STORYMIRROR

Sujata Pati

Classics Inspirational

3  

Sujata Pati

Classics Inspirational

ମନେ ପଡେ ମନ କଥା

ମନେ ପଡେ ମନ କଥା

2 mins
183

ଦୁଇ ବର୍ଷ ହେବ ଗାଁ କୁ ଯାଇ ନଥିଲି।କରୋନାର ଭୟ ଏବଂ ଶରୀରର ଅସୁସ୍ଥତା ଯୋଗୁ କେବଳ ଟ ମାଧ୍ଯମରେ ସମ୍ପର୍କ ରହୁଥିଲା। କିଛି ଦିନ ତଳେ ଜଣେ ଆତ୍ମୀୟଙ୍କର ବାହାଘର ଥିଲା।କେବଳ ପରିବାର ଲୋକଙ୍କୁ ନେଇ ଆୟୋଜନ ହୋଇଥିଲା। ବହୁତ ଦିନ ପରେ ସମସ୍ତଙ୍କୁ ଦେଖି ବହୁତ ଖୁସି ଲାଗୁଥିଲା ବେଶୀ ଖୁସି ଲାଗିଲା ମୋର ଜଣେ ଜେଜେ ଆସିଥିଲେ। ଭୋଜି ସରିଲା ପରେ ସେ ମତେ ତାଂକ ଘରକୁ ନେଇଗଲେ। ଘର ସବୁ ମତେ ବୁଲାଇ ଦେଖାଇଲେ ଗାଡି ଦେଖାଇବାକୁ ଗ୍ଯାରେଜକୁ ନେଲେ ଦେଖିଲି ଦୁଇ ଚକିଆ, ଚାରି ଚକିଆ ଗାଡି ସହିତ ଏକ ପୁରୁଣା ସାଇକେଲ୍ ଥିଲା ପଚାରିଲି–ଜେଜେ ଏ ସାଇକେଲ୍ ଟା କାହିଁକି ରଖିଛନ୍ତି ? କହିଲେ ଏହା ମୋର ଅତି ନିଜର ଏହା ସହିତ ମୋର ଅନେକ ସ୍ମୃତି ରହିଛି ମୋ ପିଲାଦିନ,କଲେଜ ଜୀବନ,ଚାକିରୀ ଜୀବନର ସାକ୍ଷୀ ଏହି ସାଇକେଲ୍ସେ ତେବେଳେ ତ ଗାଡି , ମଟର ନ ଥିଲା ଧନୀ ଲୋକଙ୍କର ଗାଡି ଥିଲା। ମୋର ବାହାଘର ପରେ ତୋ ଜେଜେମା କୁ ସାଇକେଲ୍ ରେ ବସାଇ ମେଳା ,ଯାତକୁ ନେଉଥିଲି ବିଜୁଳୀ ବତୀ ନଥିଲା ଡାଇନୋମା ଆଲୁଅ ଥିଲେ ବି କାଦୁଅ ରାସ୍ତାରେ ଏହା କାମ କରୁ ନଥିଲା ତେଣୁ ସଂଗରେ ଏକ ଲଣ୍ଠନ ନେଉଥିଲି ଫେରିଲା ବେଳକୁ ରାତି ହୋଇଗଲେ ଲଣ୍ଠନକୁ ଜାଳି ସାଇକେଲ୍ ରେ ଟଂଗାଇ ଆସୁଥିଲି।ପିଲା ଦୁଇଟିଙ୍କୁ ସ୍କୁଲ୍ କୁ ନେଉଥିଲି। ମୋ ଅଫିସ ଛୁଟି ଦିନରେ ପିଲାମାନେ ଏହାକୁ ଚଲାଉଥିଲେ। ହାଟ ସଉଦା,ପନି ପରିବା ସବୁ କରୁଥିଲି ଆଖ ପାଖର ବାହାବ୍ରତକୁ ଯାଉଥିଲି।ଏହାକୁ ଦେଖିଦେଲେ ମୋର ସବୁ ଅତୀତ ଜୀବନ୍ତ ହୋଇଉଠେ ବୟସ ହୋଇ ଗଲାଣି ପୁଅ ଗାଡିରେ ଯାଉଛି। କିନ୍ତୁ ଆମ ସାଇକେଲ୍ ଦୁନିଆ ବହୁତ ଭଲ ଥିଲା ନା ଦୁର୍ଘଟଣା ଥିଲା ନା ବାୟୁ ପ୍ରଦୂଷଣ ତେଲ ଖର୍ଚ୍ଚ ବି ନଥିଲା ଏହାକୁ ଚଲାଇବା ଦ୍ବାରା ଶରୀର ସୁସ୍ଥ ରହୁଥିଲା । ବର୍ତ୍ତମାନ ସବୁ ପ୍ରକାର ସୁବିଧା ଥାଇ ବି କେତେ ଦୁର୍ଘଟଣା, ବାୟୁ ପ୍ରଦୁଷଣ ହେଉଛି । ପୁଅକୁ କହିଛି, ମୁଁ ବଞ୍ଚିଥିବା ଯାଏ ସାଇକେଲ୍ ଟି ଥାଉ ଗଲା ପରେ ତୋ ଇଛା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics