STORYMIRROR

Sunanda Mohanty

Abstract Drama Inspirational

3  

Sunanda Mohanty

Abstract Drama Inspirational

ନାରୀ କେବେ ଫୁଲ ତ କେବେ ନାରାୟଣୀ

ନାରୀ କେବେ ଫୁଲ ତ କେବେ ନାରାୟଣୀ

2 mins
117

   ଏକୁଟିଆ ବଡ଼ ହୋଇ ନିଜ ଭାଗ୍ୟ ନିଜେ ଗଢୁଥିବା ବାଉରିଆର ଜୀବନ ସାଥୀ ହୋଇ ଆସିଥିଲା ଫୁଲ ,ଫୁଲ ପରି ମନଟିଏ ନେଇ ,ହେଲେ ସ୍ୱାମୀ ସହ ଘର ସଂସାର ଭିତରେ ବାଉରିଆ କାହିଁକି ଦୁରେଇ ରହି ଦୂରତା ବଢ଼ାଉଥିଲାର ସୁରାକ ପାଇବାକୁ ଚେଷ୍ଟା କରି ବି ଫୁଲ ପାଉନଥିଲା କୂଳ କିନାରା ,ସେଦିନ ,ପ୍ରଥମ ରାତିରେ ବାଉରିଆର ଦୂରତା ମାପିବାକୁ ଯାଇ ଫୁଲ ଦାଣ୍ଡପଟ ଏକୁଟିଆ ବାଖରାଟିରେ ସ୍ବାମୀକୁ ତାର ଶୋଇଯାଇଥିବାର ଦେଖି ଭାବିଥିଲା ,ବିଚରା ଏକୁଟିଆ ଭେଣ୍ଡିଆ ଟା ନିଜ ପାଇଁ ଖଟି ଖଟି ହାଲିଆ ହେଇ ଯାଇଛି ତ ଶୋଉ ଘଡ଼ିଏ ,ପରିଶ୍ରମ ଜନିତ କ୍ଲାନ୍ତି ଉଭେଇଯିବା ପରେ ସେ ତା ସହ ନିଶ୍ଚୟ ସୁଖ ଦୁଃଖ ହେବ ସକାଳୁ ସକାଳୁ ଫୁଲକୁ ଘରକରଣାରେ ସାହାଯ୍ୟ କରୁଥିବା ବାଉରିଆକୁ ଦେଖି ଫୁଲ ତରଳି ଯାଏ ,ଧଡପଡ କରି ଗରମ ପଖାଳ ,ବଡି ବାଇଗଣ ,ଟମାଟ ପାଗ ସାଙ୍ଗକୁ ଶୁଖୁଆ ଭାଜି ଖାଇବାକୁ ଦେଇ ,ସେ ହଳ ନେଇ ଯିବାପରେ ଫୁଲ ପୁଣି ସଜାଡୁ ଥାଏ ଘରକରଣା ଆଉ ଅପେକ୍ଷା କରେ ବାଉରିଆ କୁ ତା ରୁମରେ ,ହେଲେ ଆବିଷ୍କାର କରେ ସେଇ ଚିରାଚରିତ ଢଙ୍ଗ ରେ ବାଉରିଆକୁ ଶୋଇଯାଇଥିବାର ,ତ ଏଣିକି ସ୍ୱାମୀ ସ୍ତ୍ରୀ ଭିତର ଦୂରତା ନିହାତି କ୍ଲାନ୍ତି ଜନିତ ନୁହେଁ ବୋଲି ବୁଝିସାରିଥିଲା ଫୁଲ ଶେଷରେ ଖୋଜି ଖୋଜି ପାଇଲା ମଦ ବୋତଲ ,ତ ପାଲଟି ଗଲା ରଣଚଣ୍ଡୀ ,ପୁଣି ନିଜକୁ ସମ୍ଭାଳି ତା ନିଜ ସଂସାର ନିଜ ହାତରେ ଗଢିବାକୁ ଯୋଜନା କରି ମଦ ଛଡେଇ ସ୍ବାମୀକୁ ,ସ୍ତ୍ରୀର ପଣତକାନିରେ ବାନ୍ଧି ରଖୁ ରଖୁ ନିଜେ ବି ଦୋକାନଟିଏ କରି ,ବାଉରିଆର କିଛି ପରିମାଣରେ ଶ୍ରମ ହ୍ରାସ କରି ଆଜି ବୁଲି ଆସିଛି ରାଜଧାନୀ ,ବସରେ ,ବସିଛି ସ୍ୱାମୀ ପାଖରେ ଫୁଲ, ଫୁଲେଇ ଗେଲ୍ହେଇ ହୋଇ । ଦୂରରୁ ଦୃଶ୍ୟଟିଏ ରେ ମର୍ମାହତ ହେଲା ଫୁଲ ,ବସ ଦୁଆର ପାଖରେ ,ଫୁଲ ବସିଥିବା ସ୍ଥାନର ଖୁବ ଦୂରତା ରେ ସ୍ତ୍ରୀ ଲୋକଟାକୁ ଝିଙ୍କା ଓଟରା କରୁଛି ମଦୁଆ ସ୍ୱାମୀ ,କୋଳରେ ଛୁଆଟା କୁଙ୍କୁରି ହୋଇ ମାଆ ପଣତରେ ,ମୁଁହ ଲୁଚେଇ କାନ୍ଦୁଛି .ନିକଟରେ ବସିଥିବା ସବୁ ଯାତ୍ରୀ ଓ ଦେଖେଣାହାରୀମାନେ ପ୍ରତିବାଦ କରିବା ବଦଳରେ କିଏ ସମାଜ ପଢିବା ବାହାନା କରି କିଏ ଜିନିଷ ପତ୍ର ରଖିବା ଆଳ କରି ଉପଭୋଗ କରୁଛନ୍ତି,ଦୃଶ୍ୟଟିକୁ .ପ୍ରତ୍ୟକ ବୋଧହୁଏ କାମଟିକୁ ଆଉ କେହି କରୁ ଭାବି ନିଶ୍ଚିନ୍ତ ହୋଇଯାଉଛନ୍ତି .ଏଥର ପୁରୁଷ ଟି ରୀତିମତ ହାତ ଉଠାଇ ମାରୁଛି ସ୍ତ୍ରୀ ଲୋକଟିକୁ ତ ଦୂରତା କାଟି ଆଗେଇ ଆସିଲା ଫୁଲ , ଭିଡି ଆଣିଲା ସ୍ତ୍ରୀ ଲୋକ ସହ ପିଲାଟାକୁ ,ଅଟକେଇଲା ସ୍ବାମୀକୁ ତାର ,ସିଧା ଗାଁ ବସ ଧରି ଫେରିଲା ଘରକୁ .ସ୍ତ୍ରୀ ଲୋକଟିକୁ ଗୋମାତା ମାନଙ୍କ ସେବାରେ ନିୟୋଜିତ କରି ,ବାଉରିଆର ଶ୍ରମ ଆଉଟିକେ ହାଲକା କରିବା ଭିତରେ ସ୍ତ୍ରୀ ଲୋକଟିର ସ୍ୱାମୀ ଫେରିଆସିଥିଲା ଏ ଭିତରେ ତ ତାକୁ ମଦ ଛାଡିଲେ କାମ ମିଳିବ କହି ରଖିଥିଲା ଚାଷବାସର ଦାୟିତ୍ବ ଦେଇ .ତାଙ୍କ ପିଲାଟିକୁ ଗାଁ ସ୍କୁଲରେ ପାଠ ପଢ଼େଇଥିଲା ସେଦିନ ବାଉରିଆ ବଦଳରେ ଫୁଲ ଯୋଗୁଁ ବାଉରୀବନ୍ଧୁ ବାବୁ ପାଲଟି ଥିବା ସ୍ବାମୀସହ ଭୁବନେଶ୍ୱର ଯାଉ ଯାଉ ମନେ ପକାଉଥିଲା ଫୁଲ , ସେଇ ଅତୀତ ,ଆଉ ଏଵେ ଫୁଲ ତତ୍ୱାବଧାନରେ ତା ଗ୍ରାମରେ ମହିଳା ସମିତିର ସମ୍ପାଦକ ଓ ସମ୍ପାଦିକା ହିସାବରେ ସମ୍ବର୍ଦ୍ଧିତ ହେବା ପାଇଁ ଭୁବନେଶ୍ୱରରୁ ଟ୍ୟାକ୍ସି ଯୋଗେ ଯାଇ ଗନ୍ତବ୍ୟସ୍ଥଳରେ ପହଁଚିଲେ ଫୁଲ ଓ ବାଉରିଆ .ଆଗପଟୁ ଫୁଲତୋଡ଼ା ଧରି ସ୍ୱାଗତ କରୁଥିଲେ ଦୁଇ ଅତିଥିଙ୍କୁ ସେମାନେ ଉତ୍ସାହ ଭିତରେ ତ ଫୁଲ ଦୂରତା କାଟି ସ୍ୱାମୀ ସହ ଆଗେଇ ଯାଉଥିଲା ମଣ୍ଡପ ନିକଟକୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract