ନିଜ ପାଇଁ କିଛି ସମୟ ଭିତର ଭାବନା
ନିଜ ପାଇଁ କିଛି ସମୟ ଭିତର ଭାବନା
ନିଜ ପାଇଁ କିଛି ସମୟ ବାହାର କରି ମୁଁ ଗଳ୍ପ କବିତା ଲେଖିଲା ବେଳେ ମୋର କାହିଁ ମନେହୁଏ ମଣିଷ ,ନିଜକୁ ଖୁବ ଭଲପାଏ ।ନିଜକୁ ଭଲ ପାଉଥିବାରୁ ମଣିଷ ବଞ୍ଚିଛି ଏ ଦୁନିଆଁରେ । ନିଜ ଚାରିପଟେ ଥିବା ବସ୍ତୁ ,ପଦାର୍ଥ ଓ ମଣିଷମାନଙ୍କୁ ଭଲ ପାଉଛି .ଭଲପାଏ ବୋଲି ନିଜକୁ ଓ ଅନ୍ୟକୁ ତ କେତେ କେତେ ଅସହାୟତା ଭିତରେ ବି ବଞ୍ଚିରହେ ମଣିଷ ,କେତେ ମୋହ ମାୟା ଆସକ୍ତିକୁ କାଟି ମରିବାକୁ ଚାହେଁନା ,କିନ୍ତୁ ଯେଉଁମାନେ ଆତ୍ମହତ୍ୟା କରୁଛନ୍ତି ?ସେମାନେ କଣ କେବଳ ନିଜକୁ ଭଲ ପାଆନ୍ତି ?ନହେଲେ ନିଜ ଚାରିପଟର ପ୍ରିୟ ମଣିଷ ମାନଙ୍କୁ ଦୁଃଖ ଶୋକରେ ଭସାଇ ଆତ୍ମହତ୍ୟା କରି ପର ପିଢିର ଲୋକଙ୍କୁ କଣ ଶିକ୍ଷା ଦିଏ ?ନିଶ୍ଚୟ ରୁଗ୍ଣ ମାନସିକତା .ଏଇ ଭିତରେ ଦୁଇ ଦୁଇଟି ଆତ୍ମହତ୍ୟା ଖବର ମୋ ମନକୁ ଆନ୍ଦୋଳିତ କରୁଥିଲା .ମୁଁ ଆଶଙ୍କିତ ଓ ମର୍ମାହତ ହୋଇ ପଡୁଥିଲି ଯୁବପିଢିଙ୍କ ପାଇଁ .ବିଶେଷ କରି ମୋ ପୁଅ ଝିଅଙ୍କ ପାଇଁ .ପୁଅ ଦିଲ୍ଲୀରେ ଏକୁଟିଆ ରହୁଥିଲା ଚାକିରୀ ସ୍ଥାନରେ ,ଆଉ କହୁଥିଲା ଏଇ ଭିତରେ ସେ ଦିଲ୍ଲୀ କମ୍ପାନୀ ଛାଡି ରାଜସ୍ଥାନ ଯିବ ବୋଲି ଯୋଉଟା ମୋର ଇଚ୍ଛା ନଥିଲେ ବି ବାରଣ କରି ପାରୁନଥିଲି .ଓଡିଶା କୁ ଫେରିଆସିବାକୁ ମଧ୍ୟ ଯୋର ଦେଇ କହିପାରୁନଥିବା ସ୍ଥଳେ ,ସେହି ଦିଲ୍ଲୀରେ ପିଇସୀ ଝିଅ ଭଉଣୀର ପୁଅ ,ଅଭିଳାଷ ଏଇ ଏଇ ଆତ୍ମହତ୍ୟା କରିଥିଲା ,ଯାହା ପଛରେ କୌଣସି କାରଣ ନଥାଇ କି ନପାଇ ବାପା ମାଆ ପାଗଳ ପ୍ରାୟ ହେଉଥିଲେ ,ତ ମୁଁ ମୋ ପୁଅ,ଚାନ୍ଦୁଆର ଶୁଭ ମନାସି ରାତି ରାତି ଶୋଇପାରୁନଥିଲି କି ଏକଥା ତାକୁ କହି ପାରୁ ନଥିଲି ।