ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ମନ ଅନୁସାରେ ଦେବତା

ମନ ଅନୁସାରେ ଦେବତା

4 mins
7.6K


ପୃଥି୍ବୀର ଲୋକକଥା

ପଣ୍ଡିଚେରୀ ଲୋକକଥା (1)


ଗୋଟିଏ ଗାଁ ଲୋକଙ୍କର ସେମାନଙ୍କ ଇଷ୍ଟଦେବତା ଉପରେ ପ୍ରଗାଢ ବିଶ୍ୱାସ l ସମସ୍ତେ ମିଶି କାଠରେ ତାଙ୍କର ଗୋଟିଏ ମୂର୍ତ୍ତି କଲେ l ତା’ର ଉଚ୍ଚତା ଦଶ ଫୁଟ୍ l ଗାଁ ପାଖରେ ନଈଟିଏ l ତାକୁ ପାରି ହେଲେ ଅନ୍ୟ ଗାଁକୁ ଯିବାକୁ ହୁଏ l ତା’ର ଓସାର ଆଠ ଫୁଟ l ଗାଁ ଲୋକେ ଦୁଇଟି ତାଳଗଛ ମୂଳରୁ କାଟି ସେଥିରେ ପକାଇ ଦିଅନ୍ତି l ତାହା ପୋଲ ପରି କାମ ଦିଏ l ଫଳରେ ଲୋକଙ୍କ ନଈପାରି ହେବାରେ ଅସୁବିଧା ହୁଏ ନାହିଁ l

ଗାଁ ଲୋକେ ଇଷ୍ଟଦେବଙ୍କର ଭକ୍ତ l ଇଷ୍ଟଦେବତାଙ୍କ ଦୟାରୁ ସେମାନେ ବଞ୍ଚିଛନ୍ତି l ଇଷ୍ଟଦେବତା ତାଙ୍କୁ ଚୋର ଡକାଏତ ଅନ୍ୟାନ୍ୟ ହିଂସ୍ରଜନ୍ତୁ ଓ ବିଷାକ୍ତ ସର୍ପ କବଳରୁ ରକ୍ଷା କରନ୍ତି l ଏହା ହେଲା ଗାଁ ଲୋକଙ୍କର ବିଶ୍ୱାସ l ସେଥିପାଇଁ ଗାଁର ପ୍ରତ୍ୟେକ ଧାର୍ମିକ ଲୋକ ସକାଳ ସନ୍ଧ୍ୟାରେ ଠାକୁରଙ୍କ ପାଖକୁ ଆସି ଦର୍ଶନ କରନ୍ତି l ପୂଜା ପର୍ବାଣୀରେ ସେଠାରେ ବେଶ୍ ଭିଡ ଜମେ l ଲୋକମାନେ ଫଳମୂଳ ମିଠାଇ ଭୋଗ ଦିଅନ୍ତି l ଯାହାର ଯାହା ବିପତ୍ତି ପଡେ, ସେ ଠାକୁରଙ୍କ ପାଖରେ ସେ ମାନସିକ କରେ l ତାହା ପୂର୍ଣ୍ଣ ହେଲେ ବେଶ୍ ଜାକଜମକରେ ପୂଜା ଅର୍ଚ୍ଚନା କରାଯାଏ l ଲୋକମାନେ ଯେଉଁ ଭଲରେ ଅଛନ୍ତି, ତାହା ହିଁ ଠାକୁରଙ୍କର ଦୟା l ଅପାର କରୁଣା l ଆଶୀର୍ବାଦ l ଏହା ହେଲା ଲୋକଙ୍କର ମତ l ସେଥିପାଇଁ ଲୋକେ ନଈପାରି ହେବା ପୂର୍ବରୁ ଓ ପରେ ଠାକୁରଙ୍କୁ ମୁଣ୍ଡିଆ ମାରନ୍ତି l ଗାଁ ଛାଡି ଗଲେ ସେମାନେ ଠାକୁରଙ୍କ ଆଗରେ ନଡିଆ ବାଣ୍ଟନ୍ତି l କର୍ପୁର ଜାଳି ମୁଣ୍ଡିଆ ମାରି ଭଲରେ ଫେରି ଆସିବା ପାଇଁ ପ୍ରାର୍ଥନା କରନ୍ତିl

ଥରେ ପ୍ରବଳ ବର୍ଷା ହେଲା l ଜଣେ ଲୋକ ସେଇ ବାଟେ ଆସୁଥିଲା l ତା’ର ଠାକୁରଙ୍କ ଉପରେ ଅଗାଧ ବିଶ୍ୱାସ l ବର୍ଷାରୁ ରକ୍ଷା ପାଇବା ପାଇଁ ହାତରେ ତା’ର ଛତା l ଠାକୁରଙ୍କୁ ଟପି ପୋଲ ପାଖକୁ ଆସିଗଲା l ଠାକୁରଙ୍କୁ ସମ୍ମାନ ଦେଇନାହିଁ l ପୁଣି ଫେରିଯାଇ ସମ୍ମାନ ଦେବ ଏକଥା ପୁଣି ମନକୁ ଆସିଲା l ସେ ହେୟଜ୍ଞାନ କରି ଫେରିଲା ନାହିଁ l ପାରିହେବା ପାଇଁ ପୋଲ ଉପରେ ଚଢିଲା l ତା’ର ଆସ୍ପର୍ଦ୍ଧା ଠାକୁର ସହି ପାରିଲେ ନାହିଁ l ରାଗିଗଲେ ସେ ପୋଲ ମଝିରେ ହୋଇଛି ପୋଲ ଭାଙ୍ଗିଗଲା l ସେତିକି ବେଳେ ଠାକୁରଙ୍କ କଥା ଆସିଲା l ପୁଣି ବିକଳରେ ସେ ଠାକୁରଙ୍କୁ ଡାକିବାରୁ ଭଗବାନ ସହାୟ ହେଲେ l ଭାସି ଭାସି କୂଳରେ ଲାଗିଲା l ସେ ଫେରିଆସି ସବୁକଥା ଗାଁରେ କହିଲା l ଔେଦ୍ଧତ୍ୟ ଦେଖାଇଲେ ଠାକୁର ରାଗନ୍ତି ଏହା ତା’ର କଥାର ମର୍ମ l

ଏକଥା ଗାଁ ଲୋକେ ବିଶ୍ୱାସ କଲେ l ସମସ୍ତଙ୍କ ମୁହଁରୁ ଶୁଣାଗଲା ଯେ, ଠାକୁର ଅସମ୍ମାନ ସହି ପାରନ୍ତି ନାହିଁ l ସାଙ୍ଗେ ସାଙ୍ଗେ ଭୟଙ୍କର ଦଣ୍ଡ ଦିଅନ୍ତି l ପୋଲଟି ଭାଙ୍ଗିଗଲା l ବଢି ଚାଲିଥାଏ l ଏକଥା ଚାରିଆଡେ ପ୍ରଚାର ହୋଇଗଲା l ଗାଁ ଲୋକେ ଭାବିଲେ ବନ୍ୟା ଜଳ ତ ପୋଲକୁ ତିନି ଚାରି ଦିନ ବୁଡାଇ ରଖିବ l ତେଣୁ ସେମାନେ ସାଥେ ସାଥେ ପୋଲକୁ ମରାମତି କରିବାକୁ ଆଗ୍ରହ ପ୍ରକାଶ କଲେ ନାହିଁ l ସେଇ ଦିନ ସନ୍ଧ୍ୟାବେଳେ ଜଣେ ଅସାମାଜିକ ବ୍ୟକ୍ତି ପାଖ ଗାଁକୁ ବାହାରିଲେ l ସେ ଖୁବ୍ ଡେଙ୍ଗା ଓ ବଳିଷ୍ଠ l ଲୋକେ କୁହନ୍ତି - ତା’ର ଶକ୍ତି ବହୁତ l ଏପରିକି ସେ ଗଛ ମୂଳରୁ ଉପାଡି ଦେଇପାରେ l କୌଣସି ସାହାଯ୍ୟ ବିନା ସେ ନଈ ଆରପଟକୁ ଯାଇପାରେ l ଭଗବାନଙ୍କର ସାହାଯ୍ୟ ତା’ର ଦରକାରରେ ଆସେ ନାହିଁ l ଏହା ସତ୍ୟ l ତଥାପି ତା’ ପ୍ରତି ଲୋକଙ୍କର ଭୟ l ତା’ର ନାମ ଶୁଣିଲେ ସେମାନେ ଥରି ଉଠନ୍ତି l

ସେଇ ଲୋକଟି ନଈ କୂଳକୁ ଆସିଲା l ସେ ନଈ ପାରି ହେବାକୁ ଚାହୁଁଥାଏ l କିନ୍ତୁ ପୋଲ ତ ନାହିଁ ? ପ୍ରଥମେ ସେ ପହଁରି କରି ନଈ ପାରି ହେବ ବୋଲି ଚିନ୍ତା କଲା l କିନ୍ତୁ ନଈରେ ପଶି ପିନ୍ଧା ପୋଷାକକୁ ଓଦା କରିବାକୁ ଚାହେଁ ନାହିଁ l ତେଣୁ ସେ ମନେ ମନେ ଚିନ୍ତା କଲା l

ସେ ତା’ର ମୁଣ୍ଡକୁ ଉପରକୁ ଟେକିଲା l କାଠ ନିର୍ମିତ ପ୍ରତିମୂର୍ତ୍ତିକୁ ତୀକ୍ଷଣ ଦୃଷ୍ଟିରେ ଚାହିଁଲା l ଭଗବାନ ତା’ର ଏପରି ଦୃଷ୍ଟି ଦେଖି ଭୟରେ ଥରିବାକୁ ଲାଗିଲେ l ତାପରେ ସେ ଚିତ୍କାର କରି କହିଲା - ଯଦି ତୁମେ ପୋଲଟିକୁ ବନ୍ୟାର ପ୍ରକୋପରୁ ରକ୍ଷା କରି ପାରିଲ ନାହିଁ ? ତୁମେ ଏଠି ଠିଆହୋଇ ଲାଭ କଅଣ l ତମେ ଭାବୁଛ କି ଏଇ ନୀରିହ ଗାଁ ଲୋକେ ତୁମକୁ କେବଳ ଫଳମୂଳ ନଡିଆ ଦେଇ ପୂଜା କରିବେ ଏବଂ ତା ବଦଳରେ ତମଠାରୁ କିଛି ଆଶା କରିବେନାହିଁ l ମୁଁ କେମିତି ଏଇ ଉଭାଳ ନଈକୁ ପାରିହେବି ?

ଏହି ସମୟରେ ତା’ ମୁଣ୍ଡକୁ ଗୋଟିଏ ଉପାୟ ଜୁଟିଲା l ସେ କିଛି ନିଷ୍ପତ୍ତି କଲାଭଳି ନିଜ ମୁଣ୍ଡକୁ ହଲାଇ ମୂର୍ତ୍ତିର ପଛପଟକୁ ଗଲା l ତାପରେ ସେ ନିଜର ସମସ୍ତ ବଳ ଖଟାଇ ମୂର୍ତ୍ତିକୁ ପଛପଟୁ ଠେଲିଲା l କାଠ ମୂର୍ତ୍ତିଟି ଏକ ବିରାଟ ଶବ୍ଦ କରି ତଳେ ପଡିଗଲା l ଏହାର ମୁଣ୍ଡ ନଈର ଆରପଟେ ଯାଇ ପଡିଲା l ଭଗବାନ ନିଜେ ଗୋଟିଏ ପୋଲ ହୋଇଗଲେ l ତା’ପରେ ଅସାମାଜିକ ବ୍ୟକ୍ତିଟି ସେ ଠାକୁର ପୋଲ ଉପରେ ଚଢି ସହଜରେ ନଈ ପାର ହୋଇଗଲା l

ଭଗବାନ ଖୁବ୍ ରାଗିଗଲେ l ନିୟମ ଅନୁସାରେ ସେ ଅଭିଶାପ ଦେବାର କଥା l ସେଥିପାଇଁ ସେ ଗୋଟିଏ ପୋଲ କଲେ l କିନ୍ତୁ ସେ ଦ୍ୱିତୀୟ ଥର ପାଇଁ ଚିନ୍ତାକଲେ l ଅଭିଶାପ ନଦେଇ ନିଜକୁ ସେଥିରୁ ନିବୃତ୍ତ ରହିଲେ l ବରଂ ସେ ନିଜକୁ ନିଜେ କହିଲେ , ନାଁ ନାଁ ମୋର ଅଭିଶାପ ଏପରି ଅସାମାଜିକ ବ୍ୟକ୍ତିର କିଛି କ୍ଷତି କରିପାରିବ ନାହିଁ l ନହେଲେ ସେ ମୋତେ ତା’ର ଚୂଲୀର ଜାଳ ପାଇଁ ବ୍ୟବହାର କରିବ l

ଲକ୍ଷ୍ମୀଧର ମହାନ୍ତି

ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାନ୍ତି



Rate this content
Log in

Similar oriya story from Classics