STORYMIRROR

Sunanda Mohanty

Abstract Romance Others

3  

Sunanda Mohanty

Abstract Romance Others

ମୁଁ ପ୍ରେମୀ ମୁଁ ପାଗଳ

ମୁଁ ପ୍ରେମୀ ମୁଁ ପାଗଳ

2 mins
279

ପ୍ରେମ ପାଇଁ ବୟସର କୌଣସି ଆବଶ୍ୟକତା ନାହିଁ ବୋଲି ବୁଝିଥିବା ବୟୋଜ୍ୟେଷ୍ଠ, ବିପତ୍ନୀକ ବିନୋଦ ବାବୁ କିନ୍ତୁ ଆଉଥରେ ବିବାହ ପାଇଁ ଇଛୁକ ନଥିଲେ । ତାଙ୍କ ଯୁକ୍ତି ଥିଲା ପ୍ରେମ ବିନା ବିବାହ ର କୌଣସି ମାନେ ନାହିଁ ।ବୟସ ନୁହେଁ ବରଂ ପ୍ରେମ ହିଁ ମଣିଷକୁ ବଞ୍ଚାଇ ରଖେ l

  ପିଲାଦିନେ ବାପା ମାଆ, ଦାଦା ଖୁଡ଼ୀ, ଜେଜେ ମାଆ, ଅଜା ଆଈ ଙ୍କଠୁ ଢେର ସାରା ପ୍ରେମ ପାଇଛନ୍ତି । ଭଲପାଇବା ଅର୍ଥ ହିଁ ପ୍ରେମ ବୋଲି ବୁଝିଥିବା ବିନୋଦ ବାବୁ ଯୁକ୍ତି ମାଧ୍ୟମରେ ଦର୍ଶାଇ ଥାନ୍ତି ଭଲପାଇବା ବା ପ୍ରେମ ର ସ୍ୱରୂପ ସ୍ଥାନ, କାଳ ପାତ୍ର ହିସାବରେ ଅଲଗା ଅଲଗା ହେଲେ ବି ପ୍ରେମ ହିଁ ଜୀବନ । ଏଵେ ପୁଅ ଝିଅ ଙ୍କ ଠାରୁ ଖୁବ ଭଲପାଇବା ବା ପ୍ରେମ ସେ ପାଉଛନ୍ତି । ପୁଅ ସୁଦୂର ଆମେରିକାରେ ଥାଇ ନଡ଼ିଆ ଖେଚେଡ଼ି କିପରି ହୁଏ ଯେବେ ପଚାରେ, ତୁମେ ଚ୍ୟବନପ୍ରାଶ ଠିକ ଠିକ ଖାଉଛ ନା ନାହିଁ ଯେବେ ତାଗିଦ କରେ ତାଙ୍କୁ ସବୁ ହୃତ ପ୍ରେମ ମିଳିଯାଏ । ଝିଅ ଯେବେ ଏଥର ମୁଁ ଗଲାବେଳକୁ ମୋ ପାଇଁ ବନାରଶି ପାଟ ଦେବାର ବରାଦ କରେ ପୁଣି ଅବଢ଼ା ଆଣିବ ମୁଁ ଖାଇବି ଗଲେ, କୁହେ ପ୍ରେମରେ ବିନୋଦ ବାବୁଙ୍କ ଛାତି କୁଣ୍ଢେମୋଟ ହୋଇଯାଏ l

   ଏତେବଡ ଘର, ଆସବାସପତ୍ର ର ଦାୟିତ୍ୱ ତଥା ବିନୋଦ ବାବୁଙ୍କ ଔଷଧ ଓ ଯାବତୀୟ ସେବା ଯତ୍ନ ଯେ ନିହାତି ଆବଶ୍ୟକ । ସେକଥା ହୃଦୟଙ୍ଗମ କରି ପୁଅ ଝିଅ, ଚିହ୍ନା ଜଣା ଙ୍କ ପରାମର୍ଶରେ ଦ୍ୱିତୀୟ ବିବାହ ପାଇଁ ଘୋର ଅନିଛୁକ ଥିବା ବିନୋଦ ବାବୁ କିନ୍ତୁ ଝିଅ ବୟସର ଛାତ୍ରୀର ପ୍ରେମ ତଥା ଭଲପାଇବାକୁ ଉପଲବ୍ଧି କରି ଯେବେ ବିବାହ ପାଇଁ ରାଜି ହୋଇଥିଲେ, ସମସ୍ତେ ଆଶ୍ଚର୍ଯ୍ୟ କିନ୍ତୁ ଧନସମ୍ପତ୍ତି ର ଲୋଭ ନଥାଇ । ତାଙ୍କ ସେବା ପାଇଁ ପ୍ରକୃତ ଭଲପାଇବା ତଥା ପ୍ରେମ ଯେ ଛାତ୍ରୀଟିକୁ ବିଜୟିନୀର ଟୀକା ପିନ୍ଧାଇଥିଲା ଏକଥା କିଏ ନବୁଝୁ ନିଜ ପୁଅ ଝିଅ ବୁଝିଯାଇ, ଅନ୍ୟଙ୍କୁ "ପ୍ରେମ ଯେ ବୟସ ପାଖେ ହାରମାନେ" ର ଉତ୍ତର ବିନୋଦ ବାବୁଙ୍କୁ ଆଉ କିଛି ବର୍ଷ ଜିଇ ଯିବା ପାଇଁ ବୟସ ଅନୁମୋଦନ କରୁଥିଲା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract