Siddhartha Tripathy

Abstract Romance Tragedy

4.5  

Siddhartha Tripathy

Abstract Romance Tragedy

ମୁଁ ବେଶ୍ୟା କହୁଛି

ମୁଁ ବେଶ୍ୟା କହୁଛି

5 mins
424



*ଉପକ୍ରମ* :


ଆଜିକାଲି ଝିଅ ପୂର୍ବାପେକ୍ଷା ସଚେତନ। ଚେତନାଶକ୍ତି ଅଧିକ। ଆଜିକାଲି ଶିକ୍ଷିତ କନ୍ୟାମାନେ ପରିବାରର ସ୍ଵୀକୃତିକୁ ମାନି ନିଅନ୍ତି। କାରଣ ବାହାରେ ବହୁତ ଭେଜାଲ। ପ୍ରେମ ନାମରେ ଠକାମୀର ଶିକାର ହେବା ଅପେକ୍ଷା ବାପାମାଆଙ୍କ ନିଷ୍ପତ୍ତି ଖୁସିରେ ମାନିନିଅନ୍ତି ।


କ'ଣ ପଚାରୁଛନ୍ତି ? ମୁଁ କେମିତି ଜାଣିଲି ? ଆଜ୍ଞା, ମୁଁ ପରା ଦୁନିଆଁ ଦେଖିଛି ଓ ପ୍ରାୟ ପାରିପାର୍ଶ୍ବିକ ପରିସ୍ଥିତି ଉପରେ ଲେଖୁଛି। ନିମ୍ନବର୍ଣ୍ଣିତ ଘଟଣା ବି ସତ୍ୟ ଘଟଣା ହିଁ।


କାହାଣୀର ପୃଷ୍ଠଭୂମିକୁ ଯିବା।


କି ସ୍ଥାନ ଉପରେ ଆଜି କରିବି ମୁଁ ଆଲୋକପାତ,

ମନେ ଜାଗୁଛିରେ, ହୃଦୟେ ଜାଗୁଛି ଅପୂର୍ବ ଆନନ୍ଦ।

ଯହିଁ ଅନେଇଲେ କୋଣେ ଅନୁକୋଣେ ଏଠି,

ମିଳେ ସାହିତ୍ୟିକ କାବ୍ୟ କଳାକୃତି।

ଆଜ୍ଞା ହଁ , ମୁଁ ସେଇ ପାରଳାଖେମୁଣ୍ଡି ମାନେ ଗଜପତିର କଥା କହୁଛି।


ପାରଳାଖେମୁଣ୍ଡିର ଖଞ୍ଜାସାହି। ସେଇଠି ଗୋଟିଏ ଶିକ୍ଷିତ ପରିବାର ମିଶ୍ରବାବୁଙ୍କର । ମିଶ୍ରବାବୁ ଅବସପ୍ରାପ୍ତ ସରକାରୀ କର୍ମଚାରୀ। ସ୍ତ୍ରୀ ନମିତା, ଦୁଇ ଝିଅ ଝୁନୁ ଓ ମୁନୁ ବିବାହିତା।


ଏକମାତ୍ର ପୁଅ ସାତ୍ୱିକ। ପାଠ ପଢି ବେରୋଜଗାର।ମିଶ୍ରବାବୁଙ୍କ ଅର୍ଥରେ ସାତ୍ୱିକ ଅନୁଶିକ୍ଷଣ କେନ୍ଦ୍ର ( କୋଚିଙ୍ଗ ସେଣ୍ଟର) ଟିଏ ଖୋଲିଲା। ଛୋଟ ଜାଗା। ବିଶେଷ ଭିଡ ନଥିଲେ ବି ଏକପ୍ରକାର ଚାଲିଲା। ସାତ୍ୱିକର ସମୟ ଅତିବାହିତ ହେଉଥିଲା।


ତାଭିତରେ ବାପାମାଆ ସାତ୍ୱିକର ବାହାଘର ପ୍ରସ୍ତାବ ଖୋଜିବାରେ ଲାଗିଲେ। ପୁଅ ଶିକ୍ଷିତ ସୁନ୍ଦର ଥିଲେ ପ୍ରସ୍ତାବର ଅଭାବ ନଥାଏ। ସେୟା ହେଲା। ଭଟ୍ଟ ପରିବାରର ଏକମାତ୍ର ଲଳନା ଶ୍ରେୟା ସହ ସାତ୍ୱିକର ବାହାଘର ସ୍ଥିର ହେଲା। ଏତେବଡ ଅନୁଶିକ୍ଷଣକେନ୍ଦ୍ରର ମାଲିକ, ଉଚ୍ଚ ଶିକ୍ଷିତ। ଧୁମ୍ ଧାମରେ ବାହାଘର ବି ହେଲା। ଜାନି ଯୌତୁକର ଅଭାବ ନଥିଲା। ଶାନ୍ତ ସରଳ ଶ୍ରେୟା ଖୁସିରେ ଫାଟି ପଡ଼ୁଥିଲା। 


