Padmalaya Mishra

Abstract Classics Inspirational

4  

Padmalaya Mishra

Abstract Classics Inspirational

ମୁଁ ଏକା ବୋହୂ

ମୁଁ ଏକା ବୋହୂ

3 mins
287



     ସକାଳ ଛ ରୁ ଏବେ ଗୋଟେ ଅଳିଆ ଗାଡି ଆସୁଛି ଯେ ଭୋରରୁ ସମସ୍ତଙ୍କ ନିଦ ଭାଙ୍ଗୁଚି । ଆଗରୁ ଅଳିଆ ଗଦାରେ ନହେଲେ ଦାଣ୍ଡ ଦୁଆରେ ଥୋଇଦେଲେ ମହାରାଣୀ କାଢି ନେଉଥିଲା । ହେଲେ କୁକୁର ଷଣ୍ଢ ଙ୍କ ଆତଙ୍କ । ସବୁ ଅଳିଆକୁ ଖିନଭିନ୍ କରି ସବୁଆଡ଼ ଅସନା କଲେ । ଫରେନ୍ କଣ୍ଟ୍ରି ପରି ଆମର ମଝିରେ ମଝିରେ ଅଳିଆ ଡବା ଥୋଇଲେ ବି ଭିତରେ ଯେତେ ବାହାରେ ସେତେ । ସଫା କରିବା କର୍ମଚାରୀ ଙ୍କ ଅଭାବ । ତେଣୁ ପ୍ରସାସନର ଏ ଅଳିଆ ଗାଡି ଅଭିଯାନ । ଅବଶ୍ୟ ସକାଳୁ କିଏ ଉଠି ପକେଇବ ଭାବି ରାତିରେ କେତେ ଦାଣ୍ଡରେ ପକେଇ ଦିଅନ୍ତି । ମୁଁ ବି ପକେଇ ଦିଏ ।


    ମଝିରେ ମଝିରେ ସର୍ଭେ ବାଲା ଆସି ଫାଇନ୍ ପକେଇ ଦେବେ କହିଲେ ବି କେହି ଶୁଣନ୍ତିନି । ମୁଁ ବି ଶୁଣେନି । ହେଲେ ଏବେ ଟିକେ କଡାକଡି ହେବାରୁ ସମସ୍ତେ ଗାଡିରେ ପକେଇବା ପାଇଁ ଉଠୁଛନ୍ତି । ମୋ ନିଦ ତ ଏମିତି ଭୋରରୁ ଭାଙ୍ଗେ ହ ଅଳିଆ ଗାଡ଼ିରେ ନେଇ ପକେଇ ଦେବା । 


    ମୁଁ ଘରର ବଡ଼ ବୋହୂ । ସ୍ଵାମୀ ସକାଳୁ ଉଠିବେନି କାରଣ ଦିନସାରା ଖଟି ଖଟି ସେ ଶୋଇଲା ପରେ ସକାଳ ନ ପୂର୍ବରୁ ଉଠେଇଲେ ଚିଡିଚିଡ଼ ହେବେ । ଦିଅର ବାବୁ ଭୋରରୁ ଉଠି ଏକ୍ସରସାଇଜ୍ କରିବେ ସିନା ଅଳିଆ ପକେଇବାକୁ ଯାଇ ପାରିବେନି । ଯା ନିଦ ଦିନ ଆଠ ପୂର୍ବରୁ ଭାଙ୍ଗିବନି । ନଣନ୍ଦ ଅଲିଅଳି ରାଜକୁମାରୀ । ମୋ ବୋଉ କଷ୍ଟ କରି ମତେ ବଡ଼ କରିନି ସିନା ତାଙ୍କ ବୋଉ କେତେ ପୂଜା କରି କନ୍ୟା ରତ୍ନ ପାଇଛନ୍ତି । ସେ ଏ ଅଳିଆ ପକା କାମ କରିବେ ବାପ ଲୋ । ଶଶୁର ଘରେ କାମ କରିବେନି ବୋଲି ପୁଅକୁ ନେଇ ଆସି ବାପଘରେ ଅଛନ୍ତି । ଜୋଇଁ ବାବୁ କେବେ କେମିତି ଆସି ଦେଖା କରି ଯାଆନ୍ତି । ଶାଶୁ ଓ ଶଶୁର... କିକଥା ଅଶୀ ପଞ୍ଚାଅଶୀ ବର୍ଷର ବୁଢାବୁଢୀ ଏ କାମ କରିବେ ? ମୋ ଝିଅ ତ ବାହା ହେଇ ତା ସଂସାରରେ । ପୁଅ ଚାକିରୀ କରି ବାଙ୍ଗାଲୋରରେ । ମୋ ଛଡା ଏ କାମ କରିବାକୁ ରହିଲା କିଏ ? ଦିଅରଙ୍କ ଦିପୁଅ ହଷ୍ଟେଲରେ ରହି ପଢୁଛନ୍ତି । 


    ଶୀତ ଦିନ । ମୋ ବୟସ ବି ଷାଠିଏ ହେଲାଣି । ନିଦ ଭାଙ୍ଗିଲେ ବି ଭୋରରୁ ଶେଯରୁ ଉଠି ହେଉନି । ଯଦି ଅଳିଆ ଗାଡ଼ିରେ ଅଳିଆ ନପଡି ରହିଗଲା, ଶାଶୁ କହିବେ ଅଲକ୍ଷେଣା ପରି ଘରେ ବାସି ଅଳିଆ ରହିଲା । ଘରର ବଡ଼ ବୋହୂ ତ ଶେଯ ଛାଡିବନି । କାହାକୁ କହିବି । 


    ମାଣବସା ଗୁରୁବାର । ରାତି ତିନି ରୁ ଉଠି ମୁଁ କାମରେ ଲାଗିଛି । ସବୁ କାମ ସରିଲା ବେଳକୁ ସକାଳ ସାତଟା ରେ ସବୁ ଉଠିଲେ । ଗରମ ପାଣିରେ ଗାଧେଇବାକୁ ବି ସମସ୍ତେ ନାରାଜ୍ । ଶାଶୁ କିନ୍ତୁ ଗାଧେଇ ଆସି ପୂଜାରେ ବସିଲେ । ରାତିରେ ସବୁ ଝୋଟି ପକେଇ ଦେଇଥିଲି । ସକାଳୁ ଦାଣ୍ଡ ଦୁଆର ଝୋଟି ପକେଇଲି । ଫୁଲ ଗୋବର ଥୋଇବାକୁ ମନେ ନାହିଁ । ଶାଶୁ ଆରମ୍ଭ କଲେ- ଝିଅ ବାହାଘର ସରିଲାଣି ଏତିକି ଜାଣିନୁ, କାମ ହେଉଛି କାମ ।


    ମୋର ଗୋଟେ ଅଭ୍ୟାସ । ଯିଏ ଯାହା କହୁଚି କହୁ । ମନକୁ ନବାନି । ତାହେଲେ କଷ୍ଟ ହେବନି । କର୍ତ୍ତବ୍ୟ କର୍ମ କରି ଚାଲିବା । ସବୁ କଥାରେ ହସି ଦିଏ । ବେଳେବେଳେ ମନକୁ ଆସେ ସଂସାରରେ ବଧେ ମୁଁ ଏକା ବୋହୂ । ନଣନ୍ଦ ସବୁବେଳେ ଝିଅ ହେଇ ରହିଲେ, ବୋହୂ ର କର୍ମ କରିବା ପାଇଁ ସେ ଜନ୍ମ ହେଇ ନାହାନ୍ତି । ଆଉ ସାନ ଯା ପଇଁଚାଳିଶ ବର୍ଷ ବୟସରେ ବି ପିଲା । 


    ଦିଅରଙ୍କ ପୁଅ ସିପୁ ହଷ୍ଟେଲରୁ ଆସିଥାଏ । ଦିନେ ଶାଶୁ ସେମିତି ରୋଷେଇରେ ବିଳମ୍ବ କଥା ନେଇ ମତେ ବାରକଥା ଶୁଣୋଉଥାଆନ୍ତି । ସିପୁ ମୋ ପାଖକୁ ଆସି କହିଲା ବଡ଼ ମା, ଜେଜେମା ତ କାହିଁକି ମା କୁ କି ପିଉସୀ ଙ୍କୁ କିଛି କହୁ ନାହାନ୍ତି । ସବୁବେଳେ ତୁମ ଉପରେ ଗରଗର ହେଉଛନ୍ତି ? ପିଲାଟାର ପ୍ରଶ୍ନର କି ଉତ୍ତର ଦେବି ଭାବିଲି । ମନକୁ ଭାବନା ଟିଏ ଆସିଲା । ମନେ ମନେ ହସିଲି ।। 

ବୟସ ବଢୁଛି ଆୟୁଷ କମୁଚି

ମନ କିନ୍ତୁ ଅଛି ଚଞ୍ଚଳ

ପଶିଲା ଷାଠିଏ ଖାଉଚି ମୁଠିଏ

ତଥାପି କୁଆଡେ ଷୋହଳ ।।




Rate this content
Log in

Similar oriya story from Abstract