STORYMIRROR

Lopamudra Parida

Action Classics Inspirational

3  

Lopamudra Parida

Action Classics Inspirational

ମୋ ଅନୁଭୁତିରେ ଦଶହରା-୩

ମୋ ଅନୁଭୁତିରେ ଦଶହରା-୩

5 mins
209


କଟକରେ ମେଢ ଓ ଭସାଣି ଯାତ 

***


ॐ भूर्भुवः स्वः

तत्सवितुर्वरेण्यं

भर्गो देवस्य धीमहि

धियो यो नः प्रचोदयात् ॥


କଟକ ନଗର ,ଧବଳ ଟଗର ।


ତପଃ ଷଷ୍ଠି ଠୁ ଧିରେ ଧିରେ ବୁଲା ଗହଳି ଗହଳାଏ ।ଘେରେ ।ମତୁଆଲା କରେ ।ସମସ୍ତେ ସମସ୍ତିଙ୍କୁ ପଚାରନ୍ତି, କଣ ଦଶ୍ରା ବୁଲା ସଇଲାଣି? ଉତ୍ତର ଫେରେ, ନାଇଇଇଇଁ ମ କୋଉଠି ଆଉ ଗଲ, ଯିବା ଉ ।କାଲି ଆଡକୁ ମାଡିଯିବା ଟିକେ ।


ସାହି ସାହି,ଗଳି ଗଳି, ଘରେ ଘରେ ଦଶହରା ର ତପଃଚାର୍ଯ୍ଯ ଦିଶୁଥାଏ ସ୍ପଷ୍ଟ ।ସବୁ ଦୁଆରେ ଆମ୍ବଡାଳ ଗେଣ୍ଡୁ କୁସୁମ ହାର ସହ ମୋଡି ହୋଇ ହସୁଥାନ୍ତି, କଳସୀ ହଳଦୀ ସିନ୍ଦୁର ନାଇ ବସିଥାନ୍ତି ।ମନ୍ଦିରର ଯଜ୍ଞ ବେଦୀ ଚାରିପଟେ ପ୍ରତିଷ୍ଠିତ ଅଶେଆଠ କଳସୀ ମୂଳରେ ନବଶସ୍ଯ ସବୁର ଚାରା ଶବୁଜିମା ଭରୁଥାନ୍ତି ଧିରେ ଧିରେ ।ଆକାଶ ନିର୍ମଳ, ସୁନାର ଖରା ଚୁନା ଚୁନା ଝରୁଥାଏ ।କାଟେନି,ଶୀତ ଖରା ପରା ,ଦିହକୁ ଉଷୁଆସିଆ ।ସ୍କୁଲ ପୁରା ଦଶ ଦିନ ଛୁଟି ।ସହର ସାରା ବ୍ଲିଚିଂ ପାଉଡର ରାସ୍ତା କଢେ କଢେ ଭୋରୁ ଠେଲା ଗାଡି ରେ ଆଣି ଆଞୁଳି ରେ ବୁଣି ଯାଇଥାନ୍ତି ମେହେନ୍ତର ଭାଇ ମାନେ ।ସବୁ ନଳାରେ ମଶା ଔଷଧ ପକାହେଇଥାଏ ।ଘରୁ ଘରୁ ସେମାନେ ଦଶରାଚର୍ଛ ବକ୍ସିସ୍ ପାଆନ୍ତି ଖୁସିରେ ଯିଏ ଯାହା ଦେଲା ।ସାହି ମେଢ ପାଇଁ ବି ଚାନ୍ଦା ଆଦାୟ ହୁଏ ,ଘରପିଛା ୩୦ ଟଙ୍କା ..... ଏବେକା ଦିନରେ କୁଆରେ ଦେଢହଜାରେ... ଫୁଲ୍ ଦିମାକିଆ ଡିମାଣ୍ଡରେ ।ନହେଲେ ଭଲ ହବନି ର ଧମକ ସହ ।