କୁମାରୀ କନ୍ୟାଟିଏ ତା ବି ୨ ପଢ଼ି ଏତେବଡ଼ ମାଲିକ ତା ବି ସୌମ୍ୟ, ସୁନ୍ଦର ବର ପାଇଲା ପରେ ଆଉ କ'ଣ ଆବଶ୍ୟକ ତାର ? ପ୍ରକୃତରେ ଏତେ ଭାଗ୍ୟ କାହାର ଅଛି ? କେତେ କେତେ ଉଚ୍ଚ ଶିକ୍ଷିତା ଆଜିକାଲି ଅତ୍ୟାଚାରିତା, ଅବହେଳିତା।


କିଛିଦିନ ପରେ .......


ଆରମ୍ଭ ହେଲା କରୋନା ମହାମାରୀ। ବନ୍ଦ ହୋଇଗଲା ଜୀବନ ଜୀବିକା। ସାତ୍ୱିକର ଅନୁଷ୍ଠାନ ବନ୍ଦ ହୋଇଗଲା। ତା ଭିତରେ ସାତ୍ୱିକ ଶ୍ରେୟାର ପ୍ରେମର ସନ୍ତକ ସ୍ୱରୂପ ପୁତ୍ର ସନ୍ତାନ ଅନ୍ୱେଷଣ କରୁକରୁ ଦୁଇଟି କନ୍ୟାର ଜନକ ଜନନୀ।


ଏପଟେ ଅନୁଶିକ୍ଷଣ କେନ୍ଦ୍ରରେ ବାପାଙ୍କ ଅର୍ଥ ଶେଷ। ଘରର ଆର୍ଥିକ ପରିସ୍ଥିତି ଅସନ୍ତୁଳିତ ହୋଇଉଠିଲା।

ଜଳ ବହୁଳେ ସର୍ବନାଶ, ଜଳ ବିହୁନେ ସର୍ବନାଶ । ସେମିତି ଅର୍ଥ ହିଁ ଅନର୍ଥର ମୂଳ। ଅର୍ଥ ବହୁଳେ ସର୍ବନାଶ, ଅର୍ଥ ବିହୁନେ ଜୀବନ କଷ୍ଟ।


ବାଧ୍ୟ ହୋଇ ଶ୍ରେୟା ବାପାଙ୍କୁ ଆର୍ଥିକ ସାହାଯ୍ୟ ମାଗିଲା।ଏକମାତ୍ର ଝିଅର ଅବସ୍ଥା ସୁଧୁରିବା ଯାଏଁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଲେ ଶ୍ରେୟାର ପରିବାର ଲୋକ। ବିତିଗଲା କିଛିଦିନ। ସୁଧୁରିଲାନାହିଁ ସାତ୍ୱିକର ଆର୍ଥିକ ପରିସ୍ଥିତି। ଆରମ୍ଭ ହେଲା ଅଶାନ୍ତି। ଶାଶୁ ଶ୍ୱଶୁରଙ୍କ ଗଞ୍ଜଣା।


ଦିନେ ହଠାତ ହାତ ଉଠେଇଦେଲେ ସାତ୍ୱିକ । ଆଶ୍ଚର୍ଯ୍ୟ ଚକିତ ହୋଇ ଅନେଇଥିଲା ଶ୍ରେୟା। କାନ୍ଦି କାନ୍ଦି ଘରକୁ ଫୋନ କଲା ସେ। ପହଞ୍ଚିଗଲେ ଶ୍ରେୟାର ବାପା ମାଆ। ତା ଭିତରେ କାହିଁକି ଫୋନ କଲୁ କହି ଫୋନ କଚାଡି ଭାଙ୍ଗି ଦେଇଥିଲା ସାତ୍ୱିକ।


