STORYMIRROR

Sujata Pati

Tragedy Classics

3  

Sujata Pati

Tragedy Classics

ସମ୍ପର୍କଠୁ ବହୁତ ଦୂରେ

ସମ୍ପର୍କଠୁ ବହୁତ ଦୂରେ

2 mins
193

ମଣିଷ ଏକ ସାମାଜିକ ପ୍ରାଣୀ।ପରିବାର ତା ପାଇଁ ସର୍ବସ୍ବ।ପରିବାର ବିନା ସେ ଖୁସି ପାଏନା। କିନ୍ତୂ ସମସ୍ତଙ୍କ ପରିବାର ରେ ଏମିତି ଜଣେ ଜଣେ ଚରିତ୍ର ଦେଖିବାକୁ ମିଳନ୍ତି, ସେମାନେ ସମ୍ପର୍କ ରେ ତ ନିଜର ନିଜର ହୋଇଥାନ୍ତି, କିନ୍ତୁ ଆତ୍ମୀୟତାରେ ବହୁତ ଦୂରରେ ଥାନ୍ତି। ଯେମିତି କି ସିଲା ସେ ବହୁତ ସରଳ ଦେଖାଯାଏ,ଦେଖିବାକୁ ବି ମନ୍ଦ ନୁହଁ। କଥାବାର୍ତ୍ତା ରେ ମନ କିଣିନିଏ। ପିଲାଳିଆମି ବି ଦେଖାଏ।ସହଜରେ ତାର ମନ୍ଦ ଗୁଣ କେହି ବି ଜାଣି ପାରନ୍ତି ନାହିଁ। ସେ ଥିଲା ମିନୁ ଦିଦିଙ୍କର ଆତ୍ମୀୟ ।ଅଭାବ ଅସୁବିଧା ବହୁତ ଥିଲା।ଯେତେବେଳେ ଯେଉଁ ସାହାଯ୍ଯ ମାଗୁଥିଲା, ଯେତିକି ସମ୍ଭବ ସେ ପୂରଣ କରୁଥିଲେ। କିନ୍ତୁ ସେ ମାନିବା ତ ଦୂରର କଥା ,ତାଂକ ବିରୁଦ୍ଧରେ ଗପୁଥିଲା । ଯେଉଁମାନେ ତାଙ୍କୁ ସେ ଗପୁଥିବା କଥା ସବୁ କହୁଥିଲେ, ସେମାନେ ତାଂକ ପାଇଁ ବିଶ୍ବାସୀ ଥିଲେ। ସବୁ ଜାଣି ବି ସେ ନୀରବ ରହୁଥିଲେ।ସମ୍ପର୍କ ତୁଟି ଯିବାକୁ ଚାହୁଁ ନ ଥିଲେ।କାରଣ ସମ୍ପର୍କ ତୁଟେଇବାକୁ ଗୋଟେ ମୂହୁର୍ତ୍ତ ଲୋଡା, କିନ୍ତୁ ସମ୍ପର୍କ ଯୋଡିବାକୁ ବହୁତ ସମୟ ଲାଗେ ସେ ବହୁତ କୃତଘ୍ନ ଥିଲା।ନିଜର ଛୋଟ ସାହାଯ୍ଯକୁ ବହୁତ ବଡ କରି ପ୍ରଚାର କରୁଥିଲା।ଅନ୍ଯ ମାନଙ୍କର ବଡ ବଡ ସାହାଯ୍ଯ କୁ ମାନୁ ନ ଥିଲା।ଧୀରେ ଧୀରେ ତା'ର ପ୍ରତି ଖବର ତାଂକ ପାଖକୁ ଆସୁଥିଲା। ଜଣଙ୍କ ପାଖରୁ ତା'ର ସ୍ବାର୍ଥ ସରିଗଲେ ତା ସହିତ ସମ୍ପର୍କ କାଟୁଥିଲା। 

ସମସ୍ତଙ୍କ ଠାରୁ ଫାଇଦା ନେବା ଏବଂ ଅପପ୍ରଚାର କରିବା ତାର ଅଭ୍ଯାସ ହୋଇ ଯାଇଥିଲା। ନିଜର ଆତ୍ମୀୟଙ୍କ ସହିତ ଏମିତି କରି ଚାଲିଥିଲା। ତା କଥାରେ ଅନ୍ଯକୁ ବଶୀଭୂତ କରୁଥିଲା୍। ନିକଟରେ ସେ ଜଣେ ବୟସ୍କ ବ୍ଯକ୍ତି ଙ୍କୁ ଧୋକା ଦେଲା।ସେ ମିନୁ ଦିଦିଙ୍କର ନିକଟ ଆତ୍ମୀୟ ଥିଲେ। ସେ ତାଂକୁ ସବୁ କଥା କହିଲେ,ବହୁତ ଦୁଃଖ କଲେ।କାହାକୁ ସେ ଅଭିଶାପ ଦିଅନ୍ତିନି। କିନ୍ତୁ ଘଟଣା ଏପରି ଗୁରୁତର ଥିଲା ଯେ ସେ ତାକୁ ଗାଳି ଦେବା ସଂଗେ ସଂଗେ ଅଭିଶାପ ଦେଲେ।ମିନୁ ଦିଦିଙ୍କୁ ତାଂକ କଥା ଭଲ ଲାଗୁ ନ ଥିଲା।ତାଂକର ତା'ପ୍ରତି ଥିବା ଅଭିଶାପ କୁ ସେ ବିରୋଧ କରିବାକୁ ଚାହୁଁଥିଲେ।ଜାଣିଥିଲେ ସେ କୃତଘ୍ନ ତାଂକର ବହୁତ ବିରୋଧି ଥିଲା। ବହୁତ ଥର ତା ଧୋକା ଦେଲାଣି।ମିଛ କହି ପରିବାର ର କିଛି ସଦସ୍ଯ ଙ୍କ ସହିତ ତାଂକର ସମ୍ପର୍କ କୁ ନଷ୍ଟ କରିଛି। ତଥାପି ତାକୁ ଗାଳିଦେଲେ ତାଂକୁ ଭଲ ଲାଗୁନଥିଲା କାରଣ ସେ ତାଂକର ରକ୍ତ ସମ୍ପର୍କ ଥିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy