STORYMIRROR

Rabindra kumar Sahoo

Drama Tragedy

4.5  

Rabindra kumar Sahoo

Drama Tragedy

ମିଛ ସବୁ ମିଛ

ମିଛ ସବୁ ମିଛ

4 mins
745



   ସୁମନ୍ତ ସେଦିନ ବଜାରରୁ ଫେରି ଘରେ ବସି ବସି କ'ଣ ଗୋଟାଏ ଏମିତି ଭାବୁ ଭାବୁ ହଠାତ୍ ତା'ର ମନେ ପଡିଥିଲା ପିଲାବେଳେ ପଢିଥିବା ମିଛୁଆ ରାଧୁଆ ଗଳ୍ପ କଥା । ମନେ ମନେ ସେ ହସିଲା ଭାବିଲା ପ୍ରକୃତରେ ମଣିଷ ମିଛ କାହିଁକି କୁହନ୍ତି ? ଆଉ ସେ ମିଛକୁ ଘୋଡାଇବାକୁ ଯାଇ ଅନେକ ମିଛର ଆଶ୍ରୟ ନେଇ ନେଇ ଅନେକ ଅନେକ ଭୁଲ୍ ମଧ୍ୟ କରି ଚାଲନ୍ତି । ଏଇ ଆଜିକା ସମାଜରେ ଯେମିତି ମିଛକୁ ଆୟୁଧ କରି ମଣିଷ ଅନେକ ଉଚ୍ଚ ମିଛ ଅଟ୍ଟାଳିକା ମାନ ଗଢି ମିଛ ଅହମିକାରେ ବୁଡି ରହି ନିଜର ମଣିଷ ପଣିଆ ଓ ମାନବିକତାକୁ ବଳି ପକାଇଦେଉଛି । ପ୍ରକୃତରେ ସୁମନ୍ତ ଭାବୁଥିଲା ତାରି ସାଙ୍ଗ ମାନଙ୍କ କଥା, ପିଲାବେଳର ଗାଁ ପରିବେଶ କଥା । ବାଗୁଡି, ବୋହୂ ଚୋରି, ଡାଳି ମାଙ୍କୁଡି ଖେଳ କଥା, ଗାଁ ଧାନ ବିଲ, ମୁଗ, ବିରି,କୋଳଥ, ସୋରିଷ, ପେଷୁ, ରାଶି ବିଲର ଦୃଶ୍ୟ ଗୁଡାକ ତା ଆଖି ଆଗରେ ଯେମିତି କାଲି ଭଳି ନାଚି ଯାଉଥିଲା ତା ଆଖି ଆଗରେ। ସତରେ କେତେ ପରିବର୍ତ୍ତନଶୀଳ ଏ ଦୁନିଆଁ ମଣିଷ ଚରିତ୍ର, ଚାଲି ଚଳଣି, ହାବଭାବ, ଆଚାର ବ୍ୟବହାର କେମିତି ହଠାତ୍ ପରିବର୍ତ୍ତନ ହେଇଯାଉଛି ସୁମନ୍ତକୁ ସବୁକଥା କାଲି ଭଳି ଲାଗୁଥିଲା । ରଜ, ଦୋଳପୂର୍ଣ୍ଣିମା, ହୋଲି, କୁମାର ପୂର୍ଣ୍ଣିମା, ଗମ୍ହା ପୂର୍ଣ୍ଣିମା ଆଦିରେ ଯେଉଁ ମଜା ସେ କଥା କାହାକୁ ବା କହିବ ? ମଫସଲି ଗାଁ ଆଜି ଆଉ ଗାଁ ହୋଇ ନାହିଁ ତା ସ୍ତ୍ରୀ ସୁମିତ୍ରା ଆସି ତା ପାଖରେ ଆସି ବସିଲା ଓ ପଚାରିଲା କ'ଣ ଏତେ ଭାବୁଛ ? ସୁମନ୍ତ ଅନ୍ୟମନସ୍କ ଭାବରେ କହିଲା ନା ଏମିତି ଗାଁ କଥା, ଦେଶ କଥା ରାଇଜ କଥା ଭାଵୁଛି କ'ଣ ଥିଲା ଏ ଦୁନିଆଁ, ଏ ସମାଜ, ଏ ଦେଶ, ଆମ ପ୍ରଥା, ପରମ୍ପରା, ସଂସ୍କୃତି, ସଂସ୍କାର ଆଜି କ'ଣ ହେଲାଣି ? ସୁମିତ୍ରା କହିଲା ତୁମେ ସିନା ନୀତି ଆଦର୍ଶକୁ ଜାବୁଡି ଧରିଛ ତୁମ ସଂସ୍କାର, ସଂସ୍କୃତି କୁ ଜାବୁଡି ଧରିଛ ହେଲେ କିଏ ଏ ସବୁ ନୀତି ଆଦର୍ଶ‌‌‌ କୁ ଆଉ ପସନ୍ଦ୍ କରୁଛି ? ସମସ୍ତେ ଲାଞ୍ଚ, ମିଛ, ଟାଉଟରୀ, କଳାବଜାରୀ, ଦଲାଲି କରି ବଞ୍ଚିବା ପାଇଁ ଧାଇଁଛନ୍ତି । କ'ଣ ମିଳିବ ସେ ମିଛ ଆଦର୍ଶରୁ, କ'ଣ ମିଳିବ ସେ ନୀତି ନୈତିକତାରୁ ଶୁଣେ ସେଥିରେ କ'ଣ ପେଟ ପୋଷା ହେବ ନା କୁଟୁମ୍ବ ପୋଷି ହେବ ? ଏହି କଥାକୁ ଆଜିକା ଜେନେରେସନର ପିଲାମାନେ ଭାବୁଛନ୍ତି ଯିଏ ତ ନୀତି ଆଦର୍ଶର କଥା କହି ଟିକିଏ ନାଁ ହୋଇଗଲା ସେ ପୁଣି ଗୋଡାଣିଆ ହୋଇ ତା ସ୍ଵାର୍ଥ କୁ ଦେଖୁଛି କ୍ଷମତା ପାଇଁ ପାଗଳ ପ୍ରାୟ ହୋଇ ନୀତି ଅନୀତି ନ ଦେଖି ତା ସୁବିଧା ଓ ସୁଖ ସ୍ଵାଛନ୍ଦ୍ୟ କଥା ଭାବୁଛି ତୁମେ କାହିଁକି ଏମିତି ଅଯଥା ଦେଶ, ସମାଜ ଓ ବିଶ୍ଵ କଥା ଭାବି ଭାବି ନିଜ ଦେହଟାକୁ ଖରାପ୍ କରୁଛ ? ଯାହା ଯେତେବେଳେ ହେବାର ଅଛି ହେଉଛି ତୁମେ ସମୟ ସହ ତଥା ସମାଜ ସହ ତାଳ ଦେଇ ଚାଲ ଦେଖିବ ତୁମର ଶାରୀରିକ ଓ ମାନସିକ ସ୍ଵାସ୍ଥ୍ୟ ଠିକ୍ ରହିବ । ସୁମନ୍ତ ଦୀର୍ଘ ନିଃଶ୍ୱାସ ମାରି କହିଲା ହଁ ତୁମେ ତ ରେଭେନ୍ସା ମହାବିଦ୍ୟାଳୟର ଥିଲ ଜଣେ କୃତୀ ଛାତ୍ରୀ ମୁଁ ତ ଥିଲି ଏକ ମଧ୍ୟମ ଧରଣର ଛାତ୍ର ତୁମ ବୁଦ୍ଧି ଶୁଦ୍ଧି ଜ୍ଞାନ ଗାରିମା ଅଗରେ ମୁଁ ବା କ'ଣ ? ତୁମ ନୀତି ଆଦର୍ଶ କୁ ସିନା କିଛି ମାତ୍ରାରେ ପରିସ୍ଥିତି ଓ ପରିବେଶକୁ ଖାପଖୁଆଇ ପରିବାର ବଞ୍ଚେଇବ

ା ତଥା ସଂସାର ଚଳାଇବା ପାଇଁ ଓ ମନକୁ ବୁଝାଇବା ପାଇଁ ଏମିତି କହୁଛ ହେଲେ ସତ କହିଲ ଏ ଦୁନିଆଁ ଟା ଆମ ବେଳେ କ'ଣ ଥିଲା ଏବେ କ'ଣ ହୋଇଗଲା ? ସୁମିତ୍ରା କହିଲା ହଁ କ'ଣ ବା ଆମେ ଆଉ କରି ପାରିବା ? ବାମପନ୍ଥୀ ଚିନ୍ତାଧାରାରେ ଆମେ ଦୁହେଁ ରେଭେନ୍ସା କଲେଜରେ ଥିଲେ ସେହି ବାମ ଚିନ୍ତାଧାରା ହିଁ ଆମ ବୁଦ୍ଧି କୁ ବାମ କରି ରଖିଛି ଅଦ୍ୟାବଧି ହେଲେ କେତେ ଦିନ ଏମିତି ଆମେ ଆଉ ସେ ବାମ ଚିନ୍ତାଧାରା ରେ ତିଷ୍ଠି ପାରିବା ? ଏହି ବାମପନ୍ଥୀ ଆଦର୍ଶରେ ଗଢା ଅନେକ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ରନେତା ନେତ୍ରୀ ଦକ୍ଷିଣପନ୍ଥୀ ହେବା ପାଇଁ ତିଳେ ମାତ୍ର ପଛ ଘୁଞ୍ଚା ଦେଉନାହାଁନ୍ତି ତାଙ୍କ ନୀତି ନୈତିକତାକୁ ଖାତିରି ନ କରି ହଠାତ୍ ସେହି ବୁର୍ଜୁଆ ପଲିଟିକ୍ସ କୁ ଡେଇଁ ପଡ଼ୁଛନ୍ତି ସେହି ଗୋଳିଆ ପାଣି ଭିତରେ କି ମୋହ ଅଛି କେଜାଣି ସେମାନେ ବି ଟିକିଏ ଭାବୁ ନାହାଁନ୍ତି ? ସୁମନ୍ତ ଉତ୍ତର ଦେବା ଛଳରେ ସୁମିତ୍ରା କୁ କହିଲା, ବୁଝିଲ ସୁମିତ୍ରା ଏଥିପାଇଁ ଆମ ଯୁବକ, ଛାତ୍ର ଯେତିକି ଦାୟୀ ତା ଠାରୁ ଅଧିକ ଦାୟୀ ଆମ ଏହି ବାମପନ୍ଥୀ ଆଦର୍ଶରେ ଅନୁପ୍ରାଣିତ ପୁରୁଖା ବୟୋଜ୍ୟେଷ୍ଠ ମାନେ ହିଁ ଅଧିକ ମାତ୍ରାରେ ଦାୟୀ । ସାମ୍ୟବାଦ, ସମାଜବାଦ ଓ ଶ୍ରେଣୀହୀନ ସମାଜର କଥା କହି ନିଜେ ସେମାନେ ସେମାନଙ୍କର ସାମନ୍ତବାଦ ଚିନ୍ତାଧାରାରେ ବୁଡି ରହିଛନ୍ତି । କ୍ଷମତା ଗାଦି ମାଡିବସି ଯୁବପିଢିର ଯୁବକ ମାନଙ୍କୁ ଉପରକୁ ଉଠିବାକୁ ଦେଉନାହାଁନ୍ତି କି ସର୍ବଭାରତୀୟ ସ୍ତରରେ ଗଣତାନ୍ତ୍ରିକ ପଦ୍ଧତିରେ ନୂତନ ପିଢ଼ିର ଯୁବ ନେତାମାନଙ୍କୁ ପ୍ରୋତ୍ସାହିତ କରୁ ନାହାଁନ୍ତି ଯାହାଫଳରେ ଏହି ବାମପନ୍ଥୀ ଚିନ୍ତାଧାରାରେ ଅନୁପ୍ରାଣିତ ଯୁବକ ଯୁବତୀ ମାନେ ଦିଗହରା ହେଉଛନ୍ତି ଓ ସେମାନଙ୍କ ମଧ୍ୟରେ ନିଷ୍ଠାପର ଭାବ ଜାଗ୍ରତ ଯେଉଁମାନେ କରାଇବା କଥା ସେମାନେ କରାଉନାହାଁନ୍ତି । ସେହି ବୟୋଜ୍ୟେଷ୍ଠ ପୁରୁଖା ନେତାମାନେ ନିଜ ସ୍ବାର୍ଥ ଓ ସମୃଦ୍ଧିରେ ବୁର୍ଜୁଆ ନେତାମାନଙ୍କ ଭଳି ବୁଡି ରହୁଛନ୍ତି ତଥା ନିଜକୁ ସବୁବେଳେ ଚର୍ଚ୍ଚା ରେ ରଖିବାକୁ ଚାହୁଁଛନ୍ତି । ବୟୋବୃଦ୍ଧ ବ୍ୟକ୍ତି ଜଣେ ଯାହାକୁ କି ସମଗ୍ର ଭାରତ ବର୍ଷରେ ତାଙ୍କୁ ଦ୍ଵିତୀୟ ଗାନ୍ଧୀ ବୋଲି ଲୋକେ କହୁଥିଲେ ସେ ଯେଉଁଠି ନିଜକୁ ବିକ୍ରୀ କରିଦେଉଛନ୍ତି ସେ ଦେଶରେ ଆଉ ଯୁବ ସମାଜ ଠାରୁ ଆମେ ଆଉ କ'ଣ ଆଶା କରିବା ? ଏ ଧନ ସମ୍ପଦ, କ୍ଷମତା, ଆଧିପତ୍ୟ ମିଛ ସବୁ ମିଛ ହେଲେ ମଣିଷର ମଣିଷ ପଣିଆ, ମାନବିକତା ଯୁଗେ ଯୁଗେ ଥିଲା ଓ ରହିଥିବ ବୁଝିଲ ସୁମିତ୍ରା । ସୁମିତ୍ରା ମଧ୍ୟ ସ୍ଵାମୀ ସୁମନ୍ତଙ୍କ କଥାରେ ହଁ ରେ ହଁ ମାରିଲେ ଓ କହିଲେ ନୀତି, ଆଦର୍ଶ‌‌‌, ମଣିଷ ପଣିଆ ଏ ଯୁଗେ ଯୁଗେ ସତ୍ୟ ଥିଲା, ରହିଛି, ରହିଥିବ ଆଉ ମିଛୁଆ ମଣିଷ ଗୁଡାକ ମିଛ ଅହମିକାରେ ବୁଡି ରହିଥିବା ମଣିଷ ଗୁଡାକଙ୍କର ଅଧପତନ କେବେ ହେବ ଲୋକେ ଆଉ କେବେ ବୁଝିବେ ମଣିଷ ଜାତି ଏକ, ମଣିଷର ଧର୍ମ ମାନବ ଧର୍ମ ଏକ ? ସ୍ନେହ, ମମତା, ଭଲ ପାଇବା, ପରୋପକାର କରିବା, ପରର ସୁଖରେ ସୁଖୀ, ପର ଦୁଃଖ ରେ ଦୁ଼ଃଖୀ ଏସବୁ ଯୁଗେ ଯୁଗେ ଚିରନ୍ତନ ସତ୍ୟ ଆଉ ଯେତେ ପାର୍ଥିବ ଜିନିଷ, ଲୋଭ ମୋହ ଓ ମାୟାରେ ଗଠିତ ସେ ସବୁ ମିଛ ସବୁ ମିଛ ଏ କଥା ମଣିଷ ଆଉ କେତେ ସଭ୍ୟ ଓ ସଭ୍ୟତା ପରେ ଏ ମଣିଷ ଜାତି ବୁଝିବ ।


Rate this content
Log in

Similar oriya story from Drama