Rabindra kumar Sahoo

Drama Tragedy

4.0  

Rabindra kumar Sahoo

Drama Tragedy

ଆମେ କେତେ ସ୍ବଚ୍ଛ

ଆମେ କେତେ ସ୍ବଚ୍ଛ

4 mins
410



  ପ୍ରୀତି ରଞ୍ଜନ ବସିଥିଲା ତା'ର ବାଲକୋନି ଉପରେ । ବସି ବସି ଭାବୁଥିଲା ଆମ ସମାଜ ଓ ଆମ ଦେଶର ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ସ୍ଵଚ୍ଛତା ବିଷୟରେ । କାହିଁକି କେଜାଣି ସେ ଏମିତି ଗୋଟାଏ କପୋଳକଳ୍ପିତ ବିଷୟ ଉପରେ ସେ ତା'ର ସ୍ମୃତି ଚାରଣ କରୁଥିଲା ସେ ବି ନିଜେ ଭାବି ପାରୁ ନ ଥିଲା ? ସତେ ଯେମିତି ଗୋଟାଏ ଗୋଲକ ଧନ୍ଦାରେ ସେ ଧନ୍ଦି ହେଉଥିଲା । ବାପା ମା'ଙ୍କର ଏକୋଇର ବଳା ବିଶିକେଶନ ଅଚଳାଚଳ ସମ୍ପତ୍ତିର ମାଲିକ ତଥାପି କାହିଁକି କେଜାଣି ସେ ଗୋଟାଏ ଦେଶ ପ୍ରେମରେ ନିଜକୁ ମଜଗୁଲ୍ ରଖୁଥିଲା ସେ ନିଜକୁ ସବୁବେଳେ । ବାପାମାଆ ଆରପାରିକୁ ଚାଲିଗଲା ପରେ ସେ ଏବେ ଏବେ ନୂଆ କରି ସଂସାର କରିଛି । ଜୀବନଟା ତାକୁ ଯେମିତି ଗୋଟାଏ ଗୋଲକ ଧନ୍ଦା ପରି ଲାଗୁଛି । ମାୟା ଜାଲରେ ଛନ୍ଦି ହେଲାପରି ତାକୁ ଲାଗୁଛି । ବାପା ମା'ଙ୍କର ଅତି ଗେଲବସର ପୁଅ ଥିଲା ପ୍ରୀତି ରଞ୍ଜନ । ଜୀବନରେ ଅଭାବ ବୋଲି କ'ଣ ଜାଣି ନ ଥିଲା ସମାଜ ସେବାରେ ନିଜକୁ ବ୍ରତୀ ରଖିଥିଲା ସେ ନିଜକୁ ହେଲେ ବାପା ମା ଆଖି ବୁଜିବା ପୂର୍ବରୁ ପୁଅର ତାଙ୍କ ପୁତ୍ର ପ୍ରୀତି ରଞ୍ଜନ ର ବିବାହ ପ୍ରତି ବିତୃଷ୍ଣା ମନୋଭାବ ଦେଖିଥିଲେ ଏଣୁ ସେମାନେ ନିଜ ପୁଅକୁ ବିବାହ କରିବା ପାଇଁ ଏକ ପ୍ରକାର ବାଧ୍ୟ କରିଥିବା ହେତୁ ସେ ବିବାହ ବନ୍ଧନରେ ବାନ୍ଧି ହେଲା । ପ୍ରୀତି ରଞ୍ଜନ ବିବାହ କଲା ତିରିଶି ବର୍ଷ ବୟସରେ ସଶ୍ମିତାକୁ । ସଶ୍ମିତା ଏତେ ସଂସ୍କାରୀ ନ ହେଲେ ମଧ୍ୟ ପତିବ୍ରତା ଥିଲା କିନ୍ତୁ ଦେଶ, ସମାଜ, ରାଜନୀତି, ଅର୍ଥନୀତି, ସାମାଜିକ ନୀତି ଏ ବାବଦରେ ଏତେ ଧାରଣା ନ ଥିଲା ତା'ର ତଥାପି ସ୍ୱାମୀର ପଦାଙ୍କ ଅନୁକରଣ କରି କରି ସେ ବି ସ୍ଵାମୀଙ୍କ ପଥର ପଥିକ ସାଜିଥିଲା । ପିଲାପିଲି ଓ ସଂସାର ରେ ବେଶୀ ସମୟ ଦେବାକୁ ଏତେ ପସନ୍ଦ୍ କରୁ ନ ଥିଲା ପ୍ରୀତି ରଞ୍ଜନ ସେ ପାଇଁ ସଶ୍ମିତା ର ମନ ବେଳେ ବେଳେ ଦୁଃଖ ରହୁଥିଲା ପୁଣି କିଛି ସମୟ ପରେ ସ୍ଵାମୀଙ୍କ ଦେଶ ସେବା ଓ ସମାଜ ସେବା କଥା ଭାବି ମନକୁ ବୁଝେଇ ଦେଉଥିଲା । ପ୍ରୀତି ରଞ୍ଜନ ଦେଖୁଥିଲା ଆମ ସମାଜର ଅଧପତନ, ଆମ ସଂସ୍କୃତି,ଆମ ପରମ୍ପରାର ଅଧପତନ। ଜୀବନ ସାରା ପରିଶ୍ରମ କରି ପଢି ପଢି ସେ ପାଲଟି ଯାଇଥିଲା ଗୋଟାଏ ପୋଥି କୀଟ ହେଲେ ସେ ଉପଲବ୍ଧି କରୁଥିଲା ପ୍ରକୃତରେ ଶିକ୍ଷା ଓ ସଂସ୍କାର ର ମୂଲ୍ୟ ଆଜିକା ଦୁନିଆଁରେ କିଛି ନାହିଁ ଅର୍ଥ ଓ କ୍ଷମତା ବଳରେ ସବୁ କିଛି ସମ୍ଭବ । ଗୋଟାଏ ମେଧାବୀ ଛାତ୍ର ଥିଲା ସେ, ସବୁ ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ମଧ୍ୟ ତା'ର ଅଚଳାଚଳ ସମ୍ପତ୍ତି ଥାଇ ମଧ୍ୟ ପଲିଟିକାଲ ବ୍ୟାକିଙ୍ଗ ନ ଥିବା ହେତୁ ବାଣିଜ୍ୟରେ ପିଜି କରି ମଧ୍ୟ ସେ ଭଲ ଜବ୍ ଟିଏ ପାଇ ପାରିଲାନି । ସେ ଅନୁଭବ କରୁଥିଲା ସତ୍ୟ, ନ୍ୟାୟ, ଧର୍ମ,ଭଲପାଇବା, ସ୍ନେହ, ପ୍ରେମର ମୂଲ୍ୟ ଆଜିକା ଦୁନିଆଁରେ କିଛି ମାନେ ନାହିଁ । ଜାତି, ଧର୍ମ, ସମ୍ପ୍ରଦାୟର ଦ୍ଵାହି ଦେଇ ଲୋକଙ୍କ ମନରେ ଯିଏ ମିଛ ଆଦର୍ଶର ଭୂତ ପୂରାଇ ପାରିଲା ସେ ହିଁ ପ୍ରକୃତ ନେତା ପଦବାଚ୍ୟ ସମାଜରେ ହେଲା । ସେ ଭାବୁଥିଲା ପ୍ରକୃତରେ ତୁମେ ଯେତେ ଜ୍ଞାନୀ, ଧନୀ, ମାନୀ ହୁଅନା କାହିଁକି କୂଟ, କପଟ, ଦ୍ଵନ୍ଦ୍ଵ ଯୁଦ୍ଧ ର ଯିଏ ଆଶ୍ରା ନ କଲା ସେ କେବେ ବି ଏ ଦୁନିଆଁ ରେ ତିଷ୍ଠି ପାରିବ ନାହିଁ । ଏମିତି ଅନେକ ଭାବନା ରାଜ୍ୟରେ ବିଚରଣ କରୁଥିବା ବେଳେ ହଠାତ୍ ସ୍ତ୍ରୀ ସଶ୍ମିତା ଆସି ପାଖରେ ବସି ପଚାରିଲେ କ'ଣ ଏତେ ସବୁ ଭାବୁଛ ନିଜ ସଂସାର କଥା ଟିକିଏ ଭାବ । ସେ ଗାନ୍ଧୀ ଗୋପବନ୍ଧୁ ଆଉ ନାହାଁନ୍ତି ତାଙ୍କରି ଦାୟାଦମାନେ ତାଙ୍କ ନାଁ ବିକି ଭୋଟ ରାଜନୀତି ରେ ଦେଶକୁ ବିକ୍ରି କରିବାକୁ ବସିଲେଣି ତୁମେ କଣ ଏ କଥା ବୁଝି ପାରୁନ ନା ଦେଖି ପାରୁନ ? ପରିବାର, ପରିବେଶ ତଥା ସମଗ୍ର ବିଶ୍ବ ଆଜି କଳୁଷିତ ରାଜନୀତିରେ ପରିପୂର୍ଣ୍ଣ ସେ କଥା କ'ଣ ତୁମକୁ ଅଛପା ? ତୁମେ ତ ମେଧାବୀ ଛାତ୍ର, ଜଣେ ଉଚ୍ଚ ମାନର ସମାଜ ସେବକ ତୁମେ କ'ଣ ଏ କଥାକୁ ବୁଝି ପାରୁନ ? ତୁମ ଭଳି କେତେ ଜଣ ନିଃସ୍ଵାର୍ଥପର ସମାଜ ସେବକ ଏ ବିଶ୍ଵରେ ଅଛନ୍ତି କୁହ ? କେବଳ ମିଛ ଆଦର୍ଶ ର ଦ୍ଵାହି, ଭୋଟ୍ ରାଜନୀତିରେ ସମସ୍ତେ ମାତିଛନ୍ତି । ଆମେ ଆମ ସଂସାର କୁ ଦେଖିବା ସହ ସମାଜ ସେବା କରିଲେ କ୍ଷତି କ'ଣ ଏ କଥା ପଚାରିଲା ସଶ୍ମିତା ପ୍ରୀତି ରଞ୍ଜନ କୁ ? ପ୍ରୀତି ରଞ୍ଜନ ବହୁତ କଷ୍ଟରେ ସଶ୍ମିତା କଥାରେ ରାଜି ହୋଇ ଦାମ୍ପତ୍ୟ ଜୀବନର ମୂଲ୍ୟକୁ ବୁଝି ସ୍ତ୍ରୀ ସଶ୍ମିତାକୁ ବୁଝିଲା ପରେ ତାଙ୍କର ପୁତ୍ର ସନ୍ତାନଟିଏ ଜନ୍ମ ନେଲା । ହେଲେ ପ୍ରୀତି ରଞ୍ଜନ ଭାବୁଥିଲା ବାପା ତ ଏତେ ପଢି ପଢି ବେକାର ହୋଇ ସମାଜର ଦୁଃଖ ଦୁର୍ଦ୍ଦଶା ରେ ସାମିଲ୍ ହୋଇ ସମାଜ ସେବା କରି କରି ଲୋକ ଚରିତ୍ରକୁ ଆଜି ପର୍ଯ୍ୟନ୍ତ ବୁଝି ପାରିଲାନି ଆଗାମୀ ବଂଶଧର ଭାବେ ସମାଜ ସୁଧାରକ ର ପୁଅ ପ୍ରୀତି ରଞ୍ଜନ କ'ଣ କରିବ ? ନିଶାବେପାର, କଳାବଜାରୀ, ଟାଉଟରୀ,ଦଲାଲିରେ ଭରା ଏ ସମଗ୍ର ଆଜିର ଏ ବିଶ୍ଵ, ବିଶ୍ଵର ସମୁଦାୟ ନେତୃବୃନ୍ଦ ଏବେ ଭୋଗବାଦ,ବସ୍ତୁବାଦ ଓ ବ୍ୟକ୍ତବାଦରେ ବିଶ୍ବାସୀ । ନିର୍ବାଚନ ବୈତରଣୀ ପାର ହେବା ପାଇଁ ଅର୍ଥବଳ ଓ ବାହୁବଳକୁ ଆୟୁଧ କରି ସ୍ଵଚ୍ଛତାର ନାରା ଦେଇ ସମଗ୍ର ବିଶ୍ବକୁ ଧ୍ଵଂସ ମୁଖକୁ ଠେଲିବାକୁ କୌଣସି ଦେଶର ନେତୃବୃନ୍ଦ ବି ଆଜିକା ଦିନରେ ପଛାଉ ନାହାଁନ୍ତି । ପ୍ରୀତି ରଞ୍ଜନ ର ମନ ଓ ହୃଦୟକୁ ପଢିଲା ଭଳି ସଶ୍ମିତା କହିଲା ତୁମେ ଏବେ ଚିନ୍ତା କରୁଥିବ ଆମର ଆଜିର ଏ ଶିଶୁ ଆସନ୍ତା କାଲି କ'ଣ କରିବ ଏମାନଙ୍କ ପିଢି ର ପିଲାମାନେ ଖାଇବେ କ'ଣ, ପିନ୍ଧିବେ କ'ଣ, ଏମାନଙ୍କ ର ଭବିଷ୍ୟତ କ'ଣ, ଏମାନଙ୍କର ଶିକ୍ଷା, ସ୍ଵାସ୍ଥ୍ୟ, ନିଯୁକ୍ତି ର ଅବସ୍ଥା ସେତେବେଳକୁ କ'ଣ ହୋଇଥିବ ? ସାମାଜିକ ବ୍ୟବସ୍ଥା, ରାଜନୈତିକ ଅବସ୍ଥା, ବ୍ୟକ୍ତି ସ୍ଵାଧୀନତା, ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ସମ୍ପର୍କ, ପରିବେଶ ର ଅବସ୍ଥା, ମଣିଷ ସଭ୍ୟତାର ଖଣି, ଖାଦାନ, ପଶୁ ସମ୍ପଦ, ଜଙ୍ଗଲ ସମ୍ପଦ ତଥା ମଣିଷର ନୀତି ଆଦର୍ଶ ସବୁ କେଉଁ ସ୍ତରକୁ ଯାଇଥିବ ? ସ୍ମିତ ହାସ୍ୟ କରି ପ୍ରୀତି ରଞ୍ଜନ କହିଲା ବୁଝିଲ ସଶ୍ମିତା, ଆମର ଏ ଦୂର ଦୃଷ୍ଟି ଅଭାବ ସମ୍ପନ୍ନ ନେତୃବୃନ୍ଦ ବର୍ତ୍ତମାନରେ ବିଶ୍ଵାସ କରି ରାସ୍ତା ଘାଟର ସଫେଇ ଉପରେ ଗୁରୁତ୍ବ ଦେଇ ନିର୍ବାଚନ ବୈତରଣୀ ପାରି ହେବା ପାଇଁ ସିନା ଅପଚେଷ୍ଟା କରୁଛନ୍ତି ହେଲେ ଆମ ମନ, ହୃଦୟ, ଶିକ୍ଷା, ସ୍ଵାସ୍ଥ୍ୟ ଓ ପରିବେଶ କେତେ କଳୁଷ ମୁକ୍ତ, ଦୁର୍ନୀତି ମୁକ୍ତ ମଥା ଆମେ କେତେ ସ୍ବଚ୍ଛ ସେ କଥା ହିଁ ଆଗାମୀ ପିଢିର ବଂଶଧର ମାନେ କହିବେ ତଥା ଆମ ଇତିହାସ ହିଁ ମୁକ ସାକ୍ଷୀ ସାଜି ଆଗାମୀ ବଂଶଧରଙ୍କୁ କହିବ ?

 


Rate this content
Log in

Similar oriya story from Drama