Sunanda Mohanty

Abstract Classics Inspirational

3  

Sunanda Mohanty

Abstract Classics Inspirational

-ନାରୀ ଓ ପୁରୁଷ ଗୋଟିଏ ମୁଦ୍ରା ର ଦୁଇଟି ପାର୍ଶ୍ୱ

-ନାରୀ ଓ ପୁରୁଷ ଗୋଟିଏ ମୁଦ୍ରା ର ଦୁଇଟି ପାର୍ଶ୍ୱ

3 mins
198



     "ସେଦିନ ତରବର ରେ ପୋଲିସ ଅଫିସର ଶାନ୍ତନୁ ବାବୁ ବାହାରିଗଲେ ଅଫିସ ରେ ଅତ୍ୟଧିକ କାମର ଚାପ ସାଙ୍ଗକୁ, ଜରୁରୀ ମୀଟିଙ୍ଗ ଥିବାରୁ, ବୋଉ ର ଅସୁସ୍ଥତା ବଢ଼ିଯାଇଥିଲେ ବି ଛୁଟି ନେଇପାରିନଥିଲେ, କିନ୍ତୁ ଗଲାବେଳେ ସ୍ତ୍ରୀ ଅନୁପମା ଙ୍କୁ କହିଦେଇ ଯାଇଥିଲେ ଅସୁବିଧା ହେଲେ ମତେ ଫୋନ କରିବ, ମୁଁ ପହଂଚିଯିବି l

 ହେଲେ ସ୍ୱାମୀ ଚାଲିଗଲା ପରେ ଶାଶୂଙ୍କର ଅବସ୍ଥା ସାଂଘାତିକ ହେଲା ତ ଅନୁପମା ସ୍ୱାମୀଙ୍କୁ ଯେତେ ଫୋନ କଲେ ମଧ୍ୟ ଫୋନ ନଲାଗିବାରୁ ଆମ୍ବୁଲାନ୍ସ ଡାକି ଶାଶୁଙ୍କୁ କୋଳରେ ଧରି ବାହାରିଗଲେ ହସ୍ପିଟାଲ, ଯୋଗକୁ ସେଦିନ ଭାରତ ବନ୍ଦ, ତ ବାଟସାରା ଆମ୍ବୁଲାନ୍ସ କୁ ଆଗକୁ ବଢିବାକୁ ରୋକ ତ ଅନୁପମା ମାରଣୋମ୍ନୁଖି ଶାଶୁଙ୍କ ଅବସ୍ଥା ଜଣେଇ, ଅନୁରୋଧ ଓ ବୁଝାମଣା କରି, ଥରକୁ ଥର ରାସ୍ତା ଅବରୋଧ କୁ ଦୃଢ଼ତା ଓ ସାହସର ସହ ମୁକାବିଲା କରି ଠିକ ସମୟରେ ଶାଶୁଙ୍କୁ ହସ୍ପିଟାଲ ରେ ପହଞ୍ଚେଇ ଜୀବନ ରକ୍ଷା କରିପାରିଥିଲେ, ତ ସ୍ୱାମୀ ଯେବେ ଫେରିବାପରେ ଦେଖିଲେ ଶୁଣିଲେ ଏତେସବୁ ଏବଂ ନିଜ ମୋବାଇଲ ରେ ତିରିଶ ଟା ମିସକଲ ତ ଅନୁପମା ଙ୍କୁ ଧନ୍ୟବାଦ ଜଣେଇବାକୁ ଭୁଲି ନଥିଲେ l"

    ଉପରୋକ୍ତ ଗଳ୍ପ ଟି ଖାଲି ପ୍ରମାଣ ନୁହେଁ, ଏହି ସଂସାର ରୂପକ ମୁଦ୍ରା ରେ ନାରୀ ଓ ପୁରୁଷ ସେହି ମୁଦ୍ରାର ନିଶ୍ଚିତ ଦୁଇଟି ପାର୍ଶ୍ୱ, ନାରୀର ସହାୟତା ଓ ପୁରୁଷର ସାହାଚର୍ଯ୍ୟ, ନାରୀର ଆନୁଗତ୍ୟ ଓ ପୁରୁଷର ସାହସ, ନାରୀର ତ୍ୟାଗ ପୁରୁଷର ଧର୍ମ, ତଥା ନାରୀର ସମର୍ପଣ ପୁରୁଷର ପୌରୁଷ, ସଂସାରକୁ ତିଷ୍ଠେଇ ରଖେ, ପୂର୍ବ ଓ ପର ପିଢ଼ି, ଉଭୟଙ୍କୁ ସହାୟତା ଦିଏ l

   ରାମାୟଣ କଥାବସ୍ତୁ ରେ ନାରୀ ଓ ପୁରୁଷ ଉଭୟଙ୍କ ତ୍ୟାଗ, ସ୍ନେହ, ଭଲପାଇବା, କର୍ତ୍ତବ୍ୟପରାୟଣତା, ଦାଇତ୍ୱବୋଧତା, ସତ୍ୟରକ୍ଷା, ସମ୍ମାନବୋଧତା, ମର୍ଯ୍ୟାଦା ରକ୍ଷା ଇତ୍ୟାଦି ଗୁଣ ଗୁଡିକ ଯୁଗେ ଯୁଗେ ରାମାୟଣ କୁ କରିଛି ରୂଦ୍ଧିମନ୍ତ ଓ ସମୃଦ୍ଧି ପ୍ରଦାନ, ସେଇଥିପାଇଁ ସାଧାରଣ ଲୋକ ଟିଏ ବି କୁହେ "ଖାଇବ ଆମ୍ବ ରସ,,,,, ଶୁଣିବ ରାମରସ "l

   ମହାଭାରତ ରେ ମଧ୍ୟ ଭୀଷ୍ମ ଙ୍କ ଭଳି ପୁରୁଷ ପୁଂଗବଙ୍କ କାହାଣୀ ଯେତିକି ବଳିଷ୍ଠ, ମାତା ଗାନ୍ଧାରୀଙ୍କ ଜୀବନ ଶୈଳୀ ସେତିକି ରୁଦ୍ଧିମନ୍ତ, କେବଳ ସ୍ୱାମୀ ସ୍ତ୍ରୀ ହିସାବରେ ନୁହେଁ ବରଂ ଜଣେ ନାରୀ ଓ ଜଣେ ପୁରୁଷ ର ସମ୍ମିଳିତ ତ୍ୟାଗ, ବିବେକ, ଶପଥ, ମର୍ଯ୍ୟାଦା ହିଁ ଗୋଟିଏ ମୁଦ୍ରା ର ଦୁଇ ପାର୍ଶ୍ୱ ର ସଫଳତା ଅଟେ, ଏହି ପରିପ୍ରେକ୍ଷୀରେ କୃଷ୍ଣ ଓ ଦ୍ରୌପଦୀଙ୍କର ଉଦାହରଣ ନିଆଯାଇପାରେ, କୃଷ୍ଣଙ୍କ ଇଙ୍ଗିତରେ ଦ୍ରୌପଦୀ, କୃଷ୍ନା ସବୁକିଛି ତ୍ୟାଗକରିଛନ୍ତି ପିତାଙ୍କ ମାନ ରକ୍ଷା ପାଇଁ, ପିତାଙ୍କ ପାଇଁ ବଳିପକାଇଛନ୍ତି ନିଜ ମନ ବିବେକ ଯୌବନ, ଏମିତିକି ପରବର୍ତ୍ତୀ କାଳରେ ପାଞ୍ଚପତି ବରଣ କରିବା, କୁରୁସଭା ବେଳେ ବସ୍ତ୍ରହରଣ କାଳେ ବିବସନା ହୋଇଛନ୍ତି କୃଷ୍ଣ ଙ୍କ ନିର୍ଦ୍ଧେଶ ରେ ଆଗାମୀ ଭବିଷ୍ୟତ କୁ ସଫଳତା ପୂର୍ବକ "ଧର୍ମ ସଂସ୍ଥାପନାର୍ଥାୟ ସଂଭବାଃମି ଯୁଗେ ଯୁଗେ "ଉକ୍ତି ଟିର ରକ୍ଷାକର୍ତ୍ତୀ ସାଜିଛନ୍ତି ଦ୍ରୌପଦୀ, ସେହିଭଳି ମାତା କୁନ୍ତୀ ଓ ତାଙ୍କ ପାଞ୍ଚପୁତ୍ର ପୁଣି ପୁତ୍ରବଧୁ, ଏମାନଙ୍କ ଭୂମିକା ମହାଭାରତ ରୂପୀ ମୁଦ୍ରାର ଦୁଇ ପାର୍ଶ୍ୱ ନୁହେଁ କି???, ସେହିଭଳି ପାଣ୍ଡୁ ପତ୍ନୀ ସ୍ବାମୀଙ୍କ ପାଇଁ ଅଂଧୁଣି ସାଜିଛନ୍ତି ଚିରକାଳ, ଯୁଦ୍ଧରେ ଯିବା ପୁର୍ବରୁ ଶତପୁତ୍ର ର ଜନନୀ କେବେ ପୁତ୍ର ମୁଖ ଦର୍ଶନ କରିନଥିଲେ ବି ସ୍ୱାର୍ଥପର ନହୋଇ ଆର୍ଶୀବାଦ ଦେଇଛନ୍ତି," ଧର୍ମର ହେଉ ଜୟ ", ଏ କଣ ପାଣ୍ଡୁ ଓ ଗାନ୍ଧାରୀଙ୍କର କାଳଜୟୀ ଦୃଷ୍ଟାନ୍ତ ନୁହେଁ???? 

   ଲୀଳାମୟ କୃଷ୍ଣ ଙ୍କ କାହାଣୀ ମୁଦ୍ରାର ସଫଳତା ର ଆରପଟେ କେବେ ମାଆ ଦେବକୀ, କେବେ ମାଆ ଯଶୋଦା, କେବେ ଗୋପାଳୁଣୀ ରାଧା, କେବେ ରାଜନନ୍ଦିନୀ ମୀରା ତ କେବେ ଶବରୀ, କେବେ ମନ୍ଦୋଦରୀ, କେବେ ପୁତନା ତ କେବେ ରୁକ୍ମିଣୀ, ଚରିତାର୍ଥ କରିବାକୁ କୃଷ୍ଣଲୀଳା ରୂପକ ମୁଦ୍ରାଟିକୁ l

    କସ୍ତୁରବା ନଥିଲେ ଗାନ୍ଧିଜୀ ହୁଏତ ମହାତ୍ମା ହୋଇପାରିନଥାନ୍ତେ, ମଣ୍ଡେଲା ହୁଅନ୍ତୁ, ସେକ୍ସପିଅର ହୁଅନ୍ତୁ ବା ହୁଅନ୍ତୁ ଗୋପବନ୍ଧୁ ସମେସ୍ତେ ଆଜି ଯୁଗ ପୁରୁଷ କେବଳ ସ୍ତ୍ରୀ ଓ ମାଆ ରୂପୀ ନାରୀଙ୍କ ପାଇଁ, ଏହି ପରିପ୍ରେକ୍ଷୀରେ ଶିବାଜୀ ଙ୍କ ଦୃଷ୍ଟାନ୍ତ ଅଗ୍ରଗଣ୍ୟ, ମାଆ ଜିଜାବାଇ ଙ୍କ ଯୋଗୁଁ ଶିବାଜୀ କେବଳ ସଫଳ କରିନାହାନ୍ତି ସଫଳତା ମୁଦ୍ରା ବରଂ ଇତିହାସ ର କାଳଜୟୀ ପୁରୁଷ, ଯୋଉଠି ଗାନ୍ଧିଜୀଙ୍କ ପ୍ରଥନା ଆଜିବି ଝାଂକୁରିତ, "ବୈଷ୍ଣବ ଜନ କି,,,,,, "

    ଖାଲି ସେତିକି ନୁହେଁ ଇତିହାସ, ପୌରାଣିକ, ଦର୍ଶନ, ସାଂସ୍କୃତିକ, ଐଶ୍ବର୍ଗିକ ଉପାଖ୍ୟାନ ଭଳି ସାମାଜିକ କ୍ଷେତ୍ରରେ କବି, ଗାଳ୍ପିକ ପ୍ରାବନ୍ଧିକ, ପଥପଦର୍ଶକ, ନାଟ୍ୟକାର, ସଙ୍ଗୀତଜ୍ଞ, ଚିତ୍ରକାର, ହସ୍ତଶିଳ୍ପୀ ସଭିଏଁ ପୁରୁଷ ହେଲେ ତା ପଛରେ ନାରୀଟିଏ ଆଉ ନାରୀ ହେଲେ ତା ପଛରେ ପୁରୁଷ ଟିଏ ତା ସଫଳତା ପାଇଁ ଉତ୍ତରଦାୟୀ, ଆଉ ସର୍ବୋପରି ପିତା ଓ ମାତା ରହିଥାନ୍ତି ପ୍ରତ୍ୟକ ଙ୍କ ପଛରେ ଆର୍ଶୀବାଦ ହୋଇ, ଅଦୃଶ୍ୟ ରେ ତେତ୍ରିଶଶହ କୋଟି ଦେବା ଓ ଦେବୀ ଙ୍କ ବିଶ୍ୱାସର ହାତ ଥିଲାପରି, "ଜୟହିନ୍ଦ "l



Rate this content
Log in

Similar oriya story from Abstract