁନା ଓ ପୁପା ଇତ୍ୟାଦିଙ୍କୁ କଳା ବେଲୁନ ସବୁ ବାହାର କରିଦେଇ ଅନ୍ୟ ରଙ୍ଗ ଯଥା ଲାଲ ଓ ହଳଦିଆ ବେଲୁନ ଗୁଡିକୁ ଫୁଙ୍କିବାକୁ କହିଥିଲେ ତ ସେମାନେ ସେହିପରି କରିବାରୁ ବାବାର କି ଖୁସି!ଦେଖିବାର କଥା ଥିଲା. ଗୁରୁଣ୍ଡି ଗୁରୁଣ୍ଡି ଛୋଟ ବାବା ଲାଲ ବେଲୁନ ପଛରେ ପଡ଼ିଥିଲା.

   ଆଣ୍ଟି ବୁଝେଇ ଦେଲେ ଆଜିକାଲି ତ ସବୁ ପ୍ରକାର ରଙ୍ଗରେ ଶାଗ, ପନିପରିବା ବଜାରରେ ମିଳୁଛି କିନ୍ତୁ ସମସ୍ତଙ୍କ ପସନ୍ଦ ର ରଙ୍ଗ ଭିର୍ନ୍ନ ଭିର୍ନ୍ନ. ମୁନା କହିଲା ମତେ ଧଳା ଫୁଲକୋବି ପସନ୍ଦ ଆଣ୍ଟି ତ ଟୁନା କହୁଥିଲା ମତେ ରଙ୍ଗୀନ କୋବି ବ୍ରକୋଲି ପସନ୍ଦ. ପୁପା କହୁଥିଲା ମତେ ଭିର୍ନ୍ନ ଭିର୍ନ୍ନ ରଙ୍ଗର ଗାଜର ପସନ୍ଦ ତ ବାବା ଖେଳୁଥିଲା ଲାଲ ଲାଲ ହାର୍ଟ ବେଲୁନ ସହିତ.ଆଣ୍ଟି ବୁଝେଇବାକୁ ଚେଷ୍ଟା କରୁଥିଲେ ସବୁ ରଙ୍ଗକୁ ପସନ୍ଦ କରିବା ଉଚିତ. ଏତିକିବେଳେ ଅଙ୍କଲ ପହଞ୍ଚିଥିଲେ ଢେରସାରା ଖେଳନା ସହ କେକେ ନେଇ ରାତିକୁ. ଦିଲ ଆକାରରେ ସଜା ଯାଇଥିବା ମହମବତୀ ଲଗାଇବା ପରେ ଅଙ୍କଲ କହିଥିଲେ ସବୁ ପିଲାମାନେ ବାବାର ହାପି ବାର୍ଥ ଡେ ମାନାଇବା ପୂର୍ବରୁ ଥରେ ତୁମେ ଯିଏ ଯୋଉ ଭଗବାନଙ୍କୁ ଜାଣିଛ ଓ ବିଶ୍ୱାସ କରୁଛ ତାଙ୍କୁ ସ୍ମରଣ କର. ସମସ୍ତେ ଗଣେଷ ଓ ସାରସ୍ବତୀଙ୍କ ବନ୍ଦନା ଗାଇ ପ୍ରଣିପାତ କରିସାରିବା ପରେ ଦିଲ ଆକୃତିର କେକ କାଟିବା ବେଳେ ବାବା କାନ୍ଦିଉଠିଥିଲା. ଆଣ୍ଟି କହିଲେ ସେ ଏଡ଼େ ସୁନ୍ଦର ଦିଲ ରୂପକ କେକଟିକୁ ଛୁରୀରେ କାଟି ଖଣ୍ଡ ଖଣ୍ଡ କରିବାକୁ ଚାଁହୁନି. ଉପସ୍ଥିତ ସମସ୍ତ ଅଙ୍କଲ ଆଣ୍ଟି ଓ ସେ କଲୋନୀର ପିଲାମାନେ କେକ ଖାଇବାକୁ ପ୍ରସ୍ତୁତ ରହି,ହାପି ବାର୍ଥ ଡେ ଟୁ ରାଜା କହିବାକୁ ଉତ୍କଣ୍ଠିତ ଥିଲା ବେଳେ ବାବା କାନ୍ଦୁଛି. କେକ ନିଜେ ବା ଅନ୍ୟକେହି କାଟିବାକୁ ଦେଉନି. ବାବାର ଜେଜେ କହିଲେ ମୋ ନାତି ସିନା ତା ପ୍ରଥମ ଜନ୍ମବାର୍ଷିକୀରେ ଚାଲିନି ବୋଲି ସମସ୍ତେ ମନ ଦୁଃଖ କରୁଥିଲ କିନ୍ତୁ ତା ହୃଦୟ ଖୁବ କୋମଳ. ଏତେ ସୁନ୍ଦର ରଙ୍ଗୀନ କେକଟିକୁ କାଟିବାକୁ ତାର ରଙ୍ଗୀନ ଦିଲ ଚାଁହୁନି.

   କେହି ଜଣେ ଆଗେଇ ଗଲେ କେକ କାଟିବାକୁ.ଅଳ୍ପ ଟିକେ ଦୂରରେ ଜେଜେମାଙ୍କ ପାଖରେ ଥିବା ବାବା କାନ୍ଦି ଉଠି ଠୁକୁ ଠୁକୁ ପାଦ ପକେଇ ଆଗେଇ ଯାଉଥିଲା ସାଜସଜ୍ଜାପୂର୍ଣ୍ଣ କେକ କଟା ସ୍ଥାନକୁ. ଏଣିକି ସମସ୍ତେ ବୁଝିଗଲେ କି ଛୁରୀ ସାହାଯ୍ୟରେ କେକ କାଟିବାକୁ ନାଚାହିଁ ବାବା ଚାଲିଶିଖିଯାଇଛି. ଜେଜେ ବାବାର ନିଜ ହାତରେ କେକ ନେଇ ସମସ୍ତଙ୍କୁ ଖୁଆଇ ଦେବାରୁ ସେ ବୁଝି ଯାଇଥିଲା. କିନ୍ତୁ ଛୁରୀ ସାହାଯ୍ୟରେ କେକଟିକୁ କାଟିବାକୁ ଦେଉନଥିଲା ଦେଖି ବାବା ଯେ ଗୋଟେ ଭଲ ମଣିଷ ହେବ ବୋଲି ସମସ୍ତେ କହୁଥିଲେ. ଜନ୍ମଦିନରେ ପ୍ରଥମ କରି ଚାଲୁଥିବା ବାବାକୁ ମୁନା, ଟୁନା, ପୁପା, ରାଜା, ବାବୁଲ, ମାନି, କୁନି, ଝୁମା କାଖେଇ ତା ପାଇଁ ଅଙ୍କଲ ଆଣିଥିବା ଖେଳନା ସବୁରେ ଖେଳୁଥିଲେ. ତା ଭିତରେ ଗୋଟେ କଳା କାଉ ଚଢେଇ ଦେଖି ଡରୁଥିବା ବାବାର ଭୟ ଛଡ଼େଇବା ପାଇଁ କାଉ କଣ୍ଢେଇର ଚାବି ମୋଡି ଦେଇ ଆଣ୍ଟି ଦେଖାଉଥିଲେ ତା ପାଟିରୁ ନାଲି,ନେଳି,କଳା, ଧଳା, ହଳଦିଆ ଆଦି ରଙ୍ଗୀନ ରଙ୍ଗର ଦିଲ ଭଳି ଟୁକୁଡା ସବୁ ବାହାରୁଥିଲା ତ ବାବା ତାଳି ମାରୁଥିଲା. ଆଉ ଡରୁନଥିଲା କଳା ରଙ୍ଗକୁ.ରଙ୍ଗୀନ ହାର୍ଟ ସହିତ ରଙ୍ଗୀନ ଆଲୋକରେ ବାବାର ପ୍ରଥମ ଜନ୍ମବାର୍ଷିକୀ ଖୁବ ରଙ୍ଗୀନ ଲାଗୁଥିଲା.

