STORYMIRROR

Sujata Pati

Classics

4  

Sujata Pati

Classics

ଅପମାନ

ଅପମାନ

2 mins
938

ଆଜକୁ ୬ମାସ ହେଲା ମୁଁ ଶଯ୍ଯାଶାୟୀ।ଗୋଟେ ପରେ ଗୋଟେ ରୋଗର ଆକ୍ରମଣ।ଭାବିଲେ ସାଧାରଣ ରୋଗ କିନ୍ତୁ କଷ୍ଟ ତ ଅସାଧାରଣ ଶାରୀରିକ କଷ୍ଟରୁ ମାନସିକ କଷ୍ଟ ବଳେଇ ଯାଇଛି।ପିଲା ମାନଙ୍କୁ କେତେ କଷ୍ଟରେ ମଣିଷ କରିଥିଲି ହେଲେ ପ୍ରତି ମୂହୁର୍ତ୍ତରେ ଅପମାନ୍ ଦେଉଛନ୍ତି ସେମାନଙ୍କ ବିବେକ ତାଂକୁ ବାଧା ଦେଉନି ମୁଁ ତାଂକର ମା କେତେ ଅଳି ଅର୍ଦ୍ଦଳି ସହିଛି ମୋ ପ୍ରତି ସେମାନଙ୍କର ଦୟା ନାହିଁ କର୍ତ୍ତବ୍ଯ ତ ଦୂରର କଥା ସେମାନେ ବଡ ହୋଇଗଲେ. ଆଗରୁ ସେମାନେ କେତେ ଭଲପିଲା ଥିଲେ କିନ୍ତୁ ତାଂକ ବାପା ଚାଲିଗଲା ପରେ ସେମାନେ ଏତେ ବଦଳିଗଲେ ଦାୟୀ କଲେ ମତେ ବର୍ତ୍ତମାନ ବାପାଙ୍କୁ ଖୋଜୁଛନ୍ତି ଥିଲାବେଳେ ତ ଖୋଜୁ ନ ଥିଲ ମନେ ପଡିଗଲା ୩0 ବର୍ଷ ତଳର କଥା କଲେଜ ରେ ସାଥି ହୋଇ ପଢୁଥିଲୁ ମେଧାବୀ ଛାତ୍ର ଥିଲେ ବହୁତ ସରଳ ଏଵଂ ସୁନ୍ଦର ଧିରେ ଧିରେ ଆମ ବନ୍ଧୁତା ବଢିଲା ଆଉ ଅଜାଣତରେ ପରସ୍ପର କୁ ପସନ୍ଦ କଲୁ ଦୁଇ ପରିବାରର ସମ୍ମତି କ୍ରମେ ବାହାଘର ହୋଇଗଲା।ଖୁସିର ସଂସାର ଥିଲା ପିଲା ଦୁଇଟି ଆସିଗଲେ ନିମ୍ନ ମଧ୍ଯବିତ୍ତ ପରିବାର ର ଝିଅ ଥିଲି ମୁଁ ତେଣୁ ସବୁବେଳେ ଟଂକାର ଭୂତ ମୋ ମୁଣ୍ଡରେ ପଶୁଥିଲା ତେଣୁ ତାଂକୁ ଅସତ୍ ଉପାୟରେ ଟଂକା ରୋଜଗାର କରିବାକୁ ବାଧ୍ଯ କରୁଥିଲି ସେ ସତ୍ ଥିଲେ ପ୍ରଥମେ ପ୍ରଥମେ ମୋ କଥାକୁ ମାନୁ ନ ଥିଲେ କିନ୍ତୁ ଚାକିରୀ ତ ସେମିତି ଥିଲା ମୋ ପ୍ରରୋଚନା ରେ ଲାଞ୍ଚ ଖାଇବା ଆରମ୍ଭ କଲେ ଟଂକା,ସୁନା,ଘର, ଜମିବାଡିରେ ସବୁ ଭରପୂର ହୋଇଗଲା କିନ୍ତୁ ଘରେ ଶାନ୍ତି ନ ଥିଲା ସେ ନିଶାଦ୍ରବ୍ଯ,ମଦ୍ଯପାନ କରିବାକୁ ଲାଗିଲେ ଅଧରାତିରେ ଘରକୁ ଫେରୁଥିଲେ ଆମ ଭିତରେ ଥିବା ମଧୁର ସମ୍ପର୍କରେ ଫାଟ ଆସିଯାଇଥିଲା ଯେତେ ଚେଷ୍ଟା କଲେ ବି ମୁଁ ରୋକି ପାରୁ ନ ଥିଲି ବାଧା ଦେଲେ ମତେ ଅଶ୍ରାବ୍ଯ ଭାଷା ସହିତ ମାଡ ଦେଉଥିଲେ ପିଲା ଦୁଇଜଣ ବଡ ହୋଇଯାଇଥିଲେ ସେମାନଙ୍କ ଦାୟିତ୍ବ ମତେ ବୁଝିବାକୁ ପଡୁଥିଲା ସେମାନଙ୍କୁ ମଣିଷ କରିବା ପାଇଁ ମୁଁ ତାଂକ ପ୍ରତି କଠୋର ହେଲିଷତାଂକୁ ଅବହେଳା କରି ପିଲାମାନଙ୍କ କଥା ବୁଝିଲି ତାଂକ କଥାକୁ ଗୁରୁତ୍ବ ଦେଉ ନଥିଲି କାରଣ ମୋ ପାଖରେ ଧନର ଅଭାବ ନ ଥିଲା ତେଣୁ ମୁଁ ତାଂକୁ ଖାତିର କରୁ ନଥିଲି ଧୀରେ ଧୀରେ ସେ ରୋଗାକ୍ରାନ୍ତ ହେଲେ ପିଇ ପିଇ ଲିଭର ଖରାପ ହେଲା ତାଂକ ଚିକିତ୍ସା ତ ଚାଲିଥିଲା କିନ୍ତୁ ମୁଁ ତାଂକୁ ବହୁତ ଅପମାନ ଦେଉଥିଲି କାଳେ ବଦଳିବେ ବୋଲି ମୋ ପରିବାର ଲୋକଙ୍କ ଆଗରେ, ପିଲାମାନଙ୍କ ଆଗରେ ତାଂକୁ ଅପମାନିତ କରୁଥିଲି।ପିଲାମାନେ ତାଂକୁ ବାପା ବଦଳରେ ମଦୁଆ ଡାକୁଥିଲେ ସମ୍ମାନ ଦେଉ ନଥିଲେ ସେ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଇଥିଲେ ମୋର ,ପିଲାମାନଙ୍କର ଅତ୍ଯାଚାରକୁ ସହି ନ ପାରି ଆମକୁ ଛାଡି ଆରପାରିକୁ ଚାଲିଗଲେ ମୁଁ ଭାବି ନ ଥିଲି ସେ ଏତେ ଶୀଘ୍ର ଚାଲାଯିବେ ପିଲା ମାନେ ତାଂକର ଅନୁପସ୍ଥିତିକୁ ବରଦାସ୍ତ କରିପାରିଲେନି ତାଂକ ମୃତ୍ଯୁ ପାଇଁ ମତେ ଦାୟୀ କଲେ ମୋ ଉପରେ ଅତ୍ଯାଚାର ଆରମ୍ଭ କଲେ ପ୍ରକୃତରେ ମୁଁ ହିଁ ଦାୟୀ ଜଣେ ସତ୍ ମଣିଷକୁ ଅସତ୍ ମଣିଷରେ ପରିଣତ କଲି ଶାନ୍ତିର ପରିବେଶକୁ ଅଶାନ୍ତିର ରୂପ ଦେଲି ପିଲାମାନଙ୍କୁ ବାପାଙ୍କ ଠାରୁ ଦୂରେଇ ଦେଲି ତାଁକୁ ଭଲବାଟକୁ ଆଣିବା ବଦଳରେ ଏକୁଟିଆ ଛାଡିଦେଲି ଆଜି ଥିଲେ ନିଶ୍ଚୟ ମୋ କଥା ବୁଝିଥାନ୍ତେ ଯେଉଁମାନଙ୍କୁ ଜନ୍ମ ଦେଲି ସେମାନେ ହେଲେ ସାତପର ସମସ୍ତେ ଥାଇ ବି ମୁଁ ଆଜି ଏକୁଟିଆ ଏ ଅପମାନିତ, ଲାଞ୍ଛିତ ଜୀବନ ଭୋଗିବାକୁ ମୁଁ ଯୋଗ୍ଯା ଧନ ,ସମ୍ପତ୍ତି ଚିନ୍ତାରେ ମୁଁ ଅନ୍ଧ ହୋଇ ତାଂକୁ ଶେଷ କରିଦେଲି ତେଣୁ ଆଜି ଅପମାନିତ ହେବିନି ତ ଆଉ କିଏ ହେବ ଏହା ମୋ ଅର୍ଜିତ କର୍ମଫଳ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics