STORYMIRROR

Rabindra kumar Sahoo

Abstract Tragedy

4.5  

Rabindra kumar Sahoo

Abstract Tragedy

ଦୂରଭାଷ ଯନ୍ତ୍ର ଓ ଆଧୁନିକତା

ଦୂରଭାଷ ଯନ୍ତ୍ର ଓ ଆଧୁନିକତା

5 mins
229


 

କେତେ ସ୍ଵପ୍ନ କେତେ ବାସ୍ତବତା କୁ ନେଇ ବଞ୍ଚେ ମଣିଷ।

ଆଜିର ମଣିଷ ଆଧୁନିକତା ନାମରେ ସମ୍ପର୍କକୁ ଭୁଲି ଯାଉଛି, ହେଲେ ଊନବିଂଶ ଓ ବିଂଶ ଶତାବ୍ଦୀର ମାନସିକତା ରେ ବିଶ୍ଵାସ କରୁଥିବା ମଣିଷ ଗୁଡାକ ଏବେ ବି ମଣିଷ ମଣିଷ ଭିତରେ ଥିବା ସମ୍ପର୍କ କୁ ଖୋଜୁଛନ୍ତି ଏଇ ଯେମିତି ସେଦିନ ର ମଫସଲି ଗାଁ ର ମଣିଷଟିଏ ହେଉଛନ୍ତି ବିନୟ ବାବୁ । ବିନୟ ବାବୁ ଜଣେ ମେଧାବୀ ବିଜ୍ଞାନର ଛାତ୍ର ଥିଲେ ତାଙ୍କ ବିଦ୍ୟାଳୟ ଠାରୁ ବିଶ୍ଵ ବିଦ୍ୟାଳୟ ପର୍ଯ୍ୟନ୍ତ ଶ୍ରେଣୀରେ ସବୁବେଳେ ପ୍ରଥମ ହେଉଥିଲେ । ସେ ଥିଲେ ରସାୟନ ବିଜ୍ଞାନ ର ଛାତ୍ର । ରସାୟନ ବିଜ୍ଞାନ ରେ ପିଏଚଡ଼ି ସାରି ଦୀର୍ଘ ଦିନ ଧରି ଓଡ଼ିଶା ର ବିଭିନ୍ନ ବିଶ୍ଵବିଦ୍ୟାଳୟ ରେ ପ୍ରାଧ୍ୟାପକ ହିସାବରେ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି ତାଙ୍କ ଚାକିରୀ କାଳ ଭିତରେ, ହେଲେ ତାଙ୍କ ମନ ଭିତରେ ନ ଥିଲା ଗର୍ବ, ଅହଂକାର, ପରଶ୍ରୀକାତରତା କି ନ ଥିଲା ଧନ ଅର୍ଜିବାର ନିଶା । ତାଙ୍କ ଚାକିରୀ କାଳ ଭିତରେ ଅନେକ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ଜୀବନ ସେ ଗଢ଼ିଛନ୍ତି, ହୁଏ ତ ଆର୍ଥିକ ସହାୟତା ମାଧ୍ୟମରେ ନୁହେଁ ହେଲେ ଗରିବ ଛାତ୍ରଛାତ୍ରୀ ମାନଙ୍କୁ ତାଙ୍କର ଅଧ୍ୟୟନ ରେ ଥିବା କିଛି ଅଭାବ ଅସୁବିଧା କୁ ଦୂର କରିବା ପାଇଁ ଚେଷ୍ଟା କରିଛନ୍ତି ବିଦ୍ୟା ଦାନ ବା ମାଗଣା ଶିକ୍ଷା ଦାନ କରିଛନ୍ତି । ଦେଶ ଭକ୍ତି ରେ ଉଦବୁଦ୍ଧ ମଣିଷଟିଏ ଥିଲେ ବିନୟ ବାବୁ । ନାମଟି ଯେମିତି ବିନୟ ସ୍ଵଭାବ ରେ ବି ଶାନ୍ତ, ସରଳ ଓ ବିନୟ ଥିଲେ।ଗରିବ ପିଲାଙ୍କୁ ମାଗଣାରେ ଘରକୁ ଡ଼ାକି ପଢାଇବା, ସେମାନଙ୍କ ମନୋବଳ ବଢାଇବା, ସେମାନଙ୍କ ମଧ୍ୟରେ ଦେଶଭକ୍ତି, ଜାତି ଭକ୍ତି ତଥା ସମାଜ ସେବା ପ୍ରତି ଆଗ୍ରହ ଉଦ୍ଦୀପନା ଜାଗ୍ରତ କରାଇବା ଥିଲା ବିନୟ ବାବୁଙ୍କ ର ଜୀବନର ମୁଖ୍ୟ କାମ । ସେ ସବୁବେଳେ ପରିବାର ଜଞ୍ଜାଳ ଭିତରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରୁଥିଲେ। ସେ ତାଙ୍କର କର୍ମ, ସମାଜ ସେବା ଦେଶ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ଚେଷ୍ଟା କରୁଥିଲେ । ସେ ବର୍ତ୍ତମାନ ସତୁରୀ ବୟସରେ ପଦାର୍ପଣ କଲେଣି, ତାଙ୍କର ସ୍ତ୍ରୀ ବନ୍ଦନା ମ୍ୟାଡମ୍ ମଧ୍ୟ ଜଣେ ତ୍ୟାଗୀ ମଣିଷ, ସ୍ଵାମୀଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ । ତାଙ୍କର ଦୁଇଟି ପୁଅ ବଡ ପୁଅ ବିନୋଦ ସାନ ପୁଅ ବିକାଶ । ଦୁଇଟି ଯାକ ପୁଅ ବିନୋଦ ଓ ବିକାଶ ବାଙ୍ଗାଲୋରରେ ସଫ୍ଟୱେର ଇଞ୍ଜିନିୟର। ଦୁହେଁ ବିବାହିତ ଏବଂ ସେମାନେ ସେମାନଙ୍କ ସୁଖ ସଂସାର ରେ ଡୁବି ଯାଇଛନ୍ତି। ବାପାମାଆଙ୍କ ଭଲ ମନ୍ଦ ସେମାନଙ୍କ ପାଇଁ କିଛି ଫରକ୍ ପଡେନି । ଉଭୟେ ଇଞ୍ଜିନିୟର ହେଲେ ବି ତାଙ୍କ ସାଙ୍ଗସାଥୀ, ପିଲା, ତାଙ୍କ ପରିବାର ତାଙ୍କ ଷ୍ଟାଟସ୍ ପାଇଁ ସବୁବେଳେ ଯେମିତି ବ୍ୟସ୍ତ ଆଉ ବିବ୍ରତ । ବାହାର ଦୁନିଆଁ ତାଙ୍କ ପାଇଁ ବିଷ। ଆଧୁନିକତା ର ଛାପ ସେମାନଙ୍କ ମଧ୍ୟରେ ଏତେ ପଡିଛି ଯେ ଦୁଇ ଭାଇ ସେମାନଙ୍କ ପରିବାର ସହ ଗୋଟିଏ ସହରରେ ବାଙ୍ଗାଲୋର ରେ ରହୁଥିଲେ ମଧ୍ୟ ସେମାନେ କେହି କାହାର ଖବର ରଖନ୍ତିନି। ମଝିରେ ମଝିରେ ବିନୟ ବାବୁ ଓ ତାଙ୍କ ସ୍ତ୍ରୀ ବନ୍ଦନା ମ୍ୟାଡମ୍ ସେମାନଙ୍କ ଦୁଇ ପୁଅ ବୋହୂ ନାତି ନାତୁଣୀ ଙ୍କ ପାଖକୁ ବାଙ୍ଗାଲୋର ବୁଲି ଯାଆନ୍ତି, ହେଲେ ସେମାନେ ଅନୁଭବ କରନ୍ତି ଉଭୟେ ବିନୟ ବାବୁ ଏବଂ ବନ୍ଦନା ମ୍ୟାଡମ୍ ଯେ ସତରେ ଆଧୁନିକତା ଓ ଯନ୍ତ୍ର ଯୁଗ କ'ଣ ମଣିଷ ପାଇଁ ଆଶୀର୍ବାଦ ନା ଅଭିଶାପ ଏହା ବିଜ୍ଞାନ ଓ କାରିଗରୀ ଜ୍ଞାନ ର ବିକାଶ ନାମରେ ସାମାଜିକ ଅଗ୍ରଗତି ନା ସାମାଜିକ ଅଧପତନ। କାହିଁକି ନା ବିନୟ ବାବୁ ତାଙ୍କ ସ୍ତ୍ରୀ ଲକ୍ଷ୍ୟ କରୁଥିଲେ ଆଜିକାଲିକା ଏ ପିଢ଼ିର ପିଲା ତାଙ୍କ ପୁଅ ବୋହୂ, ନାତି ନାତୁଣୀ ସମସ୍ତେ ସବୁବେଳେ ବ୍ୟସ୍ତ । ଛୋଟ ନାତି ନାତୁଣୀ ପାଠପଢା, ଟିଭି ଦେଖା, ମୋବାଇଲ୍ ରେ ଗେମ୍ ଖେଳିବା ଆଦି ଏବଂ ତାଙ୍କ ପୁଅ ବୋହୂ ମୋବାଇଲ୍ ରେ ସବୁବେଳେ ବ୍ୟସ୍ତ, ଯେତେବେଳେ ଅଫିସ କାମ ଅଫିସ ଡ୍ୟୁଟି ସେତେବେଳେ ସେ କାମ କରିସାରି ଆସିବା ପରେ ପୁଅ ବୋହୂ ସମସ୍ତେ ମୋବାଇଲ୍ ଚଲେଇବା ରେ ବ୍ୟସ୍ତ, ଏଇ ଯେମିତି ଫେସ୍ ବୁକ୍, ହ୍ଵାଟସପ୍, ଇନଷ୍ଟାଗ୍ରାମ୍, ଟେଲିଗ୍ରାମ, ଟୁଇଟରରେ ସବୁବେଳେ ବ୍ୟସ୍ତ। ସିରିଅଲ୍ ଦେଖିବା ବିଭିନ୍ନ ଗୀତ ନାଚ କାର୍ଯ୍ୟକ୍ରମ ମୋବାଇଲ୍ ର ଓ ଟିଭିରେ ଦେଖିବା । ବୃଦ୍ଧ ପିତାମାତାଙ୍କ ସହ କଥା ହେବା ପାଇଁ ସେମାନଙ୍କ ପାଖରେ ସତେ ଯେମିତି ସେମାନଙ୍କ ପାଖରେ ଘୋର ଅଭାବ, ଗୋଟାଏ ଟେବୁଲ୍ ରେ ଏକାଠି ବସି ପୁଅ ବୋହୂ ନାତି ନାତୁଣୀ ଓ ବିନୟ ବାବୁ ଓ ବନ୍ଦନା କେବେ ବି ଖାଇ ପାରନ୍ତି ନାହିଁ। ଅନେକ ସମୟରେ ବୋହୂମାନେ ରାତିରେ କ'ଣ ଦିନର

େ କ'ଣ ରାନ୍ଧନ୍ତି ନାହିଁ ମୋବାଇଲ୍ ମାଧ୍ୟମରେ ଅନ୍ୟ ଲାଇନ୍ ରେ ପିଜା, ବର୍ଗର, ଚାଓମିନ୍, ପକୋଡା, ମ୍ୟାଗି , ଚିକେନ ବିରିୟାନି, ମଟନ୍ ବିରିୟାନି ଆଦି ମଗାଇ ଦିଅନ୍ତି। ଏପରିକି ମିଲ୍ ଆଦି ମଗାଯାଏ। ଘରେ ଅନେକ ସମୟରେ ଉଭୟ ପୁଅଙ୍କର ରୋଷେଇ ହୁଏ ନାହିଁ। ପୁଅ ବୋହୂ ମିଶି କେତେବେଳେ ମଲ୍, କେତେବେଳେ ହୋଟେଲ୍, କେତେବେଳେ କେଉଁ ସାଙ୍ଗ ର ଜନ୍ମ ଦିନ ପାର୍ଟିରେ ତ କେତେବେଳେ ବିବାହ ଉତ୍ସବ ପାର୍ଟି ପୁଣି କେତେବେଳେ ବିବାହ ବାର୍ଷିକ ଉତ୍ସବ ପାର୍ଟି ଆଟେଣ୍ଡ କରୁ କରୁ ସେମାନଙ୍କ ଦିନ ଯାଏ ।