   ବାବା ଆଜି ପଚିଶ ବର୍ଷର ଯୁବକ. ବାବାର ବାହାଘର କରିବାକୁ ପରିବାର ତତ୍ପର. ଲାଜକୁଳା ବାବା କେବେବି ନିଜ ପସନ୍ଦରେ ଝିଅ ଖୋଜି ପାରିବନି ଜାଣି ଜେଜେ ଆଣିଥିବା ପ୍ରସ୍ତାବର ଝିଅଟିକୁ ଦେଖିବାକୁ ଯାଇଥିଲା ବାବା. ଜେଜେମା ଆଉ ଏ ଦୁନିଆଁରେ ନଥିଲେ. ଜେଜେ ଟିକେ ନାତୁଣୀ ବୋହୁର ମୁହଁ ଦେଖିବାକୁ ଆଶା ପୋଷଣ କରିଥିଲେ. କିନ୍ତୁ ଝିଅ ପସନ୍ଦ ଅପସନ୍ଦ ବିଷୟରେ କେହି କିଛି ଭାବିପାରୁନଥିବା ବେଳେ ଝିଅକୁ ଦେଖି ବାବାର ହୃଦୟ ଯେ ରଙ୍ଗୀନ ହୋଇଯାଇଛି ଏକଥା ବୁଝିବାକୁ ଜେଜେଙ୍କୁ ବାକି ନଥିଲା. ପୁଅ ଝିଅ ଉଭୟେ ଉଭୟଙ୍କୁ ପସନ୍ଦ କରିଥିଲେ ତ ନାତୁଣୀବୋହୁ କରିବାକୁ ସମ୍ମତି ଜଣେଇ ତାଙ୍କ ଘରୁ ଫେରିଥିଲେ ସମସ୍ତେ. ଆସିଲା ବେଳେ ଝିଅ ସୁଚରିତାକୁ ଆଖିମାରି ଜେଜେ ସୂଚେଇ ଦେଇଥିଲେ କି ଝିଅ ତୁ ମୋର ଆଉ ମୋ ନାତି ବାବାର ତଥା ପରିବାରର ପସନ୍ଦ ହୋଇଛୁ.ଲାଜେଇ ଯାଇଥିବା ଝିଅଟିର ଆଖି ଦୁଇଟି ଖୁବ ସୁନ୍ଦର ଥିଲା.ଘରକୁ ଫେରି ବାବାକୁ ରଖେଇ ବସେଇ ଦେଉନଥିଲେ ଜେଜେ. କହୁଥିଲେ ଝିଅଟି ସହ ଟିକେ କଥା ହେବା ଦରକାର. ତା ପସନ୍ଦ ଅପସନ୍ଦ ଜାଣିବା ଦରକାର ନା ନାହିଁ. ଏସବୁ ଅଭଦ୍ରାମି ହେବ କହି ପ୍ରଥମେ ପ୍ରଥମେ ଆଡେଇ ଯାଉଥିବା ବାବା କିନ୍ତୁ ସେଦିନ ମେସେଞ୍ଜର ଖୋଲି ହାଏ ଲେଖୁ ଲେଖୁ ଝିଅଟି ନମସ୍କାର ମୁଦ୍ରାର ଇମୋଜି ଛାଡିଥିଲା. କଣ ଉତ୍ତର ଦେବ ନଦେବ ଭାବି ବାବା କିଛି ପ୍ରତ୍ୟୁତ୍ତର ଦେବା ବଦଳରେ ଜେଜେ ରଙ୍ଗୀନ ଇମୋଜି ଛାଡିଦେଇଥିଲେ ତ ବାବା ସଫେଇ ଦେଇଥିଲା ମୁଁ ନୁହେଁ ଜେଜେ ଏସବୁ ଛାଡିଛନ୍ତି. ହସ ଇମୋଜି ଛାଡ଼ି ଝିଅଟି ଖୁବ ନମ୍ର ଭବେ ଲେଖିଥିଲା କିଛି ତ ଜେଜେ ଓ ନାତି ଦୁହିଁଙ୍କ ହୃଦୟ ଦିଲଟା ରଙ୍ଗୀନ ହେବା ସହ ଦିଲ ହୋଇଯାଇଥିଲା ଗାର୍ଡେନ ଗାର୍ଡେନ.

   ଏସବୁ ଖୁସି ବେଶୀ ଦିନ ରହିନଥିଲା ଯେବେ ବିବାହ ପ୍ରସ୍ତାବ ଭାଙ୍ଗି ଗଲା କହି ଝିଅ ସୁଚରିତାର ବାପା. ଆକାଶ ଖସିପଡ଼ିଥିଲା ଜେଜେଙ୍କ ମୁଣ୍ଡ ଉପରେ. ବାବା ମଧ୍ୟ କମ ଦୁଃଖୀ ନଥିଲା. ସେ ଝିଅ ଛଡା ଅନ୍ୟ କାହାକୁ ବିବାହ ତା ପକ୍ଷେ ସମ୍ଭବ ନୁହଁ ବୋଲି ରୋକ ଠୋକ ଜଣେଇ ଦେଇଥିଲା ବ୍ୟାଙ୍କରେ ପିଓ ଚାକିରି କରୁଥିବା ବାବା. ଜେଜେ କିନ୍ତୁ ଚିନ୍ତିତ ଥିଲେ ବିବାହ ପ୍ରସ୍ତାବ ଭାଙ୍ଗିଯିବାର କାରଣ କଣ? ତାଙ୍କ ପଟୁ ସେମାନେ ଯୌତୁକ ଦାବୀ କରିନଥିଲେ. ତେବେ ଝିଅ ସହ ଫୋରେ କଥାବାର୍ତ୍ତା ମହାଙ୍ଗା ପଡ଼ିଲା କି? ଭାବି ସେଦିନ ଜେଜେ ପହଞ୍ଚି ଯାଇଥିଲେ ସୁଚରିତାଙ୍କ ଘରେ. ସେଠାରେ ଯାହା ଦେଖିଲେ ଯାହା ଶୁଣିଲେ ସ୍ତବ୍ଧ ହୋଇଗଲେ. ଆକ୍ସିଡେଣ୍ଟରେ ପଡି ପରିବାର, ଗାଡି କ୍ଷତିଗ୍ରସ୍ତ ହେବା ସହ ସୁଚରିତାର ଆଖିରେ ପଟି ବନ୍ଧା ଯାଇଥିଲା. ସେ ଆଉ ଦେଖିପାରିବ କି ନା ସନ୍ଦେହ ଥିଲା ବୋଲି ଡାକ୍ତର ଜଣେଇ ଦେଇଥିଲେ.ସେଇ ଅବସ୍ଥାରେ ଜେଜେଙ୍କୁ ପ୍ରଣାମ କରିଥିଲା ଝିଅଟି ତ ସୁଚରିତାର ଅନ୍ଧକାର ଭବିଷ୍ୟତରେ କାନ୍ଦି କାନ୍ଦି ଘରକୁ ଫେରି ସବୁକଥା କହିଥିଲେ ଜେଜେ. ଆଉ ଖୁସିର ଚମକ ଖେଳିଗଲା ଯେବେ ବାବା ନିଷ୍ପତ୍ତି ଜଣାଇ ସାରିଥିଲା କି ସେ ସେହି ଝିଅକୁ ହିଁ ବିବାହ କରିବ. ତା ହାତ ଧରି ଆଲୋକର ବାଟ ନହେଉ ପଛେ ଅନ୍ଧାରର ବାଟ ସେ ନିଶ୍ଚୟ ଚାଲି ପ୍ରମାଣିତ କରିଦେବ ପିଲାଦିନରୁ ତା ବାପା, ମାଆ ଓ ପରିବାରରୁ ସେ ଯେଉଁ ଆଦର୍ଶ ଶିକ୍ଷା ପାଇଛି ତାକୁ ନେଇ ସାରା ଜୀବନ ସେ କାଟି ଦେଇ ପାରିବ.।


Rate this content
Log in

Similar oriya story from Classics