STORYMIRROR

Sujata Pati

Classics Inspirational

3  

Sujata Pati

Classics Inspirational

ମାଟିର ମଣିଷ

ମାଟିର ମଣିଷ

2 mins
122


ନିଜ ଗାଆଁ କାହାକୁ ବା ଭଲ ନ ଲାଗେ କାରଣ ଆମର ଜନ୍ମ ଗାଁ ରେ ଆମେ ସହର ରେ ରହିଲେ ବି ନିଜର ପିଲାଦିନ କେବେ ଭୂଲୁନା ପାଠପଢା ଶୈଶବର ଖେଳ ସବୁ ଆମର ସ୍ମୃତି ହୋଇ ରହିଯାଏ।ଯେମିତି କି ଦୁଇ ସାଂଗ ଥିଲେ କାହ୍ନା ଆଉ ହରି ସେମାନଙ୍କର ବାପା ଚାଷବାସ କରନ୍ତି।ବହୁତ ଜମିବାଡି।କାହ୍ନାର ଚାଷ ପ୍ରତି ଆଗ୍ରହ ଥିଲା।ଛୁଟି ଦିନରେ ବାପାଙ୍କ ସହିତ କ୍ଷେତକୁ ଯାଏ।ଧାନ କ୍ଷେତ, ମୁଗ ବିରି ଚାଷ,ପରିବା ଚାଷକୁ ଦେଖି ବହୁତ ଖୁସି ହୁଏ।କିନ୍ତୁ ତାର ବାପା ଚାହୁଁଥିଲେ ପାଠ ପଢି ଭଲ ଚାକିରୀ କରୁ ହରି କେବେ ବି କ୍ଷେତକୁ ଯାଏନା। ତାକୁ ମାଟି କାଦୁଅ ଅସନା ଲାଗେ।ସ୍କୁଲ୍ ରୁ କଲେଜ ଯାଏଁ ସାଥି ହୋଇ ପଢିଲେ। ଦୁହେଁ ସହର ରେ ଚାକିରୀ ବି କଲେ।


ହଠାତ୍ ଦିନେ କାହ୍ନା ଖବର ପାଇଲା .. ବାପାଙ୍କ ଦେହ ଖରାପ୍ ସଂଗେ ସଂଗେ ଘରକୁ ଆସିଲା।ବାପା ଶଯ୍ଯାଶାୟୀ ଥିଲେ। ତାଂକୁ ପକ୍ଷାଘାତ ହୋଇଥିଲା।ଡାକ୍ତର କହୁ ଥିଲେ ଭଲ ହେବାକୁ ସମୟ ଲାଗିବ ମା ଘରେ ଏକୁଟିଆ ଏମିତି ପରିସ୍ଥିତିରେ ସେମାନଙ୍କୁ ଛାଡି କେମିତି ଚାକିରୀକୁ ଯିବ ସେତିକିବେଳେ ଫସଲ ଅମଳ ସମୟ ସାରା ବର୍ଷର ପରିଶ୍ରମର ଫଳ ମିଳେ ।ଏହି ଚାଷରେ ବାପା ତାକୁ ପାଠ ପଢାଇ ମଣିଷ କରିଛନ୍ତି।ତାଂକର ପରିବାର ଚଳାଇବାର ସମ୍ବଳ ଚାକିରୀ ଛାଡି ଚାଷ କରିବ ସ୍ଥିର କଲା ଘରେ ରହିଲେ ବାପାଙ୍କର ସେବା କରିବ ମାଆ କୁ ବି ଖୁସି ମିଳିବ। ଚାଷ ଅମଳ ସରିବା ପରେ ତାର ବାପା ଯେଉଁ ମାନଙ୍କୁ ନିଯୁକ୍ତ କରି ଚାଷ କାମ କରୁଥିଲେ ସେମାନଙ୍କ ସହଯୋଗରେ ଏବଂ ଉନ୍ନତ ପ୍ରଣାଳୀରେ ଚାଷକାମ କଲା।କିଛି ଜମି ପଡିଆ ପଡିଥିଲା,ସେଥିରେ ଫୁଲ ଚାଷ କଲା।ଧୀରେ ଧୀରେ ତାର ବହୁତ ଲାଭ ହେଲା।ସେ ଚାକିରୀ ଅପେକ୍ଷା ଚାଷରେ ବେଶୀ ଆନନ୍ଦ ପାଉଥିଲା।ବାପା ଧୀରେ ଧୀରେ ସୁସ୍ଥ ହେଉଥିଲେ।ମନଦୁଃଖ କରୁଥିଲେ ଚାକିରୀ ପାଇଁ କିନ୍ତୁ ଯେତେ ବେଳେ ଜାଣିଲେ କାହ୍ନା ତାଂକ ଅପେକ୍ଷା ଚାଷରେ ଲାଭ କରୁଛି ବହୁତ ଖୁସି ହେଲେ ହରି ସହିତ ଫୋନ୍ ମାଧ୍ଯମରେ ଯୋଗାଯୋଗ ଥିଲେ ମଧ୍ଯ ସେ ଗାଁ କୁ ଚାଲି ଆସିଛି,କହି ନ ଥିଲା।


ଦିନେ ଅପରାହ୍ନରେ କାହ୍ନା କ୍ଷେତକୁ ବୁଲି ଯାଇଥାଏ,ପାଚିଲା ଧାନ,ଶୋରିଷ ଫୁଲର କ୍ଷେତ ଦେଖି ବହୁତ ଖୁସି ହେଉଥାଏ। ହଠାତ୍ ହରି ପହଞ୍ଚିଗଲା ତୁ କଣ ପାଇଁ ଚାକିରୀ ଛାଡି ଚାଷବାସ କଲୁ ମତେ କଣ ପାଇଁ କହି ନ ଥିଲୁ ଆଜିକାଲି ଲୋକେ ଗାଁ ଛାଡି ସହରକୁ କାମ ପାଇଁ ଯାଉଛନ୍ତି,ତୁ ଚାକିରୀ ଛାଡି ସବୁଦିନ ପାଇଁ ଗାଁ କୁ ଚାଲିଆସିଲୁ କାହ୍ନା ହସି ହସି ଉତ୍ତର ଦେଲା ଗାଁ କୁ ଆସିବାରୁ ମାଆ ଓ ମାଟି ଦୁଇଜଣଙ୍କୁ ଖୁସି ଦେଇ ପାରିଛି। ମୋ ମାଆ ଆଖିରେ ଅସହାୟତା ନାହିଁ,କାରଣ ତା'ପୁଅ ପାଖରେ ଅଛି।ସ୍ବାଧୀନ ଭାବରେ ଚାକିରୀ ଅପେକ୍ଷା ଅଧିକ ଟଂକା ରୋଜଗାର କରୁଛି।ନିଜ ପରିବାର ସହ ରହୁଛି,ଗାଁ ଲୋକଙ୍କର ଶ୍ରଦ୍ଧା,ସ୍ନେହ ପାଉଛି ପିଲାଦିନରୁ ଚାଷକୁ ଭଲ ପାଉଥିଲି।ଆମେ ତ ମାଟିର ମଣିଷ ମାଟି ମାଆ ର କାମରେ ଯେଉଁ ଆନନ୍ଦ ମିଳୁଛି ତାହା ଚାକିରୀ ରେ କେବେ ମିଳିବନି।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics