STORYMIRROR

Sujata Pati

Inspirational

4  

Sujata Pati

Inspirational

କିଛି ଅକୁହା

କିଛି ଅକୁହା

2 mins
171


               ପିଲା ବେଳୁ ମୁଁ ଗଛ ଲତାଙ୍କୁ ଭଲପାଏ। ଗଛ ଲଗାଇବାରେ ମୋର ବହୁତ ଆଗ୍ରହ। ତେଣୁ ମୁଁ ଛାତ ଉପରେ ଗୋଟେ ଛୋଟ ବଗିଚା କରିଛି।ସେ ବଗିଚାରେ ମୁଁ ଉପର ବେଳା କିଛି ସମୟ ଦିଏ। ଆମ ଛାତକୁ କିଛି ପାରା ଆସନ୍ତି। ବଗିଚାରେ ଯେତେବେଳେ କାମ କରୁଥାଏ,ସେମାନେ ଆସନ୍ତି।ତେଣୁ ସେମାନଙ୍କ ପାଇଁ ଖାଦ୍ଯ ଓ ପାଣି ରଖିଥାଏ। ସେମାନେ ଖାଇ ପିଇ ସାରିବା ପରେ ମଧ୍ୟ ମୋ ସହିତ ଛାତ ଉପରେ ରହନ୍ତି। ସନ୍ଧ୍ଯା ହେଲେ ମୁଁ ଘରକୁ,ଆସେ ସେମାନେ ପଳାନ୍ତି

      ଯେତେବେଳେ ସେମାନେ ଖାଦ୍ଯ ଖାଆନ୍ତି,ଗୋଟେ ବଡ ପାରା ନିଜେ ସବୁ ଖାଏ, କିନ୍ତୁ ଅନ୍ଯ ପାରାଙ୍କୁ ଗୋଡାଏ। ସେମାନେ ଅଳ୍ପ କିଛି ଖାଆନ୍ତି।ଏହା ଦେଖି ମୁଁ ଅନ୍ଯ ଯାଗାରେ ଦାନା ପକାଏ, କିନ୍ତୁ ସେ ବଡ଼ପାରା ଆସି ଏ ଖାଦ୍ଯକୁ ବି ଖାଏ, ସେମାନଙ୍କୁ ଖୁଆଇ ଦିଏନି।ଭାବିଲି ଆମ ମଣିଷ ସମାଜରେ ଯେପରି ସବଳର ଦୁର୍ବଳ ଉପରେ ଅତ୍ଯାଚାର ଯୁଗ ଯୁଗ ଧରି ଚାଲିଛି ପକ୍ଷୀ ସମାଜରେ ବି ସେହି କଥା ସେମାନଙ୍କର ବି ହିଂସାବାଦ

  

 ସେହି ପାରାମାନଙ୍କ ମଧ୍ଯରେ। ଗୋଟେ ଛୋଟି ପାରାଟେ ଥିଲା,ତାର ଗୋଟେ ଗୋଡ଼ରେ ଆଙ୍ଗୁଳି ନ ଥିଲା, ଛୋଟେଇଛୋଟେଇ ଚାଲେ।ସବୁଦିନେ ସେ ଦାନା ପାଉ ନ ଥିଲା। ବହୁତ ଥର ଚେଷ୍ଟା କରିଛି ତାକୁ ଏକୁଟିଆ ଦେବି, ସେ ଖାଇବ।କିନ୍ତୁ ବଡ଼ ପାରା କେଉଁଠି ଥିବ ଆସି ପହଞ୍ଚିବ,ଦେହୁକୁ ଫୁଲେଇ ବଡ଼ କରି,.ଘୁ.ଘୁ ଶବ୍ଦ କରି ସବୁ ଖାଇବ।ପାଣି ମଧ୍ଯ ତାକୁ ପିଆଇ ଦିଏନି।ଦିନେ ସକାଳେ ମୁଁ ଦାନା ପକାଇ ଫୁଲ ତୋଳୁଥାଏ।ଛୋଟି  ପାରାଆସିଲା,ତା ସହିତ ଚାରୋଟି ପାରା ଥିଲେ।ଯେତେବେଳେ ସେ ବଡ଼ ପାରା ଆସି ଗୋଡାଇଲା,ସେମାନେ କେହି ଗଲେନି,ଦାନା ଖାଇଚାଲିଲେ। ସେ ରାଗିଯାଇ ସେମାନଙ୍କୁ ଗୋଡାଇଲା,ଥଣ୍ଟରେ ଖୁମ୍ପିଲା।କିନ୍ତୁ ସେମାନେ ବଡ଼ ପାରାକୁ ଗୋଡାଇଲେ, ଖୁଆଇଦେଲେନି। ସେ ବଡ଼ ପାରା ଟି ଡ଼ରିଯାଇ ଛାତରେ ଗୋଟେ କୋଣରେ ବସିଲା। ସେମାନେ ଖାଦ୍ଯ ଖାଇ ପାଣିପିଇ ଉଡିଗଲେ। ପରଦିନ ସକାଳୁ ମୁଁ ଦାନା ପକାଇବାରୁ ସମସ୍ତେ ଆସିଲେ। ଛୋଟି ପାରା ଓ ତା ସାଙ୍ଗମାନେ ଆନନ୍ଦରେ ଖାଉଥିବା ବେଳେ,ବଡ଼ ପାରାଟି ଡ଼ରି ଡ଼ରି ଖାଉଥିଲା। ପରସ୍ପର କାହାକୁ କେହି ଗୋଡାଉ ନ ଥିଲେ।ମତେ ଦେଖି ବହୁତ ଖୁସି ଲାଗିଲା।ଏତେ ଦିନ ପରେ ମୋ ଛୋଟି ପାରା ଖାଇଲା।


     ଏତିକିରୁ ମତେ ଶିକ୍ଷା ମିଳିଲା ଯେ ଏକତା ହିଁ ବଳ। ଯେଉଁ କାମ ଛୋଟି ପାରାଟି କରି ପାରୁ ନ ଥିଲା,ସାଙ୍ଗ ମାନଙ୍କ ସହିତମିଶି ବଡ଼ ପାରାକୁ ସାମ୍ ନା କଲା। ଚଢେଇଟିଏ ହୋଇ ମଧ୍ଯ,ନିଜର ବୁଦ୍ଧି ଖଟାଇ ବାରମ୍ବାର ଆଘାତ ଦେଉଥିବା  ବଡ଼ପାରାକୁ ପରାଜିତ କଲା।ଏହା କେବଳ ପକ୍ଷୀ ସମାଜ ପାଇଁ ନୁହଁ, ସବୁ  ଜୀବଜନ୍ତୁ ଏବଂ ମଣିଷ ସମାଜ ପାଇଁ ମଧ୍ଯ ପ୍ରଜୁଜ୍ଯ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational