Sujata Pati

Tragedy

3  

Sujata Pati

Tragedy

ଦାରିଦ୍ର୍ୟ

ଦାରିଦ୍ର୍ୟ

3 mins
371


ତିନି ଦିନ ହେଲା ଲଗାଣ ବର୍ଷା ହେଉଛି। ବାହାରକୁ ଟିକେ ବାହାରି ହେଉନି।ଅବଶ୍ୟ ଆଜି ଅଫିସ ଛୁଟି ଅଛି....କେତେ ସମୟ ଏ ଝରକା ପାଖରେ ବସି ବର୍ଷାର ବେଗକୁ ନିରୀକ୍ଷଣ କରିବି....ସୁମିତ୍ ଝରକା ପାଖରେ ବସି ବୋର୍ ହେଉଥିଲେ.... ହଠାତ୍ ଦେଖିଲେ ଜଣେ ଯୁବକ ସାଇକେଲ ଗଡାଇ ଗଡାଇ ଯାଉଥିଲା।ଦେହରେ ବର୍ଷାତି ନାହିଁ, ପୁରା ଭିଜି ଯାଇଛି... ସାଇକେଲରେ ଚଢି ପେଡାଲ ମାରିଲା ବେଳକୁ ପୁଣି ଚେନ୍ ଖସିଯାଉଛି।ପିଠିରେ ଏକ ବ୍ୟାଗ...ବୋଧହୁଏ କଲେଜରେ ପଢୁଥିବ....ସେ କବାଟ ଖୋଲି ପିଲାଟିକୁ ଡାକିଲେ.. ପିଲାଟି ସାଇକେଲଟି ରଖି ଆସିଲା।ସୁମିତ୍ ପଚାରିଲେ–କେଉଁଠିକୁ ଯାଉଥିଲ ପୁଅ...ସେ କହିଲା କଲେଜରୁ ଫେରୁଥିଲି...ସାଇକେଲ ଖରାପ ହେଲା... ବର୍ଷା ଛାଡି ଯାଇଥିଲା.. ଭାବିଲି ଘରେ ପହଞ୍ଚିବି...ହେଲେ ଏ ସମୟରେ ମୋ ଜୋତା ବି ଛିଡିଗଲା...ପୁରୁଣା ହୋଇଯାଇଥିଲା.. ତାକୁ ସୁମିତ୍ ଗାମୁଛା ଦେଲେ ପୋଛି ହେବା ପାଇଁ.. ଚେୟାର ଦେଇ କହିଲେ–ବସ ବର୍ଷା କମିଗଲେ ଯିବ କିଛି ଜଳଖିଆ ଦେଲେ ଖାଇବା ପାଇଁ.. ବର୍ଷା କମିଗଲା, ପିଲାଟି ଧନ୍ୟବାଦ ଜଣାଇ ଚାଲିଗଲା...ସେ ଗଲାପରେ ସୁମିତ୍ ଫେରି ଆସିଲେ ଝରକା ପାଖକୁ... ଆଉ ମନେ ପକାଇଲେ କଲେଜ ବେଳର କଥାକୁ....


  ୨୫ବର୍ଷ ତଳର କଥା...ଗାଁର ପିଲା ଥିଲେ ସେ..ବାପାଙ୍କ ସ୍ଵଳ୍ପ ବେତନରେ ୪ପ୍ରାଣୀ କୁଟୁମ୍ବ... ସେମାନେ ଦୁଇ ଭାଇ, ଆଉ ମାଆ, ବାପା.. ଜମିବାଡି ଅଳ୍ପ କିଛି ଥିଲା।ସେ ଭଲ ପାଠ ପଢୁଥିଲା..ସ୍କୁଲରେ ବିଶେଷ କିଛି ଅସୁବିଧା ହୋଇ ନ ଥିଲା.. ମେଟ୍ରିକରେ ଫାଷ୍ଟ ଡିଭିଜନରେ ପାଶ୍ କଲା।ଇଛା ଥିଲା ସାଇନ୍ସ ପଢିବ.. କଲେଜ ଘରଠାରୁ ଦୂର ଥିଲା.. ଘରୁ ଯିବା ଆସିବା କରିବା ସମ୍ଭବ ନଥିଲା।ଆଡମିସନ୍ ହୋଇଗଲା...ମେସରେ ରହିଲା..ଦୁଇ ହଳ ସାର୍ଟ ପ୍ୟାଣ୍ଟ ଥିଲା।ବାପା ତାଙ୍କ ପୁରୁଣା ସାଇକେଲକୁ ମତେ ଦେଇଥିଲେ ,ମୁଁ କେତେବେଳେ ଘରକୁ ଯିବି ବୋଲି.... କଲେଜରେ ସାଂଗ ପିଲାଙ୍କର ପୋଷାକ ପତ୍ର, ହାତରେ ଦାମୀ ଘଣ୍ଟା, ଟିଫିନ ଖର୍ଚ୍ଚ ଦେଖି କେବେ କେବେ ନିଜକୁ ଛୋଟ ଲାଗୁଥିଲା।କିନ୍ତୁ ମନକୁ ଦୃଢ କରିଥିଲି... କେମିତି ଭଲ ଡିଭିଜନରେ ପାଶ୍ କରିବି... ଭଲ ଚାକିରୀ ଟିଏ କରିବି....ମୋର ପ୍ରାକ୍ଟିକାଲ ପାଇଁ ଆପ୍ରନ୍ ଓ ଫୁଲ୍ ସୁ ନ ଥିଲା.... ସାର୍ ପାଟି କରୁଥିଲେ ଗୋଡରେ ଦେହରେ ଏସିଡ ପଡିଯିବ ବୋଲି... ପ୍ରାୟ ଶନିବାର ଦିନ କ୍ଲାସ ସାରି ମୁଁ ସାଇକେଲରେ ଘରକୁ ଯାଏ...ସୋମବାର ସକାଳୁ ଆସି ପ୍ରାକ୍ଟିକାଲରେ ଯୋଗ ଦିଏ।ସେଦିନ ପାଠ ଥିବାରୁ ରବିବାର ସକାଳୁ ଗଲି.. ଆପ୍ରନ୍ ଏବଂ ଜୋତା କଥା ବାପାଙ୍କୁ କହିଵି କିନ୍ତୁ.. ଘରେ ପହଞ୍ଚିବା ପରେ ଜାଣିଲି.. ମାଆ ଦେହ ବହୁତ ଖରାପ..୪ଦିନ ହେଲାଣି ଜ୍ୱର ଛାଡୁନି..ବାପା ଡାକ୍ତର ଦେଖାଇ ଔଷଧ ଆଣିଛନ୍ତି।ଏ ପରିସ୍ଥିତିରେ ବାପାଙ୍କୁ କେମିତି ପଇସା ମାଗିବି..ସକାଳୁ କଲେଜ ପଳାଇ ଆସିଲି।ମୋ ରୁମମେଟକୁ କହିଲି ଆପ୍ରନ୍ ଓ ଜୋତା ପାଇଁ ସାର୍ ପାଟି କରୁଛନ୍ତି। ସେ ମୋ ପରିସ୍ଥିତି ଜାଣିଥିଲା, ତା ଆପ୍ରନ୍ ମତେ ଦେଲା,କିନ୍ତୁ ତା ଜୋତା ମାପ ମୋର ନ ଥିଲା.. ତେଣୁ ସାର୍ ଙ୍କ ଠାରୁ ସେଦିନ ଜୋତା ପାଇଁ ଗାଳି ଖାଇଲି।ବହି କିଣିବାକୁ ପଇସା ନ ଥିଲା,ସିନିୟର ନନା ଙ୍କ ଠାରୁ ସେକେଣ୍ଡ ହ୍ୟାଣ୍ଡ ବହିକୁ ଅଧା ଦାମ୍ରେ କିଣି ପଢୁଥିଲି।ପରୀକ୍ଷାକୁ ଯିବା ବେଳେ ଘଣ୍ଟା ନ ଥିଲା... ପାଖ ପିଲାକୁ ସମୟ ପଚାରୁଥିଲି।ମେସରେ ଜଣେ ନନା ରୋଷେଇ କରୁଥିଲେ।ଦୁଇ ବେଳା ଖାଇବାକୁ ମିଳୁଥିଲା।ଟିଫିନ୍ ପାଇଁ ପଇସା ନ ଥିଲା.. ମାଆ ଘରୁ ଚୁଡା,ମୁଢି, ଚେନାଚୁର୍ ଦେଇଥାଏ...ଖାଇଦିଏ... ୧୫ଦିନ ପରେ ଘରକୁ ଗଲି ... ଅଧାବାଟରେ ସାଇକେଲ ପଙ୍କଚର୍ ହେଲା ସଜାଡି ବାକୁ ପାଖରେ ପଇସା ନଥିଲା... ଗାଆଁ ରାସ୍ତା ବହୁତ ଖରାପ ଥିଲା..ସେଥିରେ ପୁଣି ବର୍ଷା ହେଉଥିଲା.. ସାଇକେଲ ଗଡେଇ ଗଡେଇ ରାତି ୮ଟାରେ ଘରେ ପହଞ୍ଚିଲି ।ମା ନଡ଼ିଆ ବିକି ଜୋତା, ଆପ୍ରନ୍ ପାଇଁ ପଇସା ଦେଲା।ପଚାରିଲି–ତୁ କେମିତି ଜାଣିଲୁ ମୋର ଏ ସବୁ ଦରକାର ବୋଲି... କହିଲା–ପାଖ ଗାଁର ରାଧୁଆ ଆସିଥିଲା... ତୋର ଏ ସବୁ ଦରକାର ବୋଲି କହିଲା... ପଇସା ଧରି କଲେଜ ଗଲି।୨ ବର୍ଷ ପରେ ମୋ ସାର୍ଟ ପ୍ୟାଣ୍ଟ ପୁରୁଣା ହୋଇଗଲା...ନୂଆ କିଣିବାକୁ ପଇସା ନଥାଏ.. ତାକୁ ଅଲଟର୍ କରି ପିନ୍ଧିଲି।କେତେ କଷ୍ଟର ଦିନ ଥିଲା..

ଏତେ ଦିନ ପରେ ମୋ ପରି ଅବସ୍ଥାରେ ସେ ପିଲାଟିକୁ ଦେଖି ମୋର କଲେଜ ବେଳ ଜୀବନ୍ତ ହୋଇ ଉଠିଲା।ହଠାତ୍ ସ୍ତ୍ରୀଙ୍କ ଡାକରେ ପ୍ରକୃତିସ୍ଥ ହେଲି ସେ କହିଲେ ଅନ୍ଧାର ହୋଇଗଲାଣି।ଘରେ ଲାଇଟ୍ ଦେଉନ...କେଉଁ ଭାବନାରେ ହଜି ଯାଇଥିଲ....କହିଲି–ଅତୀତର ଏକ ଦୁଃଖଦ ସତ୍ୟ ଜୀବନ୍ତ ହୋଇଯାଇଥିଲା...



Rate this content
Log in

Similar oriya story from Tragedy