ମଣିଷ ପଣିଆ
ମଣିଷ ପଣିଆ
ହଳଧର ଯେଉଁଦିନ କାମ କୁ ଯାଏନି, ସେଦିନ ଘରେ ରହି ଘର ପାଇଟି କରେ । ଘରପାଇଟି କହିଲେ ଗଛ ମୂଳ ଖୁସାଏ ,ଗଛରେ ପାଣିଦିଏ, ଚାରିପଟ ଘର ଖରକେ ଇତ୍ୟାଦି ।ଘର କହିଲେ ଚାଳ ମାଟିକାନ୍ଥ । ବାଡ଼ି ପାଇଁ ସେତେ ବଡ଼ଜାଗାନାହିଁ । ଗୁଂଠେ କି ଦ୍ୱିଗୁଣ୍ଠ ଜାଗା ଉପରେ ଘରମଳେ । ବାପଗୋସେଇଁଙ୍କ ଜାଗା। ଯେତେ ଭାଇ ସେତେ ଭାଗ । ତା'ବାପର ଛପୁଅ ,ପତୃକ ସମ୍ପତି ଛ ଭାଗ। ତାଭାଗ ଯେତିକି ସେତିକି ଅନାବାଦୀ। ସରକାରୀ ଜାଗା । ସେଥିରେ ସେ ବଗିଚା କରିଛି । ସାରୁ, ଅଦା, କଦଳୀ, ଅମୃତଭଣ୍ଡା, ସଜନା, ସାଙ୍ଗ କୁ ପୋଇ, କଖାରୁ ଲଙ୍କା, କେରେ ଶାଗ ଧନିଆ ଓ ଋତୁ ପନିପରିବା କିଛି କିଛି ଲାଗେଇଛି। ହଳଧର କାମିକା ଲୋକ, ହାତ ମାରିଲେ କେତେ କାମ କରିଦେବ । କେବେ ଯଦି ଘରେ ରହିଯାଏ ତେବେ ତା ହାତଗୋଡ଼ ଅଥୟ ହୁଏ ।କେବେ କାମକରି ଥକିବାର ଜଣାପଡେନି । ବୟସ ପଚିଶ ହେବ । ବର୍ଷେ ହେବ ବାହା ହୋଇଛି ।ତାର ପତ୍ନୀ ପାଖ ସ୍କୁଲ ରେ ପାଚିକା ରୂପେ ନିଯୁକ୍ତି ପାଇଛି । ତାର ପତ୍ନୀ ସେଇ ସ୍କୁଲରେ ମେଟ୍ରିକ ପାସକରିଛି । ପ୍ରଧାନ ଶିକ୍ଷକ ତାକୁ ଡାକି ନିଯୁକ୍ତି ଦେଇଛନ୍ତି। ଏମିତି ଜଣେ ମେଧାବୀ ଛାତ୍ରୀକୁ ପାଚିକା ରୂପେ ପାଇ ବିଦ୍ୟାଳୟ ଗର୍ବ ଅନୁଭବ କରେ । ତାର ଦାଇତ୍ବ ବି ସେ ନିଷ୍ଠାପର ରୂପେ ପାଳନ କରେ ।ମାସକୁ ସାତ ହଜାର ଦରମା ପାଏ । ହଳଧର ଖୁଶ ମିଜସ ଲୋକ । ବିଭାହେଲା ଦିନ ଗାଁ ଲୋକଙ୍କୁ ମଟନ ଭୋଜୀ ଦେଇଥିଲା । ବଡ଼ ବଡ଼ ଖାସି କୁଇଣ୍ଢାଲ ହେବ । ବଡ଼ ଗାଁ ସମସ୍ତଙ୍କୁ ଡାକିଥିଲେ। ଥିଲା ବାଲା ଲୋକ ସାଗୁଆତି ତରକାରୀ କରୁନାହାନ୍ତି । କୁକୁଡ଼ାରେ କାମ ଚଳେଇ ଦେଉଛନ୍ତି । ହଳଧର ବାପ ଦଶ ବର୍ଷ ହେବ ଆରପରିକୁ ଗଲେଣି। ମା ଅଛି ହଳଧର ସାନ ପୁଅ ତା ପାଖରେ ରହୁଛି । ଆଉପଞ୍ଚ ଭାଇ ନିଜନିଜ ପରିବାର ସହ କୋଠା ଘର କରି ରହୁଛନ୍ତି । ହଳଧର ବିପଦ ଅପଦରେ କାହା ପାଖରେ ହାତ ପଟେଇବା ଦେଖିନି । ନିଜ ପୁରୁଣା ଘରେ ରହୁଛି । ମେଟ୍ରିକ ପାସ କରିଛି । ମୂଲ ଲାଗି ଚଳୁଛି । ତାର ପତ୍ନୀ ସୁଲୋଚନା ସେଇ ସ୍କୁଲ ରେ ଗୋଟିଏ ବର୍ଷ ତଳକୁ ପଢୁଥିଲା । ହଳଧରର ବ୍ୟବହାର ଓ ମଣିଷ ପଣିଆ କୁ ପସନ୍ଦ କରି ସୁଲୋଚନା ରାଜି ହେଲା । ସୁଲୋଚନର ବାପ ଜଣେ ଧନୀ ଲୋକ ।ହେଲେ ଲୋଭୀ । କିନ୍ତୁ ତାର ମା ବଡ ଦୟାଶୀଳ । ବିବାହ ଦିନରୁ ହଳଧର କେବେ ଶଶୁର ଘର ଆଡେ ଯାଏନି,ସୁଲୋଚନା କଦବଏ କେମିତି ଯାଏ ।
ହଳଧର କେବେ ଭାବିନି ସେ ଜଣ
େ ମୂଲିଆ ବୋଲି ।ଯାହାଘରକୁ କାମ କରିବାକୁ ଯାଇ ମାଲିକ ମାନେ ତାକୁ ସମ୍ମାନ ଦିଅନ୍ତି । କାରଣ ଯେଉଁ କାମ ଦୁଇଦିନ ଲାଗିବ ସେ କାମକୁ ଗୋଟିଏ ଦିନରେ ସାରିଦିଏ । ଅନ୍ୟ କଥା ହେଲା କାମକୁ ଯତ୍ନ ସହକାରେ କରେ ।ତେଣୁ ଜଣେ ପ୍ରତିଷ୍ଠିତ ମଜୁରିଆ ରୂପେ ତାର ଚାହିଦା ଅଛି । ତେବେ ଯାହାହେଉ ହଳଧର ଜଣେ ଶୁଖି ଲୋକ । ସାଙ୍ଗ ସାଥି ମାନଙ୍କୁ ଖାଇବାକୁ ଦେବା, ବଡ ମାନଙ୍କୁ ସମ୍ମାନ ଦେବା, ଗାଁ ର ସାଂସ୍କୃତିକ କାର୍ଯ୍ୟରେ ସକ୍ରିୟ ସହଯୋଗ କରେ । ଘରେ ପତ୍ନୀ ସହିତ ମିଷ୍ଟ ଭାଷା ଏସବୁ ପରେ ତାର ବଡ଼ ଧର୍ମ ଥିଲା ମା ର ଯତ୍ନ ନେବା । ମାର କୌଣସି ଥିରେ ଅଭାବ ରଖିନି ।ରାତିରେ ମାର ଅଂଟା ପିଠି ରେ ତେଲ ଘଷିବା ବିଛଣା ପାରିଦେବା କାମ କରି ଆନନ୍ଦ ପାଏ ।ତାର ପତ୍ନୀ ମଧ୍ୟ ସହଯୋଗ କରେ ।କଥାରେ ଅଛି ଯାହାର ମନ ଯେମିତି ତାର ପ୍ରଭୁ ସେମିତି ।
ଦିନେ ରାତିରେ ଗାଁ ରେ ପାଟି ତୁଣ୍ଡ ଶୁଭିଲା। ଲୋକମାନେ କାନ୍ଦ ବୋବାଳି ପକେଇ ରକ୍ଷାକର ରଡି ଦେଉଛନ୍ତି । ହଳଧର ବାହାରକୁ ଆସି ଦେଖେ ତ ଘର ପୋଡି । ଦୌଡ଼ି ପଳେଇ ପହଁଚିଲା । ଜଣେ ମହିଳା ତାର ଶିଶୁ ପୁତ୍ର କୁ ଧରି ଘର ଭିତରେ ନିଆଁ ଘେରାରେ ଫସି ଯାଇଛି । ବିପଦ ମଣି କିଏ ଯିବାକୁ ସାହସ କରୁନାହାନ୍ତି । ହଳଧର ଅଣ୍ଟାରେ ଲୁଗା ଭିଡି ନିଆଁ ଭିତର କୁ ଡେଇଁପଡି ମହିଳା ଓ ଶିଶୁକୁ କାନ୍ଧରେ ପକାଇ ନିଆଁରେ ଚାଲି ବାହାରକୁ ଆସିଲା । ଦେହହାତରେ ନିଅଝସ ଲାଗି ପୋଡ଼ିହେଲେବି ସାହସର ସହିତ ଉଦ୍ଧାର କଲା ।ତତ୍କାଳୀନ ଖବର ଖେଳିଗଲା ।ଜଣେ ମହିଳା ଓ ଶିଶୁକୁ ମୃତୁ ମୁଖରୁ ବଞ୍ଚେଇବା ପୁଣି ନିଜ ଜୀବନକୁ ପିପର୍ଣ୍ଣ କରି ସାମ୍ବାଦିକ ମାନେ ଖବର ଦେଲେ । ହଳଧରକୁ ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ ସରକାର ବହନ କଲେ। ରାଜ୍ୟର ପ୍ରମୁଖ ଗଣମାଧ୍ୟମ ମାଧ୍ୟମରେ ପ୍ରଚାର ହେଲା। ହଳଧର ଆରୋଗ୍ୟ ଲାଭ କରି ତାର ବୟାନ ଦେଲା । ମୋର ଜୀବନ ଯେତିକି ମୋ ପାଇଁ ମୂଲ୍ୟବାନ ତାଠାରୁ ଅଧିକ ଦାଇତ୍ୱ ଥିଲା ନିଆଁ ଘେରରୁ ଛୁଆ ଓ ତାର ମା କୁ ବଞ୍ଚେଇବା । ତେଣୁ ନିଜକୁ ସାହସର ସହିତ ପ୍ରସ୍ତୁତ କଲି । ଗଣମାଧ୍ୟମ ସମାଜକୁ ହଳଧର ଏକ ଦୃଷ୍ଟାନ୍ତ ଘୋଷଣା କଲା ।
ତା ପ୍ରତି ସହଯୋଗର ହାତ ସମସ୍ତଙ୍କର ରହିଲା । ସାଧାରଣ ତନ୍ତ୍ର ଦିବସରେ ରାଜ୍ୟ ତଥା ଦେଶର ସମ୍ମାନ ପରମ ବୀର ଚକ୍ର ପୁରସ୍କାର ପ୍ରଦାନ କରାଗଲା । ସୁଲୋଚନା ନିଜ ସ୍ୱାମୀଙ୍କ ପାଇଁ ଗର୍ବିତ ।