ମହାସପ୍ତମୀ ସକାଳୁ ଜଳଖିଆ ପରବ ପରେ ଆମେ ଗୋଠେ ପିଲା ନିଜ ନିଜ ସାଇକେଲ ର ପଛରେ ସାନ ସାନ ଭାଇ ଭଉଣୀ ଜଣକୁ ଜଣକୁ ବସେଇ ହଳଟିଏ ଲେଖାଁ ହେଇ ଆଗରେ ସ୍କୁଲର ପାଣି ବୋତଲ ( ବାହାରେ ପାଣି ପିଇବାର ଅନୁମତି ନଥାଏ ) ଆଉ ଯାହାର ସାଟ୍ ପକେଟ ଥିବ ତା ପକେଟରେ ସବୁ ଦଶରାଖରଚ ପଇସା ରଖି ବାହାରିପଡୁ ।ସେତେବେଳେ ଆମେ ସବୁ ସ୍କଟଟପ୍ ନହେଲେ ଫ୍ରକ୍ ,ଜିନ୍ସ ର ଫେସନ ପଶିନଥାଏ ଯେ ପକେଟ ରହିବ ।ସାଇକେଲ ପେଡାଲରେ ଗୋଡ ପଡିଲା, ଚକ ଗଡିଲା ।କି ଦିନ ସବୁ ଥିଲା ରେ .... ପିଲେ ଆମେ ସାଇକେଲ ରେ କଟକ ସହର ବୁଲିଆସୁଥିଲୁ ।ଗୋଟେ ପଟ ଏରିଆ ଗୋଟେ ଦିନ ସାରୁ ।ଷଷ୍ଠି ରୁ ଦଶମୀ ଯାଏ ।ଆରମ୍ଭ ଝାଞିରୀମଙ୍ଗଳା ରୁ ,ଭଗତପୁର, ବଙ୍ଗାଳୀ ସାହି,ଚୌଧୁରୀ ବଜାର,ବକ୍ସିବଜାର,ଥୋରିଆ ସାହି,ବଣିଆ ସାହି,ଦୋଳମୁଣ୍ଡାଇ, ସେମିନାର ଛକ ,ମହତାବ ରୋଡ, ରାଣୀହାଟ, କଲେଜଛକ, ଛତରବଜାର, ଚାନ୍ଦିନୀଚୌକ, ଅଲିସା ବଜାର,ଖାନନଗର, ମଙ୍ଗଳାବାଗ, ତଳ ତେଲେଙ୍ଗାବଜାର, ଉପରତେଲେଙ୍ଗା ବଜାର, ଆଦି ସବୁ ଛକ ର ମେଢ ଉଲ୍ଲେଖଯୋଗ୍ଯ ..... ଆମ ବୁଲା ଭିତରେ ଯାଏ ।ଏହି ସମସ୍ତ ମେଢ ନିଜ ନିଜର କଳା ଓ ସ୍ବାତନ୍ତ୍ର୍ଯ କୁ ନେଇ ବିଶେଷ, କୋଉଠି ସୁନା ମେଢ,କୋଉଠି ଚାନ୍ଦି ମେଢ,କୋଉଠି ଇଶ୍ବରପାର୍ବତୀ, କୋଉଠି ରାଇଦାମୋଦର,କୋଉଠି କଣ୍ଢେଇ ମେଳ,କୋଉଠି ଚଳନ୍ତି ମୂର୍ତ୍ତି ହାତଗୋଡ ହଲା, ପାଟି ପାକୁପାକୁ କରା ।ଦି'ପହର ଖାଇବା ବେଳକୁ ଆସି ଘରେ ପହଞ୍ଚୁ ।ସେଇୟା ଅନୁଦେଶ ଥାଏ ।ସବୁ ମେଢ ପାଖେ ଆମେ ଓହ୍ଲାଇ ମୁଣ୍ଡିଆ ମାରୁ, ପାଦୁକ ବେଲପତ୍ର ପାଉ, କିଏ କିଏ ଭୋଗ ଦିଅନ୍ତି, ଦୀପ ଜାଳୁ, ସାନ ଭାଇ ଭଉଣୀ ଙ୍କୁ ଜଗୁ, ଦୁର୍ଗା ଗପ କହୁ, ମେଳାର ଖେଳ ସବୁ ଖେଳୁ, ଘରକୁ ଫେରୁ ।ଏମିତି କଟକ ର ବାଉନୁ ବଜାର ତେପନ ଗଳିରେ ପାଆଶଁ ଉପରକୁ ମେଢ ଦେଖା ସରେ ।