ଶ୍ରେୟାର ପିତାମାତା ଝିଅକୁ ସାଙ୍ଗରେ ନେଇଯିବାକୁ ଚାହିଁଲେ। ମନାକଲା ଶ୍ରେୟା। କହିଲା, ବାପା ! ମୁଁ ପରା ଦୁଇଟି ସନ୍ତାନର ଜନନୀ। ସେମାନଙ୍କୁ ଛାଡ଼ି କେଉଁଆଡେ ଯିବି ? ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ, ମୋ ଭାଗ୍ୟକୁ ନେଇ ମୋତେ ବଞ୍ଚିବାକୁ ହେବ।


ଶ୍ରେୟାର ବାପା ନୂଆଁ ଫୋନଟିଏ କିଣିଦେଇ କିଛିଅର୍ଥ ଦେଇ ଚାଲିଗଲେ। ସାତ୍ୱିକ କହିଲା, ଶ୍ରେୟା ! ତମେ ତ ଘରେ ରହୁଛ , ସେ ଫୋନ ମୋତେ ଦେଇଦିଅ।ସେୟା କଲା ଶ୍ରେୟା।


ଶ୍ରେୟାକୁ ବାପା ଦେଇଥିବା ଅର୍ଥ ମାଗି ଘରେ ଛୋଟ ତେଜରାତି ଦୋକାନ ଖୋଲିଲା ସାତ୍ୱିକ। ଦୁଇଟି ଝିଅର ଦୈନନ୍ଦିନ କାର୍ଯ୍ୟ, ଘରର ରୋଷେଇ ସାରି ଦୋକାନରେ ବି ବସେ ଶ୍ରେୟା। ଦୁଇଟି ଝିଅର ଜନନୀ ହେଲେ ବି ସୁନ୍ଦରୀ ତନୁପାତଳି ସେ।


ପ୍ରାୟତଃ ଶ୍ରେୟା ଥିବା ସମୟରେ ଦୋକାନକୁ ଆସେ ପାଖ ସାହିର ନଟିଆ। ସୁରଟ ଫେରନ୍ତା। ଶ୍ରେୟା ଦୋକାନ ଛାଡ଼ିବା ପର୍ଯ୍ୟନ୍ତ ଅଟକିଯାଏ ନଟିଆ। ଦୁଇଟି ସନ୍ତାନର ଜନନୀ ଶ୍ରେୟାର ଅନ୍ତର୍ବସ୍ତ୍ର ରହିତ ଅସାବଧାନତାରେ ଅର୍ଦ୍ଧନଗ୍ନ ଶରୀରକୁ ଅନେଇ ରହିଥାଏ ନଟିଆ।


ନାରୀ ! ସତରେ ଲତାଟିଏ । ଦୁର୍ଗା, କାଳୀ ଏସବୁର ବର୍ଣ୍ଣନା ସୁନ୍ଦର ଲାଗେ। କିନ୍ତୁ ପ୍ରକୃତରେ ନାରୀ ଖୋଜେ ସାହାରା। ଧିରେ ଧିରେ ନଟିଆ ଗପିବାରେ ଲାଗିଲା ଶ୍ରେୟା ସହିତ। ଲତା ଖୋଜୁଥିଲା ଦ୍ରୁମ। ନଟିଆ ଦ୍ରୁମର ସାହାରାରେ ଲଟେଇ ସୂତା ପରି ଲଟକି ଯିବାକୁ ଆଗ୍ରହ ପ୍ରକାଶ କଲା ଶ୍ରେୟା।


ନିର୍ଦ୍ଧାରିତ ସମୟରେ ନଟିଆର ଆସିବା ବାଟକୁ ଅପେକ୍ଷା କରେ ଶ୍ରେୟା। ଧିରେ ଧିରେ ନଟିଆ ପଢ଼ି ପାରୁଥିଲା ଶ୍ରେୟାର ମନର କଥା ଓ ବ୍ୟଥା। ଗପିବାରେ ଲାଗିଲେ ଦୁହେଁ। ଦିନେ ଶ୍ରେୟା ଲକ୍ଷ୍ୟ କଲା ନଟିଆର ନଜର ତାର ଅର୍ଦ୍ଧନଗ୍ନ ବକ୍ଷୋଜ ଉପରେ । ଚୁପ୍ ଚାପ୍ ଶାଢ଼ୀ ଉପରକୁ ଉଠେଇଲା ଶ୍ରେୟା। ଲାଜେଇଯାଇ ନଟିଆ କହିଲା, ଆରେ ! ମୁଁ ତମକୁ ନିଜର ଭାବେ, ଆଉ ନଜର ! ସେଟା କ'ଣ ମନୁଷ୍ୟର ଆୟତ୍ତରେ ଥାଏ କି ? ଶ୍ରେୟା ଲାଜେଇ ଯାଇ କହିଲା, ଧେତ୍ , ଅଭଦ୍ର !


ଫେରିଗଲା ନଟିଆ କିନ୍ତୁ ରାସ୍ତାସାରା ତା ମନରେ ଆନ୍ଦୋଳିତ ହେଉଥିଲା ଶ୍ରେୟାର ଗୋଟିଏ ବାକ୍ୟ ,


 *ଧେତ୍ ଅଭଦ୍ର!*


ସାଇକଲ ଚଲାଇ ଚଲାଇ ଯାଉ ଯାଉ ଅନ୍ୟମନସ୍କ ହୋଇ ଖିଲି ଖିଲି ହସୁଥିଲା ନଟିଆ।

ଧଡ଼ାସ ! ଧଡ଼ାସ ! ହଠାତ ବାଇକ୍ ସହ ଧକ୍କା ହେଲା ନଟିଆର। ବାଇକ୍ ଚାଳକ ଭୟରେ ସେଠାରୁ ଚାଲିଗଲା। ନଟିଆ ଡାକ୍ତର ପାଖକୁ ଯାଇ ପଟି କଲା। 


ତା ପରଦିନ ....


ଶ୍ରେୟା ଦୋକାନରେ ନିର୍ଦ୍ଧାରିତ ସମୟରେ ପହଞ୍ଚିଲା ନଟିଆ। ତାକୁ ଦେଖି ଚମକି ଉଠିଲା ଶ୍ରେୟା। ଆରେ ! ତମର ଏ କି ଅବସ୍ଥା ? ଏତେ ଆଘାତ ପାଇ ଆସିଲ କେମିତି ? ତାଛଡ଼ା ତମର ଏମିତି ହେଲା କେମିତି ?


ନଟିଆ କହିଲା, ତମ କଥା ଭାବି ଯାଉଥିଲି, ବାଇକ୍ ଟିଏ ଧକ୍କା ଦେଇ ଚାଲିଗଲା। କାଲି ବ୍ରହ୍ମପୁର ଯିବି ଓ ଟିକେ ଦେଖେଇବାକୁ ପଡ଼ିବ। ଶ୍ରେୟା କହିଲା ମୁଁ ତମ ସହ ଆସିବି କି ?

ନଟିଆ ଭୃକୁଞ୍ଚନ କରି ପଚାରିଲା, ତମେ କେମିତି ଆସିବ ? ଶ୍ରେୟା କହିଲା, ମୋ ଦେହ ଦେଖେଇବା ବାହାନା କରି ଆସିଯିବି। ଏଇ ଘର, ସ୍ୱାମୀର ମାଡ଼ରୁ ଦିନଟିଏ ତ ରକ୍ଷା ପାଇବି। ଖୁସିରେ ସମସ୍ତ ଯୋଜନା ପ୍ରସ୍ତୁତ କରିଦେଲା ନଟିଆ ।


:::::::::::::::::::::::::::::::::::::::::::::::


ପ୍ରେମର ଆକର୍ଷଣ ନା କାମର ଆହ୍ଵାନ ! ଅତ୍ୟାଚାରିତା ନାରୀଟିଏ ସ୍ଵାଧୀନତା ଖୋଜୁ ଖୋଜୁ କରିବସେ ଭୂଲ,ଗୋଡ଼ କଢେ ପଦାକୁ ଇତର ଲୋକ ସାଙ୍ଗରେ।


:::::::::::::::::::::::::::::::::::::;:::::::::::


ବ୍ରହ୍ମପୁର ପହଞ୍ଚିଲେ ଦୁହେଁ। ରାସ୍ତାସାରା ଦୁଃଖ ସୁଖ ଭିତରେ ପ୍ରେମାଳାପ। ଡାକ୍ତର ଦେଖା ସରିଲା। ଅନ୍ନପୂର୍ଣ୍ଣା ବଜାର ବୁଲି ଦୁହେଁ ଖୁବ୍ ବଜାର କଲେ ତାପରେ ପହଞ୍ଚିଗଲେ ଓୟୋହୋଟେଲ୍।


ପ୍ରଥମେ ଗପସପ ଓ ପ୍ରେମାଳାପରେ ମଜ୍ଜିଗଲେ ଦୁହେଁ। କିଛିସମୟପରେ ଶ୍ରେୟାର ଶରୀରରେ ଚୁମ୍ବନ ଦେବାକୁ ଲାଗିଲା ନଟିଆ। ପ୍ରେମର ରଜ୍ଜୁ ଏତେ ମଜବୁତ୍ ଥିଲା ଯେ ଆପତ୍ତି କରିପାରି ନଥିଲା ଶ୍ରେୟା। ଭୁଲିଗଲା ସାତବଚନ , ଭୁଲିଗଲା କୋମଳମତି ଛୁଆ ଦୁଇଟିର ମୁଖମଣ୍ଡଳ।


ପୁଅଟିଏ କାମ ପ୍ରବଣତାରେ କିଛି ବି କରିବସିବାକୁ ପଛାଏ ନାହିଁ। କିନ୍ତୁ ଆର୍ଯ୍ୟନାରୀ ! ସେ ପରା ସହନଶୀଳତାର ଜୀବନ୍ତ ପ୍ରତିମା !

ହେଲେ ଶ୍ରେୟା କ୍ଷଣିକ ଉତ୍ତେଜନାରେ ପାଦ ଖସେଇବା ପୂର୍ବରୁ ନିଜ ବିବେକକୁ ନିଜେ ଖାଇଗଲା କିପରି ?


କେତେଦୂର ସେ ଜାଣିଥିଲା ନଟିଆକୁ ? କେମିତି ଏତେ ଭରଷା କରି ତା ସହ ରାତି ରଙ୍ଗୀନ କରିବାର ସ୍ୱପ୍ନ ଦେଖି ବସିଲା ? 

ସାତ୍ୱିକ ! ହୋଇପାରେ କୃର। କିନ୍ତୁ ଆରମ୍ଭରୁ ତ ସେ ପ୍ରେମ କରୁଥିଲା। ତାହେଲେ ସ୍ୱାମୀ ପାଖରୁ ଲାଞ୍ଛନା ପାଇ କେମିତି ଭାବିନେଲା ଇତର ମୂର୍ଖ ଯୁବକ, ତାଠାରୁ ବୟସରେ ଛୋଟ ତାକୁ ଭଲ ପାଇବ ?


ନିଜ ସ୍ବାମୀ ସାତ୍ୱିକ ସହ ସହବାସ ସମୟରେ ସେ କଣ ଅନୁଭବ କରି ନଥିଲା, କାମବାସନାରେ ଜର୍ଜରିତ ହେଲେ ପୁରୁଷ ସିଂହଠାରୁ ହିଂସ୍ର ହୁଏ। ମନୁଷ୍ୟ ବିଛଣା ଉପରେ ଭୁଲିଯାଏ ସବୁକିଛି। ଭୁଲିଗଲା ଶ୍ରେୟା ବି। ପ୍ରେମ ବା ପ୍ରେମ ବିବାହରେ କିଛି କ୍ଷେତ୍ରରେ ଏମିତି ବ୍ୟତିକ୍ରମ ହୁଏ କିନ୍ତୁ ପ୍ରାୟୋଜିତ ବାହାଘରରେ ବହୁତ୍ କଟକଣା। ବାହାରକୁ ବାହାରିବା ମୁସ୍କିଲ। ସେପରି କ୍ଷେତ୍ରରେ ବି ଶ୍ରେୟା ପରି ଚରିତ୍ର ସୁବିଧା ଦେଖି ବାହାରକୁ ବାହାରନ୍ତି।


କିଛିସମୟ ସହବାସ ପରେ ଉତ୍ତେଜନା ପ୍ରଶମିତ ହେଲା। ଚମକି ଉଠି ପ୍ରକୃତିସ୍ଥ ହେଲା ଶ୍ରେୟା। ଲକ୍ଷ୍ୟକଲା ନଟିଆ ମଦ୍ୟପାନ କରୁଛି।ଆପତ୍ତି କଲା ଶ୍ରେୟା। ମଦ୍ୟପାନ କରି ଅପ୍ରାକୃତିକ ଯୌନସମ୍ଭୋଗ କରି ଚାଲିଲା ନଟିଆ।


କଷ୍ଟରେ ଶ୍ରେୟା ପାଟିରୁ କଥା ବାହାରୁ ନଥିଲା। କାମବାସନା ଚରିତାର୍ଥ କରି ନଟିଆ ଛାଡ଼ି ଚାଲିଗଲା ଶ୍ରେୟାକୁ। ବିଛଣାସାରା ରକ୍ତ। କଷ୍ଟରେ ଉଠିଚାଲଗଲା ଶ୍ରେୟା। ଲମ୍ଫ ଦେବାକୁ ଯାଉଥିଲା ରମଲିଙ୍ଗ ପୋଖରୀରେ। ଅଟକେଇଲା ବୃଦ୍ଧା ଜଣେ। କାନ୍ଦି କାନ୍ଦି ଛାଡ଼ିଦେବାକୁ ଅନୁରୋଧ କଲା ଶ୍ରେୟା ଓ ସମସ୍ତ ବିଷୟ ବର୍ଣ୍ଣନା କଲା।