ଝିଅ ବିବାହିତ ହେଲେ ବି ଝିଅକୁ କେବେ ବି ଏଯାଏଁ ପରଗୋତ୍ରୀ ହେଇଗଲାଣି ଭାବି ପର କରିନି ତାକୁ ମୋ ମନ ହୃଦୟରୁ ,ତାର ସବୁ ସୁବିଧା ଅସୁବିଧା କଥା ବୁଝେ ଯଦିଓ କିଛି କରିପାରେନି ଆଶୁ ପ୍ରତିକାର ତଥାପି ତା ପାଇଁ ଡାକୁଥାଏ ପ୍ରଭୁଙ୍କୁ ,ମୋ ଚାନ୍ଦିନୀକି ଭଲରେ ରଖ .ହେଲେ ସେ ଏକୁଟିଆ ରହୁଥିବା ଚାକିରୀ ଜାଗାରେ ,ତା ରୁମକୁ ଲାଗିକି ରହିଥିବା ପଡୋଶୀ ଘରେ ଭଡା ଥିବା କେତେଜଣ ପୁଅ ପିଲାଙ୍କ ଭିତରୁ ଏଇ ଏଇ ଜଣେ କରିଛି ଆତ୍ମହତ୍ୟା .ଭାବିଲା ନାହିଁ ତାର ଏମିତି କାର୍ଯ୍ୟ କଲାପରେ ବାପା ମାଆ ,ନବବିବାହିତ ସ୍ତ୍ରୀଙ୍କ ଉପରେ କି ପ୍ରକାର ଦୁଃଖର ପାହାଡ଼ ଲଦି ହୋଇ ପଡିବ .ବୁଝି ପାରିଲାନାହିଁ ମିଶିକି ରହୁଥିବା ଅନ୍ୟ ପାଂଚଟା ପିଲାଙ୍କର କି ଅସୁବିଧା ହେବ ଭାବିପାରିଲା ନାହିଁ ଅତି ପର ହେଲେ ବି ସାମାଜିକ ସ୍ତରର ସମ୍ପର୍କିତ ପଡୋଶୀ ମଣିଷମାନେ କେତେ କଲବଲ ଓ ସନ୍ତୁଳିତ ହେବେ !ଝିଅର ଅବସ୍ଥା ଠିକ ସେମିତି .ଡର ଭୟ ସନ୍ତୁଳନ ଯୋଗୁଁ ଅସ୍ଥିର ଲାଗୁଛି ତାକୁ .ଭାଇ ସହ ନିଜ ଚାରିପାଖ ଅବସ୍ଥାର ବର୍ଣ୍ଣନା ଦେଲାବେଳେ ,ମୁଁ ଡ଼ରୁଛି ଆଉ ବାରଣ କରୁଛି ଭାଇକୁ ଏତେ କଥା ନକହିବା ପାଇଁ .ପୁଅ କିନ୍ତୁ ଫୋନରେ ସଂଯୁକ୍ତ ରହି ଭଉଣୀକୁ ନଡରି ନିଜ ପାଇଁ ଠିକଠାକ ରୋଷେଇ କରେ କହୁଥିଲା ବେଳେ ମୋର ଏଵେ ନିଜ ପାଇଁ ରଖିଥିବା ସବୁ ସମୟ ପୁଅ ଝିଅଙ୍କ ଚିନ୍ତାରେ .ନିଜ ପାଇଁ ରଖିଥିବା କିଛି ସମୟକୁ ମୁଁ ମାଆ ଟିଏ ମୋ ପୁଅ ଝିଅଙ୍କ ପାଇଁ ଡର ଓ ଭୟରେ ବିତୁଛି .ପ୍ରଭୁ ହେ ଘଣ୍ଟଘୋଡ଼େଇ ରକ୍ଷା କର ,ସଦବୁଦ୍ଧି ଦିଅ ମୋ ସନ୍ତାନ ଦୁହିଁଙ୍କୁ ,ଯାଉଛି ସେମାଙ୍କୁ ,ଫୋନ କରିବି ଆଉ ଚିଠି ଗୋଟେ ଗୋଟେ ଲେଖିବି ,ମୋ ନିଜ ପଇଁ ରଖିଥିବା କିଛି ସମୟକୁ ଉପଯୋଗ କରିବାକୁ ଭାବି ଉଠିଲି ।