କାରୀଗର ମାନଙ୍କ ହାତରେ ମା ବରଦାନ,ଶକ୍ତି ଭରି ଦେଇଥାନ୍ତି ତାଙ୍କୁ ହି ମୃର୍ଣ୍ଣୟୀ କରି ଗଢିବାରେ ।କାଠ ଫ୍ରେମ ତଳେ ଉପରେ ନଡାଛଣ ରେ ବାନ୍ଧି ମାଟିକୁ ହାତରେ ବୋଳି ବୋଳି ଶେଷରେ ରଙ୍ଗର ସ୍ପର୍ଶ ଦେଇ ଜୀବନ୍ତ କରି ତୋଳନ୍ତି ସେଇ ସ୍ରଷ୍ଟା ଙ୍କର ସୃଷ୍ଟ ଏଇ ଦୁଇ ପାର୍ଥୀବ ହାତ ତାଙ୍କରି ଆଶିଷରେ ଆଶ୍ଚର୍ଯ୍ୟ କୁ ସାକ୍ଷାତକାର କରେଇ ସାକାର ରୂପେ ଉଭା କରେଇବାରେ ସମର୍ପିତ ହୃଦୟ ନେଇ ସମର୍ଥ ହୁଅନ୍ତି ।ଟିକିନିଖି ସ୍ପଷ୍ଟିକରଣ, ଜରିକାମ, ସୋଲ କାମ,ସୁନା ରୂପା ର ତାରକସୀ କାମ,କମକୂଟ ମେଢ, ଆମ୍ଭକଷିଆ ଡାଳି ତୋରଣ,ଉତ୍କଳିୟ କଳାକାରୀ ର ନୀରବ ରେ ସହର୍ଷ, ସଗୌରବେ ଉତ୍କର୍ଷତା ପ୍ରତିପାଦିତ କରୁଥାଏ ।ଆହା! ଧନ୍ଯ ଧନ୍ଯ ଏ ମାଟି .... ଆଦିମାତା ଙ୍କୁ ଗଢି ପାରୁଥିବା ଏ ହାତ ,ଧନ୍ଯ ସେ ଉଡ୍ରରାଷ୍ଟ୍ରର ପ୍ରତିଟି ଜନନୀ ର କୋଳ ଯିଏ ଜନ୍ମ ଦେଇଛି ଏକ ସମର୍ପିତ କଳାକାର ମନ ,ଆତ୍ମା ।


ମହାଷ୍ଟମୀ ଦିନ ବୋଉ ଆମର କାଷ୍ଠା ନିର୍ଜଳା ବ୍ରତ କରେ ।ଦିହିପହର ପୂଜା ।ମହାସପ୍ତମୀ ଦିନ ବଙ୍ଗାଳୀ ସାହି ଦୁର୍ଗା ଙ୍କ କାନ୍ଥରେ ମଇଦା ଅଠାରେ ମରା କାର୍ଯ୍ୟକ୍ରମ ସୂଚୀପତ୍ର ରୁ ସମୟ ନିର୍ଘଣ୍ଟ ଟି ଟିପି ଆଣେ ଯାଇ ,ସେଇ ଅନୁସାରେ ବୋଉ ତାର ସକାଳ କାମ ଦାମ ସାରି ଆମେ ସମସ୍ତେ ବାହାରୁ ପୂଜା ମଣ୍ଡପକୁ ।ବଙ୍ଗାଳୀ ସାହି ରେ ତିନୋଟି ମେଢ .... ଜଣେ ଛକ ଉପରେ, ଆଉ ଦୁଇଜଣ ଦୁଇଟି ଅଲଗା ଅଲଗା ସାହି ମଠରେ ।ପାଖ ପାଖ ।


ଦେବୀ ଗାଢା କମଳା, ଲାଲ୍ ଓ ଗୋଲାପି ରେ ସୁନା ଜରିଦିଆ କଲିକୁମ୍ଭ ପକା ପାଟରେ ଝଲସୁଥାନ୍ତି ।ବଡ ବଡ ଟଣା ଟଣା ଆଖି ।ଆଖରେ ତେଜ, ହସ, ଶାନ୍ତି, ବରଦା, ଅଗ୍ନି ସବୁ ଏକାଠି ଦିଶେ ।ଯିଏ ଯେମିତି ମନ ନେଇ ଦେଖେ ତା ପାଇଁ ସେମିତି ଦିଶେ ।ମହିଷା ଛାତିରୁ ରକ୍ତ ତ୍ରିଶୂଳ ଅଗରେ ଲାଗିଥାଏ, ମନ୍ଦାର ରେ ପୋତିହେଇ ଆହୁରି ଲାଲ୍ ଦିଶୁଥାଏ ।ସିଂହ ବିଜୟାଦୁର୍ଗା ଙ୍କର ପାଦ ତଳେ ବିଜୟ ଭେରୀ ର ନାଦ ଗର୍ଜନ କରୁଥାଏ ।ଆଳତୀ ବେଳେ ବିରାଟ ଚମଡା ଢଙ୍କା ବାଦ୍ଯ ଧମ୍ ଧମ୍ ଧମ୍ କରି ବାଜିଉଠେ । କାହାଳୀ, ଶଙ୍ଖ, ଘଣ୍ଟା, ଘଣ୍ଟ,ହୁଳହୁଳି, ମାଆଆଆଆଆ ଡାକରେ ଧରଣୀ ରୁ ଅମ୍ବର ଯାଏ ପ୍ରକମ୍ପିତ ହୋଇଉଠେ ।ପାଦ ଥରିଉଠେ ।କମ୍ପି ଯାଏ ଶିରାପ୍ରଶିରା ।ଶହେଆଠ ଦୀପ ରୁଖାଝାଡ ରେ ଦେହୁରୀ ପୂଜକ ଦୀପ ପ୍ରଜ୍ଜ୍ଵଳିତ କରି ବୁଲେଇଲା ବେଳେ ମା ପ୍ରସନ୍ନବଦନୀ ଦିଶନ୍ତି ।ଭୋଗ ପାଇଁ ପରଦା ପଡେ ।ଦଶ ମିନିଟ୍ ପରେ ପରଦା ଖୋଲେ, ପୁଣି ଆଳତୀ ବିରାଟ ଧୂପଦାନୀ ରେ ଝୁଣା ଧୂଆଁ ସ୍ବର୍ଗର ଭ୍ରମ ସୃଷ୍ଟି କରୁଥାଏ ।ଦେବୀ ଙ୍କ ଛଡା କେହି ଦିଶନ୍ତିନି ।ପୁଷ୍ପାଞ୍ଜଳୀ ସମସ୍ତେ ଆଞୁଳି ଭରି ଭରି ଆଖି ବୁଜି ମିନତି ବାଢି ମା ଙ୍କୁ ପକାନ୍ତି କିନ୍ତୁ ସମସ୍ତ ଙ୍କ ଉପରେ ମା ର ଆର୍ଶିବାଦ ପରି ଫୁଲ ବର୍ଷା ହେଇଯାଏ ।ଦେବୀ ଦେବୀ ପରି ଲାଗେ ନିଜକୁ ।ପୂଜକ ଶଙ୍ଖ ପାଣି ସମ୍ମିଳିତ ହୁଳହୁଳି ସହ ସମସ୍ତ ଙ୍କ ଉପରେ ବୁଲେଇକି ସିଞି ଦେଲା ଉତାରେ ସରେ ପୂଜା ।ଭୋଗରେ ଏତେ ପ୍ରକାରେ ଫଳ ଓ ଡିଜାଇନ୍ ଡିଜାଇନ୍ ମିଠା ସବୁ ମନ ଖୁସି କରାଏ ।ରସଗୋଲା ମୋ ପାଇଁ ଅଧିକ କି ଭୋଗ କରିଥାଏ ବୋଉ ।ବୋଉ ଭରିଆ ବ୍ରତ ବାନ୍ଧତି ।ଘରକୁ ଫେରୁ ।କଟକି ସାଙ୍ଗ ମାନଙ୍କ ଘରେ ସବୁ ବୁଣ୍ଟାଳୁ (ବୁଟ ଆଳୁ ) ତରକାରୀ ଆଉ ପୁରୀ ନହେଲେ ପରଟା, ସିମେଇ ତାଙ୍କ ଉଚ୍ଚାରଣ ରେ ।ଆମ ଘରେ ଖେଚଡି, ଡାଲମା, ଖିରି, ମିଶାମିଶି ପରିବା ତରକାରୀ, ବୋଉ ର ଫଳାହାର ।ଭୋଗ ଖାଇ ଖାଇ ତ ପେଟ ଟୁଲ୍ ।


ମହାନବମୀ ସଂଧ୍ୟା ରେ ଘର ଲୋକେ ସବୁ ମିଶି ଆଠ ଦଶ ପିଲାମାନଙ୍କୁ ମିଶେଇ ଦଶରା ବୁଲି ବାହାରୁ ।ପାଦରେ ଚାଲି ଚାଲି .... କାରଣ ଭିଡ ବହୁତ ବେଶୀ, ରିକ୍ସା ସବୁ ତା ପଛକୁ ତା ପଛ ,ଚକାଏ ଗଡିବାକୁ ଚାରିଦିନ ......... ଛକ କୁ ଛକ ମେଲୋଡି ... .. ପାଦେ ପାଦେ ବିଭିନ୍ନ ବିପଣୀ ର ମେଳା ।ଗାଡିରେ ଗଲେ ଫସିଲ ..... ରାତି ସରିଯିବ ...ବାଟ ସରିବନି । କଟକ ସହର ନବବଧୂ ପରି ସଜ ହେଇଥାଏ ।ଲିଚୁ ମାଳରେ ,ତୋରଣ,ବିରାଟ ଡିଜାଇନ୍ ପ୍ରସିଦ୍ଧ ଜାଗା ମାନଙ୍କର ମଡେଲ ବାଲା ଗେଟ୍ ସବୁ ଆକାଶ କୁ ଛୁଉଁ ଛୁଉଁ ସତ ସତିକା ମହଲ, ପ୍ରାସାଦ ଆଦିର ଭ୍ରମ ସୃଷ୍ଟି କରନ୍ତି ।ଇନ୍ଦ୍ରପ୍ରସ୍ଥର ବିନ୍ଧାଣୀ ମୟଦାନବ କୁ ବି ପରାସ୍ତ କରିବାର ଦକ୍ଷତା ରଖନ୍ତି କଟକର ଦଶହରା କଳାକାର ଗଣ ତାଙ୍କ କାରୁକାର୍ଯ୍ୟରେ ।ପ୍ରତିଯୋଗିତା ର ପର୍ବ ।


ଆମେ ଗୋଟିଏ ଠ ରେ ବୁଲୁ, ଘରୁ ବାହାରିଲା ବେଳେ ଫୁଲଫୁଲିଆ ଦିଶୁଥାଉ ଆଗ୍ରହ, ଉତ୍ସବ ର ଉତ୍ସାହରେ ଫେରନ୍ତି ବାଟରେ ପାଦରେ ଆଉ ପମ୍ପ ନଥାଏ ।ବୋଉ କାଖା, ବାପା କାନ୍ଧରେ ବସାଅ, ଭୋକ, ହାଲିଆ ସବୁ ।ଗହଳିରେ ବାହାରେ ଖାଇଲେ ଦେହ ପେଟ ବିଗିଡେ ବୋଲି ମିଳେନି ।ଖାଲି ବାସ୍ନା ଶୁଙ୍ଗି ଶୁଙ୍ଗି ଆସିଆ କଥା ।ବୋର୍ଡ ସ୍କୁଲ ପାଖ ଗାଙ୍ଗୁରାମରେ,ନହେଲେ କଲେଜ ଛକ ଦାମ ମହାରାଜା ରେ ସମସ୍ତେ ଖାଉ ।ହେଲେ ରାସ୍ତା କଡ ଗୁପ୍ ଚୁପ୍ ପାଣି ଆଉ ଦହିବରାଆଳୁଦମ୍ ର ଯୋଉ ମଜା କାହାର ଅଛି ନା ଆଗେ ।ଅଧା ଶୋଇପଡିଥାଉ ହାଲିଆ ହେଇ ,ଘରେ ଆସି ଖାଲି ଖଟରେ ପଡିଯିବା କଥା ।


ତା ପର ଦିନ ସକାଳୁ ଦଶହରା ।ବଙ୍ଗାଳୀ ସାହି ଠାକୁରାଣୀ ଆଜି ବିସର୍ଜିତ ହୋଇଯାନ୍ତି ଆଉ ସିନ୍ଦୁର ଖେଳ ,ସହ ମା କୁ ସ୍ନେହ ରେ ,ଭକ୍ତି ରେ ବିଦାୟକାଳୀନ ସନ୍ଦେଶ ଖୋଇଦେଇ, ମା ଗାଲରେ ଦି'ହାତରେ ଗୋଟା ପାନ ଛୁଏଁଇ, ଅକ୍ଷତ, ଫୁଲ,ଦୀପ ବନ୍ଦେଇ ଆସନ୍ତି ମା 'ମାନେ ..... ମା'କୁ ମାଗନ୍ତି, ମା ଲୋ ସାହା ହେଇଥା ।


ଦଶରା ଦିନ ଆମେ ଝିଅ ମାନେ ଭାଦ୍ରବର ଖୁଦୁରୁକୁଣୀ ଓଷାର ବ୍ରତ ଉଜଉ ।ଖୁଦପିଠା ,ଖିରି କରି ମଙ୍ଗଳାଠି ପୁଜୁ ।ପୁଣି ଆର ବରଷ କୁ ଚାହିଁଥ ।ସରିଯାଏନି ଦୁର୍ଗା ପୁଜା ର ମହକ, ଆନନ୍ଦ ଆଜି ।କାଲି ସକାଳକୁ ପୁଣି ଅପେକ୍ଷା ....... ଆଉ ଗୋଟିଏ ବୁଲା ପାଳି ।


ଝାଞିରୀମଙ୍ଗଳାଙ୍କ ବେଢା ରେ ମା କୁ ଲାଗି ହୋଇଥିବା ସମସ୍ତ ପାଟ ଲୁଗା ବିକ୍ରି ପାଇଁ ରଖାହୁଏ ।ଓ ପ୍ରତିବର୍ଷ ଆମେ କିଣୁ ।


କ୍ରମଶଃ ........



Rate this content
Log in

Similar oriya story from Action