ସେ ଦିନର ସେ କୃତୀ ଛାତ୍ର ବିନୟ ବାବୁ ଭାବନ୍ତି ସତରେ ଏ ଆଧୁନିକତା ଓ ବିଜ୍ଞାନ ମଣିଷ ସମାଜକୁ କେତେ ବସ୍ତୁବାଦୀ କରିଦେଉଛି । ମଣିଷକୁ ମଣିଷ ଚିହ୍ନି ପାରୁନି । ସମସ୍ତେ ଏବେ ଯାଯାବର ଭଳି ହେଉଛନ୍ତି, ସମସ୍ତେ ସମସ୍ତଙ୍କୁ ଆଭଏଡ୍ କରୁଛନ୍ତି ନିଜ ସ୍ଵାର୍ଥ ଭିତରେ ସମସ୍ତେ ବୁଡିଯାଉଛନ୍ତି। ବାପ, ମା, ପରିବାର ପରିଜନ ଏ ସମ୍ପର୍କର ମାନେ ଆଜିକା ଦୁନିଆଁରେ କିଛି ନାହିଁ । ସମସ୍ତେ ଅର୍ଥ ରୋଜଗାରରେ ବ୍ୟସ୍ତ, ସମସ୍ତେ ବସ୍ତୁକୁ ମଣିଷ ଠାରୁ ଅଧିକ ମୂଲ୍ୟବାନ ଭାବୁଛନ୍ତି । ନିଜ ଜନ୍ମଦାତା ପିତାମାତା ଙ୍କ ସହ କଥା ହେବାକୁ ବି ପୁଅ ବୋହୂ, ନାତି, ନାତୁଣୀ ଙ୍କ ପାଖରେ ସମୟ ନାହିଁ ଏମିତି କି ମୋବାଇଲ୍ ବା ଦୂରଭାଷ ଯନ୍ତ୍ର ସହିତ ଯେତିକି ସମୟ ବିତାଉଛନ୍ତି ଏବଂ ସେ ଯନ୍ତ୍ର କୁ ଯେତିକି ଗୁରୁତ୍ବ ଦେଉଛନ୍ତି ଏବଂ ମିଛ ଲୋକଦେଖାଣିଆ ବଡଲୋକୀ ବନ୍ଧୁମାନଙ୍କୁ ଯେତିକି ଗୁରୁତ୍ବ ଦେଉଛନ୍ତି ସେତିକି ଗୁରୁତ୍ଵ ନିଜ ପିତାମାତାଙ୍କୁ, ବନ୍ଧୁ ପରିଜନ ଙ୍କୁ, ଗ୍ରାମବାସୀ ଙ୍କୁ, ପଡୋଶୀଙ୍କୁ ଦେଉ ନାହାନ୍ତି, ଯଦ୍ଦ୍ଵାରା ଏଇ ଦୂରଭାଷ ଯନ୍ତ୍ର ଟି ସତେ ଯେପରି ମଣିଷ ମଣିଷ ଭିତରେ ଆଧୁନିକତା ନାମରେ ସମ୍ପର୍କର ମୂଲ୍ୟ ଦୂରେଇ ଦେଲା ଭଳି ବିନୟ ବାବୁ ଓ ବନ୍ଦନା ମ୍ୟାଡମ୍ ଅନୁଭବ କରୁଥିଲେ। ମିଛ ସମ୍ପର୍କ ର ମୋବାଇଲ୍ ରେ ଥିବା ବନ୍ଧୁମାନେ ଅଧିକ ମୂଲ୍ୟବାନ ଓ ଗୁରୁତ୍ୱପୂର୍ଣ୍ଣ ହୋଇପଡୁଛନ୍ତି, ଶିକ୍ଷା, ସଭ୍ୟତା ଓ ଆଧୁନିକତା ନାମରେ , ହେଲେ ସେ ସମ୍ପର୍କ ଯେ ଦୃଢ ନୁହେଁ, ମଜବୁତ୍ ନୁହେଁ ଏକଥା ଜାଣି ମଧ୍ୟ ସ୍ଵାର୍ଥ, ଅର୍ଥ, କ୍ଷମତା ଲାଳସାରେ ଦୂର ସମ୍ପର୍କୀୟ ଅତି ନିକଟରୁ ନିକଟତର ଭାବୁଛି ଆଜିର ଯୁବ ସମାଜ।

କିନ୍ତୁ ପାଖ ଲୋକ ଙ୍କୁ ଆତ୍ମୀୟ ସ୍ଵଜନଙ୍କୁ ଦୂର କରିବା ପାଇଁ ବୋଧହୁଏ ଏହାର ନାମ ଦୂରଭାଷ ଯନ୍ତ୍ର ରଖାଯାଇଛି ଓ ଅକାଳେ ସକାଳେ ଏହା ମାଧ୍ୟମରେ ନିଜ ଲୋକମାନଙ୍କ ସହ ଯୋଗାଯୋଗ କରି ନିଜ ମନକୁ ବୁଝାଉଛନ୍ତି ଆଜିର ଯୁବପିଢି ଏମିତି କାହିଁକି ଅନୁଭବ କରୁଥିଲେ ଉଭୟ ଦମ୍ପତି ବିନୋଦ ବାବୁ ଓ ବନ୍ଦନା ମ୍ୟାଡମ୍। ଦୀର୍ଘ ଦିନ ର ଚାକିରୀ କାଳ ସହରରେ ବିତାଇ ବିତାଇ ସହରୀ ଜୀବନ, ଆଧୁନିକତା, ଆଧୁନିକତା ନାମକ ଯନ୍ତ୍ର ଚାଳିତ ମଣିଷ ଠାରୁ ଦୂରେଇ ନିଜ ର ସେହି ମାତୃଭୂମି ମାଟି ମା ଗାଁ କୁ ଫେରିଯାଇ ଗାଁ ରେ ରହୁଥିବା ନିଜର ଆତ୍ମୀୟ ସ୍ଵଜନଙ୍କ ନିକଟକୁ ଏବଂ ଗାଉଁଲି ମଣିଷମାନଙ୍କ ପାଖରେ ଯାଇ ରହୁଛନ୍ତି ଏବେ ବିନୟ ବାବୁ ଓ ବନ୍ଦନା ମ୍ୟାଡମ୍। ନିଜର ଅପାଠୁଆ, ପୁତୁରା ଝିଆରୀ, ଗ୍ରାମବାସୀ ମାନଙ୍କର ଆତ୍ମୀୟତା, ନାନା ଜାତି ଧର୍ମ, ବର୍ଣ୍ଣ, ନାନା ପର୍ବପର୍ବାଣୀ ରେ ଉଭୟେ ନିମଜ୍ଜିତ ରଖିବାକୁ ଚେଷ୍ଟା କରିଛନ୍ତି । ଗାଁ ମାଟି ଗାଁ ପାଣିପବନରେ ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛନ୍ତି ଏଠି ଅଛି ଆତ୍ମୀୟତା, ସହଭାଗିତା, ସହଯୋଗିତା, ଭାଇଚାରା, ନାହିଁ ଛଳନା ନାହିଁ ଆଧୁନିକତା ନାମରେ ମିଛ ଦୂରଭାଷ ଯନ୍ତ୍ରଣା, ନାହିଁ ମିଛ ବନ୍ଧୁତା ନାମରେ ସ୍ଵାର୍ଥପରତା । ଅବଶ୍ୟ ଗାଁ ରେ ବି ଏବେ ସହରୀ ସଭ୍ୟତା, ଆଧୁନିକତା ଓ ପାଶ୍ଚାତ୍ୟ ସଭ୍ୟତା ପ୍ରବେଶ କରି ଯାଇଛି ତଥାପି ଗାଁ ମାଟି ଏବେ ବି ତା'ର ସଂସ୍କାର, ସଂସ୍କୃତି, ପରମ୍ପରା, ଭାଇଚାରା କୁ ବଞ୍ଚାଇ ରଖିଛି। ଗାଁ ଭାଇ ତା'ର ଗାଁ ଭାଇ ସଙ୍ଗେ ଦୁଇପଦ ମନ ଖୋଲି କଥା ହୋଇପାରୁଛି। ସେଥିରେ ଯେଉଁ ଶାନ୍ତି ଯେଉଁ ଆତ୍ମୀୟତା ଆଧୁନିକତା ନାମେ ଏ ମିଛ ଆଧୁନିକ ଦୂରଭାଷ ଯନ୍ତ୍ରରେ କାହୁଁ ଆସିବ ? ଏଥିରେ ଅନେକ କାରିଗରୀ ଜ୍ଞାନ କୌଶଳ, ଜ୍ଞାନ, ବିଜ୍ଞାନ ର ବିକାଶ ହୋଇପାରେ ହେଲେ ମାନବିକତା, ମଣିଷ ପଣିଆ ର ବିକାଶ ହୋଇପାରୁନି ମଣିଷ ଠାରୁ ମଣିଷର ସମ୍ପର୍କ କୁ ଦୂରକୁ ଦୂରକୁ ନେଉଛି ଏବଂ ଦୂରଭାଷ ଯନ୍ତ୍ର ଆଧୁନିକତା ନାମରେ ନିଜ ନାମକୁ ସାର୍ଥକ କରୁଛି ବୋଲି ରସାୟନବିତ୍ ବିନୟ ବାବୁ ଓ ତାଙ୍କ ଧର୍ମପତ୍ନୀ ବନ୍ଦନା ମ୍ୟାଡମ୍ ଏବେ ଅନୁଭବ କରୁଛନ୍ତି ।


     


Rate this content
Log in

Similar oriya story from Abstract