ବୃଦ୍ଧାଜଣକ ତାକୁ ଆଶ୍ରୟ ଦେବାର ଅଭୟବାଣୀ ଦେଇ ନେଇ ଆସିଲା ଘରକୁ। ଏ ... କ'ଣ ? ଏଇଟା ତ ଦେହବ୍ୟବସାୟୀଙ୍କ ଘର। ଶ୍ରେୟା କହିଲା, ମୋର ପ୍ରେମବିବାହ ନୁହେଁ ପ୍ରାୟୋଜିତ ବାହାଘର। ମୋ ସ୍ବାମୀ କେତେ କଷ୍ଟ ଦେଲେ ବି ମୋତେ ଗ୍ରହଣ କରିବ, ମୁଁ କାହିଁକି ବେଶ୍ୟା ହେବି ??


ହସିଦେଲେ ବୃଦ୍ଧା। କହିଲେ , ଝିଅ ଲୋ ! ମୋର ବି ପ୍ରାୟୋଜିତ ବାହାଘର ହୋଇଥିଲା। କିନ୍ତୁ .....! ନାରୀ ମାଟି ମାଠିଆ। ଥରେ ଇଜ୍ଜତ ଗଲେ ଆଉ ଫେରେନା। ମନା କଲା ଶ୍ରେୟା। କହିଲା, ମୋତେ କିଛି ଅର୍ଥ ଦିଅ, ମୁଁ ମୋ ସାତ୍ୱିକ ପାଖକୁ ଯିବି ଓ ସବୁ ସତ କହିବି। ମୋ ବିଶ୍ବାସ ସେ ମୋତେ ଗ୍ରହଣ କରିବେ। ବୃଦ୍ଧା କହିଲେ, ଠିକ୍ ଅଛି। କିନ୍ତୁ ମୋର ସର୍ତ୍ତ ମୁଁ ତୋ ସହ ଯିବି । ନଚେତ ତୁ ଆତ୍ମହତ୍ୟା କରିଦେବୁ।


ବୃଦ୍ଧାସହ ଶ୍ରେୟା ପହଞ୍ଚିଲା ଘରେ। ସାତ୍ୱିକ ସମସ୍ତ ଖବର ପାଇ ସାରିଥିଲା। ଘରେ ଗଙ୍ଗାପାଣି ଛିଞ୍ଚୁଥିଲା। ବୃଦ୍ଧା କହିଲେ, ଦେଖିଲୁ ଝିଅ, ଚାଲ୍ ଯିବା। ଫେରିଗଲା ଶ୍ରେୟା ! ହସୁଥିଲା ଜୋରରେ । କହୁଥିଲା , ଭୂଲ ତୋର, ନା ମୋର , ନା ସମୟର ! ହେ ସାତ୍ୱିକ ! ତମେ ଯଦି ଟିକେ ପ୍ରେମ ଦେଇଥାନ୍ତ ହୁଏତ ତମ ଶ୍ରେୟା ଆଜି ବନି ନଥାନ୍ତା ବେଶ୍ୟା।


ହେ ପୁରୁଷ ସମାଜ !

ଏଇ ଦେଖ ! ଏଇ ଦେଖ ! ତମେ ଅଣଦେଖା କଲେ ପତ୍ନୀ ବନେ ବେଶ୍ୟା। ଏହି ଦୁନିଆରେ ନଟିଆ ପରି କାମୁକ ପ୍ରତାରକ, ସାତ୍ଵିକ ପରି ଦାୟିତ୍ବହୀନ ପତି ସହ ସଂସାର ରଥ ଆଗକୁ ବଢ଼େଇବାକୁ ଯାଇ ହାରିଯାଆନ୍ତି ଓ ଭୂଲ କରନ୍ତି ଶ୍ରେୟା ମାନେ।


ଏଇ ଦେଖ କାପୁରୁଷଗଣ !


ମୁଁ ଛାତି ଫୁଲେଇ କହୁଛି !


ମୁଁ ବେଶ୍ୟା କହୁଛି !!!!!



         *ସମାପ୍ତ*




Rate this content
Log in

Similar oriya story from Abstract