STORYMIRROR

Dr Jharana Satapathy

Classics

2  

Dr Jharana Satapathy

Classics

ମୋ ଅଜା ଏବଂ ଶୀତୁଆ ସକାଳ

ମୋ ଅଜା ଏବଂ ଶୀତୁଆ ସକାଳ

2 mins
699

ଓଃ କି ଶୀତ।ନଵେ ବର୍ଷ ବୟସରେ ମଧ୍ୟଏ ଶୀତ ସକାଳରେ ଅଜା ତୁମେ ପାହାନ୍ତି ପ୍ରହରୁ ଉଠି ଖାଲି ପାଦରେ ନଦୀକୁ ଯାଉଛ ସ୍ନାନ କରିବାକୁ। କି ଥଣ୍ଡା ଥିବ ସେ ପାଣି। ଭାବିଲେ ମୋ ଦେହ ଶୀତେଇ ଯାଉଛି! ଗାଧୋଇ ସାରି ଏ ଶୀତୁଆ ସକାଳରେ ମଧ୍ୟ ତୁମେ ବାସି ପଖାଳ ,ସେଥିରେ ଗୋଟିଏ ପିଆଜ କଞ୍ଚାଲଙ୍କା ଦେଇ ଶୁଖୁଆ ପୋଡା ଚାଖି ପିଞ୍ଚାଏ ଭାତ ଖାଇପାରୁଛ? ତୁମକୁ ଥଣ୍ଡାଧରି ବନି। ଆରେ ନାତିଆ ଏ ବାସି ପଖାଳ ଗଣ୍ଡାକରେ ମୋ ଭୋକ ମେଣ୍ଟିଥାଏ। ତାହାର କେତେ ଗୁଣ କଣ ଯାଣିଛୁ? ଏ ପଖାଳ ଗଣ୍ଡେ ପେଟକୁ ଥଣ୍ଡା ରଖେ। ତୁମକୁ ଅଜା ଥଣ୍ଡା ଧରିଦେଵ। 


କାହାକୁ ଥଣ୍ଡା ଧରିବ ଦେଖେ ମୁଁ କେମିତି ଖାଲି ଦେହରେ ଅଛି! ତୁ ଜାଣିଛୁ ଏ ଶୀତୁଆ ସକାଳର ମଜା କ'ଣ! ସକାଳୁ ଉଠି ଏହି କାକର ବୁନ୍ଦା ଘାସ ଉପରେ ଚାଲି ଚାଲି ଗଲେ ପାଦ ତଳର ଦରଦ ଏବଂ ପାଦର ସବୁ ବେମାରି ଆପେ ଆପେ ଚାଲିଯାଏ। ସକାଳୁ ସକାଳୁ ଦେହରେ ନଡିଆ ତେଲ ମାଲିସ କରି ଥଣ୍ଡା ପାଣିରେ ଗାଧେଇବା ଶରୀର ପାଇଁ ବହୁତ ହିତକାରକ। ସକାଳର ସୂର୍ଯ୍ୟ କିରଣ ଚର୍ମଉପରେ ପଡିଲେ ନାନାପ୍ରକାର ଚର୍ମରୋଗ ଭଲ ହୁଏ। ଦେଖେ ଏ ବୟସରେ ମଧ୍ୟ ମତେ ଶୀତ କଣ ଜଣାପଡୁନି। ମୁଁ କେତେ ନିରୋଗ ଅଛି । ଆଉ ଏ ଶୀତୁଆ ସକାଳରେ ଚାଷଜମିକୁ ମଧ୍ୟ ବାହାରି ପଡୁଛି। ମୋ ପରି ମଳିମୁଣ୍ଡିଆ ଲୋକକୁ ଖରା,ବର୍ଷା,ଶୀତ କିଛି ବାଧେ ନାହିଁ। ମୁଁ ସବୁ ପରିସ୍ଥିତି ସହ ଦୃଢ ମୁକାବିଲା କରି ଚଳିଆସିଛି। ଶୀତ,ଖରା,ବର୍ଷା ସବୁ ମୋ ପାଇଁ ସମାନ।


ଅଜା ଅଜା ମତେ ଗୋଟେ ଶୀତୁଆ ସକାଳ ଉପରେ ଗୀତଟିଏ ଲେଖିବାର ଥିଲା । ଆଜି ଆମ ସାର୍ କହିଛନ୍ତି ,ବହୁତ ଶୀତ ପଡୁଛି ତ ଅତି କମରେ ଦଶଟି ଧାଡିରେ ଗିତ ଲେଖି ଆଣିବା ପାଇଁ କହିଛନ୍ତି। ମୋ ଅଜାକୁ ଶୀତକୁ ଡରନାହିଁ କହି ଦଶଟି ଲାଇନରେ ଗିତ ଲେଖିଦେବି। ମୋ ଗୀତଟି ଶୁଣ ଅଜା-


ମୋ ଅଜାକୁ ଆଦୌ ଶୀତ ନାହିଁ

ଶୀତୁଆ ସକାଳେନଦୀକୁ ଯାଆନ୍ତି ଧାଇଁ ।


ପୁଙ୍ଗୁଳା ଦେହଟି ସବୁବେଳେ ତାଙ୍କର

ହାଡଭଙ୍ଗା ଶୀତକୁ ନାହିଁ ବି ଡର ।


ଶୀତକୁ ନ ଡରି ମୋ ଅଜା ଚାଷ କରନ୍ତି

ବାଡିଵଗିଚାରେ ପନିପରିବା ଭଳିକିଭଳି ।


ଖାଇବା ପାଇଁ ମୁଠାଏ ଲୋଭରେ

ଦୁଃଖ ଯନ୍ତ୍ରଣାକୁ ପକାଇ ପଛରେ ।


ପଖାଳ କଂସାକୁ ଶୁଖୁଆ ପୋଡା

ଅଜାକୁ ମୋରନିହାତି ଲୋଡା ।


ବଢିଆ ଗିତଟି ହୋଇଛିରେ ନାତିଆ ଆଉ ଦୁଇ ଧାଡି କହୁଛି ଶୁଣେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics